ଶ୍ରମଜୀବୀଙ୍କ ଦୁଃଖ ବୁଝୁଛି କିଏ ?

ମାୟାଧର ନାୟକ ପୃଥିବୀର କେତେ ନଦୀରେ କେତେ ଜଳ ବହିଗଲାଣି। ଦେଶେ ଦେଶେ କେତେ ଯେ ମୌସୁମୀ ପ୍ରବାହିତ ହୋଇଗଲାଣି ଏବଂ ଶ୍ରମିକ ଓ ମାଲିକ ମଧ୍ୟରେ କେତେ ଯେ ତ୍ୟାଗପୂତ ଲଢ଼େଇ, ରକ୍ତକ୍ଷୟୀ ସଂଗ୍ରାମ ହୋଇଯାଇଛି, ତା’ର ପଟାନ୍ତର ନାହିଁ। ଆଜି ମଧ୍ୟ ପୁଞ୍ଜିପତି ଶ୍ରେଣୀ ଓ ସାମ୍ରାଜ୍ୟବାଦୀ ଶାସନର ଯଜ୍ଞବେଦୀରେ ଲକ୍ଷ ଲକ୍ଷ ଶ୍ରମିକ କୃଷକ ଖଟିଖିଆ ମଣିଷ ବଳି ପଡୁଛନ୍ତି। ଏହି ଶୋଷଣ ବିରୁଦ୍ଧରେ ଅଗଣିତ ମୁକ୍ତିପିପାସୁ ଶ୍ରମଜୀବୀ ମଣିଷ ଘୋଷଣା କରିଛି […]

labourer

labourer

Debendra Prusty
  • Published: Wednesday, 07 July 2021
  • Updated: 07 July 2021, 12:58 PM IST

Sports

Latest News

ମାୟାଧର ନାୟକ

ପୃଥିବୀର କେତେ ନଦୀରେ କେତେ ଜଳ ବହିଗଲାଣି। ଦେଶେ ଦେଶେ କେତେ ଯେ ମୌସୁମୀ ପ୍ରବାହିତ ହୋଇଗଲାଣି ଏବଂ ଶ୍ରମିକ ଓ ମାଲିକ ମଧ୍ୟରେ କେତେ ଯେ ତ୍ୟାଗପୂତ ଲଢ଼େଇ, ରକ୍ତକ୍ଷୟୀ ସଂଗ୍ରାମ ହୋଇଯାଇଛି, ତା’ର ପଟାନ୍ତର ନାହିଁ। ଆଜି ମଧ୍ୟ ପୁଞ୍ଜିପତି ଶ୍ରେଣୀ ଓ ସାମ୍ରାଜ୍ୟବାଦୀ ଶାସନର ଯଜ୍ଞବେଦୀରେ ଲକ୍ଷ ଲକ୍ଷ ଶ୍ରମିକ କୃଷକ ଖଟିଖିଆ ମଣିଷ ବଳି ପଡୁଛନ୍ତି। ଏହି ଶୋଷଣ ବିରୁଦ୍ଧରେ ଅଗଣିତ ମୁକ୍ତିପିପାସୁ ଶ୍ରମଜୀବୀ ମଣିଷ ଘୋଷଣା କରିଛି ମରଣପଣ ରକ୍ତକ୍ଷୟୀ ସଂଗ୍ରାମ।

