ଉତ୍କଳ କ୍ଷେତ୍ର ନା ଉତ୍କଟ କ୍ଷେତ୍ର?

ମାୟାଧର ନାୟକ ଓଡିଶା ଗୋଟିଏ ମନୁଷ୍ୟକୃତ ମହାମରୁଡିର ମୁଲକ। ଏ ମହାମରୁଡି କେବଳ ଖାଦ୍ୟାଭାବ କ୍ଷେତ୍ରରେ ଅନୁଭୂତ ହେଉନାହିଁ – ଅନ୍ୟାନ୍ୟ ଅନେକ ‘ଅଭାବ’ କ୍ଷେତ୍ରରେ ମଧ୍ୟ ଅନୁଭୂତ ହେଉଛି। ସେଥିରୁ ମୁଖ୍ୟ ଅଭାବଟି ହେଉଛି ସାରା ଓଡିଶାରେ ବ୍ୟାପିସାରିଥିବା ଜନ-ସଚେତନତାର ଅଭାବ। ଏ ମୁଲକରେ ମଣିଷମାନଙ୍କୁ ଶାସନର ସାହେନ୍‌ସାମାନେ ମୁଣ୍ଡା ଏବଂ ପ୍ରଶାସନର ସାହେବମାନେ ମେଣ୍ଢା ବନାଇ ଆସିଥିବାର ଅଜବ ଅବସ୍ଥା ବଜାୟ ରହିଲାଣି ବର୍ଷବର୍ଷ। ମୁଣ୍ଡା, ମେଣ୍ଢାମାନଙ୍କ ମେଳିଗୁଡାକୁ ଖତମ୍ କରିଦେଇ ଗୁଣ୍ଡାଗେଣ୍ଡାମାନେ ଏଠି […]

odisha

odisha

Debendra Prusty
  • Published: Thursday, 28 January 2021
  • Updated: 28 January 2021, 06:03 PM IST

Sports

Latest News

ମାୟାଧର ନାୟକ

ଓଡିଶା ଗୋଟିଏ ମନୁଷ୍ୟକୃତ ମହାମରୁଡିର ମୁଲକ। ଏ ମହାମରୁଡି କେବଳ ଖାଦ୍ୟାଭାବ କ୍ଷେତ୍ରରେ ଅନୁଭୂତ ହେଉନାହିଁ - ଅନ୍ୟାନ୍ୟ ଅନେକ ‘ଅଭାବ’ କ୍ଷେତ୍ରରେ ମଧ୍ୟ ଅନୁଭୂତ ହେଉଛି। ସେଥିରୁ ମୁଖ୍ୟ ଅଭାବଟି ହେଉଛି ସାରା ଓଡିଶାରେ ବ୍ୟାପିସାରିଥିବା ଜନ-ସଚେତନତାର ଅଭାବ। ଏ ମୁଲକରେ ମଣିଷମାନଙ୍କୁ ଶାସନର ସାହେନ୍‌ସାମାନେ ମୁଣ୍ଡା ଏବଂ ପ୍ରଶାସନର ସାହେବମାନେ ମେଣ୍ଢା ବନାଇ ଆସିଥିବାର ଅଜବ ଅବସ୍ଥା ବଜାୟ ରହିଲାଣି ବର୍ଷବର୍ଷ। ମୁଣ୍ଡା, ମେଣ୍ଢାମାନଙ୍କ ମେଳିଗୁଡାକୁ ଖତମ୍ କରିଦେଇ ଗୁଣ୍ଡାଗେଣ୍ଡାମାନେ ଏଠି ଅକ୍ତିଆର କରିନିଅନ୍ତି ଦପ୍ତର ଓ ଦରବାର। କଳାଟଙ୍କାର କୁମ୍ଭୀରକୁଳ କେଳି କରନ୍ତି ଧଳାହାତୀମାନଙ୍କ ଧରାବନ୍ଧା ପହରାଦାରି ଭିତରେ। କବି ସାଲବେଗ ଯଦି ବଂଚିଥାନ୍ତେ ଆଜିଯାଏଁ, ତା’ହେଲେ ଏଠାକାର ଏ କୁତ୍ସିତ କୁମ୍ଭୀର ଆଉ ଧୋବ ଧାଉଳିଆ ହାତୀପଲଙ୍କର ଏଭଳି ଅଭେଦ୍ୟ ପ୍ରୀତି ଦେଖିସାରିବା ପରେ ନିଜ ଭଜନରୁ ସେଇ ପ୍ରସିଦ୍ଧ ପଦଟିକୁ ପ୍ରତ୍ୟାହାର କରିନେଇଥାନ୍ତେ ନିଶ୍ଚୟ – ‘ଗଜରାଜ ଡାକଦେଲା ଥାଇ ଘୋର ଜଳେଣ / ଚକ୍ର ପେଷି ନକ୍ର ନାଶି ଉଦ୍ଧରିଲ ଆପଣ!’

