ମାଂସାହାର କମାନ୍ତୁ, ଦେହଦୁନିଆ ବଞ୍ଚାନ୍ତୁ!

ମାଂସାହାର ହ୍ରାସ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହାଦ୍ୱାରା ପ୍ରକୃତପକ୍ଷେ ଉଭୟ ମଣିଷ ଓ ପୃଥିବୀର ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖାଯାଇପାରିବ। ଆମେରିକା ଭଳି ଦେଶରେ ଲୋକମାନେ ଅନୁମୋଦିତ ପରିମାଣଠାରୁ ୩ରୁ ୬ ଗୁଣ ଅଧିକ ମାଂସ ଭକ୍ଷଣ କରିଥାନ୍ତି। ଅତିମାତ୍ରାରେ ମାଂସ ଭକ୍ଷଣ କରୁଥିବା ଲୋକମାନେ ହୃଦରୋଗ, କର୍କଟ, ମଧୁମେହ ଆଦି ରୋଗର ଶିକାର ହୋଇଥାନ୍ତି। ବିଶେଷକରି ଶିଳ୍ପ ଢାଞ୍ଚାରେ ଉତ୍ପାଦିତ ମାଂସ ଭକ୍ଷଣର ଅତ୍ୟଧିକ କୁପ୍ରଭାବ ମଣିଷର ଶରୀର ଉପରେ ପଡ଼ିଥାଏ।

Mutton Curry

Mutton Curry

Debendra Prusty
  • Published: Monday, 19 June 2023
  • Updated: 19 June 2023, 06:30 PM IST

News Highlights

  • ମାଂସାହାର ବଢ଼ୁଛି, ବିପଦ ବି ବଢ଼ୁଛି।
  • ଯେତେ କମ୍‌ ମାଂସ ଖାଇବା ସେତେ ଭଲରେ ରହିବା।
  • ପ୍ରକୃତି ଓ ପରିବେଶ ସହିତ ସ୍ୱାସ୍ଥ୍ୟ ପାଇଁ ବି ମାଂସାହାର କମିବା ଦରକାର।

Sports

Latest News

ଗତ ୩୦ ବର୍ଷ ମଧ୍ୟରେ ସାରା ବିଶ୍ୱରେ ମାଂସ ଭକ୍ଷଣର ପରିମାଣ ଦୁଇ ଗୁଣ ବୃଦ୍ଧି ପାଇ ୨୦୨୨ରେ ତାହା ୩୬ କୋଟି ଟନରେ ପହଞ୍ଚି ସାରିଲାଣି। ଏହି ହାରରେ ମାଂସ ଭକ୍ଷଣ ଜାରି ରହିଲେ ୨୦୫୦ ସୁଦ୍ଧା ମାଂସର ଚାହିଦା ପ୍ରାୟ ୫୭ କୋଟି ଟନକୁ ବୃଦ୍ଧି ପାଇବ। ସେଥିପାଇଁ ଶିଳ୍ପ ଢାଞ୍ଚାରେ ସଘନ ମାଂସ ଉତ୍ପାଦନକୁ ଅଧିକ ତ୍ୱରାନ୍ୱିତ କରିବାକୁ ହେବ। ସଘନ ମାଂସ ଉତ୍ପାଦନ ଦ୍ୱାରା ଜଙ୍ଗଲ କ୍ଷୟ ହେବା ସହ, ଜଳ ପ୍ରଦୂଷିତ ହେଉଛି ଓ ପୃଥିବୀ ଅଧିକ ଉତ୍ତପ୍ତ ହେଉଥିବାରୁ ତାହା ଉଦବେଗର କାରଣ ପାଲଟିଛି। ଆମେରିକା, ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ନିଉଜିଲାଣ୍ଡ, ସ୍ପେନ ଭଳି ଦେଶଗୁଡ଼ିକରେ ବାର୍ଷିକ ମାଂସାହାର ମୁଣ୍ଡ ପିଛା ୧୦୦ କିଲୋଗ୍ରାମରୁ ମଧ୍ୟ ଅଧିକ। ଅବଶ୍ୟ ଭାରତରେ ତାହା ମାତ୍ର ୬.୮୨ କିଲୋଗ୍ରାମ ହୋଇଥିଲେ ବି ଅଧିକ ସଂଖ୍ୟକ ବ୍ୟକ୍ତି ମାଂସାହାରୀ ହେଉଥିବାରୁ ଏଠାରେ ମାଂସ ଭକ୍ଷଣର ପରିମାଣରେ କ୍ରମାଗତ ବୃଦ୍ଧି ପରିଲକ୍ଷିତ ହେଉଛି। ତେଣୁ ମାଂସ ଭକ୍ଷଣର ପରିମାଣକୁ ହ୍ରାସ କରିବା ପାଇଁ ସାରା ବିଶ୍ୱରେ ବିମର୍ଶ ବୃଦ୍ଧି ପାଇବାକୁ ଲାଗିଲାଣି।

