ଓଡ଼ିଶା ଖଣିଜ ସମ୍ପଦର ଭବିଷ୍ୟତ ଚୀନ ଓ ଆମେରିକା!

ମାୟାଧର ନାୟକ ଓଡ଼ିଶା ଖଣିଜ ସମ୍ପଦର ଭବିଷ୍ୟତ, ଚାଇନା, ଜାପାନ ଓ ଆମେରିକା। ଯେଉଁ ଦେଶର ଖଣିଜ ସମ୍ପଦ ବିଦେଶକୁ ରପ୍ତାନୀ ହୁଏ, ସେ ଦେଶର ଲୋକେ ହତଭାଗା, ଅପଦାର୍ଥ, ଅଯୋଗ୍ୟ। ଆମେ ସେଇ ହତଭାଗା ଓଡ଼ିଆ ଯେଉଁମାନେ ଆମ ରାଜ୍ୟର କ୍ରୋମାଇଟ୍‌ ଓ ଲୁହା ପଥର ଚୀନ, ଜାପାନ ଓ ଆମେରିକା  ପ୍ରଭୃତି ଦେଶକୁ ରପ୍ତାନୀ କରୁଛୁ। ଚୀନ୍ ଦେଶରେ ଆମ ଭାରତଠାରୁ ଅଧିକ ଲୁହାପଥର ଅଛି, କିନ୍ତୁ ଚୀନ ତା’ର ଉତ୍ତରପିଢ଼ିଙ୍କ ପାଇଁ ୧୦୦ […]

Mining

Mining

Debendra Prusty
  • Published: Friday, 11 June 2021
  • Updated: 11 June 2021, 06:35 PM IST

Sports

Latest News

ମାୟାଧର ନାୟକ

ଓଡ଼ିଶା ଖଣିଜ ସମ୍ପଦର ଭବିଷ୍ୟତ, ଚାଇନା, ଜାପାନ ଓ ଆମେରିକା। ଯେଉଁ ଦେଶର ଖଣିଜ ସମ୍ପଦ ବିଦେଶକୁ ରପ୍ତାନୀ ହୁଏ, ସେ ଦେଶର ଲୋକେ ହତଭାଗା, ଅପଦାର୍ଥ, ଅଯୋଗ୍ୟ। ଆମେ ସେଇ ହତଭାଗା ଓଡ଼ିଆ ଯେଉଁମାନେ ଆମ ରାଜ୍ୟର କ୍ରୋମାଇଟ୍‌ ଓ ଲୁହା ପଥର ଚୀନ, ଜାପାନ ଓ ଆମେରିକା  ପ୍ରଭୃତି ଦେଶକୁ ରପ୍ତାନୀ କରୁଛୁ। ଚୀନ୍ ଦେଶରେ ଆମ ଭାରତଠାରୁ ଅଧିକ ଲୁହାପଥର ଅଛି, କିନ୍ତୁ ଚୀନ ତା’ର ଉତ୍ତରପିଢ଼ିଙ୍କ ପାଇଁ ୧୦୦ ବର୍ଷ ପର୍ଯ୍ୟନ୍ତ ଲୁହାପଥର ସାଇତି ରଖୁଛି। ଆମ ଦେଶ ବିଶେଷ କରି ଓଡ଼ିଶାରୁ ଲୁହାପଥର, କ୍ରୋମାଇଟ୍ ଚଢ଼ା ଦାମ ଦେଇ ବୋହି ନେଉଛି। ଚାଇନାର ଉତ୍ପାଦିତ ଦ୍ରବ୍ୟ ସାରା ବିଶ୍ୱରେ ଛାଇ ହେଇଗଲାଣି। ବିଶ୍ୱର ଦ୍ୱିତୀୟ ଧନୀ ଦେଶ ଭାବେ ପରିଗଣିତ ହେଲାଣି। ଜାପାନ ମଧ୍ୟ ଆମ କ୍ରୋମାଇଟ୍‌ରୁ ଉତ୍ପାଦିତ ଦ୍ରବ୍ୟରେ ବିଶ୍ୱ ବଜାର ଦଖଲ କରିସାରିଛି। ଆମେରିକା ଆମ କ୍ରୋମାଇଟ୍ ଲୁହାପଥରରେ ଯୁଦ୍ଧାସ୍ତ୍ର ପ୍ରସ୍ତୁତ କରି ଆମକୁ ବିକ୍ରି କରୁଛି।

