ମହାରାଷ୍ଟ୍ର ବିଧାନ ପରିଷଦ ସଦସ୍ୟ ମନୋନୟନ ବିବାଦ ଓ ରାଜ୍ୟପାଳ

ସରଳ କୁମାର ଦାସ ଉଦ୍ଧବ ଠାକରେଙ୍କ ମୁଖ୍ୟମନ୍ତ୍ରୀତ୍ୱ ହରାଇବାର ଆଶଙ୍କାରେ ୨୦୧୯ ନଭେମ୍ବର ୨୮ରେ ଶପଥ ନେଇଥିବା ମହାରାଷ୍ଟ୍ର ବିକାଶ ଆଘାଡି ସରକାର ପ୍ରତି ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ସେଠାରେ ବିଧାନ ପରିଷଦ ପାଇଁ ନିର୍ବାଚନ ଘୋଷଣା ସହ ଆପାତତଃ ଟଳି ଯାଇଥିବା ପରି ମନେ ହେଉଛି । ତେବେ ଏଥି ପୂର୍ବରୁ ତରବରିଆ ଭାବେ ଦେବେନ୍ଦ୍ର ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ ରୂପେ ଶପଥ ପାଠ କରାଇ ବିବାଦ ଭିତରକୁ ଆସିଥିବା ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ […]

Uddhav

Uddhav

Subrat Kumar Nayak
  • Published: Thursday, 07 May 2020
  • Updated: 07 May 2020, 03:45 PM IST

Sports

Latest News

ସରଳ କୁମାର ଦାସ

ଉଦ୍ଧବ ଠାକରେଙ୍କ ମୁଖ୍ୟମନ୍ତ୍ରୀତ୍ୱ ହରାଇବାର ଆଶଙ୍କାରେ ୨୦୧୯ ନଭେମ୍ବର ୨୮ରେ ଶପଥ ନେଇଥିବା ମହାରାଷ୍ଟ୍ର ବିକାଶ ଆଘାଡି ସରକାର ପ୍ରତି ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ସେଠାରେ ବିଧାନ ପରିଷଦ ପାଇଁ ନିର୍ବାଚନ ଘୋଷଣା ସହ ଆପାତତଃ ଟଳି ଯାଇଥିବା ପରି ମନେ ହେଉଛି । ତେବେ ଏଥି ପୂର୍ବରୁ ତରବରିଆ ଭାବେ ଦେବେନ୍ଦ୍ର ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ ରୂପେ ଶପଥ ପାଠ କରାଇ ବିବାଦ ଭିତରକୁ ଆସିଥିବା ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ କୋଶୟାରୀଙ୍କ ଭୂମିକା ଏହି ପ୍ରକରଣରେ ମଧ୍ୟ ପୁଣି ଥରେ ବିବାଦ ଘେରକୁ ଆସିଛି । ରାଜ୍ୟପାଳଙ୍କ ଆଚରଣ ରାଜ୍ୟରେ ଏକ ରାଜନୈତିକ ସଙ୍କଟ ସୃଷ୍ଟି କରିବାର ଆଶଙ୍କା ସୃଷ୍ଟି କରିଥିବାରୁ ବିଧାନ ପରିଷଦ ପାଇଁ ସଦସ୍ୟ ମନୋନୟନ କ୍ଷେତ୍ରରେ ରାଜ୍ୟପାଳଙ୍କର କ୍ଷମତା ସମ୍ପର୍କରେ ତର୍ଜମା ହେବାର ଆବଶ୍ୟକତା ରହିଛି।

ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲା ବେଳକୁ ସେ ମହାରାଷ୍ଟ୍ରର ବିଧାନସଭା ବା ବିଧାନ ପରିଷଦ ମଧ୍ୟରୁ କୌଣସିଟିର ସଦସ୍ୟ ନଥିଲେ । ଆଇନ ଅନୁସାରେ ଦାୟିତ୍ୱ ଗ୍ରହଣର ଛଅ ମାସ ମଧ୍ୟରେ, ଅର୍ଥାତ ୨୦୨୦, ମେ ୨୭ ସୁଦ୍ଧା ତାଙ୍କୁ ଯେ କୌଣସି ଗୋଟିଏ ସଦନର ସଦସ୍ୟ ହେବାକୁ ହେବ । ମହାରାଷ୍ଟ୍ର ବିଧାନ ପରିଷଦର ଖାଲି ପଡିଥିବା ୯ଟି ଆସନ ଲାଗି ହେବାକୁ ଥିବା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ସଦସ୍ୟତା ହାସଲ କରିବା ଲାଗି ଉଦ୍ଧବ ଠାକରେ ସ୍ଥିର କରିଥିଲେ । ହେଲେ କରୋନାଜନିତ ବିଶେଷ ପରିସ୍ଥିତିରେ ୨୦୨୦, ମାର୍ଚ୍ଚ ୨୬ରେ ଅନୁଷ୍ଠିତ ହେବାକୁ ଥିବା ଏହି ନିର୍ବାଚନଟିକୁ ନିର୍ବାଚନ କମିଶନଙ୍କ ଦ୍ୱାରା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଘୁଂଚାଇ ଦିଆଗଲା । ନିର୍ଦ୍ଧାରିତ ସମୟ ମଧ୍ୟରେ ସଦସ୍ୟତା ଆହରଣ କରି ନ ପାରିଲେ ଉଦ୍ଧବଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଓହରି ଯିବାକୁୁ ହେବ, ଯାହା ଫଳରେ ମନ୍ତ୍ରୀମଣ୍ଡଳ ଭଙ୍ଗ ହୋଇ ରାଜ୍ୟରେ ଏକ ରାଜନୈତିକ ସଙ୍କଟ ଉତ୍ପନ୍ନ ହେବ । ତେଣୁ ରାଜ୍ୟ ମନ୍ତ୍ରୀମଣ୍ଡଳ ଏପ୍ରିଲ ୯ ତାରିଖ ଦିନ ଅନୁଷ୍ଠିତ ବୈଠକରେ ଉଦ୍ଧବଙ୍କୁ ବିଧାନ ପରିଷଦର ଖାଲିଥିବା ଦୁଇଟି ମନୋନୀତ ଆସନ ମଧ୍ୟରୁ ଗୋଟିକରେ ମନୋନୟନ କରିବା ଲାଗି ରାଜ୍ୟପାଳଙ୍କୁ ସୁପାରିଶ କଲେ । ସ୍ୱାର୍ଥ-ଦ୍ୱନ୍ଦ୍ୱ ଦୃଷ୍ଟିରୁ ଉଦ୍ଧବ ଏହି ବୈଠକରେ ନିଜେ ଉପସ୍ଥିତ ରହି ନଥିଲେ ।

