ମଣିପୁର ହିଂସାର କାରଣ ଆଦିବାସୀ ଜମି ହଡ଼ପ ମସୁଧା!

ହାଇକୋର୍ଟଙ୍କ ଜଣିକିଆ ବେଞ୍ଚ ନିଜର ରାୟରେ ରାଜ୍ୟର ସଂଖ୍ୟାଗରିଷ୍ଠ ମେତେଇ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ଦେବାକୁ ପ୍ରକ୍ରୀୟା ଆରମ୍ଭ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ କୁକି ଓ ନାଗା ପରି ରାଜ୍ୟରେ ବସବାସ କରୁଥିବା ମୋଟ ୩୪ଟି ଯାକ ଜନଜାତି ସମ୍ପ୍ରଦାୟର ଲୋକେ କୋର୍ଟର ରାୟକୁ ଆଦିବାସୀ ବିରୋଧି ବୋଲି କହିବା ସହିତ ତା’ର ତୀବ୍ର ବିରୋଧ କରିଛନ୍ତି। ଏହି କ୍ରମରେ ଗତ ମଇ ୩ ତାରିଖରେ ରାଜ୍ୟରେ ସକ୍ରୀୟ ବିଭିନ୍ନ ଆଦିବାସୀ ଛାତ୍ର ସଂଗଠନମାନଙ୍କ ମିଳିତ ମଞ୍ଚ ପକ୍ଷରୁ ଏକ ବିଶାଳ ପ୍ରତିବାଦ ରାଲିର ଆୟୋଜନ କରାଯାଇଥିଲା।

Manipur Violence

Manipur Violence

Debendra Prusty
  • Published: Tuesday, 11 July 2023
  • Updated: 11 July 2023, 11:45 AM IST

News Highlights

  • ମଣିପୁରରେ ଲାଗି ରହିଥିବା ହିଂସାର ପ୍ରକୃତ କାରଣ କ’ଣ? କାହିଁକି ବିକ୍ଷୁବ୍ଧ ମଣିପୁରର ଆଦିବାସୀ?
  • ଆଦିବାସୀ ଜମି ଓ ଖଣି ଅଞ୍ଚଳ ହଡ଼ପ କରିବା ପାଇଁ ହେଉଥିବା କର୍ପୋରେଟ୍‌ ଓ ରାଜନୀତିକ ମସୁଧା ଯୋଗୁଁ ତାତିଛନ୍ତି କି ଆଦିବାସୀ?
  • ଏହି ହିଂସାରେ ରାଜ୍ୟ ରାଜନୀତିକୁ ନିୟନ୍ତ୍ରଣ କରୁଥିବା ମେତେଇ ସଂପ୍ରଦାୟର ଭୂମିକା କ’ଣ?

ଉତ୍ତର ପୂର୍ବର ଅନ୍ୟତମ ରାଜ୍ୟ ମଣିପୁର ଆଜି ବସ୍ତୁତଃ ଏକ ମୃତ୍ୟୁ ଉପତ୍ୟକାରେ ପରିଣତ ହୋଇଛି। ରାଜ୍ୟର ବିଭିନ୍ନ ଅଂଚଳରେ ମେତେଇ ଓ ଆଦିବାସୀ ସମ୍ପ୍ରଦାୟ ବିଶେଷ କରି କୁକିମାନଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷରେ ଏଯାଏଁ ଶତାଧିକ ଲୋକ ପ୍ରାଣ ହରାଇଥିବା ବେଳେ ଶହଶହ ସଂଖ୍ୟାରେ ଲୋକ ଆହତ ହୋଇଛନ୍ତି। ସଂଘର୍ଷରେ ଉଭୟ ପକ୍ଷର ଅନେକ ଗାଁ, ଘର ଓ ବ୍ୟବସାୟ ପ୍ରତିଷ୍ଠାନ ଜଳିପୋଡ଼ି ଛାରଖାର ହୋଇଯାଇଛି। ରାଜ୍ୟରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଚାରି ଶହରୁ ଊର୍ଦ୍ଧ୍ୱ ଉପାସନା ପୀଠକୁ ଆକ୍ରମଣ କରି ପୋଡ଼ିଦେବା ଏହି ହିଂସାର ସାମ୍ପ୍ରଦାୟିକ ଚରିତ୍ରକୁ ଦର୍ଶାଉଛି। ରାଜ୍ୟର ହଜାର ହଜାର ହିଂସା କ୍ଷତିଗ୍ରସ୍ତ ଲୋକ ପ୍ରାଣ ବିକଳରେ ନିଜର ଘର ଓ ଗାଁ ଛାଡ଼ି ଚାଲିଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକେ ରାଜ୍ୟ ଭିତରେ ଓ ପଡ଼ୋଶୀ ରାଜ୍ୟରେ ବିଭିନ୍ନ ରିଲିଫ୍ ଶିବିରରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି। ହିଂସା ଫଳରେ ଇମ୍ଫାଲ ଉପତ୍ୟକା ସମେତ ସମଗ୍ର ରାଜ୍ୟରେ ଗତ ଦୁଇ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଦୋକାନ ବଜାରଠାରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ ପର୍ଯ୍ୟନ୍ତ ସବୁ ପ୍ରକାରର ଗତିବିଧି ବନ୍ଦ ରହିବା ଫଳରେ ସେଠାକାର ସାଧାରଣ ଜୀବନଯାତ୍ରା ଏକରକମ୍ ଅଚଳ ହୋଇଯାଇଛି।