ଅନ୍ତର୍ଜାତୀୟ ମହାଜନୀ ମାଫିଆର କରାଳ କୂଟ ଚକ୍ରାନ୍ତରେ ଶାସନ ପ୍ରଶାସନର ମଧ୍ୟସ୍ଥତାରେ ଶୀକାର ହେଉଛି ସାଧାରଣ ଜନତା। ଖଣିଜ ପଦାର୍ଥକୁ ସାମଗ୍ରୀରେ ପ୍ରସ୍ତୁତ ବା ପରିଣତ କରିବାର କଳା ଓ କୌଶଳଠାରୁ ଆଜି ମଧ୍ୟ ଆମେ ଅପହଂଚ ଦୂରତ୍ୱରେ। ତେଣୁ ମୋଟ୍ କଥା– ଏଥିପାଇଁ ଆବଶ୍ୟକ ବୈଷୟିକ, ବୈଜ୍ଞାନିକ ଜ୍ଞାନ ଓ ପ୍ରୟୋଗାତ୍ମକ କାର୍ଯ୍ୟକ୍ରମ। ଏସବୁର ଅଭାବ ଅନୁଭୂତ ହେଉଥିବା ପର୍ଯ୍ୟନ୍ତ ଖଣିଜ ପଦାର୍ଥର ଭବିଷ୍ୟତ ଘୋର ଅନ୍ଧକାର।

ଯେଉଁ କ୍ରୋମାଇଟ୍ ବିଶ୍ୱର ମହା ମହା ମାରାଣାସ୍ତ୍ର ତିଆରି କରିବାରେ ମୁଖ୍ୟ ବ୍ରହ୍ମବୀଜ - ଯାହାକୁ ନେଇ ବଜ୍ର। ଏସିଆ ମହାଦେଶରେ ୯୮ ଭାଗ କ୍ରୋମାଇଟ୍ କେବଳ ଆମ ରାଜ୍ୟ ସୁକିନ୍ଦାରେ କାହିଁ କେଉଁ କାଳରୁ ପ୍ରକୃତି ସାଇତି ରଖିଛି। ଏ କ୍ରୋମାଇଟ୍ ହେଉଛି କଳିକାଳର ଦଧିଚି ହାଡ଼, ଯାହାକୁ ନେଇ ଆଟମ୍ ବମ୍‌, ହାଇଡ୍ରୋଜେନ୍ ବମ୍‌ଠାରୁ ଆରମ୍ଭ କରି ସାଇକେଲ ବଲବ୍ ବେରିଙ୍ଗ୍ ପର୍ଯ୍ୟନ୍ତ ପ୍ରସ୍ତୁତି ହୁଏ, ଏହାକୁ ଇସ୍ପାତ ସହିତ ମିଶ୍ରଣ କରାଯାଇ କ୍ଷୟରୋଧକ ମିଶ୍ରଧାତୁ ପ୍ରସ୍ତୁତ କରାଯାଏ। ୟୁରୋପରୁ ଆମେରିକା ସବୁ ଧନକୁବେର ରାଷ୍ଟ୍ରର ନଖ ଦର୍ପଣରେ ଏବେ ସୁକିନ୍ଦା। ଏସୀୟ ରାଷ୍ଟ୍ର ଚୀନ୍ ଓ ଜାପାନ ଚାଟି ନେଇ ସାରିଲେଣି ସୁକିନ୍ଦା କ୍ରୋମାଇଟ୍‌ର ବହୁଳାଂଶ। ଏବେ ଆମେରିକା ଏ ସୁକିନ୍ଦା କ୍ରୋମାଇଟ୍‌ର ସ୍ୱାଦ ଚାଖି ସାରିବା ପରେ ବିସ୍ତାର କରିଛି ତା’ର ଆସୁରିକ ଆଁ।
କୌଳିକତାହୀନ ଏବଂ ମୌଳିକତାହୀନ ଗୁଡାଏ ଅପଦାର୍ଥ ଏହି ଖଣିଜ ପଦାର୍ଥକୁ ଆତ୍ମସାତ୍ କରି ଆସନ୍ନ ଭବିଷ୍ୟତରେ ଯେଉଁ ଅମାପ ବିତ୍ତର ଅଧିକାରୀ ହେବାକୁ ଯାଉଛନ୍ତି ତାହା ସେମାନଙ୍କୁ ଜନଗଣଙ୍କର ପିଠି ଉପରେ ଚାବୁକ ଚଳାଇବାର ରାଜନୈତିକ ସାମର୍ଥ୍ୟ ପ୍ରଦାନ କରିବ ହିଁ କରିବ, କାରଣ ଆଜିର ପୌରୁଷ ବ୍ୟକ୍ତିତ୍ୱରେ ନାହିଁ, ଅଛି ବିତ୍ତରେ। ଧନ ଧଳା ହେଉ କି କଳା ହେଉ, ବାପଧନ ହେଉ କି ପାପଧନ ହେଉ, ବ୍ୟକ୍ତିତ୍ୱ ବର୍ଜିତ ଅଥଚ ବିତ୍ତ ଅର୍ଜିତ ବ୍ୟକ୍ତିମାନଙ୍କ ଦ୍ୱାରା କବଳିତ ହେଲେ ସାରା ସମାଜ ପାଇଁ ଘୋର ଅଶୁଭ କାଳକୁ ନିମନ୍ତ୍ରଣ କରିଆଣିବ।
ଖଣିଜ ସମ୍ପଦ ପ୍ରକୃତରେ ଜାତୀୟ ସମ୍ପତି। ଏହି ଜାତୀୟ ସମ୍ପତିକୁ କେଉଁ ନ୍ୟାୟରେ ବଂଟାକୁଂଟା କରି ଲିଜ୍ ମାଧ୍ୟମରେ ହେଉ କି ସୁପାରିଶ୍ ଜରିଆରେ ହେଉ, ବ୍ୟକ୍ତି ସମ୍ପତିରେ ପରିଣତ କରିବାରେ ବୀଭତ୍ସ ପ୍ରକ୍ରିୟା ଆଜି ତାରିଖ ସୁଦ୍ଧା କାଏମ ରହିଛି କିପରି?