୭୮ ସଦସ୍ୟ ବିଶିଷ୍ଟ ମହାରାଷ୍ଟ୍ର ବିଧାନ ପରିଷଦର ୧୨ ଜଣ ସଦସ୍ୟ ମନ୍ତ୍ରୀମଣ୍ଡଳର ସୁପାରିଶ କ୍ରମେ ରାଜ୍ୟପାଳଙ୍କ ଦ୍ୱାରା ମନୋନୀତ ହୋଇଥାଆନ୍ତି । ସମ୍ବିଧାନର ଧାରା ୧୭୧ ଅନୁଯାୟୀ, ସାହିତ୍ୟ, ବିଜ୍ଞାନ, କଳା, ସମବାୟ ଆନ୍ଦୋଳନ ଓ ସମାଜ ସେବା କ୍ଷେତ୍ରରେ ବିଶେଷ ଜ୍ଞାନ ବା ଅଭିଜ୍ଞତା ସମ୍ପନ୍ନ ବ୍ୟକ୍ତି ବିଶେଷଙ୍କୁ ବିଧାନ ପରିଷଦର ସଦସ୍ୟ ଭାବେ ମନୋନୟନ କରା ଯାଇପାରିବ । ଉଦ୍ଧବ ଠାକରେ କଳା କ୍ଷେତ୍ରରେ ତାଙ୍କ ଉପଲବ୍ଧି ପାଇଁ ମନୋନୀତ ହେବାକୁ ଯୋଗ୍ୟ, କାରଣ ଜଣେ ଖ୍ୟାତି ସମ୍ପନ୍ନ ୱାଇଲ୍ଡ ଲାଇଫ ଫଟୋଗ୍ରାଫର ଭାବେ ତାଙ୍କର ସୁନାମ ରହିଛି । ତାଙ୍କ ଦ୍ୱାରା ଉଠାଯାଇଥିବା ମହାରାଷ୍ଟ୍ରର ଅନେକ ଦୁର୍ଗର ଫଟୋ ସମ୍ମାନଜନକ ଜାହାଙ୍ଗୀର ଆର୍ଟ ଗ୍ୟାଲେରିରେ ସ୍ଥାନ ପାଇଛି । ସେହିପରି ସେ ଉଠାଇଥିବା ଫଟୋ ସମ୍ବଳିତ ଚିତ୍ର ପୁସ୍ତକ ‘ମହାରାଷ୍ଟ୍ର ଦେଶ’ ଓ ‘ପାହୱା ବିଠଲ’ ମଧ୍ୟ ପ୍ରକାଶ ପାଇ ସାରିଛି । ଅବଶ୍ୟ ଏକ ରାଜନୈତିକ ଦଳର ଅଧ୍ୟକ୍ଷ ଭାବେ ସମାଜ ସେବା କ୍ଷେତ୍ରରେ ଉଦ୍ଧବଙ୍କର ଦୀର୍ଘ ଦିନର ଅଭିଜ୍ଞତାକୁ ମଧ୍ୟ ଗ୍ରହଣ କରା ଯାଇପାରେ, ଯାହା ତାଙ୍କ ମନୋନୟନ ଲାଗି ଆବଶ୍ୟକ ଯୋଗ୍ୟତାକୁ ପୂରଣ କରୁଛି ।

ଦୀର୍ଘ ଦିନ ଧରି ମନ୍ତ୍ରୀମଣ୍ଡଳର ସୁପାରିଶ ଉପରେ ରାଜ୍ୟପାଳ କୌଣସି ନିର୍ଣ୍ଣୟ ନ ନେବାରୁ ମନ୍ତ୍ରୀମଣ୍ଡଳ ଏପ୍ରିଲ ୨୭ରେ ଦ୍ୱିତୀୟ ଥର ପାଇଁ ଉଦ୍ଧବଙ୍କ ନାମ ରାଜ୍ୟପାଳଙ୍କୁ ସୁପାରିଶ କଲେ । ଏ ସବୁ ସତ୍ୱେ ରାଜ୍ୟପାଳ ଉଦ୍ଧବଙ୍କ ମନୋନୟନ ନେଇ କୌଣସି ନିଷ୍ପତି ନେଇ ନାହାନ୍ତି, ଯାହା ରାଜନୈତିକ ଅନିଶ୍ଚିତତାକୁ ଅଧିକ ବଢାଇଛି । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲା ପରେ ଉଦ୍ଧବ ଯେ ବିଧାନ ପରିଷଦକୁ ନିର୍ବାଚିତ ହେବାର ଆଦୌ ଅବକାଶ ପାଇ ନଥିଲେ, ତା ନୁହେଁ । ବିଧାନ ପରିଷଦର ଦୁଇ ଜଣ ସଦସ୍ୟ ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହେଲା ପରେ ଖାଲି ହୋଇଥିବା ଦୁଇଟି ବିଧାନ ପରିଷଦ ଆସନ ପୂରଣ କରିବା ଲାଗି ୨୦୨୦ ଜାନୁଆରୀରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସେହି ଆସନ ଦୁଇଟିର ଅବଶିଷ୍ଟ କାର୍ଯ୍ୟକାଳ ଆଗାମୀ ୩ ବର୍ଷ ମଧ୍ୟରେ ପୂରି ଯାଉଥିବାରୁ ସମ୍ଭବତଃ, ଅତ୍ୟଧିକ ଆତ୍ମବିଶ୍ୱାସୀ ହୋଇ ଉଦ୍ଧବ ସେହି ନିର୍ବାଚନରେ ଭାଗ ନେବାକୁ ଉଚିତ ନ ମଣି ୨୦୨୦ ମାର୍ଚ୍ଚ ମାସ ୯ଟି ବିଧାନ ପରିଷଦ ଆସନ ଲାଗି ହେବାକୁ ଥିବା ନିର୍ବାଚନରେ ଅଂଶଗ୍ରହଣ କରିବାକୁ ମନସ୍ଥ କରିଥିଲେ।

