ଜରୁରୀ ପରିସ୍ଥିତିଠାରୁ ବି ଭୟଙ୍କର

ରବି ଦାସ ବର୍ତମାନ ଦେଶରେ ଏପରି କିଛି ଘଟଣା ଘଟୁଛି ଯାହାକୁ ଦେଖିଲେ ପ୍ରକୃତ ପରିସ୍ଥିତି ଜରୁରୀ ପରିସ୍ଥିତି ଠାରୁ ମଧ୍ୟ ବିପଜ୍ଜନକ ବୋଲି ଧାରଣା ଆସିବ। ୧୯୭୫ ଜୁନ୍‌ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀ ସମ୍ବିଧାନର ବ୍ୟବସ୍ଥା ଅନୁସାରେ ଆଭ୍ୟନ୍ତରୀରଣ ଜରୁରୀ ବ୍ୟବସ୍ଥା ଜାରି କରିଥିଲେ। ସେହି ସମୟରେ ମୌଳିକ ଅଧିକାରଗୁଡ଼ିକ ସସପେଣ୍ଡ କରିଦିଆଯାଇଥିଲା। ଯେପରିକି ବଂଚିବାର ଅଧିକାର, କଥା କହିବାର ଅଧିକାର, ମତ ପ୍ରକାଶ କରିବାର ଅଧିକାର ସସପେଣ୍ଡ ହୋଇଯିବା କୁହାଗଲା। ବିରୋଧୀ ରାଜନେତାମାନଙ୍କୁ ରାତିଅଧିଆ […]

Ravi-Das

Ravi-Das

Subrat Kumar Nayak
  • Published: Thursday, 21 May 2020
  • Updated: 21 May 2020, 04:41 PM IST

Sports

Latest News

ରବି ଦାସ

ବର୍ତମାନ ଦେଶରେ ଏପରି କିଛି ଘଟଣା ଘଟୁଛି ଯାହାକୁ ଦେଖିଲେ ପ୍ରକୃତ ପରିସ୍ଥିତି ଜରୁରୀ ପରିସ୍ଥିତି ଠାରୁ ମଧ୍ୟ ବିପଜ୍ଜନକ ବୋଲି ଧାରଣା ଆସିବ। ୧୯୭୫ ଜୁନ୍‌ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀ ସମ୍ବିଧାନର ବ୍ୟବସ୍ଥା ଅନୁସାରେ ଆଭ୍ୟନ୍ତରୀରଣ ଜରୁରୀ ବ୍ୟବସ୍ଥା ଜାରି କରିଥିଲେ। ସେହି ସମୟରେ ମୌଳିକ ଅଧିକାରଗୁଡ଼ିକ ସସପେଣ୍ଡ କରିଦିଆଯାଇଥିଲା। ଯେପରିକି ବଂଚିବାର ଅଧିକାର, କଥା କହିବାର ଅଧିକାର, ମତ ପ୍ରକାଶ କରିବାର ଅଧିକାର ସସପେଣ୍ଡ ହୋଇଯିବା କୁହାଗଲା। ବିରୋଧୀ ରାଜନେତାମାନଙ୍କୁ ରାତିଅଧିଆ ତତ୍କାଳୀନ ଅଟକ ଆଇନ ଯାହାକୁ ଆଭ୍ୟନ୍ତରୀଣ ସୁରକ୍ଷା ଆଇନ ବା ‘ମିଶା’ ବଳରେ ଗିରଫ କରାଗଲା। ସମ୍ବାଦପତ୍ରଗୁଡ଼ିକୁ ସେନସର ବା ଯାଞ୍ଚ କରାଗଲା। ସେହି ସମୟରେ ସରକାର ବିରୋଧରେ ଯେପରି କୌଣସି ସମ୍ବାଦ ପ୍ରକାଶ ନପାଇବ ସେଥିପାଇଁ ଡିଫେନ୍ସ ଅଫ ଇଣ୍ଡିଆ ରୁଲସ୍ ଅଧୀନରେ ସେନସରସିପ୍ ଗାଇଡଲାଇନ ପ୍ରସ୍ତୁତ କରାଗଲା। ବିରୋଧୀଙ୍କ ସଭାସମିତି ଉପରେ ଅଙ୍କୁଶ ଲଗାଇ ଦିଆଗଲା ।