ସୁକିନ୍ଦାରେ ନୀଳାଚଳ ଇସ୍ପାତ କାରଖାନା ପ୍ରତିଷ୍ଠା ବେଳେ ସେ ସ୍ଥାନରୁ କ୍ରୋମାଇଟ୍‌, କିରୋସିନି ବାହାରି ଥିବାରୁ ଶ୍ରମିକମାନେ କହିଲେ, ମୁଁ ଦାବି କଲି- ନୀଳାଚଳ ଷ୍ଟିଲ ପ୍ଲାଂଟ୍‌କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଉ। କିନ୍ତୁ କେହି ଶୁଣିଲେ ନାହିଁ। ୧୯୯୦ ମସିହାରେ ବିଜୁବାବୁ ମୁଖ୍ୟମନ୍ତ୍ରୀ ଆସନରେ ବସୁ ବସୁ ମୋତେ ଡକାଇ ପଠାଇଲେ। କହିଲେ, ମାୟାଧର! ଓଡ଼ିଶା ରାଜକୋଷ ଖାଲି, ଟଙ୍କା କୁଆଡ଼ୁ ଆସିବ? ମୁଁ କହିଲି, ଟଙ୍କା ଓଡ଼ିଶାର ମାଟି ତଳେ ପୋତା ହୋଇଛି। ଖୋଳନ୍ତୁ ବସ୍ତା ବସ୍ତ ଟଙ୍କା ପାଇବେ। ସେ ଆଶ୍ଚର୍ଯ୍ୟ ହୋଇ ଚାହିଁଲେ। ମୁଁ କହିଲି, ଓଡ଼ିଶାରେ ଯେତେ ଖଣିଜ ସମ୍ପଦ ଅଛି ସବୁ ଖଣି ଲିଜ୍ ବାତିଲ କରନ୍ତୁ – ନୋ କ୍ୟପଟିଭ୍ ମାଇନସ୍‌, ନୋ ଏକ୍ସପୋର୍ଟ। ସବୁ ଖଣିଜ ସମ୍ପଦକୁ ସରକାର ନିଜ ଅଧୀନରେ ରଖି ଉତ୍ତୋଳନ କରି ବଜାର ଦରରେ ମୂଲ୍ୟଯୁକ୍ତ କରାଯାଇ ବିକ୍ରି କରନ୍ତୁ, ଓଡ଼ିଶା ଟଙ୍କାରେ ପୋତି ହୋଇଯିବ। ସେ ମୁଣ୍ଡ ଟୁଙ୍ଗାରିଲେ। କିନ୍ତୁ ସେହି କାର୍ଯ୍ୟକାଳ ଭିତରେ କାର୍ଯ୍ୟକାରୀ କରିପାରି ନଥିଲେ।
କେନ୍ଦୁଝର, ସୁନ୍ଦରଗଡ଼, ମୟୁରଭଞ୍ଜ ଜିଲ୍ଲାର ଲୁହାପଥରର ପାହାଡ଼ ଲୁଟ୍ ଚାଲିଛି। ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁରର କୋଇଲା ବିଶ୍ୱବିଖ୍ୟାତ। କଳାହାଣ୍ଡି ନୂଆପଡ଼ା, ବଲାଙ୍ଗୀର ପ୍ରମୁଖ ଜିଲ୍ଲାର ଜେମ୍‌ସ ଷ୍ଟୋନ୍‌, ହୀରା, ମୋତି, ମାଣିକ, ସୁନା ପଥର ଲକ୍ଷଲକ୍ଷ କୋଟି ଟଙ୍କାରେ ଗଚ୍ଛିତ ଅଛି। କୋରାପୁଟ, ରାୟଗଡ଼ା, କଳାହାଣ୍ଡି ଜିଲ୍ଲାର ବକ୍‌ସାଇଟ୍ ଖୁନ୍ଦି ହୋଇ ରହିଛି। ମାଙ୍ଗାନିଜ୍ ଠାରୁ ଆରମ୍ଭ କରି ଚାଇନା କ୍ଲେ ପର୍ଯ୍ୟନ୍ତ ୩୨ ପ୍ରକାର ଖଣିଜ ସମ୍ପଦରୁ ୪୧ ପ୍ରକାରକୁ ଉଠିଲାଣି। ସବୁ ଖଣିଜ ସମ୍ପଦ ଓଡ଼ିଶା ମାଟିରେ। ଶାସନକଳ ସହାୟତାରେ ସବୁ ଲୁଟ୍ ପାଟ ଚାଲିଛି। କେବଳ ଖଣିଜ ସମ୍ପଦକୁ ବିନିଯୋଗ କରିପାରିଲେ ଓଡ଼ିଶା ଭାରତରେ ଏକନମ୍ବର ଧନୀ ରାଜ୍ୟରେ ପରିଣତ ହେବ।