ଅତୀତରେ ରାଜ୍ୟସଭାର ସାଂସଦ ଭାବେ ମନୋନୀତ ହୋଇଥିବା ବ୍ୟକ୍ତି ବିଶେଷ ମନୋନୟନକୁ ଗ୍ରହଣ କରି ନ ଥିବାର ଉଦାହରଣ ରହିଛି । ଯେପରି ୨୦୧୬ରେ ରାଜ୍ୟସଭାକୁ ମନୋନୀତ ହୋଇଥିବା ଅଲ ଓାର୍ଲଡ ଗାୟତ୍ରୀ ପରିବାରର ମୁଖ୍ୟ ପ୍ରଣବ ପାଣ୍ଡ୍ୟା ରାଜ୍ୟସଭାର ସଦସ୍ୟତା ଗ୍ରହଣ କରିବାକୁ ମନା କରି ଦେଇଥିଲେ । ତେବେ ରାଜ୍ୟସଭା ପାଇଁ ସରକାରଙ୍କ ଦ୍ୱାରା ସୁପାରିଶ ହୋଇଥିବା ମନୋନୀତ ବ୍ୟକ୍ତି ବିଶେଷଙ୍କ ମନୋନୟନକୁ ରାଷ୍ଟ୍ରପତି ଅଗ୍ରାହ୍ୟ କରିଥିବାର ନଜିର ନାହିଁ । ସେହିପରି ଯେଉଁ ରାଜ୍ୟମାନଙ୍କରେ ବିଧାନ ପରିଷଦ ରହିଛି ସେଠାରେ ସଦସ୍ୟ ମନୋନୟନରେ ସରକାର କରିଥିବା ସୁପାରିଶକୁ ରାଜ୍ୟପାଳ ଗ୍ରହଣ କରି ନ ଥିବାର ଉଦାହରଣ ମଧ୍ୟ ନାହିଁ । ଅଧିକନ୍ତୁ, ଅତୀତରେ ମହାରାଷ୍ଟ୍ରରେ ଦତା ମେଘେ ଓ ଦୟାନନ୍ଦ ମହାସ୍କେ ମନ୍ତ୍ରୀ ଭାବେ ଶପଥ ନେଲା ପରେ ରାଜ୍ୟପାଳଙ୍କ ଦ୍ୱାରା ବିଧାନ ପରିଷଦର ସଦସ୍ୟ ଭାବେ ମନୋନୀତ ହେବାର ନଜିର ରହିଥିବାରୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ବ୍ୟକ୍ତି ବିଶେଷ ଯେ ମନୋନୀତ ହୋଇ ପାରିବେ ନାହିଁ, ତାହା ବି ନୁହେଁ । ମନ୍ତ୍ରୀମଣ୍ଡଳ ଦ୍ୱାରା ଦୁଇ ଦୁଇ ଥର ସୁପାରିଶ ହେବା ସତ୍ୱେ ଉଦ୍ଧବ ଠାକରେଙ୍କ ମନୋନୟନକୁ ରାଜ୍ୟପାଳ ଅଗ୍ରାହ୍ୟ କରି ନଥିଲେ ମଧ୍ୟ ଗ୍ରହଣ କରିବା ନେଇ ଟାଳଟୁଳ ନୀତି ଆପଣାଇଛନ୍ତି, ଯାହା ରାଜ୍ୟପାଳଙ୍କ ଏ ସମ୍ପର୍କରେ ସାମ୍ବିଧାନିକ କ୍ଷମତା ଉପରେ ପ୍ରଶ୍ନ ଉତଥାପନ କରୁଛି । ତେବେ ଏହା କଣ ରାଜ୍ୟପାଳଙ୍କ ବିବେକାନୁମୋଦିତ କ୍ଷମତା ଅନ୍ତର୍ଭୁକ୍ତ ହୋଇ ପାରିବ କି?

ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ନିକଟରେ ଥିବା ବିବେକାନୁମୋଦିତ କ୍ଷମତା ମଧ୍ୟରେ ତିନି ପ୍ରକାର ଭିଟୋ କ୍ଷମତା - ପୂର୍ଣ୍ଣ (ଆବସଲ୍ୟୁଟ) ଭିଟୋ, ସନ୍ଦିଗ୍ଧ (ସସପେନସିଭ) ଭିଟୋ ଓ ପକେଟ ଭିଟୋ - ରହିଛି । ସନ୍ଦିଗ୍ଧ ଭିଟୋ କ୍ଷମତା ଅନୁସାରେ, ମନ୍ତ୍ରୀମଣ୍ଡଳ ଦ୍ୱାରା ଗୃହୀତ କୌଣସି ନିଷ୍ପତିକୁ ସ୍ୱୀକୃତି ପ୍ରଦାନ ନ କରି ତାର ପୁନର୍ବିଚାର ପାଇଁ ସେ ମନ୍ତ୍ରୀମଣ୍ଡଳ ନିକଟକୁ ପଠାଇ ଦେଇ ପାରିବେ । ଅବଶ୍ୟ ପୁନର୍ବିଚାର ହୋଇ ଆସିଲା ପରେ ରାଜ୍ୟପାଳଙ୍କ ପକ୍ଷରେ ସ୍ୱୀକୃତି ପ୍ରଦାନ କରିବା ଏକ ପ୍ରକାର ବାଧ୍ୟବାଧକତା ହୋଇଥାଏ । ଅନ୍ୟ ପକ୍ଷରେ ପକେଟ ଭିଟୋ ପ୍ରୟୋଗ ମାଧ୍ୟମରେ, ରାଜ୍ୟପାଳଙ୍କ ସ୍ୱୀକୃତି ପାଇଁ ଉପସ୍ଥାପିତ ମନ୍ତ୍ରୀମଣ୍ଡଳର ନିଷ୍ପତି ବା ସୁପାରିଶକୁ ପୁନର୍ବିଚାର ପାଇଁ ଫେରସ୍ତ ନ କରି ସେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ତା ସପକ୍ଷରେ ବା ବିପକ୍ଷରେ କୌଣସି ନିଷ୍ପତି ଗ୍ରହଣ ନ କରି ପକାଇ ରଖିଥାନ୍ତି।

୧୯୮୬ରେ ତତକାଳୀନ ରାଷ୍ଟ୍ରପତି ଜ୍ଞାନୀ ଜୈଲ ସିଂହ ଏହି ପକେଟ ଭିଟୋର ପ୍ରୟୋଗ କରି ପୋଷ୍ଟ ଅଫିସ ବିଲ୍‌କୁ ଆଇନରେ ପରିଣତ ହେବାକୁ ଦେଇ ନଥିଲେ। ଉଦ୍ଧବଙ୍କ ମନୋନୟନ ନେଇ ରାଜ୍ୟପାଳ ନିଷ୍ପତି ଗ୍ରହଣରେ ବିଳମ୍ବ କରିବାକୁ ଏହି ପକେଟ ଭିଟୋ କ୍ଷମତାର ପ୍ରୟୋଗ ସହ ତୁଳନା କରା ଯାଇପାରେ । ସେ ଚାହିଁଲେ ଏହି କ୍ଷମତାର ପ୍ରୟୋଗ କରି ଉଦ୍ଧବଙ୍କୁ ନିର୍ଦ୍ଧାରିତ ତାରିଖ ମଧ୍ୟରେ ବିଧାନ ପରିଷଦର ମନୋନୀତ ସଦସ୍ୟ ହେବାରୁ ବଞ୍ଚିତ କରି ଦେଇ ପାରନ୍ତି ଓ ରାଜ୍ୟ ଏକ ସାମ୍ବିଧାନିକ ସଙ୍କଟ ଭିତରକୁ ଠେଲି ହୋଇ ଯାଇପାରେ । ତେଣୁ ମନୋନୟନ ଭଳି ସରକାରଙ୍କ ସମସ୍ତ ସାଧାରଣ ଓ ରୁଟିନ ନିଷ୍ପତି ଓ ସୁପାରିଶ, ଯେଉଁଗୁଡିକ ନୀତିଗତ ନିଷ୍ପତି ନୁହେଁ, ସେଗୁଡିକୁ ରାଜ୍ୟପାଳଙ୍କ ପକେଟ ଭିଟୋ କ୍ଷମତା ବାହାରେ ରଖିବା ଉଚିତ । ତଦ୍ଦ୍ୱାରା, ସରକାରଙ୍କ ଏହି ଧରଣର ସୁପାରିଶ ଓ ନିଷ୍ପତିଗୁଡିକ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ରାଜ୍ୟପାଳଙ୍କ ସ୍ୱୀକୃତି ହାସଲ କରି ପାରିବ ଓ ସାମ୍ବିଧାନିକ ସଙ୍କଟକୁ ଏଡାଇ ଦେଇ ହେବ।