ସମଗ୍ର ବିଶ୍ୱର ପରିସ୍ଥିତି ଦିନକୁଦିନ ଜଟିଳରୁ ଜଟିଳତର ହେବାରେ ଲାଗିଛି। ପ୍ରତିନିୟତ ପରିବର୍ତ୍ତନର ଧାରା ପ୍ରବାହିତ ହେବାରେ ଲାଗିଛି। କାଲି ଯାହା ସତ୍ୟ, ପ୍ରଗତିଶୀଳ ଏବଂ ସର୍ବାଧୁନିକ ଥିଲା - ଆଜି ତାହା ପୁରୁଣା ହୋଇଯାଉଛି। ନୂଆ ନୂଆ ଘଟଣା ପ୍ରତ୍ୟେକ ମୁହୂର୍ତ୍ତରେ ଘଟିଚାଲିଛି। ଅଭିନବ ଉଦ୍ଭାବନ ଅହରହ ସୃଷ୍ଟି ହେଉଛି। ବିଶ୍ୱର କୋଣେ ଅନୁକୋଣେ ଯେକୌଣସି ସାଧାରଣ-ଅସାଧାରଣ ଘଟଣା-ଅଘଟଣା ଘଟିଯାଉଛି, ଆଖି ପିଛୁଳାକେ ସମୁଦ୍ରର ଢେଉ ଭଳି ଜନମାନସରେ ପ୍ରତିଧ୍ୱନିତ ହେଉଛି। ଗଣମାଧ୍ୟମର ଦ୍ରୁତ ବିକାଶ ଘଟିଚାଲିଛି। ଯାହା ଯୋଗୁଁ ଅଛପା ବୋଲି କିଛି ରହୁନାହିଁ।

ସବୁଠି ଚୁକ୍ତିଭିତ୍ତିରେ ଶ୍ରମିକମାନେ କାମ କରୁଛନ୍ତି। କଳକାରଖାନା, ଖଣିଖାଦାନ, ବନ୍ଦର, ରେଳ ଏବଂ ଯେକୌଣସି ଶିଳ୍ପରେ ଠିକା ଶ୍ରମିକ ଭର୍ତ୍ତି। ସର୍ବନିମ୍ନ ମଜୁରୀ ସୁବିଧା ସୁଯୋଗ ପାଇବା କଷ୍ଟକର। ସୁରକ୍ଷା କଥା ନ କହିଲେ ଭଲ। କୌଣସି ନିୟମ କାନୁନ ପାଳନ ହୁଏନା। ପ୍ରାୟ ୯୦ ଭାଗ ଶିଳ୍ପରେ ଏଭଳି ଅବସ୍ଥା। ବାକି ୧୦ ଭାଗ ଶିଳ୍ପରେ ସଂଗଠିତ ଶ୍ରମିକ କାମ କରୁଥିବାରୁ ସେଠାରେ ଟ୍ରେଡ୍ ୟୁନିୟନ୍ମାନଙ୍କ ଉପସ୍ଥିତି ଯୋଗୁ କିଛିଟା ପ୍ରାପ୍ୟ ମିଳେ। କିନ୍ତୁ ଠିକାରେ କାମ କରୁଥିବା ଶ୍ରମିକ, ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନେ ପେଟ ବିକଳରେ କପାଳରେ ହାତ ମାରି କାମ କରିଥାଆନ୍ତି। ଏଇଠି ଶ୍ରମିକ ଆନ୍ଦୋଳନ ପଛରେ ପଡ଼ିଯାଇଛି। ଶ୍ରମିକମାନେ ପରାଜୟର ସ୍ୱାଦ ଚାଖୁଛନ୍ତି।