ଏବେ ସେହିପରି ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ବଳରେ ଲକଡାଉନ ଘୋଷଣା କରାଯାଇଛି ଓ ଲକଡାଉନ ଗାଇଡଲାଇନ୍ସ ମାନ ଜାରି କରାଯାଇଛି। ଏଥିରେ ସିଧାସଳଖ ଭାବରେ ବିରୋଧୀମାନେ ସଭା କରିବାର ପ୍ରତିବନ୍ଧକ ନଥିଲେ ମଧ୍ୟ ବିପର୍ଯ୍ୟୟ ପରିଚାଳନା ଆଇନର ନିୟମକୁ ଯିଏ ଉଲ୍ଲଂଘନ କରିବ ସେ ଭାରତୀୟ ପିଙ୍ଗଳକୋର୍ଡର ୧୮୮ ଧାରାରେ ଅପରାଧ କରିଛି ବୋଲି ବିବେଚିତ ହେବ। ଏହି ଆଇନ ବଳରେ କ୍ଷମତାପ୍ରାପ୍ତ ଅଧିକାରୀମାନେ ସିଆରପିସିର ୧୪୪ ଧାରା ବଳରେ କୌଣସି ଠାରେ ୫ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ ବୋଲି ବିଜ୍ଞପ୍ତି ଜାରି କରିବେ। ସେହି ଅନୁସାରେ ପୁଲିସ କାର୍ଯ୍ୟାନୁଷ୍ଠାନ କରିବ। ଯଦିଓ ଏହି ଆଇନରେ ପ୍ରତ୍ୟେକଟି ବିଜ୍ଞପ୍ତି ଦୁଇମାସ କାର୍ଯ୍ୟକାରୀ କରିବା ପାଇଁ ଅବଧି ରହିଛି ତଥାପି ସରକାର ଚାହିଁଲେ ଏହାକୁ ୬ମାସ ପର୍ଯ୍ୟନ୍ତ ବୃଦ୍ଧି କରିପାରିବେ। ସରକାର ଏହି ଆଇନ ବଳରେ ଓ ୧୮୯୭ର ସଂକ୍ରାମକ ରୋଗ ଆଇନ ଧାରା ୩ ଅନୁସାରେ ସାରା ଦେଶରେ ଜାତୀୟ ଲକଡାଉନ ଘୋଷଣା କରିଛନ୍ତି। ସରକାର ତିନିଥର ଏହି ଲକଡାଉନ ଅବଧି ବଢ଼ାଇବା ପରେ ଗତ ୧୭ ତାରିଖରୁ ଚତୁର୍ଥ ଥର ଲକଡାଉନ ଜାରି କରିଛନ୍ତି।