ହିଂସା ରୋକିବାରେ ମୁଖ୍ୟମନ୍ତ୍ରୀ ବିରେନ୍ ସିଂହଙ୍କ ସରକାର ଏକଦମ୍ ବିଫଳ ହୋଇଥିବା ବେଳେ ରାସ୍ତାଘାଟରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରଧାରୀ ଉନ୍ମାଦୀ ଭିଡ଼ର ଆତଙ୍କ ଚାଲିଛି। ଅବସ୍ଥା ଏପରି ହୋଇଛି ଯେ କେନ୍ଦ୍ର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଥିବା ସ୍ଥାନୀୟ ସାଂସଦ ଆର୍. କେ. ସିଂହଙ୍କ ସମେତ ରାଜ୍ୟର ଅନେକ ମନ୍ତ୍ରୀଙ୍କ ବାସଭବନଙ୍କୁ ଉତ୍ତ୍ୟକ୍ତ ଲୋକେ ଆକ୍ରମଣ କରି ଜାଳିପୋଡ଼ି ଧ୍ୱଂସ କରିଦେଇଛନ୍ତି। ନିଜ ଜୀବନ ଭୟରେ ସେଠାକାର ଅନେକ ବିଧାୟକ, ସାଂସଦ ଓ ମନ୍ତ୍ରୀ ରାଜ୍ୟ ବାହାରକୁ ପଳେଇ ଯାଇଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ରହିଥିବା ଶାସକ ବିଜେପିର ଅଫିସଗୁଡ଼ିକ ମଧ୍ୟ ଉତ୍ତ୍ୟକ୍ତ ଲୋକଙ୍କ ହିଂସ୍ର ଆକ୍ରମଣରୁ ବର୍ତ୍ତି ପାରିନାହିଁ। ଇମ୍ଫାଲ ଉପତ୍ୟକାରେ ମେତେଇମାନଙ୍କ ସଶସ୍ତ୍ର ଭିଡ଼ ସେଠାରେ ମୁତୟନ ହୋଇଥିବା ରାଜ୍ୟର ସଶସ୍ତ୍ର ପୋଲିସ ବାହିନୀ ଉପରେ ଆକ୍ରମଣ କରି ସେମାନଙ୍କଠାରୁ ଚାରି ହଜାରରୁ ଅଧିକ ଅତ୍ୟାଧୁନିକ ହତିଆର ଛଡ଼େଇ ନେଇଛନ୍ତି। ସେସବୁ ବିପୁଳ ଅସ୍ତ୍ରଶସ୍ତ୍ର ରାଜ୍ୟର ହିଂସାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ସରକାର କିମ୍ବା ସେନା ବାହିନୀ ଏଯାଏଁ ସେସବୁ ଅସ୍ତ୍ରଶସ୍ତ୍ରକୁ ଜବତ କରିବାରେ ବିଫଳ ହୋଇଛନ୍ତି।

ଉଭୟ କେନ୍ଦ୍ର ଓ ମଣିପୁରରେ ଗୋଟିଏ ଦଳର ଶାସନ ଥିବା ବେଳେ ସେଠାରେ ଏତେଦିନ ଧରି ହିଂସା ଅବ୍ୟାହତ ରହିବା ତଥା ତାକୁ ରୋକିବାରେ ଉଭୟ ସରକାର ବିଫଳ ହେବା, ବହୁ ପ୍ରଚାରିତ ଡବଲ ଇଞ୍ଜିନ ସରକାରର ଧାରଣାକୁ ଏକଦମ୍ ଧ୍ୱସ୍ତ କରିଦେଇଛି। ଉଲ୍ଲେଖଯୋଗ୍ୟ ଯେ ପଶ୍ଚିମବଙ୍ଗ ସମେତ ବିଭିନ୍ନ ବିରୋଧି ଦଳ ଶାସିତ ରାଜ୍ୟରେ ସାମାନ୍ୟ ମାତ୍ର ହିଂସା ହେଲା ମାତ୍ରେ ସେଠାକାର ନିର୍ବାଚିତ ସରକାରକୁ ଭାଙ୍ଗି ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରୁଥିବା ବିଜେପି ମଣିପୁର କ୍ଷେତ୍ରରେ କିନ୍ତୁ ସମ୍ପୂର୍ଣ୍ଣ ନିରବ ରହିଛି। ଉଭୟ ଆଇନ ଶୃଙ୍ଖଳା ରକ୍ଷା କରିବାରେ ତଥା ନିରପେକ୍ଷତା ଅବଲମ୍ବନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ ବି ମୁଖ୍ୟମନ୍ତ୍ରୀ ବିରେନ ସିଂହଙ୍କ ନେତୃତ୍ୱାଧୀନ ସେଠାକାର ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ଏଯାଏଁ ବରଖାସ୍ତ ନକରି ଅବ୍ୟାହତ ରଖିବା ସେମାନଙ୍କ ଦୋମୁଁହା ନୀତିକୁ ଉଜାଗର କରୁଥିବା ବେଳେ ସେଠାକାର ସାଧାରଣ ଜନତାଙ୍କୁ ଭୁଲ ସଙ୍କେତ ପ୍ରଦାନ କରୁଛି। କେବଳ ସମ୍ବିଧାନର ଧାରା ୩୫୫ ଅନୁଯାୟୀ କେନ୍ଦ୍ର ସରକାର ରାଜ୍ୟର ସୁରକ୍ଷା ଦାୟିତ୍ୱକୁ ନିଜେ ଗ୍ରହଣ କରିବା ସହ ସେନା ବାହିନୀ ମୁତୟନ କରିଛନ୍ତି ଏବଂ ଉପଦ୍ରବକାରୀଙ୍କୁ ଦେଖିବା ମାତ୍ରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଦୀର୍ଘ ଦୁଇ ମାସରୁ ଊର୍ଦ୍ଧ ସମୟ ଧରି ମଣିପୁର ଏକରକମ ଜଳୁଥିବା ବେଳେ କେନ୍ଦ୍ର ସରକାର ଏକଦମ୍ ନୀରବ ମୁଦ୍ରାରେ ରହିଛନ୍ତି। କେବଳ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଚାରି ଦିନିଆ ରାଜ୍ୟ ଗସ୍ତ ଓ ହିଂସାର ଦୀର୍ଘ ୪୨ ଦିନ ପରେ ଔପଚାରିକ ଭାବେ ଏକ ସର୍ବଦଳୀୟ ବୈଠକ ଆୟୋଜନ କରିଛନ୍ତି। ଦେଶର ପ୍ରଧାନମନ୍ତ୍ରୀ ଏଯାଏଁ ସେଠାକୁ ଯାଇନାହାନ୍ତି କି ହିଂସା ପୀଡ଼ିତ ଲୋକଙ୍କୁ ଆଶ୍ୱସ୍ତ କଲା ଭଳି ପଦୁଟିଏ କଥା ବି କହିନାହାନ୍ତି। ମଣିପୁର ଘଟଣାରେ କେନ୍ଦ୍ର ସରକାରଙ୍କ ଏହି ଭୂମିକା ମଣିପୁରବାସୀଙ୍କୁ ସମ୍ପୂର୍ଣ୍ଣ ନିରାଶ କରିଛି।