ଶ୍ରମ ଓ ପୁଞ୍ଜି ମଧ୍ୟରେ ବିବାଦ ଲଢ଼େଇ ପୂର୍ବରୁ ଥିଲା ଆଜି ମଧ୍ୟ ଅଛି। ଶ୍ରମିକମାନେ ଉପଯୁକ୍ତ ମଜୁରୀ ଚାହାଁନ୍ତି। ମାଲିକମାନଙ୍କର ଅତ୍ୟଧିକ ମୁନାଫା ଦରକାର। ଏ କଥା କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ଅପ୍ରିୟ ସତ୍ୟ। ଆଜି ବି ୧ ଭାଗ ମାଲିକ ଶ୍ରେଣୀର ରାଜୁତି ବିଶ୍ୱବ୍ୟାପି ଚାଲିଛି। ବାକି ୯୯ ଭାଗ ଶ୍ରମଜୀବୀ ଏବେବି ଶୋଷିତ, ନିଷ୍ପେଷିତ, ନିର୍ଯାତିତ। ଶ୍ରମିକ ଶ୍ରେଣୀର ବିଭିନ୍ନ ଦେଶରେ କମ୍ୟୁନିଷ୍ଟ ପାର୍ଟି ଖଣ୍ଡବିଖଣ୍ଡିତ। ସର୍ବହରାର ଏକନାୟକତ୍ୱର ଲକ୍ଷ୍ୟ, ମାର୍କସ୍ୱାଦ, ଲେନିନ୍‌ବାଦ, ମାଓବାଦକୁ କେବେଠୁ ଭୁଲିଗଲାଣି। ନୀତି ଆଦର୍ଶ ମୁହଁରେ ଯେତେ କଣ୍ଠ ଫଟାଇ ଚିକ୍ରାର କଲେବି କାର୍ଯ୍ୟରେ ପେଟି ବୁର୍ଜୁଆ। ମାଲିକ ଶ୍ରେଣୀ ବିଭିନ୍ନ ଦେଶରେ ସଙ୍କଟରେ ପଡ଼ି ଛଟପଟ ହେଉଥିଲା ବେଳେ ସେମାନଙ୍କ ଦ୍ୱାରା ପାଳିତ ରାଜନୈତିକ ଦଳ ମଧ୍ୟରେ ମଧ୍ୟ ଭାଙ୍ଗଣ ଧରିଛି। ତେଣୁ ମାଲିକ ଓ ଶ୍ରମିକ ଶ୍ରେଣୀ ଦଳମାନଙ୍କ ମଧ୍ୟରେ କାଦୁଅ ଫିଙ୍ଗାଫିଙ୍ଗି ଅବ୍ୟାହତ ରହିଛି। ଏହାଦ୍ୱାରା ଶ୍ରମିକଶ୍ରେଣୀ ବେଶି କ୍ଷତିଗ୍ରସ୍ତ ହେଉଛନ୍ତି।

ପୁଞ୍ଜି ବିରୁଦ୍ଧରେ ଲଢ଼େଇ କରି ଶ୍ରମିକ ଶ୍ରେଣୀ ଛିନ୍ନଛତ୍ର ହୋଇପଡ଼ିଛି। ଏଇ ବିଶ୍ୱର ବିନ୍ଧାଣୀ ଶ୍ରମିକଶ୍ରେଣୀ କେବେ ତା'ର ହକ୍ ପ୍ରାପ୍ୟ ଅଧିକାର ପାଇବ? ଏଇ ଅଧିକାର ପାଇଁ ଶ୍ରମିକ ଶ୍ରେଣୀକୁ ଐକ୍ୟବଦ୍ଧ କରି ସଠିକ୍ ପଥରେ ପରିଚାଳନା କରିବା ପାଇଁ ଯେଉଁମାନେ ସ୍ୱଘୋଷିତ ଦାୟିତ୍ୱ ବହନ କରିଥିଲେ – ସେମାନେ ପାର୍ଲାମେଂଟାରୀ ମୋହରେ ପଡ଼ି ଧରାଶାୟୀ। ଯାହା ଫଳରେ ଆନ୍ଦୋଳନ ଆଉ ସେ ପୂର୍ବ ଆନ୍ଦୋଳନ ଭଳି ନାହିଁ। ସଠିକ୍ ନେତୃତ୍ୱ ଓ ଆନ୍ଦୋଳନ ବିନା ଶ୍ରମିକଶ୍ରେଣୀ ଆପଣାର ଅଧିକାର ସାବ୍ୟସ୍ତ କରିପାରୁନି। ବିଶ୍ୱର ବିଭିନ୍ନ ଦେଶରେ ଏପରିକି କିଛି କିଛି ଦେଶର ବିଭିନ୍ନ ରାଜ୍ୟରେ ଆମ ଭାରତର ପଶ୍ଚିମବଙ୍ଗ, ତ୍ରିପୁରା, କେରଳ ରାଜ୍ୟରେ କମ୍ୟୁନିଷ୍ଟମାନେ ସରକାରରେ ଥିଲେ। କିନ୍ତୁ ଶ୍ରମିକଶ୍ରେଣୀର ଯେଉଁ ପରିବର୍ତ୍ତନ ହେବାର ଥିଲା ତାହା ହେଲାନି। ଏଥିପାଇଁ ଶ୍ରମିକମାନଙ୍କ ଅପେକ୍ଷା ନେତାମାନେ ବେଶି ଦାୟୀ।