ଓଡିଶା ଗୋଟିଏ ମନୁଷ୍ୟକୃତ ମରୁପ୍ରଦେଶ। ଏ ମରୁପ୍ରଦେଶରେ ବର୍ଷା ବନେ ବତାସ, ଚଷା ହୁଏ ହତାଶ। ଏଠି ଜଗନ୍ନାଥ ନାଆଁରେ ଜଣେ କାଠ ହୋଇଯାଇଥିବା ଦିଅଁଙ୍କର ପୂଜାପାଠ ଚାଲେ ପଣ୍ଡାପଢିହାରୀଙ୍କ ଜରିଆରେ। ଏ ଦିଅଁଙ୍କ ହାତରେ ଚକ୍ରଟିଏ ମଧ୍ୟ ଅଛି – ସୁଦର୍ଶନ ଚକ୍ର। କିନ୍ତୁ କୁଦର୍ଶନ ନକ୍ର ବା କୁତ୍ସିତ କଳାକୁମ୍ଭୀରକୁଳ ମଧ୍ୟରୁ ଗୋଟିକୁ ବି ତାଙ୍କ ସୁଦର୍ଶନ ଚକ୍ର ନାଶିପାରିଥିବାର ନମୂନା କେହି ପ୍ରତ୍ୟକ୍ଷ କରିପାରିନାହାନ୍ତି ଏଯାବତ୍। ବରଂ କୁମ୍ଭୀର କାନ୍ଦଣା ମଧ୍ୟରେ ବରାବର ଶୁଣିବାକୁ ମିଳିଥାଏ – ‘ଜୟ ଜଗନ୍ନାଥ‘! ଜଗନ୍ନାଥ ଏଠି ଶବରପଡାରୁ ଚୋରାରେ ଚାଲାଣ ହୋଇଆସିଥିବା ସେଇ ଦାରୁଦେବତା, ଯିଏ ବଡଦେଉଳ ବୋଲି ଉପକୂଳିଆଙ୍କର ଗୋଟାଏ କାରୁକାର୍ଯ୍ୟର କାରାଗାରରେ କେଉଁକାଳୁ କଇଦୀ! ଜଗନ୍ନାଥଙ୍କୁ ରାଜନୀତିର ରାସ୍ତାରେ ଶସ୍ତା ସ୍ଲୋଗାନ୍‌ଟାଏ କରିସାରିଛନ୍ତି କୁଶଳୀ ମୂଷଳୀବର୍ଗ। ନିରୀହ ଆଦିବାସୀର ଧର୍ମଦେବତା ନୀଳମାଧବ ଆଜି କୁଟିଳ କପଟୀର କର୍ମକବଳିତ କଳାଠାକୁର! ଚକ୍ରୀ ଆଜି କୁଚକ୍ରୀମାନଙ୍କ କର୍ତୃତ୍ୱରେ! ଜଙ୍ଗଲ ଜଳୁଚି – ଜମି ଜବରଦଖଲ ହେଉଛି – ଜଳ ମାଡିଆସୁଛି ଲୁଣିଜିଭ ଲହଲହ କରି – ଜଗନ୍ନାଥ ଜଣାଣ କିନ୍ତୁ ଜାକଜମକରେ ପାଲଟିଛି ପାର୍ଟି ପଲିଟିକ୍‌ସ୍‌ର ପାମ୍ପ୍‌ଲେଟ... କାଏମୀ ସ୍ୱାର୍ଥର କଟ୍‌ଲେଟ୍! ଜଗନ୍ନାଥଙ୍କୁ ନେଇ ଏଠି ଗଢାହୁଏ ଅଜବ ଗୁଜବ - ପଢାହୁଏ ଗଡ଼ବଡ଼ ଗଣତନ୍ତ୍ରର ଗୁପ୍ତଗାଥା - ଲଢାହୁଏ ଇଲେକ୍‌ସନ୍ – କଢାହୁଏ କଳିଙ୍ଗ କଳ୍‌କୀର ପ୍ରସେସନ୍ – ଚଢ଼ାହୁଏ ଭୋଗୀଭଗତର ପୂଜାଫୁଲ – ଝଡ଼ାହୁଏ ବିତର୍କର ବତିଶଦାନ୍ତ - ତଢ଼ାହୁଏ ବସ୍ତିବାସୀର ମାଟିକାନ୍ଥ! ଏଠି ଜଗନ୍ନାଥଙ୍କ ନାଆଁରେ ଜାଗୁଆର୍‌ଙ୍କୁ ଜୁଟେ ଜାଗିରି, ଡକାୟତଙ୍କୁ ମିଳେ ଡିଗିରି, ଚାକୁବାଲାଙ୍କୁ ଦିଆଯାଏ ଚାକିରି, ବେଠିଆଙ୍କୁ ବଂଟାଯାଏ ବେକାରୀ। ଜଗନ୍ନାଥଙ୍କ ରାଜ୍ୟ ରୂପେ ଚିହ୍ନଟ ହେଉଥିବା ଓଡିଶା - ଦାରିଦ୍ର‌୍ୟ ଓ ଦୁର୍ନୀତିର ପ୍ରଖର ପ୍ରତିନିଧିତ୍ୱ କରିଆସିଛି ଏକକାଳୀନ। ଏ ଗରିବ ରାଜ୍ୟରେ ଧର୍ମତନ୍ତ୍ରୀମାନେ ଧନୀ, ମନ୍ତ୍ରୀମାନେ ମହାଜନ, ହାକିମହୁକୁମମାନେ ଧର୍ମ୍ୟଧିରାଜ। ଆଖି ଥାଇ ସାକ୍ଷୀ ନୁହଁନ୍ତି ଚକାଆଖିଆ। ଦେବତା ଏଠି ଦାରୁ – ନେତା ଏଠି ମାରୁ – ଭୋଟର୍‌ମାନେ ଭୀରୁ। ଜୟ ଜଗନ୍ନାଥ - ହିନ୍ଦୁଧର୍ମର ହୁରି ଶୁଭୁଚି ହୁଣ୍ଡି ଭିତରୁ।