ମାଂସାହାର ହ୍ରାସ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହାଦ୍ୱାରା ପ୍ରକୃତପକ୍ଷେ ଉଭୟ ମଣିଷ ଓ ପୃଥିବୀର ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖାଯାଇପାରିବ। ଆମେରିକା ଭଳି ଦେଶରେ ଲୋକମାନେ ଅନୁମୋଦିତ ପରିମାଣଠାରୁ ୩ରୁ ୬ ଗୁଣ ଅଧିକ ମାଂସ ଭକ୍ଷଣ କରିଥାନ୍ତି। ଅତିମାତ୍ରାରେ ମାଂସ ଭକ୍ଷଣ କରୁଥିବା ଲୋକମାନେ ହୃଦରୋଗ, କର୍କଟ, ମଧୁମେହ ଆଦି ରୋଗର ଶିକାର ହୋଇଥାନ୍ତି। ବିଶେଷକରି ଶିଳ୍ପ ଢାଞ୍ଚାରେ ଉତ୍ପାଦିତ ମାଂସ ଭକ୍ଷଣର ଅତ୍ୟଧିକ କୁପ୍ରଭାବ ମଣିଷର ଶରୀର ଉପରେ ପଡ଼ିଥାଏ। ଉଦାହରଣ ସ୍ୱରୂପ ଏଭଳି ମାଂସ ଉତ୍ପାଦନ ପାଇଁ ପ୍ରଚୁର ପରିମାଣରେ ଆଣ୍ଟିବାଇଓଟିକର ବ୍ୟବହାର ହେଉଥିବାରୁ ତାହାର ଭକ୍ଷଣ ଦ୍ୱାରା ମଣିଷଠାରେ ଆଣ୍ଟିବାଇଓଟିକ ନିରୋଧ କ୍ଷମତା ବୃଦ୍ଧି ପାଇଥାଏ, ଯାହା ବିପଜ୍ଜନକ ହୋଇପାରେ। ସେହିପରି ମାଂସ ଉତ୍ପାଦନର ପରିବେଶ ଉପରେ ମଧ୍ୟ ମନ୍ଦ ପ୍ରଭାବ ପଡ଼ିଥାଏ। ପଶୁ ଖାଦ୍ୟ ଉତ୍ପାଦନ ପାଇଁ ଅତ୍ୟଧିକ ସମ୍ୱଳର ଆବଶ୍ୟକତା ହୋଇଥାଏ। ଯେମିତି ବିଶ୍ୱର ପ୍ରାୟ ୨୨ ପ୍ରତିଶତ ମଧୁର ଜଳ କେବଳ ମାଂସ ଉତ୍ପାଦନ ପାଇଁ ପରୋକ୍ଷ ଭାବେ ବିନିଯୋଗ ହେଉଥିବା ବେଳେ ୮୩ ପ୍ରତିଶତ ଚାଷ ଜମି ପଶୁ- କୃଷି (ଆନିମାଲ ଏଗ୍ରିକଲଚର) ପାଇଁ ବିନିଯୋଗ ହେଉଥିବା ଜଣାପଡ଼଼େ। ତା’ ଛଡ଼ା ଗୋଟିଏ ସ୍ଥାନରେ ଶହ ଶହ ସଂଖ୍ୟାରେ ପଶୁଙ୍କୁ ଏକତ୍ରିତ ଭାବେ ରଖାଯାଉଥିବାରୁ ତାହା ଜଳ ପ୍ରଦୂଷଣର ମଧ୍ୟ ଏକ ବଡ଼ କାରଣ ପାଲଟିଥାଏ। ଏହା ଭୂତଳ ଜଳକୁ ମଧ୍ୟ ପ୍ରଦୂଷିତ କରିଥାଏ। ପଶୁଙ୍କୁ ଖାଦ୍ୟ ଓ ଚାରା ଯୋଗାଇବା ପାଇଁ ଜଙ୍ଗଲ କାଟି ସଫା କରାଯାଉଥିବାରୁ ଏହା ଜଙ୍ଗଲ ଅବକ୍ଷୟର ଏକ ବଡ଼ କାରଣ। ଏହା ଜୈବ ବିବିଧତା ବିଲୁପ୍ତିର କାରଣ ହେବା ସହ ସବୁଜ କୋଠରୀ ଗ୍ୟାସ (ଜିଏଚଜି) ନିର୍ଗମନର ସବୁଠୁ ବଡ଼ କାରଣ ହୋଇଥାଏ, ଯଦ୍ଦ୍ୱାରା ଜଳବାୟୁ ପରିବର୍ତ୍ତନ ସମସ୍ୟା ଅଧିକ ଜଟିଳ ହୋଇଥାଏ। ତେବେ ମାଂସାହାର ହ୍ରାସ କରିବା ସପକ୍ଷରେ ଥିବା ଲୋକମାନେ ମୁଖ୍ୟତଃ ଚାରିଟି କାରଣରୁ ଏହାର ସମର୍ଥନ କରୁଛନ୍ତି – ସ୍ୱାସ୍ଥ୍ୟଗତ, ପଶୁମଙ୍ଗଳ, ପରିବେଶ ସୁରକ୍ଷା, ମାଂସର ବର୍ଦ୍ଧିତ ଦାମ।