ଜରୁରୀ ପରିସ୍ଥିତି ପରି ଏହି ସମୟରେ ସମ୍ବିଧାନର ମୌଳିକ ଅଧିକାର ସସପେଣ୍ଡ କରାଯାଇନାହିଁ। ଅର୍ଥାତ୍ ନାଗରିକମାନଙ୍କର ମୌଳିକ ଅଧିକାର ଅକ୍ଷୂର୍ଣ୍ଣ ରହିଛି। କିନ୍ତୁ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ ସରକାରଙ୍କ କୌଣସି ପଦକ୍ଷେପକୁ ସାଧାରଣ ଅଦାଲତରେ ଚ୍ୟାଲେଞ୍ଜ କରିହେବ ନାହିଁ। କେବଳ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଏହା ଉପରେ ପିଟିସନ ହୋଇପାରିବ। କିନ୍ତୁ ଲକଡାଉନର ନିୟମ ଅନୁସାରେ କୌଣସି ସଭାସମିତି, ବିକ୍ଷୋଭ, ସଭା, ଧର୍ମଘଟ ବା ପ୍ରତିବାଦ ଆନ୍ଦୋଳନ କରାଯିବାର ସୁଯୋଗ ନାହିଁ। କାରଣ କୌଣସିଠାରେ କେହି ବି ୫ରୁ ଅଧିକ ଲୋକଙ୍କୁ ଏକାଠି କରିପାରିବେ ନାହିଁ। ଯଦି ଏପରି କରିବାର ଉଦ୍ୟମ ହୁଏ ତେବେ ତାହା ବିରୋଧରେ ୧୮୮ ଧାରାରେ କାର୍ଯ୍ୟାନୁଷ୍ଠାନ ହୋଇପାରିବ। ଅର୍ଥାତ ବିରୋଧୀ ରାଜନୈତିକ କାର୍ଯ୍ୟକଳାପ ଜରୁରୀ ପରିସ୍ଥିତି ପରି ଏବେ ପୂରାପୂରି ବନ୍ଦ ରହିଛି । ଜରୁରୀ ପରିସ୍ଥିତିରେ ବିରୋଧୀମାନଙ୍କୁ ବା ସମାଲୋଚକମାନଙ୍କୁ ଯେପରି ‘ମିଶା’ ଆଇନରେ ଅଟକ ରଖାଯାଉଥିଲା ଯଦିଓ ସେମାନଙ୍କୁ ରାଜନୈତିକ ବନ୍ଦୀର ମର୍ଯ୍ୟାଦା ଦିଆଯାଉଥିଲା ଏବେ ସେପରି ନାହିଁ । କିନ୍ତୁ ଏହି ସମୟରେ ଯେହେତୁ ପ୍ରତିବାଦ ଆନ୍ଦୋଳନ ସମ୍ଭବ ନୁହେଁ ସେହେତୁ ପ୍ରଚଳିତ ଅନ୍ୟ ଆଇନରେ ସମାଲୋଚକମାନଙ୍କୁ ବା ଭିନ୍ନମତ ପୋଷଣ କରୁଥିବା ସାମ୍ବାଦିକମାନଙ୍କୁ ପ୍ରଚଳିତ ଅନ୍ୟ ଆଇନରେ ଛନ୍ଦି ହଇରାଣ କରାଯାଉଛି। ମୁଖ୍ୟତଃ ଦେଶଦ୍ରୋହ ଆଇନ ଓ ସନ୍ତ୍ରାସବାଦ ରୋକିବା ପାଇଁ ଥିବା ବେଆଇନ କାର୍ଯ୍ୟକଳାପ ନିରୋଧ ଆଇନ ବଳରେ ଗିରଫ କରାଯାଇ ମାମଲା ଦାୟର କରାଯାଉଛି। ଜରୁରୀ ପରିସ୍ଥିତି ବେଳେ ଆଇପିସିରେ ଦେଶଦ୍ରୋହ ଧାରା ବ୍ୟବସ୍ଥା ଥିଲେ ମଧ୍ୟ କୌଣସି ସମାଲୋଚକ ବା ଭିନ୍ନମତାଲମ୍ବୀ ସାମ୍ବାଦିକଙ୍କ ବିରୋଧରେ ଏହା ଲାଗୁ କରାଯାଇନଥିଲା।