ଯଦିଓ ମଣିପୁରରେ ଦେଖାଯାଇଥିବା ମେତେଇ-ଆଦିବାସୀ ବିବାଦ ପ୍ରଥମେ ମେତେଇଙ୍କୁ ଆଦିବାସୀ ତାଲିକାଭୁକ୍ତ କରିବା ନେଇ ସେଠାକାର ରାଜ୍ୟ ସରକାରଙ୍କ ଏକ ବିବାଦୀୟ ବିଜ୍ଞପ୍ତିରୁ ଆରମ୍ଭ ହୋଇଥିଲା କିନ୍ତୁ ସଦ୍ୟତମ ହିଂସାକାଣ୍ଡ ଗତ ଏପ୍ରିଲ ୧୯ ତାରିଖରେ ସେଠାକାର ହାଇକୋର୍ଟଙ୍କର ଏକ ବିବାଦୀୟ ରାୟ ପରେ ଜୋରଦାର ହୋଇଛି। ହାଇକୋର୍ଟଙ୍କ ଜଣିକିଆ ବେଞ୍ଚ ନିଜର ରାୟରେ ରାଜ୍ୟର ସଂଖ୍ୟାଗରିଷ୍ଠ ମେତେଇ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ଦେବାକୁ ପ୍ରକ୍ରୀୟା ଆରମ୍ଭ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ କୁକି ଓ ନାଗା ପରି ରାଜ୍ୟରେ ବସବାସ କରୁଥିବା ମୋଟ ୩୪ଟି ଯାକ ଜନଜାତି ସମ୍ପ୍ରଦାୟର ଲୋକେ କୋର୍ଟର ରାୟକୁ ଆଦିବାସୀ ବିରୋଧି ବୋଲି କହିବା ସହିତ ତା’ର ତୀବ୍ର ବିରୋଧ କରିଛନ୍ତି। ଏହି କ୍ରମରେ ଗତ ମଇ ୩ ତାରିଖରେ ରାଜ୍ୟରେ ସକ୍ରୀୟ ବିଭିନ୍ନ ଆଦିବାସୀ ଛାତ୍ର ସଂଗଠନମାନଙ୍କ ମିଳିତ ମଞ୍ଚ ପକ୍ଷରୁ ଏକ ବିଶାଳ ପ୍ରତିବାଦ ରାଲିର ଆୟୋଜନ କରାଯାଇଥିଲା। ସେଠାକାର ଚୂଡ଼ଚାନ୍ଦପୁର ଜିଲ୍ଲାରେ ଆଦିବାସୀ ଛାତ୍ର ସଙ୍ଗଠନମାନଙ୍କ ମିଳିତ ରାଲି ଉପରେ ଅନ୍ୟମାନଙ୍କ ଆକ୍ରମଣ ପରେ ଆଦିବାସୀ ଓ ମେତେଇ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ରହିଥିବା ବିବାଦ ହିଂସାର ରୂପ ଗ୍ରହଣ କରିବା ସହ ଶେଷରେ ସମଗ୍ର ରାଜ୍ୟକୁ ବ୍ୟାପି ଯାଇଥିଲା।

ମଣିପୁରର ଏହି ଭୟାନକ ଘଟଣାବଳି ଉଭୟ ରାଜ୍ୟ ଓ କେନ୍ଦ୍ରର ଡବଲ ଇଂଜିନ୍ ସରକାରର ଭିନ୍ନ ଆଭିମୁଖ୍ୟକୁ ଉଜାଗର କରିଛି। ରାଜ୍ୟରେ ରାଜନୈତିକ, ସାମାଜିକ ଓ ଆର୍ଥିକ ଭାବେ ଆଧିପତ୍ୟ ରଖି ଆସିଥିବା ମେତେଇ ସମ୍ପ୍ରଦାୟ ଓ ଅନ୍ୟ ଆଦିବାସୀ ସମ୍ପ୍ରଦାୟଙ୍କ ମଧ୍ୟରେ ଆଦିବାସୀ ମାନ୍ୟତାକୁ ନେଇ ବହୁଦିନରୁ ବିବାଦ ଚାଲିଥିବା ବେଳେ ଏକ ନିର୍ଦ୍ଦିଷ୍ଟ ରାଜନୀତିକ ଦଳ ସଂଖ୍ୟାଗରିଷ୍ଠ ମେତେଇମାନଙ୍କୁ ଆଧାର କରି ସମଗ୍ର ରାଜ୍ୟରେ ନିଜର ରାଜନୈତିକ ଆଧିପତ୍ୟ ବିସ୍ତାର କରିବାକୁ ଚାହୁଁଛି। ସେହି କାରଣରୁ ଏହି ଦଳ ଓ ଏହାର ସହଯୋଗୀ ସଙ୍ଗଠନମାନଙ୍କ ପକ୍ଷରୁ ମେତେଇ ଓ ଆଦିବାସୀଙ୍କ ମଧ୍ୟରେ ରହିଥିବା ଏହି ବିବାଦକୁ ସାମ୍ପ୍ରଦାୟିକ ରଙ୍ଗ ଦିଆଯାଉଛି। ମଣିପୁର ସମେତ ଉତ୍ତର ପୂର୍ବର ରାଜ୍ୟମାନଙ୍କରେ ରହିଥିବା ବିଭିନ୍ନ ଜାତି ଓ ଉପଜାତିଙ୍କ ମଧ୍ୟରେ ବିବାଦ ଓ ସଂଘର୍ଷ ଶତାବ୍ଦୀ ପୁରୁଣା ହେଲେ ବି ସେମାନେ ପୂର୍ବରୁ କେବେ ଧର୍ମ ଭିତ୍ତିରେ ବିଭାଜିତ ହେବା ଦେଖାଯାଇ ନଥିଲା। ଏବେ କେବଳ ରାଜନୀତିକ ଉଦ୍ଦେଶ୍ୟରେ ଏପରି ହେଉଥିବା ସନ୍ଦେହ କରାଯାଉଛି।

