ଜିଏସ୍‌ଟି ମାପକରେ ବିକାଶ କେତେ?

ବ୍ୟକ୍ତିର କ୍ରୟ ଶକ୍ତି ତାର ଆୟ ବୃଦ୍ଧି ଉପରେ ନିର୍ଭରଶୀଳ। ଯେଉଁ ବ୍ୟକ୍ତିର କ୍ରୟ ପ୍ରକ୍ରିୟା ଗତିଶୀଳ ଓ ବର୍ଦ୍ଧିତ ସେହି ବ୍ୟକ୍ତିର ଆର୍ଥିକ ବିକାଶ ସେହି ଅନୁସାରେ ଗତିଶୀଳ। ସେହିପରି ଦେଶ ବା ରାଜ୍ୟର କର ସଂଗ୍ରହ ଯେତେ ବଢ଼େ ତା’ର ବଜାର କାରବାର ସେହି ପରିମାଣରେ ସୁଦୃଢ଼ ଓ ଗତିଶୀଳ ବୋଲି ଧରାଯାଏ।

Goods And Services Tax

Goods And Services Tax

Debendra Prusty
  • Published: Friday, 07 April 2023
  • Updated: 07 April 2023, 03:26 PM IST

News Highlights

  • ଲୋକ ଓ ଦେଶର ଅଭିବୃଦ୍ଧିର ମାପକ ହୋଇପାରେ କର ଆଦାୟ ହାର।
  • ଯେଉଁଠି ଲୋକେ ଅଧିକ ଦ୍ରବ୍ୟ ଓ ସେବା ଖରିଦ କରନ୍ତି ସେଠି ଲୋକେ ଅଧିକ ବିତ୍ତଶାଳୀ।
  • ଯେଉଁଠି ଲୋକେ ଦ୍ରବ୍ୟ ଓ ସେବା ଖରିଦ କରିବାକୁ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ସେଠି ସେମାନଙ୍କର ବିକାଶ ଅଭାବ ବୋଲି ଧରାଯାଏ।

ରାଜ୍ୟ ହେଉ ଅବା ଦେଶ, ଉଭୟର ବିକାଶ ଗତିକୁ ଗୋଟିଏ ମାପକାଠି ନେଇ ମାପିବାକୁ ଗଲେ ବିକାଶ ଯାତ୍ରାର ସରଳ ଅଗ୍ରଗତି ସ୍ପଷ୍ଟ ହୋଇଥାଏ। ସେହି ମାପକାଠି ହେଉଛି କର ବା ଟିକସ ଆଦାୟ। ତାହା ମୁଖ୍ୟତଃ ଖର୍ଦ୍ଦି ବିକ୍ରୀରୁ ଆଦାୟ ହେଉଥିବା ପରିମାଣ ଓ ପ୍ରତିବର୍ଷ ବଢ଼ୁଥିବା ହାରରୁ ହିଁ ଜଣା ପଡ଼ିଥାଏ। ଦେଶ ବା ରାଜ୍ୟର ମୂଳ ଅର୍ଥ ସଂଗ୍ରହ କର ଓ ଅଣକର ଆଦାୟରୁ ହୋଇଥାଏ। ଏହି ଟିକସ୍‌ ଦୁଇ ପ୍ରକାର- ପ୍ରତ୍ୟକ୍ଷ କର ଓ ପରୋକ୍ଷ କର। କରଦାତା ଓ କର ଗ୍ରହିତାଙ୍କ କର ଦେବା ଓ ନେବା ଶକ୍ତି ଉଭୟଙ୍କର ବିକାଶ ସଂପର୍କରେ ସୂଚନା ଦେଇଥାଏ। ବ୍ୟକ୍ତିର କ୍ରୟ ଶକ୍ତି ତାର ଆୟ ବୃଦ୍ଧି ଉପରେ ନିର୍ଭରଶୀଳ। ଯେଉଁ ବ୍ୟକ୍ତିର କ୍ରୟ ପ୍ରକ୍ରିୟା ଗତିଶୀଳ ଓ ବର୍ଦ୍ଧିତ ସେହି ବ୍ୟକ୍ତିର ଆର୍ଥିକ ବିକାଶ ସେହି ଅନୁସାରେ ଗତିଶୀଳ। ସେହିପରି ଦେଶ ବା ରାଜ୍ୟର କର ସଂଗ୍ରହ ଯେତେ ବଢ଼େ ତା’ର ବଜାର କାରବାର ସେହି ପରିମାଣରେ ସୁଦୃଢ଼ ଓ ଗତିଶୀଳ ବୋଲି ଧରାଯାଏ।