ଓଡିଶା ଗୋଟିଏ ମନୁଷ୍ୟକୃତ ମଶାଣିପଦା। ଏଠି ଅନେକ ଶବଦାହ। ଶବଦାହ – ସ୍ୱପ୍ନର, ସଂକଳ୍ପର, ସଂସ୍କୃତିର, ସାହିତ୍ୟର, ସାମ୍ବାଦିକତାର, ସଭ୍ୟତାର! ଶବଦାହ – ବିଦ୍ରୋହର, ବିପ୍ଲବର, ପ୍ରତିବାଦର, ପ୍ରତିଭାଦୀପ୍ତ ନବତାରୁଣ୍ୟର। କଳିଙ୍ଗର ସ୍ଫୁଲିଙ୍ଗ, କଙ୍ଗୋଦର କୌଳିନ୍ୟ, କୋଶଳର କୌମୁଦୀ, ଉତ୍କଳର ଉତ୍ପଳ ଏଠି ପାଉଁଶ ପାହାଡ ତଳେ ପ୍ରତ୍ନତତ୍ୱଜ୍ଞର ପ୍ରାପ୍ୟ କେବଳ! ଭୋକର ଭୂଗୋଳ ଏ ଓଡିଶା - ନିଜ ଇତିହାସର ଇତିକଥା ଲେଖେ ସନନ୍ଦରେ, ଶିଳାଲିପିରେ, ପୋଥିପତ୍ରରେ, ପାଞ୍ଜି ଫର୍ଦ୍ଦରେ, ପୋକରା ପାଇକଖେଦାରେ, ଫିମ୍ପିମରା ପୂର୍ବମାଗଧୀରେ! ଭୌମ, ସୋମ, କେଶରୀ, ଗଙ୍ଗ, ସୂର୍ଯ୍ୟବଂଶର ଅନେକ ଅବଶିଷ୍ଟାଂଶ ପାଲଟେ ଓଡିଶାର ଅସ୍ପଷ୍ଟ ଇତିହାସ। ଓଡିଆ ହେଉଛି ଏପରି ଏକ ବିଚିତ୍ର ଜାତି - ଯିଏ ନିଜ ଭୂଇଁକୁ ଭଲପାଇ ପାରେନା, ନିଜ ଭାଇକୁ ଭାଗ ପାଇଁ ଭଗାରି ବନାଇଦିଏ। ଯଦି ପାଂଚବର୍ଷ ଓଡିଶାଭୂଇଁରୁ ଏ ଓଡିଆମାନଙ୍କୁ ବିସ୍ଥାପିତ କରି ମରାଠୀ, ଜାଠ୍‌, ଶିଖ୍ ବା ବଙ୍ଗୀୟମାନଙ୍କୁ ସୁଦ୍ଧା ଥଇଥାନ କରିଦିଆଯାଏ, ତା’ହେଲେ ଏ ଓଡିଶାରାଜ୍ୟ ନିଜ ଇଜ୍ଜତ ହରାଇଥିବାର ଲଜ୍ଜାକର ଲାଂଛନାରୁ ମୁକୁଳିପାରିବ ହୁଏତ। ପ୍ରତିକ୍ରିୟାହୀନ, ପ୍ରତିବାଦହୀନ ଓଡିଆ ଜାତି ସବୁପ୍ରକାର ଜୁଲୁମ୍‌କୁ ବରଦାସ୍ତ କରିନେଉଥିବାରୁ ହିଁ ଏଠି ଶାସନ ଲଙ୍ଗଳା, ପ୍ରଶାସନ ହୁଗୁଳା। ଛୋଟଛୋଟ ଖୁଚୁରା ଖେଳରେ ଏଠି ଖବରକାଗଜମାନେ ବ୍ୟସ୍ତ। ନା ସେମାନେ ଜନମତକୁ ଯଥାର୍ଥ ମାର୍ଗଦର୍ଶନ ଦେଇପାରନ୍ତି ନା ନୂତନ ଶକ୍ତିକୁ ମଦତ୍। ଏଠି ସମ୍ବାଦପତ୍ର ପାଲଟେ ଶାସକ ଦଳର ପ୍ରଶସ୍ତିପତ୍ର ନହେଲେ ବିରୋଧୀଦଳର ବିରଜାପାଞ୍ଜି! ଓଡିଶା ପାଇଁ ଆରିସି ନାହିଁ। ଓଡିଶାର ମୁହଁ ଦିଶେନାହିଁ ଓଡିଆ ଖବରକାଗଜ ଫର୍ଦ୍ଦରେ। ସାତଆଠଟା ସହରର ସକାଳସବୁ ସମ୍ବାଦ ହୁଏ ଏଠି, ଅଜଣାଅଶୁଣା ହୋଇ ରହିଯାଏ କିନ୍ତୁ ହଜାର ହଜାର ଗାଆଁଗଣ୍ଡାର ଧୂଳିସଞ୍ଜ ଆଉ ଆଦିବାସୀପଡାର ଅଧରାତି।