ସଂପ୍ରତି ସେଠାକାର ରାଜନୀତି ଓ ସମାଜରେ ଧର୍ମବାଦୀ ସଙ୍ଗଠନମାନଙ୍କ ପ୍ରବେଶ ପରେ ପୂର୍ବ ବିବାଦ ସହ ଧାର୍ମିକ ଦିଗଟି ଯୋଡ଼ି ହୋଇଯିବା ସ୍ପଷ୍ଟ ଭାବେ ଜାଣିହେଉଛି। ଅଧିକାଂଶ ମେତେଇ ହିନ୍ଦୁ ଧର୍ମାବଲମ୍ବୀ ଏବଂ ଅଧିକାଂଶ ଆଦିବାସୀ ଖ୍ରୀଷ୍ଟିୟାନ୍ ଧର୍ମାବାଲମ୍ବୀ ହୋଇଥିବାରୁ ଧର୍ମ ଆଧାରରେ ସେମାନଙ୍କୁ ଧୃବୀକରଣ କରିବାକୁ ଚେଷ୍ଟା କରାଯାଉଛି। ତେଣୁ ପୂର୍ବରୁ ଜାତି ଓ ଜନଜାତିମାନଙ୍କ ମଧ୍ୟରେ ରହିଥିବା ବିବାଦ ଭିତରେ ସାମ୍ପ୍ରଦାୟିକ ରାଜନୀତି ପଶିବାରୁ ଚଳିତ ସଂଘର୍ଷରେ ଖ୍ରୀଷ୍ଟିୟାନ ଧର୍ମାବଲମ୍ବୀ ରୂପେ ପରିଚିତ ଆଦିବାସୀମାନଙ୍କ ଚର୍ଚ୍ଚ ଓ ଅନ୍ୟ ମିଶନାରୀ ଅନୁଷ୍ଠାନ ଉପରେ ବ୍ୟାପକ ଆକ୍ରମଣ ଓ ପୋଡ଼ାଜଳା ହୋଇଛି। ଏପରିକି ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଥିବା ସେଠାକାର ମେତେଇ ସମ୍ପ୍ରଦାୟର କିଛି ଲୋକଙ୍କ ଚର୍ଚ୍ଚ ବି ଆକ୍ରମଣରୁ ବାଦ ପଡ଼ିନି।