ଏହିପରି କର ବ୍ୟବସ୍ଥା ସ୍ୱାଧୀନ ଭାରତରେ ଅନେକ ସ୍ତର ଓ ନାମରେ ପରିବର୍ତ୍ତିତ ହୋଇ ଏବେ ଦ୍ରବ୍ୟ ଓ ସେବା କର ବା ଜିଏସଟି ନାମରେ ଚାଲିଛି। ସଂବିଧାନ ପ୍ରଣୟନ ସମୟ ଓ ତାର ପରବର୍ତ୍ତୀ କାଳରେ ଏହା ବିକ୍ରି କର ବା ସେଲ୍‌ ଟ୍ୟାକ୍ସ ଓ ପରବର୍ତ୍ତୀ କାଳରେ କିଛି ବର୍ଷ ପାଇଁ ମୂଲ୍ୟଯୁକ୍ତ କର ବା ଭାଟ୍‌ ଭାବରେ କର ଆଦାୟ ହେଉଥିଲା। କର ଆଦାୟରୁ ବ୍ୟକ୍ତିର ବଜାର ସଂପର୍କ ନିର୍ଣ୍ଣୟ ହୋଇଥାଏ। ବଜାର ଚଳଚଞ୍ଚଳ ହେଲେ ଶିଳ୍ପ ଅଭିବୃଦ୍ଧି ଘଟିଥାଏ ଓ ଅର୍ଥନୈତିକ କାର୍ଯ୍ୟ ଗତିଶୀଳ ହୋଇଥାଏ। ଏହି ସବୁକୁ ତୁଳନା କରି ବିକାଶକୁ ମାପିହୁଏ। ଭାରତରେ ଔପନିବେଶୀୟ ଶାସନର ଅନ୍ତ ଘଟି ଇଂରେଜମାନେ ଅପସରି ଗଲା ପରେ ଦେଶରେ ଅନେକ କ୍ଷେତ୍ରରେ ବିକାଶ ଘଟିଛି। ମାତ୍ର ଜନସଂଖ୍ୟା ବୃଦ୍ଧି ତଥା ନୂଆ ନୂଆ ସମସ୍ୟାର ମୁକାବିଲା କରିବା ନିମନ୍ତେ ଏହା ଯେ ଯଥେଷ୍ଟ ନୁହେଁ ସେ କଥା ସ୍ୱୀକାର କରିବାକୁ ହୁଏ। ସେହିସବୁ ସମସ୍ୟା ଭିତରେ ‘ବୈଷମ୍ୟ’ ବୃଦ୍ଧି ସବୁଠାରୁ ବଡ଼ ସମସ୍ୟା କହିଲେ ଅତ୍ୟୁକ୍ତି ହେବନାହିଁ। ଅଞ୍ଚଳ, ଅଞ୍ଚଳ ଓ ରାଜ୍ୟ ରାଜ୍ୟ ମଧ୍ୟରେ ବୈଷମ୍ୟ ହ୍ରାସ ପରିବର୍ତ୍ତେ ବୃଦ୍ଧି ପାଇବାରେ ଦେଖା ଯାଉଛି। ଦାରିଦ୍ର୍ୟ ଓ ଅଭାବୀ ଅନଟନର ଶିକାର ହୋଇଥିବା ଲୋକ ସଂଖ୍ୟା ମଧ୍ୟ ବୃଦ୍ଧି ପାଇ ଚାଲିଛି।

