କଂଗ୍ରେସ ପାଇଁ ସମ୍ଭାବ୍ୟ ନୂଆ ତାରକା ରେହାନ୍‌ ରାଜୀବ ଭଦ୍ରା

ସୂର୍ଯ୍ୟମଣି ମିଶ୍ର ଆଜି ସମଗ୍ର ଦେଶରେ ଦୁଇ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସର ଭବିଷ୍ୟତକୁ ନେଇ ଆରମ୍ଭ ହୋଇଯାଇଛି ସମୀକ୍ଷା ଓ ବିତର୍କ। ଦେଶର ସମତୁଲ ବିକାଶରେ କେଉଁ ଦଳର ଭୂମିକା ଲୋକାଭିମୁଖୀ, ତାହାକୁ ନେଇ ମଧ୍ୟ ଚର୍ଚ୍ଚା କମୁନାହିଁ। ବିଜେପି ନିଜକୁ ସବୁଠୁ ଗଣତାନ୍ତ୍ରିକ ଦଳ ଏବଂ ସମତା ଓ ଦେଶର ସାର୍ବଭୌମତା ରକ୍ଷା ଦିଗରେ କାର୍ଯ୍ୟ କରୁଛି ବୋଲି ଦାବି କରୁଛି। ଅନ୍ୟପକ୍ଷରେ କଂଗ୍ରେସ ହିଁ ଦେଶକୁ ବିକାଶ ମାର୍ଗରେ ଆଗେଇ ନେବାର […]

rehan

rehan

Jitendra Garnayak
  • Published: Saturday, 15 February 2020
  • Updated: 15 February 2020, 08:25 AM IST

Sports

Latest News

  • ସୂର୍ଯ୍ୟମଣି ମିଶ୍ର

ଜି ସମଗ୍ର ଦେଶରେ ଦୁଇ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସର ଭବିଷ୍ୟତକୁ ନେଇ ଆରମ୍ଭ ହୋଇଯାଇଛି ସମୀକ୍ଷା ଓ ବିତର୍କ। ଦେଶର ସମତୁଲ ବିକାଶରେ କେଉଁ ଦଳର ଭୂମିକା ଲୋକାଭିମୁଖୀ, ତାହାକୁ ନେଇ ମଧ୍ୟ ଚର୍ଚ୍ଚା କମୁନାହିଁ। ବିଜେପି ନିଜକୁ ସବୁଠୁ ଗଣତାନ୍ତ୍ରିକ ଦଳ ଏବଂ ସମତା ଓ ଦେଶର ସାର୍ବଭୌମତା ରକ୍ଷା ଦିଗରେ କାର୍ଯ୍ୟ କରୁଛି ବୋଲି ଦାବି କରୁଛି। ଅନ୍ୟପକ୍ଷରେ କଂଗ୍ରେସ ହିଁ ଦେଶକୁ ବିକାଶ ମାର୍ଗରେ ଆଗେଇ ନେବାର ଏକମାତ୍ର ଦଳ ବୋଲି ସୋନିଆ ଗାନ୍ଧି ଦାବି କରନ୍ତି। ସେହିପରି ବିଜେପିର ଭବିଷ୍ୟତ କ’ଣ? ଏହି ଦଳ ପାଇଁ ମୋଦିଙ୍କ ପରେ କିଏ ନେତୃତ୍ୱ ନେବେ, ସେନେଇ ମଧ୍ୟ ମନ୍ଥନ ଚାଲିଛି। ଆଉ ଏହି ସମୟରେ କଂଗ୍ରେସ ପାଇଁ ନୂଆ ତାରକା ଉଦୟ ହୋଇଥିବାର ଏକ ଖବର ସାମ୍ନାକୁ ଆସିଛି। ଏହି ତାରକା ଜଣକ ହେଉଛନ୍ତି ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ପୁଅ ରେହାନ୍‌ ରାଜୀବ ଭଦ୍ରା। ଧୀରେ ଧୀରେ ସେ ସାଧାରଣ ସଭାରେ ଉପସ୍ଥିତ ହେଉଥିବା ଦେଖିବାକୁ ମିଳୁଛି।