ଓଡିଶା ଗୋଟିଏ ମନୁଷ୍ୟକୃତ ମେରୁପ୍ରଦେଶ। ଏଠି ସବୁ ଶୀତଳ। ସବୁ ଶିଥିଳ। ବରଫଠାରୁ ଆହୁରି ଥଣ୍ଡା ଓଡିଆମାନଙ୍କର କଲିଜା। ସବୁ ମଜଦୂର ଆନ୍ଦୋଳନ ଶେଷହୁଏ ଶୀତତାପ ନିୟନ୍ତ୍ରିତ ମାଲିକ ମହଲରେ, ସବୁ କୃଷକ ବିପ୍ଲବର ଅନ୍ତ ଘଟେ କୃପଣ ମହାଜନମାନଙ୍କ ବେଙ୍ଗଳା ବୁଲାରେ, ସବୁ କର୍ମଜୀବୀ ଧର୍ମଘଟ ଚର୍ମ ଘଷେ ପଦ୍ମ ଘୁଂଚିଘୁଂଚି ଯାଉଥିବା ସରକାରୀ ସରୋବରରେ। ନିୟମିତ ରତିକ୍ରିୟା ଓ ଅନିୟମିତ ପ୍ରତିକ୍ରିୟାକୁ ନେଇ ପ୍ରକୃତରେ ଏକ ଅଦ୍ଭୁତ ମେରୁପ୍ରଦେଶ ଏ ଓଡିଶା। ଏଠି ଅବିଚାର, ବ୍ୟଭିଚାର, ଭ୍ରଷ୍ଟାଚାର, ନଷ୍ଟାଚାର, ଅନାଚାର ଇତ୍ୟାଦି ଅନେକ ଆଚାର ମିଳୁଥାଏ ମାହାଳିଆ। କରଜର କୋରଡାମାଡରେ ମରୁଥାଏ ଚାଷୀ - ଅନ୍ନ ବିହୁନେ ହଂସହାନି ଦର୍ଶାଉଥାଏ ଉପାସୀ ଆଦିବାସୀ। ଭଣ୍ଡମାନେ ସାଜୁଥାନ୍ତି ସନ୍ନ୍ୟାସୀ – ଭାଣ୍ଡମାନେ ବନୁଥାନ୍ତି ଶିଳାନ୍ୟାସୀ। ଭଣ୍ଡ, ଭାଣ୍ଡ, ଭେରଣ୍ଡମାନଙ୍କୁ ନେଇ ଓଡିଶା ଶାସନର ଭୋଗମଣ୍ଡପ। ଗାଲୁଆଙ୍କ ଗଞ୍ଜେଇଡିହ ପରି ଦୂରରୁ ଦିଶୁଥାଏ ପ୍ରଶାସନର ପ୍ରାଚୀରବେଷ୍ଟିତ ପରିସର। ସୌଧଶୀର୍ଷରେ ଉଡୁଥାଏ ଜାତୀୟପତାକା। ଜନଗଣଙ୍କ ପାଇଁ ଜାରି ରହିଥାଏ ଜାତୀୟ ସଂଗୀତ। ଏମିତି ଏଠାକାର ଚିତ୍ର ଓ ଭୂଚିତ୍ର। ପାଳିତ ପାଳଭୂତମାନେ ଚଳାଇଥାନ୍ତି ସରକାର ରାଜ୍ - ପୁଲିସ୍ ପାଲଟୁଥାଏ ସରକାରୀ ବରକନ୍ଦାଜ୍। ଦଳିତଙ୍କୁ ନେଇ ଦଳ, ରଇତକୁ ନେଇ ରାଜନୀତି, ମାଓଙ୍କୁ ନେଇ ମାମଲା, ମାଫିଆଙ୍କୁ ନେଇ ମୁକାବିଲା – ଏବର ଓଡିଶା ଆନ୍ଦୋଳନର ଏପାଖସେପାଖ। ଏଠି ତେଣୁ ସବୁ ଶୀତଳ - ଅବତଳ ଓ ସମତଳକୁ ଉପହାସ କରୁଚି ଶତସହସ୍ର ସପ୍ତତଳ! ଏଇସବୁ ସପ୍ତତଳରେ ଗୁପ୍ତମନ୍ତ୍ରଣାରତ ତୃପ୍ତଘାତକଦଳ।