ଏ ସବୁର କୁପରିଣାମ ଦେଶର ଅର୍ଥନୈତିକ ବିକାଶ ପଥରେ ବାଧକ ହେଉଛି। ସେଥିରୁ ଉଦ୍ଧାର ପାଇବା ପରିବର୍ତ୍ତେ ଏହା ଅଧିକ ଦୃଢ଼ିଭୂତ ହେଉଛି। ଲୋକସଂଖ୍ୟାର ଏକ ବଡ଼ ଅଂଶ ଦିନକୁ ଦିନ କ୍ରୟଶକ୍ତି ହରାଉଛନ୍ତି ଓ ଅଳ୍ପ କିଛି ଲୋକଙ୍କ ହାତରେ ସଂପତ୍ତି ଠୁଳ ହେବାର ହିସାବ ‘ବିକାଶ’ ନାମରେ ନାମିତ ହେଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ଅଧିକାଂଶ ଲୋକଙ୍କର ଆର୍ଥିକ ସ୍ଥିତି ତଳକୁ ତଳ ଖସିବାକୁ ଲାଗିଛି। ଏହି ସ୍ଥିତିକୁ ଲୁଚାଇବାକୁ ଯାଇ ‘ମାଗଣା’ ବା ରିହାତିରେ ଆବଶ୍ୟକତା ପୂରଣ କରିବା ଦିନକୁ ଦିନ ବଢ଼ି ଚାଲିଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ପ୍ରତିଯୋଗିତା ବୃଦ୍ଧିପାଇଛି। ସମସ୍ତ ବ୍ୟବସ୍ଥାକୁ ଲକ୍ଷ୍ୟକରି ବିକାଶର ବାସ୍ତବ ପରିଚୟ ପାଇଁ ଦେଶ ଓ ରାଜ୍ୟର ବଜାର କାରବାର ଓ ଟିକସ୍‌ ଆଦାୟ ଭିତ୍ତିକ ଗଣନାକୁ ଦେଖିବାର ଆବଶ୍ୟକତା ଅଛି।

ଗତ ୨୦୧୭ ମସିହା ଜୁନ୍‌ ମାସରେ ଅତି ତରବରରେ “ଏକ ଦେଶ ଏକ ଟିକସ” ନାମରେ ଜିଏସ୍‌ଟି ଲାଗୁହେଲା। ତା ପରବର୍ତ୍ତୀ ବର୍ଷମାନଙ୍କରେ ରାଜ୍ୟମାନଙ୍କରେ ହୋଇଥିବା ଟିକସ ଆଦାୟର ହାରବୃଦ୍ଧି ଦେଖନ୍ତୁ। ଏହି ହାର ଜିଏସ୍‌ଟି ଆଦାୟର ପରବର୍ତ୍ତୀ ୩ ବର୍ଷ ଅର୍ଥାତ ୨୦୧୭-୧୮ରୁ ୨୦୧୯-୨୦ ବର୍ଷ ପାଇଁ ହିସାବ କରାଯାଇଛି। ୧. ଆନ୍ଧ୍ର- ୮.୭୧%, ୨. ଆସାମ- ୮.୨୧%, ୩. ବିହାର- ୨.୯୧%, ୪. ଛତିଶଗଡ଼- ୦.୨୦%, ୫. ଉତ୍ତର ପ୍ରଦେଶ- ୧୦.୫୧%, ୬. ଓଡ଼ିଶା- ୧.୩୮%, ୭. କେରଳ-୩.୪୭%, ୮. ଉତ୍ତରାଖଣ୍ଡ- ୩.୩୯%, ୯. ସିକିମ୍‌- ୨୫.୬୧%। ଏହା ମଧ୍ୟରେ ୨୦୧୪ ପରଠାରୁ କେନ୍ଦ୍ରରେ ଥିବା ସରକାର ସହିତ ମିତ୍ର ଭାବାପନ୍ନ ରାଜ୍ୟ (ଓଡ଼ିଶା) ଓ କେନ୍ଦ୍ର ସରକାରର ବିରୋଧୀ (କେରଳ) ରାଜ୍ୟର ଟିକସ୍‌ ଆଦାୟ ଚିତ୍ର ରହିଛି। ଟିକସ୍‌ ଆଦାୟର ପରିମାଣ, ବାର୍ଷିକ ବୃଦ୍ଧିହାର ଅନୁଶୀଳନ କଲେ ଦେଖାଯିବ ଯେ ରାଜ୍ୟରେ ବିକାଶ ବା ସମୃଦ୍ଧି ଭିତରେ ତାରତମ୍ୟ ରହିଛି ଓ ବଜାର କାରବାରରେ ଉଚ୍ଚ ନୀଚ ରହିଛି।