ସମ୍ବିଧାନ ବିଶେଷଜ୍ଞଙ୍କ ମତରେ ରାଜ୍ୟପାଳ କ୍ୟାବିନେଟର ପ୍ରସ୍ତାବ ମାନିବାକୁ ବାଧ୍ୟ। ତେବେ ମନ୍ତ୍ରୀମଣ୍ଡଳର ସେହି ନିର୍ଦ୍ଦିଷ୍ଟ ବୈଠକର ସାମ୍ବିଧାନିକତା ଉପରେ ସେ ପ୍ରଶ୍ନ ଉଠାଇ ପାରନ୍ତି । ଅନ୍ୟ ପକ୍ଷରେ ସେ ଉଦ୍ଧବ ଠାକରେଙ୍କୁ ମନୋନୀତ ସଦସ୍ୟ କରାଇ ନ ଦେବା ପାଇଁ ପକେଟ ଭିଟୋର ଆଶ୍ରୟ ନେଇ ପାରନ୍ତି। କାରଣ ତଦ୍ଦ୍ୱାରା ତାଙ୍କୁ କାହାରିକୁ କୌଣସି ଉତର ବା ସଫେଇ ଦେବାକୁ ହେବ ନାହିଁ। ଶେଷ ତାରିଖ ପାଖେଇ ଆସୁଥିବାରୁ ରାଜ୍ୟପାଳଙ୍କ ଆଚରଣରୁ ତାଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ଏକ ଷଡଯନ୍ତ୍ର ହେଉଛି ବୋଲି ଉଦ୍ଧବଙ୍କ ହୃଦୟଙ୍ଗମ ହେଲା।