ଓଡିଶା ଗୋଟିଏ ମନୁଷ୍ୟକୃତ ମୃଗୟାକ୍ଷେତ୍ର। ଏ ମୃଗୟାକ୍ଷେତ୍ରର ମୃଗୁଣୀସ୍ତୁତିକୁ କର୍ଣ୍ଣପାତ କରନ୍ତି ନାହିଁ କେବେ କୌଣସି ଈଶ୍ୱର କି ଠାକୁର। ମାଆଟିଏ ମଥା ନୁଆଉଁଥାଏ କଥାର ବାଟୁଳି ମାରୁଥିବା ପୁଅ ପାଖେ, ଭଉଣୀଟିଏ ଭଉଁରୀ ଖାଉଥାଏ ସହରୀ ଭାଇଙ୍କ ସଡକ ଚଡକ ଚକ୍ରରେ, ଝିଅଟିଏ ଝାଉଁଳି ପଡୁଥାଏ ଝାମଲାର ଝିନ୍‌ଝଟରେ। ବାଳିକା ପ୍ରତି ବଳାତ୍କାର, ମହିଳାଙ୍କ ପ୍ରତି ଅସଦାଚାର, ବ୍ଲୁ ଫିଲ୍‌ମ୍ ପାଇଁ ହିରୋଇନ୍ ହରଣ, କ୍ଲବ୍ କ୍ୟାବାରେ ପାଇଁ କଲ୍‌ଗାର୍ଲ ପ୍ରେରଣ – ଟଙ୍କାର ଟ୍ରେଜେରୀରେ ଲୁଚିରହିଚି ଟ୍ରକ୍ ଟ୍ରକ୍ ଟ୍ରାଜେଡି। ନୋଟ୍ ନିର୍ମାଣ କରୁଚି ନେଟ୍‌ୱାର୍କ। ଭୋଟ୍ କିଣାଯିବ କୋର୍ଟ କାନୁନ୍‌କୁ ଆଖି ମାରି। ଗାଆଁଗାଆଁକୁ ଚାଲିଲେଣି ସହରୀ ଶିକାରୀ।