ଶ୍ରମିକମାନଙ୍କୁ ରାଜନୈତିକ ଭାବେ ସଚେତନ କରାନଯାଇ ଅର୍ଥନୈତିକ ସୁବିଧାବାଦର ଗଣ୍ଡି ଭିତରକୁ ଛାଡ଼ି ଦିଆଗଲା। ପୁଞ୍ଜିର ଚରିତ୍ର ଅହର୍ନିଶ ବଦଳି ଯାଉଥିଲା ବେଳେ ଶ୍ରମର ଚରିତ୍ର ସେଇ ପୁରୁଣା ଢଙ୍ଗରେ ଚାଲିଛି। ଟ୍ରେଡ୍ ୟୁନିୟନ୍‌ମାନେ ନୂଆ ଭାବେ ଶ୍ରମିକ ଶ୍ରେଣୀକୁ ଦିଗ୍‌ଦର୍ଶନ ଦେଉନାହାଁନ୍ତି। ଯେତେ ଆନ୍ଦୋଳନ କଲେ ମଧ୍ୟ ବାସ୍ତବ ଦାବି ପୂରଣ ହେଉନି।

ଯେଉଁ ଶ୍ରମିକମାନେ ଭାବୁଛନ୍ତି - ନେତାମାନେ ସବୁ ଠିକ୍‌ଠାକ୍ କରିଦେବେ ସେମାନେ ପ୍ରକୃତରେ ଠକି ଯାଉଛନ୍ତି। ଆଉ ପୂର୍ବରୁ ସେ ସଂଗ୍ରାମୀ ସଚ୍ଚା ନେତା ନାହାଁନ୍ତି ଯେଉଁମାନେ ଶୟନେ ସ୍ୱପନେ ଜାଗରଣେ ଶ୍ରମିକଶ୍ରେଣୀର ମୁକ୍ତି ଚାହୁଁଥିଲେ, ଲଢ଼ୁଥିଲେ ମଧ୍ୟ। ଆଜିର ନେତାମାନଙ୍କୁ ଆତ୍ମସ୍ୱାର୍ଥ ବନ୍ଦୀ କରି ରଖିଛି। ସେମାନେ ଶ୍ରମିକର ସ୍ୱାର୍ଥ ଦେଖିବେ କିପରି?

ଶ୍ରମିକମାନେ ଏବେ ଆଉ ପୁରୁଣା ଢଙ୍ଗରେ ଚାଲିଲେ ହେବନି। ଯେତେଦିନ ପର୍ଯ୍ୟନ୍ତ ଶ୍ରମିକମାନେ ସାମାଜିକ ଆନ୍ଦୋଳନ ସଂଗେ ଯୋଗଦାନ କରୁନାହାଁନ୍ତି ସେତେଦିନ ପର୍ଯ୍ୟନ୍ତ ପଛୁଆ ହୋଇ ରହିଥିବେ। ଶ୍ରମିକଶ୍ରେଣୀର ଏ ଦୟନୀୟ ଅବସ୍ଥା ଦେଖି ବେଳେବେଳେ ମନଟା ମୋର ଖରାପ ହୋଇଯାଏ।