ଗ୍ରୀକ୍ ଦାର୍ଶନିକ ପିଥାଗୋରାସଙ୍କୁ ‘ନୈତିକ ନିରାମିଷବାଦ’ର ଆଦ୍ୟ ପ୍ରବର୍ତ୍ତକ ଭାବେ ଗ୍ରହଣ କରାଯାଇଥାଏ। ଖ୍ରୀଷ୍ଟ ପୂର୍ବ ୫୮୦ରେ ଜନ୍ମିତ ଏହି ପ୍ରସିଦ୍ଧ ଗଣିତଜ୍ଞଙ୍କ ଅନୁସାରେ ମଣିଷ ତଥା ସମସ୍ତ ଜୀବଜନ୍ତୁଙ୍କର ଆତ୍ମା ଅଛି ଯାହା ନଶ୍ୱର। ମୃତ୍ୟୁ ପରେ ତାହା ଅନ୍ୟ ଶରୀର ମାଧ୍ୟମରେ ପୁନର୍ଜନ୍ମ ଗ୍ରହଣ କରିଥାଏ। ପରବର୍ତ୍ତୀ ଜନ୍ମରେ ମଣିଷ ପଶୁ ହୋଇ ଓ ପଶୁମାନେ ମଣିଷ ରୂପେ ଜନ୍ମ ଗ୍ରହଣ କରିପାରନ୍ତି। ମଣିଷ ଅନ୍ୟ ଜୀବଜନ୍ତୁଙ୍କୁ ମାରି ଖାଇବା ଅର୍ଥ ଆତ୍ମାକୁ କଦାକାର କରିବା ଓ ସେହି ଆତ୍ମାକୁ ଉଚ୍ଚତର ସ୍ତରରେ ବିଲୀନ କରିବାରେ ବାଧା ଉତ୍ପନ୍ନ କରିବା। ମାଂସ ଖାଇବା କେବଳ ଯେ ସ୍ୱାସ୍ଥ୍ୟ ପକ୍ଷରେ ଅହିତକର ତାହା ନୁହେଁ, ଏହା ମଣିଷଠାରେ ହିଂସ୍ର ପ୍ରବୃତ୍ତିର ବିକାଶ କରି ପରସ୍ପର ବିରୁଦ୍ଧରେ ଲଢ଼ିବାର ମାନସିକତା ସୃଷ୍ଟି କରାଇଥାଏ। ସେଥିପାଇଁ ସେ ନିଜେ ମାଂସ ଖାଉ ନଥିଲେ ଓ ଅନ୍ୟମାନଙ୍କୁ ମାଂସ ଖାଇବାରୁ ନିବୃତ୍ତ ରହିବାକୁ ପ୍ରବର୍ତ୍ତାଉ ଥିଲେ। ଭାରତରେ ହିନ୍ଦୁ, ବୌଦ୍ଧ, ଜୈନ ଧର୍ମଗୁଡ଼ିକରେ ‘ଜୀବେ ଦୟା’ର କଥା କୁହାଯାଇଛି, ଯାହା ପରୋକ୍ଷରେ ନିରାମିଷବାଦର ପ୍ରସାର କରିଥାନ୍ତି। ଭାରତ ଭଳି ବିଶ୍ୱର କେତେକ ଦେଶରେ ପ୍ରଚଳିତ ସାଂସ୍କୃତିକ ବା ଧାର୍ମିକ ପରମ୍ପରା ଯୋଗୁଁ ନିରାମିଷବାଦ ସେଠାରେ ତାର ସ୍ଥିତିକୁ ସୁଦୃଢ଼ କରିବାକୁ ସମର୍ଥ ହୋଇଛି। ଅନ୍ୟ ପକ୍ଷରେ ଅନ୍ୟ କେତେକ ଦେଶରେ ପଶୁ ଅଧିକାର, ପରିବେଶ ସୁରକ୍ଷା, ସ୍ୱାସ୍ଥ୍ୟଗତ ଚିନ୍ତା ଆଦି ନିରାମିଷବାଦ ସପକ୍ଷରେ ଜନମତକୁ ପ୍ରବଳ କରିବା ଦିଗରେ ସହାୟକ ହେଉଛନ୍ତି।