ମେତେଇ ସମ୍ପ୍ରଦାୟ, ମଣିପୁରର ଜନସଂଖ୍ୟାର ସିଂହଭାଗ (୫୩%) ହେବା ଯୋଗୁଁ ସେଠାକାର ରାଜନୀତି ଓ ପ୍ରଶାସନ ଉପରେ ସେମାନଙ୍କ ଏକାଧିପତ୍ୟ ରହିଆସିଛି। ରାଜ୍ୟ ବିଧାନସଭାର ୬୦ ଜଣ ବିଧାୟକଙ୍କ ମଧ୍ୟରୁ ୪୦ ଜଣ ଅର୍ଥାତ୍ ଦୁଇ ତୃତୀୟାଂଶ ବିଧାୟକ କେବଳ ଏହି ସମ୍ପ୍ରଦାୟରୁ ଆସିଛନ୍ତି। ରାଜ୍ୟର ରାଜନୀତି, ପ୍ରଶାସନ ବ୍ୟତିତ ବ୍ୟବସାୟ ଓ ଅର୍ଥନୀତିର ଅନ୍ୟାନ୍ୟ କ୍ଷେତ୍ରରେ ବି ସେମାନଙ୍କ ଅଖଣ୍ଡ ପ୍ରଭାବ ରହିଛି। କେବଳ ଥରୁଟିଏ ଛାଡ଼ିଦେଲେ ବାକି ସବୁବେଳେ କେବଳ ମେତେଇ ସମ୍ପ୍ରଦାୟର ବ୍ୟକ୍ତି ହିଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇ ଆସିଛନ୍ତି। ତେବେ ସମସ୍ୟାଟି ହେଲା, ଯଦିଓ ମେତେଇମାନେ ଜନସଂଖ୍ୟାର ୫୩% କିନ୍ତୁ ସେମାନେ ରାଜ୍ୟର ମୋଟ ଭୂଭାଗର ମାତ୍ର ୧୦% ବୁଝାଉଥିବା ଇମ୍ଫାଲ ଉପତ୍ୟକାରେ ହିଁ ସିମୀତ ରହିଛନ୍ତି। ଅନ୍ୟପଟେ ଜନସଂଖ୍ୟାର ୩୬% କୁହାଯାଉଥିବା ଆଦିବାସୀମାନେ ବାକି ୯୦% ଭୂଭାଗରେ ରହିଛନ୍ତି। ଆଦିବାସୀମାନେ ବସବାସ କରୁଥିବା ପାହାଡ଼ ଓ ଜଙ୍ଗଲ ଭରା ଅଞ୍ଚଳ ସମ୍ବିଧାନର ଷଷ୍ଠ ଅନୁସୂଚୀର ଅର୍ନ୍ତଭୁକ୍ତ ହୋଇଥିବାରୁ ତଥା ସେଠାରେ ଧାରା ୩୭୧ ଲାଗୁ ହୋଇଥିବାରୁ ନିଜର ବର୍ଦ୍ଧିତ ଜନସଂଖ୍ୟା ସତ୍ତ୍ୱେ ମେତେଇମାନେ ସେସବୁ ଅଞ୍ଚଳରେ ଜମିର ମାଲିକାନା ହାସଲ କରିବା ସମ୍ଭବ ହେଉନି। ଏଭଳି ପରିସ୍ଥିତିରେ ଇମ୍ଫାଲ ଉପତ୍ୟକା ବାହାରେ ରାଜ୍ୟର ଅନୁସୂଚୀତ ଅଞ୍ଚଳ ବୋଲି କୁହାଯାଉଥିବା ପାହାଡ଼ ଓ ଜଙ୍ଗଲ ଅଞ୍ଚଳରେ ଜମି ହାସଲ କରିବାକୁ ସେମାନେ ଆଦିବାସୀର ମାନ୍ୟତା ଚାହୁଁଛନ୍ତି। ସେମାନଙ୍କର ଏହି ଆକାଂକ୍ଷା ହିଁ ସେଠାକାର ଆଦିବାସୀଙ୍କୁ ଆତଙ୍କିତ କରି ପକାଇଛି ଏବଂ ସେମାନେ ନିଜର ସାମ୍ବିଧାନିକ ଅଧିକାରର ସୁରକ୍ଷା ତଥା ନିଜର ଜମି, ଜଙ୍ଗଲ ଓ ଅନ୍ୟ ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି। ଅତଏବ ମଣିପୁରରେ ଜନସଂଖ୍ୟା ଓ ଜମିକୁ ନେଇ ରହିଥିବା ଏହି ବିସଂଗତିଟି ହିଁ ବର୍ତ୍ତମାନର ସମସ୍ୟାର ପ୍ରମୁଖ କାରଣ ବୋଲି ଜଣାପଡ଼ିଛି।