୧୯୧୯ରୁ ଆନ୍ତର୍ଜାତିକ ଶ୍ରମ ସଂଗଠନ ଶକ୍ତିଶାଳୀ ଟ୍ରେଡ୍ ୟୁନିୟନ୍ ଉପରେ ଗୁରୁତ୍ୱ ଦେଇଆସିଛି। ଅଧିକାଂଶ ଟ୍ରେଡ୍ ୟୁନିୟନ୍ ରାଜନୀତି ଦଳର ପଲାରେ ବଟକରା ହୋଇଯାଇ ଅସଲ ଆନ୍ଦୋଳନରୁ ଓହରି ଆସୁଛନ୍ତି। ଶ୍ରମିକମାନଙ୍କ ଅଧିକାର ସମ୍ପର୍କରେ ରାଜନୈତିକ ସମସ୍ୟା ନୁହେଁ  - ଏହା ଅଧିକନ୍ତୁ ସାମାଜିକ ଓ ସାଂସ୍କୃତିକ ସମସ୍ୟା। ଯେଉଁମାନଙ୍କ ଲୁହଲହୁରେ ଦେଶବିଦେଶ ରାଜ୍ୟର ଅର୍ଥନୀତି ସମୃଦ୍ଧି ହୁଏ, ଶିଳ୍ପପତିମାନଙ୍କର ହିମାଳୟ ପର୍ବତ ସଦୃଶ ସମ୍ପତି ବୃଦ୍ଧିହୁଏ, ସେଇ ଶ୍ରମଜୀବୀମାନଙ୍କ ଦୁଃଖ ବୁଝୁଛି କିଏ?

ଶ୍ରମିକ ଶ୍ରେଣୀର ମୂଳ ସମସ୍ୟା ପ୍ରୟୋଜନୀୟ ଖାଦ୍ୟ ବସ୍ତ୍ର ବାସଗୃହ ପାଇଁ ଉପଯୁକ୍ତ କର୍ମନିଯୁକ୍ତି ଓ ଆବଶ୍ୟକ ମଜୁରି। ଆମ ପ୍ରିୟ ଭାରତବର୍ଷକୁ ଏକ ସମୃଦ୍ଧିଶାଳୀ, ବିକାଶଶୀଳ ଓ ଶକ୍ତିଶାଳୀ ଦେଶରୂପେ ଗଢ଼ି ତୋଳିବାକୁ ହେଲେ ଲୋକମାନଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିବାକୁ ହେବ। ମୂଳ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ହେବ। ପ୍ରଥମେ କୃଷିର ଆଧୁନିକୀକରଣ କରାଯାଇ ଖାଦ୍ୟ ଉତ୍ପାଦନ ବୃଦ୍ଧି କରିବାକୁ ହେବ। ଗାଁ ଗହଳିର ଯେଉଁ ଲୋକମାନେ ବଳକା ହୋଇପଡ଼ିବେ ସେମାନଙ୍କୁ କାମ ଯୋଗାଇବା ପାଇଁ ଶିଳ୍ପ ବିକାଶର ଅବାଧ ରାସ୍ତା ଖୋଲିଦେବାକୁ ହେବ। ବେକାର ସମସ୍ୟା ସମାଧାନ କରିବାକୁ ହେବ - ସୁଷମ ବଂଟନ ଓ ଦରଦାମ ସ୍ଥିର ରଖିବାକୁ ହେବ। ଏହି ଜଟିଳ ପ୍ରଶ୍ନ ଗୁଡ଼ିକ ଆମ ଦେଶର ରାଷ୍ଟ୍ର ଚରିତ୍ର ଓ ଅର୍ଥନୈତିକ ବ୍ୟବସ୍ଥା ସହିତ ଓତପ୍ରୋତଃ ଭାବେ ଜଡ଼ିତ। ଯେତେଦିନ ପର୍ଯ୍ୟନ୍ତ କୃଷିର ଆଧୁନିକୀକରଣ, କ୍ରମାଗତ ଶିଳ୍ପବିକାଶ, ଉତ୍ପାଦନର ସାମାଜିକ ମାଲିକାନା ଶ୍ରମିକ ଶ୍ରେଣୀର ରାଷ୍ଟ୍ରବ୍ୟବସ୍ଥା ପ୍ରତିଷ୍ଠିତ ନ ହୋଇଛି ସେତେଦିନ ପର୍ଯ୍ୟନ୍ତ ଶ୍ରମିକଶ୍ରେଣୀର ମୌଳିକ ସମସ୍ୟା ସମାଧାନ ହେବା ଅସମ୍ଭବ। ସ୍ଥାୟୀ ସମାଧାନ ଏକମାତ୍ର ନିର୍ଭର କରୁଛି ଶୋଷଣହୀନ ସମାଜ ବ୍ୟବସ୍ଥାର ପ୍ରଚଳନ। କୌଣସି ଦେଶର ସରକାରର ପରିବର୍ତ୍ତନ ଶାସକର ପରିବର୍ତ୍ତନ ହେଲେ ରାଷ୍ଟ୍ର ବ୍ୟବସ୍ଥା ପରିବର୍ତ୍ତନ ହୋଇଯାଏନା।