ବ୍ରିଟେନସ୍ଥିତ ‘ଇନଷ୍ଟିଚ୍ୟୁଟ ଅଫ୍ ମେକାନିକାଲ ଇଞ୍ଜିନିଅର୍ସ’ର ତଥ୍ୟ ଅନୁଯାୟୀ ୧ କେଜି ଗୋମାଂସ (ବିଫ୍) ପ୍ରସ୍ତୁତ କରିବା ପାଇଁ ୧୫,୪୧୫ ଲିଟର ଜଳ ଆବଶ୍ୟକ ହେଉଥିବା ବେଳେ ଛେଳି ଓ ମେଣ୍ଢା ଏବଂ ଘୁଷୁରି ମାଂସ ୧ କେଜି ପ୍ରସ୍ତୁତ କରିବା ପାଇଁ ଯଥାକ୍ରମେ ୧୦,୪୧୨ ଲିଟର ଓ ୫,୯୮୮ ଲିଟର ଜଳ ଆବଶ୍ୟକ ହୋଇଥାଏ। ସେହିପରି ଗୋଟିଏ କେଜି କୁକୁଡ଼ା ମାଂସ ପ୍ରସ୍ତୁତି ପାଇଁ ୪,୩୨୫ ଲିଟର ଜଳ ଆବଶ୍ୟକ ହୋଇଥାଏ। ଅର୍ଥାତ୍ ମାଂସ ଉତ୍ପାଦନ ପାଇଁ ପ୍ରଚୁର ପରିମାଣରେ ଜଳର ଆବଶ୍ୟକତା ହେଉଥିବା ବେଳେ ସମ ପରିମାଣର କୃଷିଜାତ ନିରାମିଷ ଖାଦ୍ୟ ପ୍ରସ୍ତୁତି ପାଇଁ ମାତ୍ର ୨୦୦ରୁ ୨୫୦୦ ଲିଟର ଜଳ ଆବଶ୍ୟକ ହୋଇଥାଏ। ତେଣୁ ମାଂସାହାର ଯେତେ ଅଧିକ ହେବ ଜଳର ଆବଶ୍ୟକତା ସେତେ ଅଧିକ ବଢ଼ିବ। ଜନସାଧାରଣଙ୍କୁ ମାଂସ ବର୍ଜିତ ଆହାର ପ୍ରତି ଆକୃଷ୍ଟ କରିବା ପାଇଁ ୨୦୦୩ ମସିହାରେ ଏକ ‘ମିଟଲେସ୍ ମନଡେ’ ଅଭିଯାନର ଆରମ୍ଭ କରାଗଲା। ଏହାକୁ ବିଜ୍ଞାପନ ଦୁନିଆର ଅନ୍ୟତମ ଚର୍ଚ୍ଚିତ ବ୍ୟକ୍ତିତ୍ୱ ସିଡନି ଲର୍ନରଙ୍କ ପ୍ରତିଷ୍ଠିତ’ ମନଡେ କ୍ୟାମ୍ପେନ ଇଙ୍କ’ ଦ୍ୱାରା ‘ହପକିନସ୍ ବ୍ଲୁମବର୍ଗ ସ୍କୁଲ ଅଫ ପବ୍ଲିକ ହେଲଥ ସେଣ୍ଟର ଫର ଏ ଲିଭେବଲ୍ ଫ୍ୟୁଚର’ ସହାୟତାରେ ଆରମ୍ଭ କରାଗଲା।