ରାହୁଲ ଗାନ୍ଧି ବିବାହ କରିନାହାନ୍ତି। ତାଙ୍କର ଯଦି ସନ୍ତାନ ଥା’ନ୍ତେ, ତା’ହେଲେ ହୁଏତ ସେ ନିଶ୍ଚିତ ଭାବରେ ପରିବାରର ଉତ୍ତରାଧିକାରୀ ହୋଇଥା’ନ୍ତେ। କିନ୍ତୁ ନେହରୁ-ଗାନ୍ଧି ପରିବାରର ଉତ୍ତରାଧିକାରୀ ଝିଅଙ୍କ ଆଡ଼କୁ ଯାଇଛି। ପଣ୍ଡିତ ଜବାହରଲାଲ୍‌ ନେହରୁଙ୍କ ଉତ୍ତରାଧିକାରୀ ତାଙ୍କ ଝିଅ ଇନ୍ଦିରା ଗାନ୍ଧି ହୋଇଥିଲେ। ଇନ୍ଦିରା ଗାନ୍ଧିଙ୍କ ଉତ୍ତରାଧିକାରୀ ତାଙ୍କ ପୁଅ ରାଜୀବ ଗାନ୍ଧି ହୋଇଥିଲେ। କିନ୍ତୁ ରାଜୀବଙ୍କ ପୁଅ ରାହୁଲ ଗାନ୍ଧି ଏହାକୁ ଆଗକୁ ବଢ଼ାଇ ପାରିନାହାନ୍ତି। ଦଳର ଦାୟିତ୍ୱ ତାଙ୍କ ହାତରେ ନ୍ୟସ୍ତ ହୋଇଛି ସତ, କିନ୍ତୁ ସେ ତାଙ୍କ ପୂର୍ବଜଙ୍କ ଭଳି ଚମତ୍କାରିତା ଦେଖାଇପାରିନାହାନ୍ତି। ତାଙ୍କ ପାଇଁ ପ୍ରଧାନମନ୍ତ୍ରୀ ହେବାର ସମୟ ଆସିଛି। କିନ୍ତୁ ଏହି ସମୟରେ କ୍ଷମତା କଂଗ୍ରେସ ହାତରୁ ଖସିଯାଇ ବିଜେପି ପାଖରେ ପହଞ୍ଚିଛି। ନରେନ୍ଦ୍ର ମୋଦି ଓ ଅମିତ ଶାହଙ୍କ ଭଳି ବିଜେପି ନେତୃତ୍ୱ ଆଡ଼କୁ ଦେଶର ଜନଗଣ ସମର୍ଥନ ଜଣାଇଛନ୍ତି। ରାହୁଲଙ୍କ ନେତୃତ୍ୱକୁ ଯେପରି ଦେଶବାସୀ ଗ୍ରହଣ କରିବା କଥା ତାହା କରିନାହାନ୍ତି। ରାହୁଲ ଗାନ୍ଧିଙ୍କ ବକ୍ତବ୍ୟ ଓ ମନ୍ତବ୍ୟକୁ ହାଲକା ଭାବେ ଗ୍ରହଣ କରାଯାଉଛି। ତାଙ୍କୁ ଜଣେ ସଶକ୍ତ ନେତା ଭାବେ ଗଣମାଧ୍ୟମ ମଧ୍ୟ ଗ୍ରହଣ କରୁନାହିଁ।

