ନୀତୀଶ କୁମାରଙ୍କ ରାଜନୀତି ଶେଷ!

ରବି ଦାସ ବିହାରରେ କ୍ରମାଗତ ଭାବରେ ଚାରି ଥର ମୁଖ୍ୟମନ୍ତ୍ରୀ ହେବାରେ ରେକର୍ଡ ନୀତୀଶ କୁମାରଙ୍କର ରହିଥିବାରୁ ଏବଂ ଜୟପ୍ରକାଶଙ୍କ ଆନ୍ଦୋଳନଠାରୁ ଆରମ୍ଭ କରି ଲୋହିଆଙ୍କ ସମାଜବାଦୀ ଆଦର୍ଶରେ ଦୀକ୍ଷିତ ହେତୁ ଭାରତୀୟ ରାଜନୀତିରେ ତାଙ୍କୁ ବିକଳ୍ପ ନେତୃତ୍ୱର ଜଣେ ପ୍ରଥମଧାଡ଼ିର ଚେହେରା ଭାବରେ ବିଚାର କରାଯାଉଥିଲା। ବିଶେଷ ଭାବରେ ୨୦୧୪ ନିର୍ବାଚନ ପୂର୍ବରୁ ବିଜେପି ଯେପରି ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ଉପସ୍ଥାପିତ କରି ଅଭିଯାନ ଚଳାଇଲା ସେଥିରେ ନୀତୀଶ କୁମାର ନୀତିଗତ ଭାବରେ ବିରକ୍ତି […]

Nitish Kumar

Nitish Kumar

Debendra Prusty
  • Published: Saturday, 10 July 2021
  • Updated: 10 July 2021, 05:08 PM IST

Sports

Latest News

ରବି ଦାସ

ବିହାରରେ କ୍ରମାଗତ ଭାବରେ ଚାରି ଥର ମୁଖ୍ୟମନ୍ତ୍ରୀ ହେବାରେ ରେକର୍ଡ ନୀତୀଶ କୁମାରଙ୍କର ରହିଥିବାରୁ ଏବଂ ଜୟପ୍ରକାଶଙ୍କ ଆନ୍ଦୋଳନଠାରୁ ଆରମ୍ଭ କରି ଲୋହିଆଙ୍କ ସମାଜବାଦୀ ଆଦର୍ଶରେ ଦୀକ୍ଷିତ ହେତୁ ଭାରତୀୟ ରାଜନୀତିରେ ତାଙ୍କୁ ବିକଳ୍ପ ନେତୃତ୍ୱର ଜଣେ ପ୍ରଥମଧାଡ଼ିର ଚେହେରା ଭାବରେ ବିଚାର କରାଯାଉଥିଲା। ବିଶେଷ ଭାବରେ ୨୦୧୪ ନିର୍ବାଚନ ପୂର୍ବରୁ ବିଜେପି ଯେପରି ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ଉପସ୍ଥାପିତ କରି ଅଭିଯାନ ଚଳାଇଲା ସେଥିରେ ନୀତୀଶ କୁମାର ନୀତିଗତ ଭାବରେ ବିରକ୍ତି ପ୍ରକାଶ କରି ଏନ୍‌ଡିଏରୁ ଅଲଗା ହୋଇଯାଇ ସେହି ନିର୍ବାଚନ ଅନ୍ୟ ଦଳମାନଙ୍କ ସହଯୋଗରେ ଏକାକୀ ଲଢ଼ିଥିଲେ। ଏକ ଆଦର୍ଶଗତ କାରଣରୁ ଓ ବିଶେଷ ଭାବରେ ଗୁଜୁରାଟ ଦଙ୍ଗାରେ ମୋଦିଙ୍କର ଭୂମିକା ଯୋଗୁ ନୀତୀଶ କୁମାର ମୋଦିଙ୍କ ନେତୃତ୍ୱରେ ଏନଡିଏରେ ରହିପାରିବେ ନାହିଁ ବୋଲି ଅଲଗା ହୋଇଗଲେ।