ଓଡିଶା ଗୋଟିଏ ମନୁଷ୍ୟକୃତ ମହରଗ ମହକୁମା। ତୈଳଦର ଯେତେ ବଢୁ, ରାଜନୀତିର ତୈଳୀକରଣ ଆଭିମୁଖ୍ୟରେ କିନ୍ତୁ ଆଂଚ ଆସିବନି ଇଂଚଟିଏ। ଚେଲାଚାମୁଣ୍ଡା ଚାମ୍‌ଚାଙ୍କୁ ନେଇ ଗେହ୍ଲାଗୁଣ୍ଡାଙ୍କ ଗୁରୁ ଗୋସାଇଁମାନେ ଶାସନର ଆସନରେ ସାଇଁ, ପ୍ରଶାସନର ପ୍ରାସନରେ ସାଇବ। ଗରିବମାନେ ଗହଳି କଲେ ଏ ଗୁଣ୍ଡାଗୁଡା ଗୁଣ୍ଡ ହେଇଯିବେ ଏକାଦିନକେ - କିନ୍ତୁ ସରକାରୀ ସାଇଁ-ସାଇବମାନଙ୍କ ଗୁପ୍ତ ମର୍ଡର-ଅର୍ଡର୍ ମାନି ଓଡିଶାର ପୁଲିସ୍ ଗୁଳି ଚଳଉଚି ଓଡିଶାର ଗରିବମାନଙ୍କୁ! ୟା’ଠାରୁ ବଳି ବର୍ବରତା ଅଛି କ’ଣ? ସେଥିପାଇଁ ଜେଲ୍ ଭିତରେ ଜହ୍ଲାଦ ଧରିଚି ମୋବାଇଲ୍ – ଥାନା ଥାକରୁ ଗାଏବ୍ ହେଉଚି ପୁଲିସ୍ ଫାଇଲ୍! ଆଇନ୍‌କୁ ଆଖି ମାରୁଚି ଅସୁମାରି ଅବିଚାର – କାନୁନ୍‌ର କିତାବରେ କଳାଗାର – ସବୁ ଅଂଗୀକାର ଓଡିଶା ପାଇଁ ଅଂଗାର!