୨୦୧୯ ଲୋକସଭା ନିର୍ବାଚନରେ ପରାଜିତ ହେବା ପରେ ରାହୁଳ ଗାନ୍ଧି ପାର୍ଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇ ନିଜ ପରିବାର ବାହାରର କୌଣସି ବ୍ୟକ୍ତିଙ୍କୁ ଦଳର ଦାୟିତ୍ୱ ଦେବା ପାଇଁ ଉଦ୍ୟମ କରିଥିଲେ ହେଁ ସଫଳ ହୋଇପାରିଲେ ନାହିଁ। ଶେଷରେ ଅନ୍ତତଃ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବରେ ତାଙ୍କ ମା’ ସୋନିଆ ଗାନ୍ଧି ଦାୟିତ୍ୱ ଗ୍ରହଣ କରିଥିଲେ। ଏଥିରୁ ସ୍ପଷ୍ଟ ହୋଇଥିଲା ଯେ କଂଗ୍ରେସ ପରିବାରର ଲୋକ କୌଣସି ଅଣଗାନ୍ଧି ପରିବାରର ନେତୃତ୍ୱକୁ ସ୍ୱୀକାର କରନ୍ତି ନାହିଁ। ଦେଖିବାକୁ ମିଳିଲା ଦଳର ଦାୟିତ୍ୱ ଠାରୁ ରାହୁଲ ଗାନ୍ଧି ଦୂରେଇ ଯାଇ ପଳାୟନର ରାସ୍ତାକୁ ଆପଣାଇଲେ। ଦଳର ସାଂଗଠନିକ ସ୍ଥିତିକୁ ସଶକ୍ତ କରିବାରେ ଏବଂ ଦୂରେଇ ଯାଇଥିବା ଲୋକଙ୍କୁ ଦଳକୁ ଆଣିବାରେ ନିଜର କରିସ୍ମା ବା ଚମତ୍କାରିତାକୁ ପ୍ରଦର୍ଶନ କରିପାରିନାହାନ୍ତି ରାହୁଲ। ଯଦିଓ ଏବେବି ମୋଦିଙ୍କ ପରେ ସବୁଠୁ ସଶକ୍ତ ରାଜନୈତିକ ନେତା ଭାବେ ସେ ଗ୍ରହଣୀୟ।

ରାହୁଲ ଗାନ୍ଧି ଆଉ ବିବାହ କରିବାର ସମ୍ଭାବନା କମ୍। ସେ ମଧ୍ୟ ପରିବାରର ବାହାରୁ ଜଣେ କେହି ଜାତୀୟ ଅଧ୍ୟକ୍ଷ ହେବେ ଜିଦ୍‌ରୁ ପଛକୁ ହଟିଥିବା ଜଣାପଡେ଼। ଜଣାଯାଉଛି ସେ ନିଜ ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ଏବଂ ଭଣଜା ରେହାନ୍‌ ରାଜୀବ ଭଦ୍ରାଙ୍କୁ ରାଜନୀତିରେ ସକ୍ରିୟ କରିବା ପାଇଁ ଅଘୋଷିତ ଭାବେ ମନସ୍ଥିର କରିଛନ୍ତି। ଦଳର କେତେକ ସଦସ୍ୟ ମଧ୍ୟ ରେହାନଙ୍କୁ କଂଗ୍ରେସ ଦଳର ପରବର୍ତ୍ତୀ ନେତା ଭାବେ ଏବେଠୁ ଦେଖିଲେଣି। ଗୋଟିଏ ରାଜନୈତିକ ପରିବାରରେ ଜନ୍ମନେଇଥିବା କାରଣରୁ ତାଙ୍କର ରାଜନୈତିକ ବୁଝାମଣା ନିଶ୍ଚିତ ଭାବରେ ବିକଶିତ ହେବ। କିନ୍ତୁ ତାଙ୍କ ପାଖରେ ବ୍ୟବହାରିକ ଅନୁଭବ କମ୍ ଅଛି। ଏହାକୁ ଆଗକୁ ବଢ଼ାଇପାରିଲେ ସମ୍ଭବତଃ କଂଗ୍ରେସ ଦଳ ପାଇଁ ସୋନିଆ ଓ ରାହୁଲଙ୍କ ପରେ ରେହାନ୍ ରାଜୀବ ହେବେ ଦଳର ହାଇକମାଣ୍ଡ। ଯଦିଓ ଦଳ ପକ୍ଷରୁ ଏ ସଂପର୍କରେ ଆଲୋଚନା ଆରମ୍ଭ ହୋଇନାହିଁ କି ରେହାନ୍‌ଙ୍କୁ ନେଇ କେହି ସ୍ପଷ୍ଟ ଭାବେ ମନ୍ତବ୍ୟ ଦେଇନାହାନ୍ତି, ତେବେ ସେ ଯେ କଂଗ୍ରେସ ପରିବାରର ସମ୍ଭାବ୍ୟ ତାରକା, ଏହା ଧୀରେ ଧୀରେ ଜଣାପଡୁଛି। କଂଗ୍ରେସ ଦଳରେ ଏକଥା ମଧ୍ୟ ବିଚାର ବିମର୍ଷ ଆରମ୍ଭ ହୋଇଛି ଯେ ମୋଦି ଓ ଶାହଙ୍କ ଲୋକପ୍ରିୟତା ୨୦୧୪ରେ ଯେପରି ଥିଲା, ଆଜି ସେ ପରିସ୍ଥିତି ନାହିଁ। ସାଧାରଣ ନାଗରିକ ଧୀରେ ଧୀରେ ବିଜେପି ଆଡୁ ମୁହଁ ମୋଡ଼ିଲେଣି।