ମେତେଇମାନଙ୍କୁ ଆଦିବାସୀ ଭାବେ ମାନ୍ୟତା ଦେବାକୁ ମଣିପୁର ହାଇକୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ତା’ ପଛରେ ଯୁକ୍ତିଟି ହେଲା ସେମାନଙ୍କ ‘ପୂର୍ବପୁରୁଷର ଜମି, ପରମ୍ପରା, ସଂସ୍କୃତି ଏବଂ ଐତିହ୍ୟର ସୁରକ୍ଷା’। କିନ୍ତୁ ଏଠାରେ ପ୍ରଶ୍ନ ଉଠେ, ଯେଉଁ ମେତେଇ ସମ୍ପ୍ରଦାୟ ଦଶନ୍ଧି ଦଶନ୍ଧି ଧରି ରାଜ୍ୟରେ ରାଜନୀତି, ପ୍ରଶାସନ ଓ ଅର୍ଥନୀତିରେ ପ୍ରମୁଖ ଭୂମିକାରେ ରହି ଆସିଛନ୍ତି ସେମାନଙ୍କ ପୂର୍ବପୁରୁଷର ଜମି, ପରମ୍ପରା, ସଂସ୍କୃତି ଏବଂ ଐତିହ୍ୟ ପ୍ରତି କାହାଠାରୁ ବିପଦ ରହିଛି? କ’ଣ ଜନସଂଖ୍ୟାର ମାତ୍ର ୧୦%କୁ ବୁଝାଉଥିବା ଆଦିବାସୀଙ୍କ ପଟୁ ମେତେଇମାନଙ୍କ ସଂସ୍କୃତି ଓ ପରମ୍ପରା ପ୍ରତି ସତରେ ବିପଦ ରହିଛି? ଆଉ ଏକ ଯୁକ୍ତି ହେଲା, ମଣିପୁରର ଭାରତରେ ବିଧିବଦ୍ଧ ଭାବେ ମିଶ୍ରଣ ପୂର୍ବରୁ ଅର୍ଥାତ୍ ମଣିପୁର ସେଠାକାର ରାଜାଙ୍କ ଦ୍ୱାରା ଶାସିତ ହେଉଥିବା ସମୟରେ ମେତେଇମାନଙ୍କୁ ଆଦିବାସୀର ମାନ୍ୟତା ମିଳିଥିଲା। ତେବେ ସେତେବେଳେ ବି ରାଜ୍ୟର ପାହାଡ଼ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ଓ ଇମ୍ଫାଲ ଉପତ୍ୟତାର ସମତଳ ଅଞ୍ଚଳରେ ବସବାସ କରୁଥିବା ମେତେଇ ସମ୍ପ୍ରଦାୟ ପାଇଁ ଅଲଗା ଅଲଗା ଆଇନ ରହିଥିଲା। ଆଦିବାସୀମାନଙ୍କ ଜମି ଓ ସ୍ୱାତନ୍ତ୍ର୍ୟତାକୁ ବଜାୟ ରଖିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା ଅନୁରୂପ ମେତେଇମାନଙ୍କୁ ପାହାଡ଼ରେ ଜମି କିଣିବାକୁ ଅନୁମତି ନଥିଲା।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ମେତେଇ ଏକ ଜାତି ନୁହଁନ୍ତି, ବରଂ ସେମାନେ ଓଡ଼ିଆ, ତେଲେଗୁ ପରି ସମ୍ପ୍ରଦାୟ ଅଟନ୍ତି ଯେଉଁମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ଜାତି ରହିଛି। ଏପରିକି ଆଦିବାସୀ ମାନ୍ୟତା ପାଇନଥିଲେ ବି ମେତେଇମାନେ ବର୍ତ୍ତମାନ ଓବିସି, ଏସଇବିସ ଏପରିକି ଏସସି ଭାବେ ବି ସଂରକ୍ଷଣର ସୁବିଧା ପାଇ ଅସୁଛନ୍ତି। ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ ହୋଇଥିବା ଯୋଗୁଁ ସେମାନଙ୍କ ଭାଷା ବି ସୁରକ୍ଷିତ ରହିଛି। ଏଭଳି ପରିସ୍ଥିତିରେ ସେମାନଙ୍କ ପରି ରାଜ୍ୟର ସଂଖ୍ୟାଗରିଷ୍ଠ ଓ ସାମାଜିକ ତଥା ଶିକ୍ଷାଗତ ଭାବେ ଆଗୁଆ ସମ୍ପ୍ରଦାୟକୁ ଆଦିବାସୀର ମାନ୍ୟତା ଦେବା ଯୁକ୍ତିସଙ୍ଗତ ମନେହୁଏନା। ଯଦି ସେମାନଙ୍କୁ ବି ଆଦିବାସୀ ମାନ୍ୟତା ଦିଆଯିବ ତାହେଲେ ବାକି ଆଦିବାସୀମାନଙ୍କ ସ୍ଥିତି କ’ଣ ହେବ? ଶିକ୍ଷା ଓ ଚାକିରୀରେ ବର୍ତ୍ତମାନ ପାଉଥିବା ସୁବିଧା ଓ ସୁଯୋଗରୁ ଆଦିବାସୀମାନେ ବଂଚିତ ହେବେ। ବର୍ତ୍ତମାନ ରାଜ୍ୟ ବିଧାନସଭାରେ ଦୁଇ ତୃତୀୟାଂଶ ବିଧାୟକ ମେତେଇ ସମ୍ପ୍ରଦାୟର ହୋଇଥିବା ବେଳେ ଆଦିବାସୀ ମାନ୍ୟତା ମିଳିଲା ପରେ ଆଦିବାସୀଙ୍କ ପାଇଁ ସଂରକ୍ଷିତ ଥିବା ୧୯ଟି ଆସନରୁ ବି ସେମାନେ ବିଧାୟକ ହେବାର ସମ୍ଭାବନା ଦେଖାଦେବ। ସବୁଠାରୁ ବଡ଼ କଥା ହେଲା, ସମ୍ବିଧାନର ଷଷ୍ଠ ଅନୁସୂଚୀରେ ଆସୁଥିବା ଯୋଗୁଁ ସେଠାକାର ଆଦିବାସୀମାନଙ୍କ ଜମି ଓ ଜଙ୍ଗଲ ଉପରେ ବର୍ତ୍ତମାନ ଯେଉଁ ଅଧିକାର ରହିଛି, ତାହା ମେତେଇମାନେ ଆଦିବାସୀ ମାନ୍ୟତା ପାଇବା ପରେ ପ୍ରଭାବିତ ହେବ। ଆର୍ଥିକ ଓ ରାଜନୈତିକ ଭାବେ ଶକ୍ତିଶାଳୀ ମେତେଇମାନେ ଆଦିବାସୀ ମାନ୍ୟତା ପାଇଲେ ମୂଳ ଆଦିବାସୀମାନଙ୍କ ହାତରୁ ବଡ଼ ପରିମାଣରେ ଯେ ଜମି ସେମାନଙ୍କ ହାତକୁ ଯେ ଚାଲିଯିବ ଏକଥା ସେଠାକାର ଆଦିବାସୀମାନେ ଭଲକରି ଜାଣିଛନ୍ତି।

ମଣିପୁରର ଆଦିବାସୀଙ୍କ ମନରେ ଯେଉଁ ଅସନ୍ତୋଷ ସୃଷ୍ଟି ହୋଇଛି ତାହା ଆଜିର ନୁହେଁ, ଅନେକ ଦିନର ପୁରୁଣା। ସେମାନେ ବସବାସ କରୁଥିବା ମଣିପୁରର ୯୦% ଭୂଭାଗରେ ଥିବା ପାହାଡ଼ ଓ ଜଙ୍ଗଲ ଅଞ୍ଚଳରେ କ୍ରୋମାଇଟ୍, ତମ୍ବା, ଚୁନପଥର ପରି ବିପୁଳ ପରିମାଣର ଖଣିଜ ସମ୍ପଦ ରହିଥିବା ଜଣାପଡ଼ିବା ପରେ ତା’ ଉପରେ ଗତ କିଛି ବର୍ଷ ଧରି ଦେଶୀ ବିଦେଶୀ ବୃହତ୍ତ କମ୍ପାନୀଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି। କମ୍ପାନୀମାନଙ୍କ ଦ୍ୱାରା ସେସବୁ ଖଣିଜ ସମ୍ପଦର ଉତ୍ତୋଳନର ରାସ୍ତାକୁ ସୁଗମ କରିବା ପାଇଁ ସେଠାକାର ସରକାର ଗତ କିଛି ବର୍ଷ ଧରି ଲଗାତାର ଉଦ୍ୟମ କରିବା ଦେଖାଯାଇଛି। ଯେହେତୁ ସମ୍ବିଧାନର ଧାରା ୩୭୧ ଅନୁଯାୟୀ ସେଠାକାର ଆଦିବାସୀ ବସବାସ କରୁଥିବା ସମ୍ବିଧାନର ଷଷ୍ଠ ଅନୁସୂଚୀର ଅଞ୍ଚଳରେ କୌଣସି ଅଣ ଆଦିବାସୀ ଜମି କିଣିପାରିବ ନାହିଁ ବୋଲି ସ୍ପଷ୍ଟ କଟକଣା ରହିଛି ଏବଂ ଖଣି ଖନନ ପାଇଁ ଆଦିବାସୀଙ୍କୁ ସିଧାସଳଖ ଉଚ୍ଛେଦ କରିବା ବି ସମ୍ଭବ ହେଉନି, ତେଣୁ ରାଜ୍ୟ ସରକାର ଆଦିବାସୀଙ୍କ ଜମି ଏବଂ ପ୍ରାକୃତିକ ସମ୍ପଦକୁ ନିଜ ନିୟନ୍ତ୍ରଣକୁ ନେବାକୁ ଅନେକ ଗୁଡ଼ିଏ ବନ୍ୟପ୍ରାଣୀ ଅଭୟାରଣ୍ୟ ଘୋଷଣା କରିଛନ୍ତି। ଆଦିବାସୀ ଚାଷବାସ କରୁଥିବା ଜଙ୍ଗଲ ଜମିରେ ସେମାନଙ୍କୁ ଜଙ୍ଗଲ ଅଧିକାର ଆଇନ-୨୦୦୬ ଅନୁଯାୟୀ ଜଙ୍ଗଲ ଅଧିକାର ଦେବା ପରିବର୍ତ୍ତେ ସେସବକୁ ମନଇଚ୍ଛା ଅଭୟାରଣ୍ୟ ଘୋଷଣା କରି ସେଠାରୁ ସେମାନଙ୍କୁ ଉଚ୍ଛେଦର ଉଦ୍ୟମ କରାଯାଉଛି।