କିନ୍ତୁ ୨୦୧୪ ଲୋକସଭା ନିର୍ବାଚନରେ ବିହାରରୁ ମୋଦିଙ୍କର ବିପୁଳ ବିଜୟ ହେଲା ଏବଂ ଅଲଗା ଅଲଗା ଭାବରେ ରହୁଥିବା ରାଷ୍ଟ୍ରୀୟ ଜନତା ଦଳ ଓ ନୀତୀଶଙ୍କ ଜେଡିୟୁ ବିଶେଷ ସଫଳତା ପାଇଲା ନାହିଁ। ସେହି ନିର୍ବାଚନରେ ରାଷ୍ଟ୍ରୀୟ ଜନତା ଦଳର ଭୋଟ ଆଧାର ସଂଯୁକ୍ତ ଜନତା ଦଳ ବା ଜେଡିୟୁଠାରୁ ଅଧିକ ହୋଇଥିଲେ ମଧ୍ୟ ନରେନ୍ଦ୍ର ମୋଦିଙ୍କ ସରକାର ଗଠନ ପରେ ୨୦୧୫ ବିଧାନସଭା ନିର୍ବାଚନ ପୂର୍ବରୁ ନୀତୀଶ କୁମାର ଓ ଲାଲୁପ୍ରସାଦ ଯାଦବଙ୍କ ଭିତରେ ଏକ ବୁଝାମଣା ପ୍ରତିଷ୍ଠିତ ହୋଇଥିଲା। କଂଗ୍ରେସକୁ ସାଙ୍ଗରେ ନେଇ ନୀତୀଶ ଓ ଲାଲୁ ବିଧାନସଭାରେ ସମାନ ସମାନ ଶହେଟି ଲେଖାଏଁ ଆସନରେ ଲଢ଼ି ବାକିତକ ଆସନ କଂଗ୍ରେସକୁ ଦେଇଥିଲେ। କିନ୍ତୁ ଏହି ତିନିଦଳ ମେଂଟ ବିଧାନସଭାରେ ବିପୁଳ ବିଜୟ ହାସଲ କଲା ଓ ନୀତୀଶ କୁମାରଙ୍କ ଜେଡିୟୁଠାରୁ ରାଷ୍ଟ୍ରୀୟ ଜନତା ଦଳ ସାମାନ୍ୟ ଅଧିକ ଆସନ ପାଇଥିଲେ ମଧ୍ୟ ନୀତୀଶ ହିଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। କାରଣ ବିଧାନସଭା ନିର୍ବାଚନ ଲଢ଼ିବା ସମୟରେ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଜନସାଧାରଣଙ୍କ ଆଗରେ ଉପସ୍ଥାପିତ ହୋଇଥିଲେ। ବାସ୍ତବରେ ନୀତୀଶଙ୍କ ନେତୃତ୍ୱ ଯୋଗୁ ନରେନ୍ଦ୍ର ମୋଦିଙ୍କର ସମସ୍ତ ପ୍ରଚାର ଓ ପ୍ରତିଶ୍ରୁତି ସତ୍ତ୍ୱେ ବିଜେପି ଆଶାଜନକ ଆସନ ପାଇଲା ନାହିଁ ଓ ମହାମେଣ୍ଟକୁ ତିନି ଚତୁର୍ଥାଂଶ ଆସନ ମିଳିଗଲା। ନୀତୀଶ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ସମୟରେ ଭାରତବର୍ଷର ବିରୋଧୀ ଦଳ ନେତାମାନେ ଯୋଗଦେଇଥିଲେ। ସେତେବେଳେ କଳ୍ପନାଜଳ୍ପନା ପ୍ରକାଶ ପାଇଲା ଯେ, ଭବିଷ୍ୟତରେ ମୋଦିଙ୍କ ବିକଳ୍ପ ଭାବରେ ନୀତୀଶ କୁମାରଙ୍କୁ ବିରୋଧୀମାନେ ଉପସ୍ଥାପିତ କରିପାରିବେ।