ନିକଟରେ ଅନୁଷ୍ଠିତ ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଏହାର ସୂଚନା ଦେଇଛି। ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଶାହଙ୍କ ନିର୍ବାଚନୀ ଅଭିଯାନ ସାଧାରଣ ସଭାରେ ଲୋକଙ୍କୁ ଆକର୍ଷିତ କରିବା ପାଇଁ ଦେଇଥିବା ପ୍ରତିଶ୍ରୁତିକୁ ଦିଲ୍ଲୀର ଭୋଟର ଗ୍ରହଣ କରିନାହାନ୍ତି। କେନ୍ଦ୍ରରେ ବିଜେପି ଦଳର ଦ୍ୱିତୀୟ ପାଳିର ସରକାର ଥିବା ବେଳେ ଗୋଟିଏ ପରେ ଗୋଟିଏ ରାଜ୍ୟ ଦଳ ଠାରୁ ହାତଛଡ଼ା ହେଉଛି। ଏହି ସମୟରେ କଂଗ୍ରେସ ନିଜର ପୂର୍ବ ପାରମ୍ପରିକ ଭୋଟ୍‌ ଗୋଟାଇବା ପାଇଁ ଆରମ୍ଭ କରିଛି ରଣକୌଶଳ। ଏହି ରଣକୌଶଳରେ ଯେଉଁ ତାରକାଙ୍କ ଚିତ୍ର ଦେଖିବାକୁ ମିଳୁଛି ସେ ହେଉଛନ୍ତି ରେହାନ୍‌ ରାଜୀବ ଭଦ୍ରା। ପ୍ରିୟଙ୍କା ଗାନ୍ଧି ମଧ୍ୟ ବେଶ୍ ସକ୍ରିୟ। ତାଙ୍କ ମତରେ ୨୦୨୪ ନିର୍ବାଚନ ପୂର୍ବରୁ ଆଉ ପାକିସ୍ତାନ ଉପରେ କୌଣସି ଷ୍ଟ୍ରାଇକ୍ କରି ନକଲି ରାଷ୍ଟ୍ରବାଦର ଲହର ସୃଷ୍ଟି କରି ଜନମତକୁ ନିଜ ଆଡ଼କୁ ବିଜେପି ଆଣିପାରିବ ନାହିଁ। ଲୋକ ବୁଝିଲେଣି କେବଳ ପ୍ରଚାରରେ ବିଜେପି ବିକାଶ କରୁଛି। କିନ୍ତୁ ବାସ୍ତବତା ହେଉଛି ଦେଶର ଜନଗଣ ଏବେ ପୁଣିଥରେ କଂଗ୍ରେସ ଆଡ଼କୁ ମୁହାଁଇଲେଣି। ଯଦିଓ ରାହୁଲ ଗାନ୍ଧି ନିକଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ଦେଇଥିବା ମନ୍ତବ୍ୟକୁ ନେଇ ନିନ୍ଦିତ ହୋଇଛନ୍ତି। କିନ୍ତୁ କଂଗ୍ରେସର କାର୍ଯ୍ୟକର୍ତ୍ତା, କର୍ମୀ ସୋନିଆ ଓ ପ୍ରିୟଙ୍କାଙ୍କୁ ଆଗରେ ରଖି ଦଳକୁ ଧୀରେ ଧୀରେ ସଶକ୍ତ କରିବା ପାଇଁ ସଂକଳ୍ପବଦ୍ଧ ପ୍ରୟାସ ଚଳାଇଛନ୍ତି। କଂଗ୍ରେସକୁ ନିରାଶାର ଅନ୍ଧକୂଅରୁ ବାହାର କରି ଆକ୍ରମଣାତ୍ମକ ରାଜନୀତି କରିବାକୁ ପ୍ରବର୍ତ୍ତା ଯାଉଥିବା କପିଲ ଶିବଲଙ୍କ ଠାରୁ ଆନନ୍ଦ ଶର୍ମାଙ୍କ ଯାଏ ନେତାଙ୍କ ମତରୁ ସ୍ପଷ୍ଟ ହେଉଛି। କଂଗ୍ରେସ ସ୍ୱାଭାବିକ ଭାବରେ ଯଦିଓ ବିଜେପି ଠାରୁ ବହୁ ପଛରେ ଅଛି, କିନ୍ତୁ ଆଗକୁ ବଢୁଛି।