କେବଳ ମଣିପୁର ନୁହେଁ, ଦେଶର ଅନ୍ୟ ଅଞ୍ଚଳରେ ମଧ୍ୟ କେନ୍ଦ୍ର ସରକାର ବନ୍ୟପ୍ରାଣୀଙ୍କ ନାଁରେ ବିପୁଳ ପରିମାଣର ଜଙ୍ଗଲ ଅଞ୍ଚଳକୁ ଅଭୟାରଣ୍ୟ ରୂପେ ଘୋଷଣା କରି ସେଠାରେ ପିଢ଼ି ପିଢ଼ି ଧରି ବସବାସ ସହିତ ଜୀବିକା ନିର୍ବାହ କରୁଥିବା ଆଦିବସୀ ଓ ପାରମ୍ପରିକ ବନଜୀବିମାନଙ୍କୁ ଉଚ୍ଛେଦ କରୁଛନ୍ତି। ୧୯୭୦ ମସିହା ପର୍ଯ୍ୟନ୍ତ ଆମ ଦେଶରେ ବନ୍ୟପ୍ରାଣୀଙ୍କ ପାଇଁ ମାତ୍ର ୯ଟି ଅଭୟାରଣ୍ୟ ରହିଥିବା ବେଳେ ବର୍ତ୍ତମାନ ଏହି ସଂଖ୍ୟା ୫୬୪ରେ ଯାଇ ପହଂଚିଛି। ସରକାରଙ୍କ ଏହି ନୂଆ କରି ସୃଷ୍ଟି ହୋଇଥିବା ବନ୍ୟପ୍ରାଣୀ ପ୍ରେମର ଆଢ଼ୁଆଳରେ ରହିଛି ଆଦିବାସୀଙ୍କୁ ସେସବୁ ଜଙ୍ଗଲ ଜମିରୁ ବେଦଖଲ କରି ତାକୁ ବଡ଼ କର୍ପୋରେଟ୍ ଏବଂ ସେମାନଙ୍କ ସହଯୋଗୀଙ୍କୁ ହସ୍ତାନ୍ତର କରିବା। କାରଣ ଯେଉଁ ସରକାର ବିକାଶ ନାଁରେ ଦେଶର ବିପୁଳ ପରିମାଣର ଜଙ୍ଗଲ ଜମିକୁ କର୍ପୋରେଟଙ୍କ ହାତରେ ଟେକିଦେବାକୁ ସବୁ ଜଙ୍ଗଲ ଓ ପରିବେଶ ଆଇନକୁ କୋହଳ ଓ ଦୁର୍ବଳ କରିବାର ଅଭିଯାନ ଚଳାଇଛନ୍ତି ସେହି ସରକାରଙ୍କଠାରୁ ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ ପ୍ରତି ଦରଦ କଦାପି ଆଶା କରାଯାଇ ପାରେନା।