ତେବେ ଏହାର ଇତିହାସ ଖୋଜିବାକୁ ଗଲେ ତାହା ପ୍ରଥମ ବିଶ୍ୱଯୁଦ୍ଧ ସମୟର ବୋଲି ଜଣାପଡ଼଼େ। ସେତେବେଳେ ଉତ୍କଟ ଖାଦ୍ୟାଭାବକୁ ଦୃଷ୍ଟିରେ ରଖି ଆମେରିକାର ରାଷ୍ଟ୍ରପତି ଉଡ୍ରୋ ଉଇଲସନ ଏକ ଘୋଷଣାନାମା ଜାରି କଲେ ଯଦନୁଯାୟୀ ସେ ମଙ୍ଗଳବାର ଦିନ ମାଂସ ନ ଖାଇବାକୁ ଓ ଅନ୍ୟ ଦିନଗୁଡ଼ିକରେ ଗୋଟିଏ ଓଳି ମାଂସ ନ ଖାଇବାକୁ ଆହ୍ୱାନ ଜଣାଇଲେ। ଯୁଦ୍ଧ ପରିପ୍ରେକ୍ଷୀରେ ୟୁଏସ ଫୁଡ଼ ଆଡମିନିଷ୍ଟ୍ରେସନର ତତ୍କାଳୀନ ମୁଖ୍ୟ ହରବର୍ଟ ହୁଭର ‘ଯୁଦ୍ଧ ଜିତିବ ଖାଦ୍ୟ’ (ଫୁଡ ଉଇଲ ଉଇନ ଦି ୱାର)ର ଆହ୍ୱାନ ଦେଲେ। ତଦନୁଯାୟୀ ଦେଶବାସୀଙ୍କୁ କେତେକ ପ୍ରମୁଖ ଖାଦ୍ୟ କମ ଖାଇବାକୁ ଅନୁରୋଧ କରାଯାଇଥିଲା। ଏହା ଆମେରିକା ଓ ଇଉରୋପର ଯୁଦ୍ଧଜନିତ ଖାଦ୍ୟାଭାବକୁ କିଛି ମାତ୍ରାରେ ଲାଘବ କରିପାରିବ ବୋଲି ଆଶା କରାଯାଉଥିଲା। ସେତେବେଳେ ‘ମିଟଲେସ ଟିଉସଡେ’ (ମାଂସ ବର୍ଜିତ ମଙ୍ଗଳବାର) ଓ ‘ହ୍ୱିଟଲେସ ୱେଡନେସଡେ’ (ଗହମ ବର୍ଜିତ ବୁଧବାର) ସ୍ଳୋଗାନଗୁଡ଼ିକ ଦିଆଯାଉଥିଲା। ତେବେ ‘ମିଟଲେସ୍ ମନଡେ’ ଅଭିଯାନ ଏବେ ବିଶ୍ୱର ୪୦ଟି ଦେଶରେ ଅନୁସୃତ ହେଉଛି ଓ ଏହାଦ୍ୱାରା ସାରା ବିଶ୍ୱରେ ମାଂସାହାରକୁ ୧୫ ପ୍ରତିଶତ ହ୍ରାସ କରିବାର ଲକ୍ଷ୍ୟ ରଖାଯାଇଛି। ଏତଦଭିନ୍ନ କିଛି ଦେଶରେ ସପ୍ତାହର ଅଲଗା ଅଲଗା ଦିନକୁ ଲୋକମାନେ ମାଂସ ବର୍ଜିତ ଦିବସ ରୂପେ ପାଳନ କରି ମାଂସାହାର କରୁନାହାନ୍ତି। ତେବେ ୨୦୨୩ରେ ଜୁନ ୧୧ରୁ ୧୭ ଯାଏଁ ଗୋଟିଏ ସପ୍ତାହକୁ ‘ବିଶ୍ୱ ମାଂସ ମୁକ୍ତ ସପ୍ତାହ’ ରୂପେ ପାଳନ କରାଯାଇଛି।