ଦେଶଦ୍ରୋହ ଆଇନରେ ଗିରଫ ସାମ୍ବାଦିକମାନଙ୍କର ତାଲିକା ଲମ୍ବିଲମ୍ବି ଚାଲିଛି। ଏଡିଟର୍ସ ଗିଲ୍ଡ ଅଫ ଇଣ୍ଡିଆ ଏ ନେଇ ପ୍ରତିବାଦ କଲେ ମଧ୍ୟ କେହି ଶୁଣୁନାହାନ୍ତି। ନିକଟରେ ଗୁଜୁରାଟର ଜଣେ ସାମ୍ବାଦିକ ଧବଲ ପଟେଲଙ୍କୁ ଦେଶଦ୍ରୋହ ଅପରାଧରେ ମାମଲା ରୁଜୁ କରିବା ସହିତ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ର ଧାରା ୫୪ ଅନୁସାରେ ମଧ୍ୟ ମାମଲା ଦିଆଯାଇଛି। ପଟେଲଙ୍କର ଅପରାଧ ହେଲା ଯେ ତାଙ୍କ ଦ୍ୱାରା ପରିଚାଳିତ ଏକ ନ୍ୟୁଜପୋର୍ଟାଲରେ ସେ ଉଲ୍ଲେଖ କରିଥିଲେ ଯେ, କରୋନା ମୁକାବିଲାରେ ବିଫଳତା ପାଇଁ କେନ୍ଦ୍ରୀୟ ବିଜେପି ନେତୃତ୍ୱ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇ ଦେଇପାରନ୍ତି। ସେହି ରିପୋର୍ଟରେ ତାଙ୍କର ଉତ୍ତରାଧିକାରୀ କିଏ ହୋଇପାରନ୍ତି ତାହାର ମଧ୍ୟ ସୂଚନା ଥିଲା । ଏହି ରିପୋର୍ଟ ଭୁଲ ଥିଲେ ବିଜେପି ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଥାନ୍ତା ଓ ସମ୍ପୃକ୍ତ ନ୍ୟୁଜ୍ ପୋର୍ଟାଲ ତାହାକୁ ପ୍ରକାଶ କରିବାକୁ ବାଧ୍ୟ ହୋଇଥାନ୍ତା । କିନ୍ତୁ ଏଥିରେ ଦେଶ ବିରୋଧରେ କିପରି ବିଦ୍ରୋହ ହେଲା ବୁଝିବା କଷ୍ଟ। ପଟେଲଙ୍କୁ ଅଟକ ରଖିବା ପରେ ତାଙ୍କର କୋଭିଡ୍‌ ପରୀକ୍ଷା ପାଇଁ ହସପିଟାଲକୁ ପଠାଇ ଦିଆଯାଇଛି । ଗଣତାନ୍ତ୍ରିକ ରାଷ୍ଟ୍ରରେ ସରକାରଙ୍କୁ ସମାଲୋଚନା କରିବା ବା ଭିନ୍ନମତ ପାଇଁ ସୁଯୋଗ ରହିଛି । ଜଣେ ସାମ୍ବାଦିକ ଯେଉଁ ସୂଚନା ବା ତଥ୍ୟ ପାଇବେ ତାହା ପ୍ରକାଶ କରିବାରେ କିଛି ବାଧାନାହିଁ। ରାଜ୍ୟ ନେତୃତ୍ୱ ବିରୋଧରେ ଗୋଟିଏ ନ୍ୟୁଜ ରିପୋର୍ଟକୁ ଦେଶଦ୍ରୋହର ଆଖ୍ୟା ଦିଆଯିବାର କୌଣସି ଯୁକ୍ତିଯୁକ୍ତ କାରଣ ନାହିଁ। ଏ ସଂକ୍ରାନ୍ତରେ ଅଦାଲତମାନେ ଦେଶଦ୍ରୋହ କାହାକୁ କୁହାଯିବ ତାହା ସ୍ପଷ୍ଟ ଭାବରେ କହିଥିଲେ ମଧ୍ୟ ଗୁଜୁରାଟ ସରକାର ବା ପୁଲିସ ଏଥିପ୍ରତି ଦୃଷ୍ଟି ଦେଇନାହାନ୍ତି।