ଆଶ୍ଚର୍ଯ୍ୟର କଥା ମାତ୍ର ଦେଢ଼ବର୍ଷର ସରକାର ପରେ ନୀତୀଶ କୁମାର ହଠାତ୍ ରାଷ୍ଟ୍ରୀୟ ଜନତା ଦଳଠାରୁ ଅଲଗା ହୋଇଯାଇ ବିଜେପି ସହାୟତାରେ ସରକାର ଚଳାଇଲେ। ମୋଦି ନେତୃତ୍ୱକୁ ଆସିବା ପୂର୍ବରୁ ଜେଡିୟୁ ଓ ବିଜେପି ଭିତରେ ଗୁଜୁରାଟରେ ଯେଉଁ ମେଣ୍ଟ ରହିଥିଲା ତାହା ପୁନର୍ବାର ଉପସ୍ଥାପିତ ହୋଇଗଲା। ଯେଉଁ ନରେନ୍ଦ୍ର ମୋଦିଙ୍କୁ ନୀତୀଶ ସମାଲୋଚନା କରୁଥିଲେ ଏବେ ତାଙ୍କୁ ଦେଶର ନେତାଭାବରେ ଗ୍ରହଣ କଲେ। ଏହି ବୁଝାମଣା ଭିତ୍ତିରେ ୨୦୧୯ ଲୋକସଭା ନିର୍ବାଚନରେ ଜେଡିୟୁ ମୋଟ୍ ୪୦ଟି ଲୋକସଭା ଆସନ ମଧ୍ୟରୁ ୧୭ଟିରେ ପ୍ରାର୍ଥୀ ଦେବାକୁ ସୁଯୋଗ ପାଇଥିଲା। ସେହି ୧୭ଟି ଆସନରୁ ଜେଡିୟୁକୁ ନିର୍ବାଚନରେ ୧୬ଟି ଆସନ ମିଳିଛି। ସେହି ଦୃଷ୍ଟିରୁ ୨୦୧୯ରେ ମୋଦି ବିପୁଳ ସଂଖ୍ୟା ଗରିଷ୍ଠତା ସହିତ ଫେରିବା ପରେ ଏନ୍‌ଡିଏ ଅଂଶୀଦାର ଭାବରେ ଜେଡିୟୁକୁ ମନ୍ତ୍ରିମଣ୍ଡଳରେ ସାମିଲ କରିବାର ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ଜେଡିୟୁ ପକ୍ଷରୁ ଅତି କମରେ ଦୁଇଟି କ୍ୟାବିନେଟ୍ ପାହ୍ୟା ସହିତ ଦୁଇଟି ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ମନ୍ତ୍ରୀପଦ ଦାବି କରାଯାଇଥିଲା। କିନ୍ତୁ ମୋଦି ସ୍ପଷ୍ଟ ଭାବରେ ଜଣାଇଥିଲେ ଯେ, ସଂଯୁକ୍ତ ଜନତା ଦଳକୁ ମାତ୍ର ଗୋଟିଏ ମନ୍ତ୍ରୀପଦ ଦିଆଯାଇପାରିଥାନ୍ତା। ରାମବିଳାସ ପାଶ୍ୱାନଙ୍କ ଦଳ ମଧ୍ୟ ଗୋଟିଏ କ୍ୟାବିନେଟ୍ ଆସନ ପାଇବା ସମୟରେ ବିହାରରେ ସବୁଠାରୁ ଅଧିକ ଲୋକସଭା ଆସନ ଜିଣି ସଂଯୁକ୍ତ ଜନତା ଦଳକୁ ମନ୍ତ୍ରିମଣ୍ଡଳରେ ଗୋଟିଏ ପଦବୀ ଗ୍ରହଣୀୟ ହେଲାନାହିଁ। ଏଣୁ ଜେଡିୟୁ ମନ୍ତ୍ରିମଣ୍ଡଳରେ ସାମିଲ ହେଲାନାହିଁ।