ପ୍ରାକୃତିକ ପ୍ରହରୀ ପରି ଯେଉଁ ଶହ ଶହ ବର୍ଷର ବୃକ୍ଷ ଆଜି ସେମାନେ ଗୋଟାଏ ଗୋଟାଏ କାକୁସ୍ଥ କବନ୍ଧ ପରି ନିରୀହ ଦେଶବାସୀଙ୍କ ଆଖି ସାମ୍ନାରେ ଛିନ୍ନ ଓ ବିଚ୍ଛିନ୍ନ। ଏହା ଜାତୀୟ ଜୀବନର ସୁରକ୍ଷା ପ୍ରତି ଏକ ଅହିତକର ଅଭିଯାନର ଆରମ୍ଭ ମାତ୍ର, ଯାହା ଦିନେ ଆମର ଉତ୍ତରପିଢ଼ିକୁ ପାଉଁଶ ପୋଖରୀରେ ଉବୁଟୁବୁ ହୋଇ ଅଣନିଶ୍ୱାସୀ ଅବସ୍ଥାରେ ଶେଷ ଆଡ଼କୁ ମୁହାଁଇନେବ। ଚାଷ ନଷ୍ଟ କଲ, ବାସ ନଷ୍ଟ କଲ, ଏବେ ବିନାଶକୁ ବିକାଶ ନାଁରେ ତମେ ଦେଉଛ, ତମ ସରକାରୀ ଶିଳ୍ପ ସମୃଦ୍ଧିର ଚମତ୍କାର ଛଦ୍ମବେଶ। ଏ ବେଶ କାହାଣୀରେ କଥିତ ଚାଇନା ରାଜାର ଲଙ୍ଗଳା ପୋଷାକକୁ ବି ପରିହାସ କରୁଛି। ତୁମେ ଲୁଚିଛ କିନ୍ତୁ ତୁମର ଗୋଡ଼ ଦୁଇଟା କ’ଣ ସବୁଯାକ ଆମ ଆଖି ଆଗରେ ଆଜି ଉଧୁ ଲଙ୍ଗଳା ହୋଇ ଦିଶିଲାଣି। ଦେଶକୁ ପାଉଁଶ ଗଦା କରନା କି ଜାତିକୁ କରନା ପାଳଭୂତ। ମୁଷ୍ଟିମେୟ ମହାଜନର ମୁନାଫା ହୋଇପାରେ ମାତ୍ର ଅଗଣିତ ମାମୁଲି ମଣିଷର ମୃତ୍ୟୁ ଅବଶ୍ୟମ୍ଭାବୀ। ଏ ମୃତ୍ୟୁର ସ୍ରୋତକୁ ଆଜିଠୁଁ ବାଧା ଦିଆ ନଗଲେ ଆସନ୍ତା କାଲି ହେବ ଆମ ପାଇଁ ଅକାଳ ସକାଳ- ଘୋର ଦୁଃସକାଳ।