ଓଡିଶା ଗୋଟିଏ ମନୁଷ୍ୟକୃତ ଦୁର୍ଭାଗ୍ୟର ଦୃଶ୍ୟପଟ। ଝଡ଼ି-ବଢ଼ି-ମରୁଡ଼ିର ମାନଚିତ୍ର ରୂପେ କୁଖ୍ୟାତ ଏ କଣପଟିଆ ରାଜ୍ୟ ଏଇନେ ଅପରାଧୀଙ୍କ ଅଭୟାରଣ୍ୟ। ଚୋରସର୍ଦ୍ଦାରଙ୍କ ଚରାଭୂଇଁ। ଖୁଲମ୍‌ଖୁଲ୍ଲା ଖୁଣୀଙ୍କ ଖାସ୍‌ମାହାଲ୍। ଆତଙ୍କବାଦୀଙ୍କ ଆଖଡ଼ା। ଗୁପ୍ତଚରଙ୍କ ଗିରିଗୁମ୍ଫା। ସଇତାନ ସୁପୁତ୍ରଙ୍କ ସୁଡ଼ଙ୍ଗ। ଅଧିକାଂଶ ଅଯୋଗ୍ୟ ଅପାତ୍ର ଓଡିଆ ଏଠି ଦଖଲ କରନ୍ତି ରାଜନୈତିକ କ୍ଷମତା - ଅବଶିଷ୍ଟ ଓଡିଆଙ୍କୁ ତଳିତଳାନ୍ତ କରିବାରେ କାଣିଚାଏ କୁଣ୍ଠା ନଥାଏ ଏମାନଙ୍କର। ଯାହାର ଯେତେବେଶି ସମ୍ପତି, ସିଏ ଏଠି ସେତେବଡ଼ ସମାଜପତି। ଧୁରନ୍ଧର ଧନିକ ଏଠି ପୁରନ୍ଦର – ତା’ ରଙ୍ଗସଭାରେ ଅନେକ ରମ୍ଭା, ମେନକା, ଉର୍ବଶୀ। ସିଏ ଏକାଧାରରେ ସର୍ବମୟ କର୍ତା – କେତେ କ୍ରିୟା, କେତେ କର୍ମର। ସେ ରାଜନୀତିର ବାଜପକ୍ଷୀ, ସଂସ୍କୃତିର ଶଂଖଚିଲ, ସାହିତ୍ୟର ସାରସ। ସେ ନଟକୂଟ ନାୟକ, ଛଟପଟ ପ୍ରେମିକ, ମଠମଠ ଧାର୍ମିକ। ଏ ହାତରେ ମୁଦ୍ରା, ସେ ହାତରେ ଭଦ୍ରା – ଏ ଆଖିରେ ଇସାରା, ସେ ଆଖିରେ ଉସ୍‌ମାନ୍ ତାରା – ଏ କାନରେ କିସ୍‌, ସେ କାନରେ ଫିସ୍ – ଏମିତି ଏମାନଙ୍କ କାରବାରସବୁ। ଭାରି ବଢିଆ ଭାଷଣ। ପରଦା ପଛରେ କିନ୍ତୁ ଚାଲିଥାଏ ସିଂହାସନ ସକାଶେ ଶହଶହ ଶତ୍ରୁଙ୍କୁ ସଂହାର କରିବାର ସବୁ ସରଗରମ୍ ଆୟୋଜନ। ଏପରିକି ସୁପାରି ସକାଶେ ସୁପାରିଶ୍ - ନହେଲେ ଡନ୍ ଡେପୁଟୀକୁ ଡିସ୍‌ମିସ୍। କଳାଟଙ୍କାର କୁବେରତନ୍ତ୍ର ଆଜି କରାୟତ କରିସାରିଛି ଗଣତନ୍ତ୍ର। ଏ ଧୂର୍ତ ଧନତନ୍ତ୍ରୀ ଦଳ ଅପହରଣ କରିଛନ୍ତି ଗରିବର ଜମି, ଗିରିଜନର ଜଙ୍ଗଲ। ଆଜି ଓଡିଶାର ବିଲମାଳ ଉପରେ ବି ନଜର୍ ପଡିଲାଣି ଏମାନଙ୍କ ପୃଷ୍ଠପୋଷକତାରେ ମୁଣ୍ଡ ଟେକିଥିବା ବିଲଡର୍ ବଡିର। କମ୍ପାନୀମାନେ ଖଣି କିଣିନେବେ, କୁବେରମାନେ ଓଡିଶା ମୁଣ୍ଡରୁ ମଣି କାଢିନେବେ - ଆଦିବାସୀ ଆଉ ଅଧିବାସୀମାନଙ୍କ ଉତ୍ତରପିଢି ଦାଣ୍ଡର ଭିକାରି ଭଳି ଭୁଆଁ ବୁଲିବା ଛଡ଼ା ଆଉ କରିବେ କ’ଣ? ପୁଲିସ୍‌, ଓକିଲ, ଡାକ୍ତର ଡାକୁ – ସମସ୍ତଙ୍କୁ ଟଙ୍କା ବଳରେ କବଳିତ କରିପାରିଥିବା ଏଇ ଧନାର୍ଢ଼୍ୟ ଧନୁର୍ଦ୍ଧରବର୍ଗ ବିରୋଧରେ ମାତୁଛନ୍ତି ମାଓବାଦୀ। ତଥାପି ଓଡିଶାକୁ ଓଲୁ ବନାଇ ନିଜ ସୁଦୀର୍ଘ ଶାସନର ଶ୍ୱାସକ୍ରିୟା ଚାଲୁ ରଖିଛନ୍ତି ଏ ସୁରକ୍ଷିତ ସ୍ୱାର୍ଥପର ଶ୍ୱାପଦକୁଳ।