ଆଞ୍ଚଳିକ ଦଳଗୁଡ଼ିକ ଉପରେ ନିର୍ଭର କରି ପୁଣିଥରେ କ୍ଷମତାକୁ ଆସିବା ପାଇଁ ରଣନୀତି ଆପଣାଇଛି। ବିଜେପିରୁ କିଛି ନେତାଙ୍କୁ ନିଜ ଦଳକୁ ଆଣିବା ପାଇଁ ପ୍ଲାଟଫର୍ମ ତିଆରି କରିବା ଆରମ୍ଭ କରିଛି। ଏହା ସତ୍ତ୍ୱେ ରାହୁଳଙ୍କ ନେତୃତ୍ୱ ଉପରେ ଲୋକଙ୍କର ଭରସା ଏପର୍ଯ୍ୟନ୍ତ ଆସିନାହିଁ। ପ୍ରିୟଙ୍କାଙ୍କୁ ଆଗରେ ରଖି ସୋନିଆ ଗାନ୍ଧି ରେହାନ୍‌ ରାଜୀବ ଗାନ୍ଧିଙ୍କୁ ସାମ୍ନାକୁ ଆଣି ବିହାର, ପଶ୍ଚିମବଙ୍ଗ ଏବଂ ଉତ୍ତରପ୍ରଦେଶରେ ହେବାକୁ ଥିବା ନିର୍ବାଚନରେ ନିଜ ଦଳର ଶକ୍ତିପ୍ରଦର୍ଶନ କରିବେ ବୋଲି ଜଣାଯାଇଛି। ପଶ୍ଚିମବଙ୍ଗରେ ଯଦିଓ ତୃଣମୂଳ କଂଗ୍ରେସ ଆଗରେ ଅଛି ତେବେ ବିଜେପି ମଧ୍ୟ ପଛରେ ନାହିଁ। କଂଗ୍ରେସ ପାଇଁ ବର୍ତ୍ତମାନ ବଡ଼ ରଣନୀତି ହୋଇଛି, ବିଜେପିକୁ କୌଣସି ନା କୌଣସି ପରିସ୍ଥିତିରେ କ୍ଷମତାରୁ ଦୂରେଇ ରଖିବା। ସେଥିପାଇଁ ଦଳ ଯେକୌଣସି ବୁଝାମଣାକୁ ଆପଣେଇବ। ତେବେ ପ୍ରଶ୍ନ ହେଉଛି କଂଗ୍ରେସପାଇଁ ସମ୍ଭାବ୍ୟ ଉଦୀୟମାନ ନୂଆ ତାରକା ରେହାନ୍ ରାଜୀବ ଭଦ୍ରା କେବେ ସାମ୍ନାକୁ ଆସୁଛନ୍ତି ଓ ଦଳର ସଦସ୍ୟ ଭାବେ ନିଜର ପରିଚୟ ଦେଉଛନ୍ତି ?

ବରିଷ୍ଠ ସାମ୍ୱାଦିକ
ଭୁବନେଶ୍ୱର,
ମୋ:୯୪୩୮୦୦୬୨୧୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story