ଓଡ଼ିଶା ଭଳି ରାଜ୍ୟରୁ ଟିକସ୍‌ ଆୟ ଅତ୍ୟାବଶ୍ୟକ ପଦାର୍ଥ କ୍ରୟରେ ଯେତେ ନୁହେଁ ତା’ ଠାରୁ ଯଥେଷ୍ଟ ଅଧିକ ଆଦାୟ ନିଶା କାରବାର ଜନିତ ପଦାର୍ଥରୁ ହୋଇଥାଏ। ଯାହାକି ବାର୍ଷିକ ହାରାହାରି ୨୪% ବୃଦ୍ଧି ହୋଇଥିବା ଦେଖାଯାଏ। ଏହି କରରେ ସଂପୃକ୍ତି ସମସ୍ତଙ୍କର ନଥାଏ।

ଏବେ ଜିଏସ୍‌ଟି ଲାଗୁ ହେବା ପୂର୍ବ ୩ ବର୍ଷର ଟିକସ ଆଦାୟର ହାରାହାରି ବାର୍ଷିକ ଅଭିବୃଦ୍ଧି ଦେଖନ୍ତୁ। ୨୦୧୪-୧୫ରୁ ୨୦୧୬-୧୭ ବର୍ଷ ମଧ୍ୟରେ ଏହି ହାରାହାରି ତଥ୍ୟ ଦିଆଯାଇଛି। ୧. ଆନ୍ଧ୍ର- ୧୨.୨୪%, ୨. ଆସାମ- ୧୭.୭୦%, ୩. ବିହାର- ୧୫.୭୬%, ୪. ଛତିଶଗଡ଼- ୭.୪୪୦%, ୫. ଉତ୍ତର ପ୍ରଦେଶ- ୮.୮୫%, ୬. ଓଡ଼ିଶା- ୮.୨୨%, ୭. କେରଳ- ୮.୨୭%, ୮. ଉତ୍ତରାଖଣ୍ଡ- ୧୧.୧୪%, ୯. ସିକିମ୍‌- ୧.୯୩%।

ଏ ଉଭୟ ତଥ୍ୟକୁ ମିଶାଇ ଦେଖିଲେ ଉଭୟ ସମୟରେ ପରୋକ୍ଷ ଟିକସ ଆଦାୟ ପ୍ରମାଣ କରୁଛି ଯେ ରାଜ୍ୟ ରାଜ୍ୟମାନଙ୍କ ଭିତରେ ସମୃଦ୍ଧି ବା ବିକାଶର ତାରତମ୍ୟ ରହିଛି। ଦ୍ୱିତୀୟତଃ ଦ୍ରବ୍ୟ ଓ ସେବାକର ‘ଏକ ଦେଶ ଏକ ଟିକସ’ ବ୍ୟବସ୍ଥାକୁ ଆଦୌ ସ୍ୱୀକାର କରିନାହିଁ। ତୃତୀୟତଃ ଦେଶର ବିକାଶ ଜିଏସ୍‌ଟି ଲାଗୁ ପୂର୍ବ ଓ ପର ବର୍ଷମାନଙ୍କରେ ନିରନ୍ତର ବୃଦ୍ଧି ପାଇନାହିଁ। ବରଂ ‘ବିକାଶ’ର ଗତି ଦୁର୍ବଳ ହୋଇଛି। ଟିକସ ଆଦାୟ ମାପକ ଭାବେ ନେଲେ ବିକାଶକୁ ନେଇ ଯେଉଁ ଚିତ୍କାର ଶୁଭୁଛି ବାସ୍ତବରେ ତାହା ଦୃଶ୍ୟମାନ ନୁହେଁ। ସବୁଠାରୁ ବଡ଼ କଥାଟି ହୃଦବୋଧ ହେଉଛି ଟିକସ୍‌ ବୃଦ୍ଧି କରି ଅବା ଟିକସ ଆଦାୟ କଡ଼ାକଡ଼ି କରି ମୁଦ୍ରାସ୍ଫୀତିର ସ୍ଥିତି ସହ ତୁଳନା କଲେ ଖାଉଟୀ ଓ ବଜାର ସଂପର୍କ ଦୁର୍ବଳ ହୋଇଛି, ଯାହା ପ୍ରମାଣ କରୁଛି ଯେ ଖାଉଟୀଙ୍କର କ୍ରୟଶକ୍ତି କମିଛି।

ପଞ୍ଚାନନ କାନୁନ୍‌ଗୋ

ଫୋ- ୯୪୩୮୩୬୦୮୪୯

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story