ଏହାପରେ ଗତବର୍ଷ ହୋଇଥିବା ବିହାର ବିଧାନସଭା ନିର୍ବାଚନରେ ସଂଯୁକ୍ତ ଜନତା ଦଳକୁ ଅଧିକ ଆସନ ଦିଆଗଲେ ମଧ୍ୟ ରାମବିଳାସ ପାଶ୍ୱାନଙ୍କ ପୁତ୍ର ଚିରାଗ ପାଶ୍ୱାନ କେନ୍ଦ୍ରରେ ଏନଡିଏରେ ଥିବା ସତ୍ତ୍ୱେ ବିହାରରେ ନୀତୀଶ କୁମାରଙ୍କୁ ପରାସ୍ତ କରିବା ପାଇଁ ଜେଡିୟୁ ପ୍ରାର୍ଥୀ ଦେଇଥିବା ସବୁ ଆସନରେ ଏଲ୍‌ଜେପିର ପ୍ରାର୍ଥୀ ଛିଡ଼ା କରାଇଲେ। ଫଳରେ ନିର୍ବାଚନ ଫଳାଫଳରେ ପ୍ରଥମଥର ପାଇଁ ବିଧାନସଭାରେ ବିଜେପିର ଆସନ ସଂଯୁକ୍ତ ଜନତା ଦଳଠାରୁ ଅଧିକ ହୋଇଗଲା। ବାସ୍ତବରେ ସବୁଦୃଷ୍ଟିରୁ ନୀତୀଶ କୁମାରଙ୍କର ଏକ ନୈତିକ ପରାଜୟ ହେଲା। ଲାଲୁ ପ୍ରସାଦ ଯାଦବଙ୍କ ପୁତ୍ର ତେଜସ୍ୱୀ ଯାଦବଙ୍କ ମେଣ୍ଟ କ୍ଷମତା ଦଖଲ କରିବା ଅବସ୍ଥାକୁ ଆସିଯାଇଥିଲା। କିନ୍ତୁ ବିଜେପି ଅଧିକ ଆସନ ପାଇଥିଲେ ମଧ୍ୟ ନିର୍ବାଚନ ପୂର୍ବ ପ୍ରତିଶ୍ରୁତି ଅନୁସାରେ ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ପ୍ରସ୍ତାବ ଦେଲା। ନୀତୀଶ ସିନା ମୁଖ୍ୟମନ୍ତ୍ରୀ ହେଲେ, କିନ୍ତୁ ସରକାର ଉପରେ ତାଙ୍କର ନୈତିକ ବଳ ହ୍ରାସ ପାଇଲା। ବିଜେପିର ଦୁଇଜଣ ଉପମୁଖ୍ୟମନ୍ତ୍ରୀ ହେଲେ। ନୀତୀଶଙ୍କର ଘନିଷ୍ଠ ସହଯୋଗୀ ସୁଶୀଲ ମୋଦିଙ୍କୁ ବିଜେପି ରାଜ୍ୟରେ ନରଖି ରାଜ୍ୟସଭା ସଦସ୍ୟ କରି ଦିଲ୍ଲୀକୁ ନେଇଗଲେ। ସମସ୍ତେ ଭାବିଥିଲେ ଅଭିଜ୍ଞତା ଦୃଷ୍ଟିରୁ ସୁଶୀଲ ମୋଦିଙ୍କୁ ଏଥର କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣରେ ସ୍ଥାନ ମିଳିବ। କିନ୍ତୁ ଯାହା ଦେଖାଯାଉଛି ବିହାରରୁ ବେଶ ଅଧିକ ସଂଖ୍ୟାରେ ମନ୍ତ୍ରୀ କରାଯାଇଥିଲେ ମଧ୍ୟ ସୁଶୀଲ ମୋଦିଙ୍କୁ ମନ୍ତ୍ରୀ କରାଗଲା ନାହିଁ। ନୀତିଶଙ୍କର ସେ ବନ୍ଧୁ ହୋଇଥିବାରୁ ମନ୍ତ୍ରୀ ହେବା ଦିଗରେ ଏହା ତାଙ୍କ ପାଇଁ ପ୍ରତିବନ୍ଧକ ହେଲା ବୋଲି ଏବେ ଜଣାପଡ଼ୁଛି।

ସବୁଠାରୁ ବଡ଼କଥା ଯେ, ଏଥର ମନ୍ତ୍ରିମଣ୍ଡଳରେ ଯୋଗଦେବା ପାଇଁ ନୀତୀଶ ଆଗ୍ରହ ପ୍ରକାଶ କରିଥିଲେ ମଧ୍ୟ ତାଙ୍କ ଦଳକୁ ମାତ୍ର ଗୋଟିଏ କ୍ୟାବିନେଟ ପଦ ମିଳିଛି। ଏଲ୍‌ଜେପିକୁ ଗୋଟିଏ କ୍ୟାବିନେଟ ଆସନ ମିଳିଥିବା ସମୟରେ ଜେଡିୟୁକୁ ମାତ୍ର ଗୋଟିଏ ପଦ ମିଳିବା ନୀତୀଶଙ୍କ ପ୍ରତି ସିଧାସଳଖ ଅପମାନ। ମୋଦିଙ୍କୁ ସେ ଅତୀତରେ କରିଥିବା ସମାଲୋଚନାକୁ ସମ୍ଭବତଃ ମୋଦି ଭୁଲିନାହାନ୍ତି। ନଚେତ୍ ସଂଯୁକ୍ତ ଜନତା ଦଳକୁ ଅତି କମରେ ଦୁଇଟି କ୍ୟାବିନେଟ ଆସନ ମିଳିପାରିଥାନ୍ତା। ବିଧାନସଭାରେ ଜେଡିୟୁ ବିଜେପିଠାରୁ ଯଥେଷ୍ଟ କମ୍ ଆସନ ପାଇବା ସତ୍ତ୍ୱେ ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଦଳ ସମର୍ଥନ କରିଥିବାରୁ ସେ ବିଜେପି ବିରୋଧରେ ଆଉ କଠୋର ଆଭିମୁଖ୍ୟ ଦେଖାଇପାରିବେ ନାହିଁ। ଯେଉଁ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଜେଡିୟୁରୁ ନିଆଯାଇଛି ସେ ହେଉଛନ୍ତି ଦଳର ଜାତୀୟ ସଭାପତି ଓ ନୀତୀଶ କୁମାରଙ୍କର ବିଶ୍ୱସ୍ତ। ସେ ଜଣେ ଆଇଏଏସ୍ ଅଧିକାରୀ ଥିଲେ ଓ ନୀତୀଶ କୁମାରଙ୍କର ବ୍ୟକ୍ତିଗତ ସଚିବ ଭାବରେ କାମ କରିଥିଲେ। ସେହି ବ୍ୟକ୍ତି ଆରପି ସିଂହ ଜାତି ଦୃଷ୍ଟିରୁ ନୀତୀଶଙ୍କ ନିଜ ଜାତିର ଲୋକ ହୋଇଥିବାରୁ ଜେଡିୟୁରେ ଥିବା ଅନ୍ୟ ନେତା ଓ ବିଶେଷ ଭାବରେ ରାଜୀବ ରଂଜନ ସିଂହଙ୍କ ପରି ପୁରୁଖା ନେତା ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଲଜ୍ଜା କାରଣରୁ ନୂଆ ମନ୍ତ୍ରୀଙ୍କୁ ମଧ୍ୟ ନୀତୀଶ କୁମାର ସ୍ୱାଗତ କରିପାରିନାହାନ୍ତି। ନୀତୀଶ ଯଦିଓ ଏଲଜେପିକୁ ଭାଙ୍ଗି ଚିରାଗ ପାଶ୍ୱାନଙ୍କୁ ଅଲଗା କରିବାରେ ଏକ ମୁଖ୍ୟ ଭୂମିକା ନେଇଛନ୍ତି ଓ ସେହି ଦୃଷ୍ଟିରୁ ଗତ ନିର୍ବାଚନରେ ତାଙ୍କ ବିରୋଧରେ ଚିରାଗଙ୍କ ଅଭିଯୋଗର ପ୍ରତିଶୋଧ ନେଇଛନ୍ତି ତଥାପି ରାଜ୍ୟରେ ନୀତୀଶ କୁମାରଙ୍କର ପୂର୍ବ ଭାବମୂର୍ତ୍ତି ବା ପ୍ରଭାବ ଆଉ ନାହିଁ।