ଓଡିଶା ଗୋଟିଏ ମନୁଷ୍ୟକୃତ ମରୀଚିକାର ମହୀମଣ୍ଡଳ। ସହି ନହେଉଥିବା ଅଧୀନରେ ରହିବାକୁ ବାଧ୍ୟ ହୋଇଥାନ୍ତି ଏଠି ଓଡିଶାବାସୀ। ଏଠି କୁଜୀନେତାକୁ କୁର୍ଣ୍ଣିସ୍ କରେ କୁଳପତି। ରାଜନେତାକୁ ରାଗିଣୀ ଶୁଣାଏ ରମଣୀମଣି। କାଲିର କୁଳାଙ୍ଗାର ଯେଉଁଠି ଆଜିର ଅତିଥି ବେଶରେ ମଂଚ ମଣ୍ଡନ କରେ – ସେଇଠି ହିଁ ଦିଶିଯାଉଥାଏ ଓଡିଶା। ଅପରାଧୀର ଇଙ୍ଗିତରେ ଅଦଳବଦଳ ହୁଅନ୍ତି ଅଫିସର ଦଳ। କାହିଁକିନା ଶାସନର ସୁନାପୁଅ ହେଉଛି ଆଜିର ମସ୍ତାନ୍। ହାକିମକୁ ହୁକୁମ୍ ଦିଏ ସେ। ନବାବ୍‌କୁ ଜବାବ୍। ଗରିବ ବାଘମାନେ ନିଜ ଘରେ ଏଇ ସୁନାମିରିଗମାନଙ୍କ ନାଟ ଓ ନାଟକ  ନିରେଖି ନିରେଖି ନୟାନ୍ତ। ଅଥଚ ଅଥର୍ବ ଓଡିଶାବାସୀ। ରକ୍ତରେ ଉତ୍ତାପ ନାହିଁ, ଶିରା ପ୍ରଶିରାରେ ପ୍ରସ୍ତରଯୁଗର ହିମଶୀତଳତା। ରହିଲେ ଗୃହସ୍ଥ ଓଡିଶାବାସୀ ଜନଗଣ, ଯେଉଁମାନେ ଆଜି ଜାତୀୟକରଣର ଜତୁଗୃହରେ ଜର୍ଜରିତ! କାହାକୁ ଗୁହାରି କରିବେ ଏମାନେ? ଆଇନ୍ ଅନ୍ଧ, ପୁଲିସ୍ ମୂକ, ପ୍ରଶାସନ ବଧୀର! ଅତଏବ ଅପଶାସନର ଶକୁନ ଛାୟାରେ ଆତଙ୍କିତ ଓଡିଶା ଆଉ ଏକ ତୁମୂଳ ପରିବର୍ତନ ଅପେକ୍ଷାରେ ଉର୍ଦ୍ଧ୍ୱଶାସ। ଏ ଅପେକ୍ଷା ଅନେକ ଦିନ ପରେ କ’ଣ ହାସଲ କରିପାରିବ ସୁଦିନର ଶୁଭସକାଳ? ଏ ପ୍ରଶ୍ନର ପ୍ରତ୍ୟୁତ୍ତରରେ ମୁରୁକି ହସୁଚି ଏକ ମନୁଷ୍ୟକୃତ ମରୀଚିକାର ମହୀମଣ୍ଡଳ!

ବିନା ପ୍ରତିକ୍ରିୟା, ପ୍ରତିବାଦ, ପ୍ରତିବଦ୍ଧତାରେ କ’ଣ କୌଣସି ଜାତି ସୁଶାସନ ସକାଶେ ହକ୍‌ଦାର ହୋଇପାରେ କେବେ? ଏବଠୁ ହିଁ ସାରା ଓଡିଶା ନିଜେ ନିଜକୁ ବଦଳାଇବାର ପଣ ନକଲେ, ଗଣତନ୍ତ୍ର ଏଠି ଏମିତି ପଡିରହିଥିବ ଗୋବରଗଦାରେ ଆଉ ଜନଗଣ ମିଶିଯାଇଥିବେ ମଶାଣିପଦାରେ!

(ଏ ଆଲେଖ୍ୟରେ ଦିଆଯାଇଥିବା ମତାମତ ଲେଖଙ୍କର ସଂପୂର୍ଣ୍ଣ ନିଜସ୍ୱ।)

ଯାଜପୁର ରୋଡ, ଯାଜପୁର

ମୋ : ୯୮୬୧୦୩୪୧୬୩

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story