ଏଇ କଥା ଆଜି କହିଲା ବେଳକୁ ମୁଁ କ୍ଲାନ୍ତ ନୁହେଁ ଅବଶ୍ୟ, ମାତ୍ର ଭୟଙ୍କର ଭାବରେ ହତାଶ। କାରଣ, ଏଇକଥା- ଖାଲି ଏତିକି କଥା ନୁହେଁ, ଆହୁରି ବହୁତ କଥା- ବହୁ ବର୍ଷ ତଳୁ ନବକୃଷ୍ଣ ଚୌଧୁରୀ, ହରେକୃଷ୍ଣ ମହତାବଙ୍କଠୁ ଆରମ୍ଭ କରି ବିଜୁବାବୁଙ୍କ ପର୍ଯ୍ୟନ୍ତ କାହା କାହାକୁ ମୁଁ ନ କହି ଆସିଛି- ଅଳ୍ପ କହିଛି, ବହୁତ ଅକୁହା ରହିଛି- କାହିଁକି ନା କୌଣସି କର୍ଣ୍ଣଧାର ମୋର ଏ କଥାରେ କର୍ଣ୍ଣପାତ କରିନାହାଁନ୍ତି ବୋଲି ମୁଁ କାହିଁକି କେଜାଣି ଭାବି ଆସୁଛି। ଏବେ ନେଡ଼ିଗୁଡ଼ କହୁଣୀକୁ ବୋହିଯିବା ବେଳକୁ ଖଣିକୁ ନେଇ ଖାଲି ଖଞ୍ଜଣି ମାଡ଼।

ଆଜି ଆପଣମାନଙ୍କୁ କହୁଛି, ମୋତେ ଭାରି ବାଧୁଛି। ମୁଁ ଦିନେ ଛାତ୍ର ଓ ତରୁଣ ଅବସ୍ଥାରୁ ଘର ଛାଡ଼ିଥିଲି ମହାସ୍ରୋତ ସହିତ ନିଜକୁ ସାମିଲ କରିବା ପାଇଁ। ହିରୋ ହୋଇ ହାରିବାକୁ ଚାହିଁଥିଲି ପଛେ ଜୋକର ହୋଇ ଜିତିବାକୁ ଜିଦ୍ କରି ନଥିଲି ମୋଟେ। ସେଥିପାଇଁ ରାଜଧାନୀରେ ରାଜନୀତିର ବେଙ୍ଗଳା ନ ବୁଲାଇ ମୁଁ ରହିଗଲି ଘାଟିରେ ଆଉ ମାଟିରେ। ଖଣି କଥା ବହୁତ କହିଛି, ଏବେ ଆଣମାନେ କହନ୍ତୁ, ମୁଁ ଯେଉଁଠି ଛାଡ଼ିଲି।

ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story