ଜୟପ୍ରକାଶ ଆନ୍ଦୋଳନରୁ ରାଜନୀତିରେ ସକ୍ରିୟ ହୋଇଥିବା ଓ ଘନିଷ୍ଠ ଭାବେ କାମ କରିଥିବା ଲାଲୁପ୍ରସାଦ ଯାଦବ ବିଭିନ୍ନ ମାମଲା ଯୋଗୁ ସକ୍ରିୟ ରାଜନୀତିରେ ନାହାନ୍ତି। ସେହି ସମୟରେ ଆଉ ଜଣେ ନେତା ରାମବିଳାସ ପାଶ୍ୱାନଙ୍କ ଦେହାନ୍ତ ହୋଇଗଲାଣି। ସୁଶୀଲ ମୋଦି ରାଜ୍ୟସଭାକୁ ଚାଲିଯିବା ପରେ ଓ ତାଙ୍କୁ ସେଠାରେ ମନ୍ତ୍ରୀ କରା ନଯିବାରୁ ସେ ମଧ୍ୟ ପ୍ରଭାବଶୂନ୍ୟ ହୋଇଛନ୍ତି। ଏପରି ଅବସ୍ଥାରେ ସବୁଆଡ଼ୁ ଆକ୍ରମଣ ଭିତରେ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଆସନରେ ଥିଲେ ମଧ୍ୟ ନୈତିକ ମନୋବଳ ହରାଇଛନ୍ତି। ସେ ଆଉ ଦେଶର ବିକଳ୍ପ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବୋଲି କେହି ଆଲୋଚନା କରୁନାହାନ୍ତି। ଏପରି ଅବସ୍ଥାରେ ଜେଡିୟୁରେ ନିଜର ଉତ୍ତରାଧିକାରୀ ଚିହ୍ନଟ କରି କ୍ଷମତାରୁ ଅପସରିଯିବା ତାଙ୍କ ପାଇଁ ଅଧିକ ଗ୍ରହଣୀୟ ହେବ। କିନ୍ତୁ କେତେବେଳେ ସେ ଏହି ନିଷ୍ପତ୍ତି ନେବେ ତାହା ସେ ହିଁ କେବଳ ସ୍ଥିର କରିବେ। କିନ୍ତୁ ତାଙ୍କର ରାଜନୈତିକ ଭବିଷ୍ୟତ ପ୍ରାୟ ଶେଷ ଅଧ୍ୟାୟରେ ବୋଲି ସ୍ୱୀକାର କରିବାକୁ ପଡ଼ିବ।

ବରିଷ୍ଠ ସାମ୍ବାଦିକ

ମୋ- ୮୦୧୮୦୯୪୪୫୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story