‘ଆମେରିକାନ ଜର୍ଣ୍ଣାଲ ଅଫ କ୍ଲିନିକାଲ ନ୍ୟୁଟ୍ରିସନ’ରେ ପ୍ରକାଶିତ ଏକ ଗବେଷଣାର ତଥ୍ୟ ଅନୁଯାୟୀ ଉଦ୍ଭିଦଜ ପୁଷ୍ଟିସାର ଖାଉଥିବା ଲୋକମାନଙ୍କ ତୁଳନାରେ ଅଧିକ ମାଂସ (ରେଡ଼ ମିଟ), ପ୍ରକ୍ରିୟାକୃତ ମାଂସ ବା ପ୍ରାଣୀଜ ପୁଷ୍ଟିସାର ଖାଉଥିବା ଲୋକମାନେ କୌଣସି ଦୁରାରୋଗ୍ୟ (କ୍ରନିକ୍) ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିବାର ଆଶଙ୍କା ଅଧିକ। ଫିନଲାଣ୍ଡରେ ୟୁରୋପର ସବୁଠୁ ଅଧିକ ପ୍ରତିଶତ ଲୋକ ହୃଦରୋଗରେ ଆକ୍ରାନ୍ତ ହେଉଥିବାରୁ ୪୨ରୁ ୬୦ ବର୍ଷ ବୟସର ୨୬୪୧ ଜଣ ଫିନଲାଣ୍ଡ ଅଧିବାସୀଙ୍କ ଉପରେ ୧୯୮୪ରୁ ୧୯୮୯ ପର୍ଯ୍ୟନ୍ତ ଏହି ଗବେଷଣା କରାଯାଇଥିଲା। ୨୦ ବର୍ଷ ପରେ ସେହି ଲୋକମାନଙ୍କ ସ୍ୱାସ୍ଥ୍ୟଗତ ଅବସ୍ଥା ଜାଣିବାକୁ ଚେଷ୍ଟା କରି ଜଣାଗଲା ଯେ ସେମାନଙ୍କ ମଧ୍ୟରୁ ୧୨୨୫ ଜଣ ମୃତ୍ୟୁବରଣ କରିସାରିଥିଲେ। ସେମାନଙ୍କ ମଧ୍ୟରୁ ଯେଉଁମାନେ ଦୈନିକ ୨୦୦ ଗ୍ରାମ ବା ତା’ଠାରୁ ଅଧିକ ମାଂସ (ରେଡ଼ ମିଟ) ବା ପ୍ରକ୍ରିୟାକୃତ ମାଂସ ଖାଉଥିଲେ ଅଥବା ଅଧିକ ପ୍ରାଣୀଜ ପୁଷ୍ଟିସାର ଗ୍ରହଣ କରୁଥିଲେ ଅନ୍ୟମାନଙ୍କ ତୁଳନାରେ ସେମାନଙ୍କ ଅକାଳ ମୃତ୍ୟୁର ସମ୍ଭାବନା ୨୩ ପ୍ରତିଶତ ଅଧିକ ଥିଲା। ଅବଶ୍ୟ ମାଛ, ଅଣ୍ଡା, କ୍ଷୀର ଭଳି ପ୍ରାଣୀଜ ପୁଷ୍ଟିସାର ଗ୍ରହଣରେ ମୃତ୍ୟୁଜନିତ ସେହି ବିପଦ ଦେଖାଯାଇ ନଥାଏ। ଅନ୍ୟପକ୍ଷରେ ଉଦ୍ଭିଦଜ ପୁଷ୍ଟିସାର ଗ୍ରହଣ କରୁଥିବା ଲୋକମାନେ ସାଧାରଣତଃ ମାଂସ ଖାଉଥିବା ଲୋକଙ୍କଠାରୁ ଅଧିକ ଦିନ ବଞ୍ଚିଥାନ୍ତି।