ମଣିପୁରର ପାହାଡ଼ ଅଞ୍ଚଳରେ ଅନେକ ଗୁଡ଼ିଏ ବନ୍ୟପ୍ରାଣୀ ଅଭୟାରଣ୍ୟ ଘୋଷଣା କରିବା ପଛରେ ବନ୍ୟପ୍ରାଣୀଙ୍କ ପ୍ରତି ଦରଦ ନୁହେଁ ବରଂ ସେମାନଙ୍କ ନାଁରେ ସେସବୁ ଜଙ୍ଗଲକୁ ଆଦିବାସୀଙ୍କଠାରୁ ମୁକ୍ତ କରିବା ଯେ ଉଦ୍ଦେଶ୍ୟ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ଆଜି ସେଠାରେ ବନ୍ୟପ୍ରାଣୀ ଅଭୟାରଣ୍ୟ ନାଁରେ ଆଦିବାସୀମାନଙ୍କୁ ସେମାନଙ୍କ ଭିଟାମାଟିରୁ ବଳପୂର୍ବକ ଉଚ୍ଛେଦ କରିବାକୁ ସରକାରଙ୍କ ଉଦ୍ୟମ ଫଳରେ ଭୟଙ୍କର ଅସନ୍ତୋଷ ଦେଖାଦେଇଛି। ଏହାବ୍ୟତିତ ସରକାର ସେଠାରେ ଏକ ବିବାଦୀୟ ଜମି ସର୍ଭେ ଆରମ୍ଭ କରିଛନ୍ତି ଯାଦ୍ୱାରା ଭବିଷ୍ୟତରେ ସେମାନଙ୍କ ଜମି ଚାଲିଯିବ ବୋଲି ଆଦିବାସୀଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଛି। ଏହି ଉଭୟ ଘଟଣା ସେଠାକାର ଆଦିବାସୀଙ୍କ ମନରେ ସରକାରଙ୍କ ଉଦ୍ଦେଶ୍ୟ ନେଇ ଗମ୍ଭୀର ଆଶଙ୍କା ଓ ଅସନ୍ତୋଷ ସୃଷ୍ଟି କରିଛି। ନିକଟରେ କିଛି ଆଦିବାସୀ ଗାଁରେ ସରକାରଙ୍କ ଏଭଳି ବଳପୂର୍ବକ ଉଚ୍ଛେଦକୁ ଚୂଡ଼ଚାନ୍ଦପୁର ଜିଲ୍ଲାରେ ଏକ ବଡ଼ ଧରଣର ଆନ୍ଦୋଳନ ଆରମ୍ଭ ହୋଇଛି। ସରକାର କେତେବେଳେ ବେଆଇନ ଅନୁପ୍ରବେଶକାରୀ କହି ତ କେତେବେଳେ ଅଫିମ ଚାଷ କରୁଥିବା କଥା କହି ସେଠାକାର ଆଦିବାସୀଙ୍କ ଉପରେ ପୋଲିସ ଓ ଅର୍ଦ୍ଧ ସାମାରିକ ବାହିନୀଙ୍କ ଜରିଆରେ ଆତଙ୍କରାଜ ଚଳାଇ ଆସିଛନ୍ତି। ଏଭଳି ପରିସ୍ଥିତିରେ ଆଦିବାସୀମାନଙ୍କ ମଧ୍ୟରେ ସ୍ୱାଭାବିକ ଭାବେ ସରକାରଙ୍କ ବିରୁଦ୍ଧରେ ଭୟଙ୍କର ଅସନ୍ତୋଷ ରହିଆସିଛି।

ଆଦିବାସୀମାନଙ୍କର ଅସ୍ତିତ୍ୱ ସେମାନଙ୍କ ପ୍ରାକୃତିକ ବାସସ୍ଥାନ ସହିତ ଜଡ଼ିତ। ଅତଏବ ସେମାନଙ୍କୁ ନିଜର ଜମି ଓ ଭିଟାମାଟିରୁ ଉଚ୍ଛେଦ କରିବା ଅଥବା ସେମାନଙ୍କ ବାସସ୍ଥାନକୁ କ୍ଷତିଗ୍ରସ୍ତ କରିବା ପାଇଁ ସରକାରଙ୍କ ସମସ୍ତ ପ୍ରୟାସକୁ ସମ୍ପୂର୍ଣ୍ଣ ବିରୋଧ କରାଯିବା ଉଚିତ୍। ଆଦିବାସୀମାନଙ୍କ ପାଇଁ ରହିଥିବା ସଂରକ୍ଷଣ ଏବଂ ଅନ୍ୟାନ୍ୟ ଆଇନଗତ ସୁରକ୍ଷାରେ କୌଣସି ପ୍ରକାର ହ୍ରାସ କରାଯିବା ଉଚିତ୍ ନୁହେଁ। କୌଣସି ପରିସ୍ଥିତିରେ ବି ଜଙ୍ଗଲରେ ପାରମ୍ପରିକ ଭାବେ ବସବାସ କରିବାକୁ ଆଦିବାସୀମାନଙ୍କର ରହିଥିବା ଅଧିକାରକୁ କୌଣସି ପ୍ରକାର ଦୁର୍ବଳ ନକରି ତାକୁ ସଂରକ୍ଷିତ କରାଯିବା ଉଚିତ୍। ଜଙ୍ଗଲରେ ବସବାସ କରୁନଥିବା କୌଣସି ଜନଜାତିର ଲୋକଙ୍କୁ ଜଙ୍ଗଲରେ ରହୁଥିବା ଜନଜାତିଙ୍କ ଜମିକୁ କିଣିବାକୁ ଦିଆଯିବା ଉଚିତ୍ ନୁହେଁ। ଆଦିବାସୀମାନଙ୍କ ବିରୁଦ୍ଧରେ ଶାସକ ଶ୍ରେଣୀର ଷଡଯନ୍ତ୍ରକୁ ଦୃଷ୍ଟିରେ ରଖି ଆଦିବାସୀ ତଥା ଅଣ-ଆଦିବାସୀ ଗରିବ ତଥା ବିଭିନ୍ନ ଜନଜାତି ମଧ୍ୟରେ ବିବାଦ ସୃଷ୍ଟି ନକରିବା ପାଇଁ କେବଳ ସମାନ ଆଦିବାସୀ ଗୋଷ୍ଠୀରେ ଜମି ହସ୍ତାନ୍ତର ଅନୁମତି ଦିଆଯିବା ଉଚିତ। ସର୍ବୋପରି କୌଣସି ପ୍ରକାର ସାମ୍ପ୍ରଦାୟିକ ଦୁରଭିସନ୍ଧି ନରଖି ମଣିପୁର ସମସ୍ୟାର ଗଣତାନ୍ତ୍ରିକ ସମାଧାନ ପାଇଁ ସେଠାକାର ସମସ୍ତ ପକ୍ଷକୁ ବିଶ୍ୱାସକୁ ନେଇ ସେମାନଙ୍କ ସହ ବାର୍ତ୍ତାଳାପ କରିବା ଦରକାର।

ଭାଲଚନ୍ଦ୍ର ଷଡ଼ଙ୍ଗୀ

ଫୋନ୍- ୯୪୩୭୧୭୬୩୭୪

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story