ଜରୁରୀ ପରିସ୍ଥିତିରେ ମୋ ନିଜ କ୍ଷେତ୍ରରେ ଏପରି ଏକ ଘଟଣା ଘଟିଥିଲା। ମୁଁ ସେତେବେଳେ ସାପ୍ତାହିକ ‘ପ୍ରଗତିବାଦୀ’ର ପରିଚାଳନା ସଂପାଦକ ଓ ମୁଖ୍ୟ ରିପୋର୍ଟର ଭାବରେ ଥିଲି। ସାପ୍ତାହିକ ପ୍ରଗତିବାଦୀ ଜରୁରୀ ପରିସ୍ଥତିକୁ ସମାଲୋଚନା କରି ପୋଲିସ ଦ୍ୱାରା ସିଜ୍ ହେବାର ୭ମାସ ପରେ ସିଜ୍ ଉଠିଯିବାରୁ ପୁନର୍ବାର ପ୍ରକାଶିତ ହୋଇଥିଲା। ଏହି ପୁନଃ ପ୍ରକାଶର ଦ୍ୱିତୀୟ ସପ୍ତାହରେ ଗୋଟିଏ ପ୍ରଥମ ପୃଷ୍ଠା ରିପୋର୍ଟରେ ଦର୍ଶାଯାଇଥିଲା ଯେ, ‘ଉତରପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ହେମାବତୀ ନନ୍ଦନ ବହୁଗୁଣା ଯେପରି ବିଦା ହୋଇଛନ୍ତି ସେହିପରି ଅବସ୍ଥା ଓଡ଼ିଶାରେ ହୋଇପାରେ’। ଏଥିରେ କୁହାଯାଇଥିଲା ଯେ, ସଂଜୟ ଗାନ୍ଧୀ କଂଗ୍ରେସର ଜଣେ ପ୍ରଭାବଶାଳୀ ନେତା ଭାବରେ ଆବିର୍ଭାବ ହୋଇଛନ୍ତି । ଅଧିକାଂଶ ନିଷ୍ପତି ତାଙ୍କ ଇଙ୍ଗିତରେ କରାଯାଉଛି। ଯେହେତୁ ହେମବତୀ ନନ୍ଦନ ବହୁଗୁଣା କଂଗ୍ରେସରେ ସଂଜୟ ଗାନ୍ଧୀଙ୍କ ଆବିର୍ଭାବକୁ ପସନ୍ଦ କରୁନଥିଲେ ତେଣୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଯିବାକୁ ପଡ଼ିଲା। ସେତେବେଳେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଥିବା ନନ୍ଦିନୀ ଶତପଥୀ ସଂଜୟ ଗାନ୍ଧୀଙ୍କ ଅନୁକମ୍ପା ପାଉନଥିବା ଜଣାପଡ଼ିଛି। କାରଣ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ସଭାପତି ଥିବା ଜଗନ୍ନାଥ ପଟ୍ଟନାୟକ ନନ୍ଦିନୀଙ୍କର ନିକଟତମ ହୋଇଥିଲେ ମଧ୍ୟ ତାଙ୍କୁ ବଦଳାଯାଇ ରାମଚନ୍ଦ୍ର ରଥଙ୍କୁ ସଭାପତି ନିଯୁକ୍ତ କରାଯାଇଛି। ରାମଚନ୍ଦ୍ର ରଥ ନିଶ୍ଚିତ ଭାବରେ ନନ୍ଦିନୀଙ୍କର ସମର୍ଥକ ନୁହଁନ୍ତି ବରଂ ବିରୋଧୀ ଭାବେ ବିବେଚିତ। ଏହି ତଥ୍ୟକୁ ନେଇ ବହୁଗୁଣାଙ୍କ ପରେ ଓଡ଼ିଶା ପାଳି ପଡ଼ିପାରେ ବୋଲି ସାପ୍ତାହିକ ପ୍ରଗତିବାଦୀରେ ରିପୋର୍ଟ ପ୍ରକାଶିତ ହୋଇଥିଲା।

ସେତେବେଳକୁ ଖବରକାଗଜରେ ଆତ୍ମସେନସରସିପ୍ ଥିବା ହେତୁ ସେହି ସଂଖ୍ୟାଟି ପ୍ରକାଶିତ ହୋଇ ବଜାରକୁ ଚାଲିଯାଥିଲା। କିନ୍ତୁ ବଜାରକୁ ଯିବା ପରେ ସେହିଦିନ ରାତିରେ ତତ୍କାଳୀନ କଟକର ଅତିରିକ୍ତ ଏସ୍‌ପି ଅନାଦି ସାହୁଙ୍କ ନେତୃତ୍ୱରେ ପୋଲିସ ଟିମ୍ ପୁନର୍ବାର ପ୍ରଗତିବାଦୀ ପ୍ରେସ୍ ଉପରେ ଚଢ଼ଉ କରିଥିଲେ। ସେଠାରେ ଥିବା ଲୋକମାନଙ୍କୁ ମୋ ନିକଟକୁ ପଠାଇ ସେଠାକୁ ଡକେଇବାର ଉଦ୍ୟମ ହୋଇଥିଲେ ମଧ୍ୟ ସେତେବେଳେକୁ ରାତି ୨ଟା ହୋଇଥିବାରୁ ମୁଁ ଯିବାକୁ ମନା କରିଦେଇଥିଲି। ଅନାଦି ସାହୁ ସାପ୍ତାହିକ ପ୍ରଗତିବାଦୀର ଯେତେଗୁଡ଼ିଏ ଖବରକାଗଜ ଥିଲା ସେଗୁଡ଼ିକ ପଇସା ଦେଇ କିଣିନେବା ପରେ ପରଦିନ ଅଫିସରେ ତାଙ୍କୁ ସାକ୍ଷାତ କରିବା ପାଇଁ ଗୋଟିଏ ଲେଖା ଦେଇଯାଇଥିଲେ। ସେହି ଅନୁସାରେ ମୁଁ ପରଦିନ ତାଙ୍କୁ ସାକ୍ଷାତ କରିବା ସମୟରେ ସେ ମୋତେ କହିଥିଲେ ଯେ, ଆପଣ ରିପୋର୍ଟକୁ ଭଲଭାବରେ ତର୍ଜମା କଲା ପରେ ସେଥିରେ ଡିଫେରେନ୍ସ ଅଫ ଇଣ୍ଡିଆ ନିୟମ ଅନୁସାରେ କୌଣସି ମାମଲା ହୋଇପାରୁନାହିଁ। କିନ୍ତୁ ଆପଣ ଜିଲ୍ଲାପାଳଙ୍କୁ ଯାଇ ଭେଟନ୍ତୁ। ଜିଲ୍ଲାପାଳଙ୍କୁ ଭେଟିବା ପରେ ସେ ସାପ୍ତାହିକ କାଗଜର ପ୍ରିସେନସରସିପ୍ ପାଇଁ ଆଦେଶ ଦେଇ ଜଣେ ସେନସର ଅଫିସର ନିଯୁକ୍ତ କଲେ। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ଜରୁରୀ ପରିସ୍ଥତିରେ ମଧ୍ୟ ପ୍ରଶାସନିକ ଅଧିକାରୀ ସମ୍ବାଦପତ୍ର ପ୍ରତି ବର୍ତମାନର ଆଭିମୁଖ୍ୟ ନେଇ ନଥିଲେ । ଜିଲ୍ଲାପାଳ ଚାହିଁଥିଲେ ଦେଶଦ୍ରୋହ ଅପରାଧରେ ବର୍ତମାନ ପରି ମାମଲା ହୋଇପାରିଥାନ୍ତା।