ଏହା ମଧ୍ୟରେ ଅନ୍ତର୍ଜାତୀୟ ଓ ଜାତୀୟ କ୍ଷେତ୍ରରେ ବହୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଓ ଘଟଣା ଘଟିଯାଇଛି, ଯାହା ଫଳରେ ଶ୍ରମିକ ଆନ୍ଦୋଳନ ଓ ସମସ୍ତ ପ୍ରକାର ଶୋଷଣରୁ ମୁକ୍ତି ପାଇଁ ଶ୍ରମଜୀବୀ ଜନଗଣଙ୍କ ସଂଗ୍ରାମ ଅତ୍ୟନ୍ତ ଜଟିଳ ଓ କଷ୍ଟସାଧ୍ୟ ହୋଇପଡ଼ିଛି। ତା ସତ୍ତ୍ୱେ ରାତ୍ରିର ଅନ୍ଧକାର ଭେଦକରି ନୂତନ ସୂର୍ଯ୍ୟର ଆଗମନୀକୁ କେହି ଯେପରି ରୋକି ପାରନ୍ତି ନାହିଁ, ସେହିଭଳି ଶ୍ରମିକ ଶ୍ରେଣୀର ଅଗ୍ରଗତିକୁ ରୋକିବାର ସାହସ କାହାର ନାହିଁ। ସାମୟିକ ଭାବେ ଶ୍ରମିକ ଶ୍ରେଣୀ ଆନ୍ଦୋଳନରେ ସାମୟିକ ସଙ୍କଟ ସତ୍ତ୍ୱେ ପୁଣି ବିଶ୍ୱବ୍ୟାପୀ ଶ୍ରମିକ ଆନ୍ଦୋଳନ, ସମାଜତାନ୍ତ୍ରିକ ବିପ୍ଳବର ଜୁଆର ଆସୁଛି। ଯେତେଦିନ ପର୍ଯ୍ୟନ୍ତ କ୍ଷୁଧା-ବେକାରୀ-ଅଭାବ ଅନଟନ ଥିବ, ଶ୍ରମିକମାନେ ଲଢ଼େଇ ଜାରି ରଖିବେ। ଶେଷରେ ଶ୍ରମିକ ଶ୍ରେଣୀର ଜୟ ସୁନିଶ୍ଚିତ।

ଯାଜପୁର ରୋଡ, ଯାଜପୁର

ମୋ : ୯୮୬୧୦୩୪୧୬୩

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story