ଦେଶର ସର୍ବାଧିକ କରୋନା ଆକ୍ରାନ୍ତ ମହାରାଷ୍ଟ୍ର ରାଜ୍ୟରେ ହୋଇଥିବାରୁ ସେଠାରେ ଶାସନରେ ଅସ୍ଥିରତା ଦେଖା ଦେଲେ କରୋନା ବିରୁଦ୍ଧରେ ଲଢେଇ ବାଧାପ୍ରାପ୍ତ ହୋଇ ରାଜ୍ୟବାସୀ ଅଧିକ କ୍ଷତିଗ୍ରସ୍ତ ହେବେ ବୋଲି ସେ ଫୋନ ଯୋଗେ ପ୍ରଧାନମନ୍ତ୍ରୀଙ୍କୁ ସୂଚୀତ କରିବା ସହ ସେ ଯେପରି ନିର୍ବିଘ୍ନରେ ବିଧାନ ପରିଷଦର ସଦସ୍ୟତା ହାସଲ କରି ପାରିବେ ସେ ନେଇ ହସ୍ତକ୍ଷେପ କରିବାକୁ ତାଙ୍କୁ ଅନୁରୋଧ କରିଥିଲେ। ଏଥି ସତ୍ୱେ ରାଜ୍ୟପାଳ ଉଦ୍ଧବଙ୍କ ମନୋନୟନ ଉପରେ କୌଣସି ନିଷ୍ପତି ନେଇ ନ ଥିଲେ ବି, ଇତି ମଧ୍ୟରେ ବିଧାନ ପରିଷଦ ପାଇଁ ସ୍ଥଗିତ ରହିଥିବା ନିର୍ବାଚନକୁ ତୁରନ୍ତ ସମାପନ କରିବା ଲାଗି ନିର୍ବାଚନ କମିଶନଙ୍କୁ ପତ୍ର ଲେଖିଲେ । ଫଳସ୍ୱରୂପ ନିର୍ବାଚନ କମିଶନ ମଧ୍ୟ ସେଠାରେ ବିଧାନ ପରିଷଦର ୯ଟି ଆସନ ପାଇଁ ଲକ ଡାଉନ ଉଠିଲା ପରେ ମଇ ୨୧ରେ ନିର୍ବାଚନ କରିବାକୁ ବିଜ୍ଞପ୍ତି ଜାରି କଲେ। ଏବେ ଉଦ୍ଧବ ଠାକରେ ବିଧାନ ପରିଷଦକୁ ନିର୍ବାଚିତ ହୋଇ ଆସିବାର ବାଟ ପରିଷ୍କାର ହେବା ଓ ଆପାତତଃ ରାଜନୈତିକ ସଙ୍କଟଟି ଟଳିଲା ପରି ମନେ ହେଉଛି । ତେବେ ଲକଡାଉନ ସମୟ ବୃଦ୍ଧି ବା ଅନ୍ୟ କୌଣସି କାରଣରୁ ନିର୍ଦ୍ଧାରିତ ଦିବସରେ ନିର୍ବାଚନ ହୋଇ ନ ପାରିଲେ ଉଦ୍ଧବ ମୁଖ୍ୟମନ୍ତ୍ରୀ ପଦ ହରାଇବାର ଆଶଙ୍କାକୁ ଏଡାଇ ଦେଇ ହେବନାହିଁ।

ମନ୍ତ୍ରୀମଣ୍ଡଳର ସୁପାରିଶକୁ ଅଣଦେଖା କରି ଉଦ୍ଧବ ଠାକରେଙ୍କୁ ମନୋନୀତ ସଦସ୍ୟ କରାଇ ନ ଦେବା, ନିରାକରଣ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଫୋନ କରିବା ଓ ତା ପରେ ରାଜ୍ୟପାଳ ନିର୍ବାଚନ କମିଶନଙ୍କ ନିକଟକୁ ପତ୍ର ଲେଖିବା ଓ କମିଶନ ଚଳଚଂଚଳ ହୋଇ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବା ଆଦି ଘଟଣା ଦୁଃଖଦ କାରଣ ଏହାଦ୍ୱାରା ଆମ ସାମ୍ବିଧାନିକ ଓ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା ସ୍ୱାଭାବିକ ଭାବେ ନୁହେଁ ବରଂ ଚାପରେ କାମ କରୁଥିବାର ଧାରଣା ସୃଷ୍ଟି ହେଉଛି । ଏ ସମଗ୍ର ପ୍ରକରଣରେ ରାଜ୍ୟପାଳଙ୍କ ଭୂମିକା ସନ୍ଦେହର ଊର୍ଦ୍ଧ୍ୱରେ ରହି ପାରୁନାହିଁ । ରାଜ୍ୟପାଳ ଏକ ସାମ୍ବିଧାନିକ ପଦବୀ ହୋଇଥିବାରୁ ତାଙ୍କର ଆଚରଣ ଜଣେ ଦଳୀୟ କର୍ମୀ ପରି ହେଲେ ରାଜ୍ୟ ଶାସନରେ ଅସ୍ଥିରତା ସୃଷ୍ଟି ହୁଏ ଓ ସେଥିପ୍ରତି ରାଜ୍ୟପାଳମାନେ ଯତ୍ନବାନ ହେବାର ଯଥେଷ୍ଟ ଆବଶ୍ୟକତା ରହିଛି ।

ଭୁବନେଶ୍ୱର
ମୋ-9437038015
www.saraljatil.com

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story