ଏହା କେହି ଅସ୍ୱୀକାର କରିପାରିବେନି ଯେ, କୋଭିଡ-୧୯ ପରିଚାଳନାରେ ଗୁଜୁରାଟ ସରକାର ବିଶେଷ ସଫଳତା ପାଇନାହାନ୍ତି । ଏଣୁ ଜଣେ ସାମ୍ବାଦିକ ଏହାକୁ ଭିତ୍ତିକରି ନେତୃତ୍ୱ ପରିବର୍ତନ ନେଇ ରିପୋର୍ଟ ଦେବାରେ କିଛି ବାଧା ନଥିଲା। ତଥାପି ତାଙ୍କ ବିରୋଧରେ ଦେଶଦ୍ରୋହ ଅପରାଧ ସହିତ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ ମାମଲା କରାଯାଉଛି। ନିକଟରେ ଆଣ୍ଡାମାନରେ ଏକ ସୋସିଆଲ ମିଡିଆର ରିପୋର୍ଟଙ୍କ ବିରୋଧରେ, କୋଏମ୍ବାଟୁରରେ କୋଭିଡ-୧୯ ପାଇଁ ଦିଆଯାଉଥିବା ପିଡିଏସ କାର୍ଯ୍ୟକ୍ରମରେ ଦୁର୍ନୀତି ନେଇ ରିପୋର୍ଟ ଲେଖିଥିବା ଗୋଟିଏ ନ୍ୟୁଜ ପୋର୍ଟାଲ ମାଲିକଙ୍କୁ ଗିରଫ କରାଯାଇଛି। ଜାତୀୟ ଲକଡାଉନ ସମୟରେ ବିରୋଧୀମାନଙ୍କୁ ବା ସରକାରଙ୍କ ସମାଲୋଚକମାନଙ୍କୁ ଦେଶଦ୍ରୋହ ଅପରାଧ ବା ବେଆଇନ କାର୍ଯ୍ୟକଳାପ ନିରୋଧ ଆଇନ ଅନୁସାରେ ଗିରଫ କରିବା ପ୍ରମାଣ କରୁଛି ଯେ ବର୍ତମାନର ସ୍ଥିତି ଜରୁରୀ ପରିସ୍ଥିତି ଠାରୁ ମଧ୍ୟ ଭୟଙ୍କର ହୋଇଛି।

ବରିଷ୍ଠ ସାମ୍ବାଦିକ
ମୋ- ୯୪୩୭୪୦୪୪୫୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story