ସାରା ବିଶ୍ୱରେ ଏବେ ମାଂସାହାରକୁ ବର୍ଜନ ବା କମ କରି ନିରାମିଷ ଖାଦ୍ୟ ଖାଇବା ପ୍ରତି ଆକର୍ଷଣ ଓ ରୁଚି ବୃଦ୍ଧି ପାଉଥିବାର ପରିଲକ୍ଷିତ ହେଉଛି। ‘ଗୁଗଲ୍’ ତରଫରୁ ଜାନୁଆରୀ ୨୦୨୨ରେ ପ୍ରକାଶିତ ‘ବାର୍ଷିକ ସର୍ଚ୍ଚ ରିପୋର୍ଟ’ ଆଧାରରେ ୨୦୨୧ରେ ‘ଭେଗାନ ଫୁଡ଼ ନିଅର ମି’ (ମୋ ପାଖାପାଖି ନିରାମିଷ ଆହାର) ଖୋଜ(ସର୍ଚ୍ଚ)ଟିରେ ୫୦୦୦ ପ୍ରତିଶତ ବୃଦ୍ଧି ପାଇ ଏହା ‘ବ୍ରେକ ଥ୍ରୁ ପର୍ଯ୍ୟାୟ’କୁ ଉନ୍ନୀତ ହୋଇଛି। ସେହିପରି ସ୍ୱଳ୍ପ ମାଂସାହର କିପରି ଜଳବାୟୁ ପରିବର୍ତ୍ତନକୁ ହ୍ରାସ କରିବାରେ ସହାୟକ ହୋଇଥାଏ ସେ ସମ୍ପର୍କରେ ବ୍ରିଟେନରେ ଅଧିକ ଲୋକ ଜାଣିବାକୁ ଆଗ୍ରହ ପ୍ରକାଶ କରିଥିବାର ଜଣାପଡ଼ିଛି। ଅର୍ଥାତ୍ ଉଦ୍ଭିଦଜ ଜୀବନଯାତ୍ରାକୁ ଗ୍ରହଣ କରିବାର ପ୍ରବୃତ୍ତି କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ତେବେ ଭାରତରେ ୨୦୧୫ରୁ ୨୦୨୧, ଏଇ ୬ ବର୍ଷ ମଧ୍ୟରେ, ମାଂସାହାରୀଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧିପାଇଛି। ୨୦୧୯ରୁ ୨୦୨୧ମଧ୍ୟରେ ୧୫ରୁ ୪୯ ବର୍ଷ ବୟସ ବର୍ଗର ଉଭୟ ପୁରୁଷ ଓ ମହିଳାଙ୍କ ମଧ୍ୟରେ ହୋଇଥିବା ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ (ଏନଏଫଏଚଏସ-୫)ର ରିପୋର୍ଟ ଅନୁଯାୟୀ ଦେଶରେ ଶୁଦ୍ଧ ଶାକାହାରୀଙ୍କ ସଂଖ୍ୟା ପୁରୁଷମାନଙ୍କ କ୍ଷେତ୍ରରେ ୫ ପ୍ରତିଶତ ହ୍ରାସ ପାଇ ୧୬.୬ ପ୍ରତିଶତ ହୋଇଥିବା ବେଳେ ମହିଳାମାନଙ୍କ କ୍ଷେତ୍ରରେ ତାହା ୧ ପ୍ରତିଶତ ହ୍ରାସ ପାଇ ୨୯.୪ ପ୍ରତିଶତରେ ପହଞ୍ଚିଛି। ଗତ ୬ ବର୍ଷ ମଧ୍ୟରେ ମାଛ, କୁକୁଡ଼ା ଓ ମାଂସାହାରୀଙ୍କ ସଂଖ୍ୟା ୬ ପ୍ରତିଶତ ବୃଦ୍ଧି ପାଇଛି। ଅର୍ଥାତ୍ ଭାରତ ଏକ ଶାକାହାରୀବହୁଳ ଦେଶ ବୋଲି ଯେଉଁ ଅବଧାରଣାଟିଏ ରହି ଆସିଥିଲା ତାହା କ୍ରମଶଃ ଭୁଲ୍ ପ୍ରମାଣିତ ହେବାରେ ଲାଗିଛି।

ଭାରତର ତିନି ପ୍ରମୁଖ ଧର୍ମାବଲମ୍ୱୀଙ୍କ ମଧ୍ୟରେ ଗତ ୬ ବର୍ଷ ମଧ୍ୟରେ ମାଂସାହାରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ହିନ୍ଦୁ ପୁରୁଷଙ୍କ କ୍ଷେତ୍ରରେ ତାହା ୪୪.୪ରୁ ବଢ଼ି ୫୨.୫ ପ୍ରତିଶତ (୮ ପ୍ରତିଶତ ବୃଦ୍ଧି) ହୋଇଥିଲା ବେଳେ ହିନ୍ଦୁ ମହିଳାଙ୍କ କ୍ଷେତ୍ରରେ ତାହା ୩୮.୩ରୁ ବଢ଼ି ୪୦.୭ ପ୍ରତିଶତ (୨ ପ୍ରତିଶତ ବୃଦ୍ଧି) ହୋଇଛି। ମୁସଲମାନ ପୁରୁଷ ଓ ମହିଳାଙ୍କ ମଧ୍ୟରେ ମାଂସାହାରୀଙ୍କ ସଂଖ୍ୟା ଯଥାକ୍ରମେ ୬ ଓ ୩ ପ୍ରତିଶତ ବୃଦ୍ଧି ପାଇଛି। ଅନୁସୂଚିତ ଜାତି ଓ ଜନଜାତିଙ୍କ ମଧ୍ୟରେ ମାଂସାହାରୀଙ୍କ ସଂଖ୍ୟା ଯଥାକ୍ରମେ ୧୦ ଓ ୯ ପ୍ରତିଶତ ବୃଦ୍ଧି ପାଇଛି, ଯାହା ଅପେକ୍ଷାକୃତ ଅଧିକ। ଭାରତ ଏବେ ବିଶ୍ୱର ସର୍ବାଧିକ ଜନବହୁଳ ଦେଶ ହୋଇସାରିଥିବାରୁ ଏଠାରେ ମାଂସାହାରୀଙ୍କ ସଂଖ୍ୟା ଓ ମାଂସାହାରର ପରିମାଣ ବୃଦ୍ଧି ପାଇବା କେବଳ ଯେ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଚିନ୍ତାର ବିଷୟ ତାହା ନୁହେଁ ବରଂ ପରିବେଶଗତ ଦୃଷ୍ଟିରୁ ମଧ୍ୟ ତାର ଆଶାତୀତ କୁପରିଣାମ ପରିଲକ୍ଷିତ ହୋଇପାରେ। ଭାରତରେ ମାଂସ ଉତ୍ପାଦନ କ୍ରମାଗତ ଭାବେ ବୃଦ୍ଧି ପାଇ ୨୦୨୨ରେ ତାହା ୯୦ ଲକ୍ଷ ଟନରେ ପହଞ୍ଚି ସାରିଥିଲେ ବି ଏବେ ମଧ୍ୟ ମାଂସର ମୁଣ୍ଡପିଛା ବାର୍ଷିକ ଉପଲବ୍ଧତା ୬.୮୨ କିଲୋଗ୍ରାମ, ଯାହା ଅନ୍ୟାନ୍ୟ ଅନେକ ଦେଶ ତୁଳନାରେ ଯଥେଷ୍ଟ କମ। ଗରିବ ଲୋକମାନଙ୍କୁ ସୁଲଭ ଭାବେ ମିଳିପାରୁଥିବା ପ୍ରାଣୀଜ ପୁଷ୍ଟିସାରରୁ ସେମାନଙ୍କୁ ବଞ୍ଚିତ ନ କରି ସାମଗ୍ରିକ ଭାବେ ମାଂସାହାରର ପରିମାଣ ହ୍ରାସ କରିବା ଓ ଶାକାହାର ପ୍ରତି ଲୋକଙ୍କୁ ପୁନର୍ବାର ଆକୃଷ୍ଟ କରିବା ଲାଗି ଭାରତରେ ମଧ୍ୟ ବିଶେଷ ଅଭିଯାନର ଆବଶ୍ୟକତା ରହିଛି।

ସରଳ କୁମାର ଦାସ

ଭୁବନେଶ୍ଵର, ମୋ - ୯୪୩୭୦୩୮୦୧୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story