କାନିତକରଙ୍କର ସେହି ଶେଷ ଓଭର ଚୌକା

ଯେଉଁମାନେ ୧୯୯୦ରୁ ୨୦୦୦ ମସିହା ପର୍ଯ୍ୟନ୍ତ କ୍ରିକେଟ୍ ଖେଳ ଦେଖିଛନ୍ତି ସେମାନେ ନିଶ୍ଚୟ ହୃଷିକେଶ କାନିତକରଙ୍କୁ ମନେ ରଖିଥିବେ। ତାହା ପୁଣି କେବଳ ଗୋଟିଏ ଚୌକା ପାଇଁ। ଅବଶ୍ୟ ଏ ଚୌକା ଏମିତି ସେମିତି ନଥିଲା। ତାହା ଆସିଥିଲା ଗୋଟିଏ ଫାଇନାଲରେ। ତାହା ପୁଣି ଭାରତର ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନ ବିପକ୍ଷରେ। ଏହି ଚୌକା ଯେ କେବଳ ଭାରତକୁ ଗୋଟିଏ ଟ୍ରଫିରେ ଚାମ୍ପିୟନ କରାଇଥିଲା ତାହା ନୁହେଁ ବରଂ କଠିନ ପ୍ରତିଦ୍ୱନ୍ଦିତାମୂଳକ ମ୍ୟାଚରେ ପାକିସ୍ତାନ ପରି ବଡ଼ ଦେଶକୁ ଯେ ହରାଇ ହେବ ତାହା ପ୍ରମାଣିତ କରିଥିଲା।

Hrishikesh Kanitkar

Hrishikesh Kanitkar

Debendra Prusty
  • Published: Saturday, 17 June 2023
  • Updated: 17 June 2023, 05:34 PM IST

News Highlights

  • ଅନେକ ଏମିତି ଖେଳାଳି ଅଛନ୍ତି ଯେଉଁମାନେ ଖୁବ୍ କମ ସମୟ ପାଇଁ ଅନ୍ତର୍ଜାତୀୟ ଦୃଶ୍ୟପଟ୍ଟରେ ରହିଛନ୍ତି। ଛୋଟ ଇନିଂସ୍ ଖେଳିଛନ୍ତି। ତଥାପି ସେମାନଙ୍କର ସେହି ଛୋଟିଆ ଅବଦାନ ପାଇଁ ଦର୍ଶକ କିନ୍ତୁ ସେମାନଙ୍କୁ ସାରା ଜୀବନ ମନେ ରଖିଛନ୍ତି।
  • ଯେଉଁମାନେ ୧୯୯୦ରୁ ୨୦୦୦ ମସିହା ପର୍ଯ୍ୟନ୍ତ କ୍ରିକେଟ୍ ଖେଳ ଦେଖିଛନ୍ତି ସେମାନେ ନିଶ୍ଚୟ ହୃଷିକେଶ କାନିତକରଙ୍କୁ ମନେ ରଖିଥିବେ। ତାହା ପୁଣି କେବଳ ଗୋଟିଏ ଚୌକା ପାଇଁ। ତାହା ଆସିଥିଲା ଗୋଟିଏ ଫାଇନାଲରେ।

Sports

Latest News

ଆନନ୍ଦ ଚଳଚିତ୍ରରେ ହୀରୋ ରାଜେଶ ଖାନ୍ନା ଅନ୍ୟତମ ଅଭିନେତା ଅମିତାଭ ବଚ୍ଚନଙ୍କୁ କହିଥିବା ସେହି ପ୍ରସିଦ୍ଧ ଡାଏଲଗ ମନେ ପକାନ୍ତୁ। ଜାହାଁପନା ଜୀନ୍ଦେଗୀ ଲମ୍ବି ନେହିଁ ବଡ଼ି ହୋନି ଚାହିୟେ। ଅର୍ଥାତ ଆପଣଙ୍କ ଜୀବନ କେତେ ଲମ୍ବା ହେବ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ତାହା କେତେ ବଡ଼ ହେବ ତାହା ହିଁ ଗୁରୁତ୍ୱପୂର୍ଣ୍ଣ। କ୍ରିକେଟ୍ ବି ଠିକ୍ ଜୀବନ ପରି। ଏଠି ଆପଣ କେତେ ଲମ୍ବା ସମୟ ଯାଏ ପ୍ରଦର୍ଶନ କରୁଛନ୍ତି ତାହା ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ତାହାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଯେ ଆପଣଙ୍କ ପ୍ରଦର୍ଶନ ଆପଣଙ୍କ ଦଳ ପାଇଁ କି ଭୂମିକା ଗ୍ରହଣ କରୁଛି। ଆପଣଙ୍କ ଛୋଟିଆ ପ୍ରଦର୍ଶନ ବଳରେ ଯଦି ଆପଣଙ୍କ ଦଳ ଜିତିଯାଉଛି ତାହା ହେଲେ ତାହା ଆପଣଙ୍କୁ ବେଶ୍ ଖୁସି ଦେବ। ମାତ୍ର ଯଦି ଆପଣଙ୍କ ପ୍ରଦର୍ଶନ ସତ୍ତ୍ୱେ ବି ଦଳ ହାରି ଯାଉଛି ତାହା ହେଲେ ଆପଣଙ୍କ ପ୍ରଦର୍ଶନ ଆପଣଙ୍କୁ କାହିଁକି, କାହାକୁ ବି ଖୁସି କରିପାରିବ ନାହିଁ।

ଗତ ପଚାଶ ବର୍ଷର ଏକଦିବସୀୟ କ୍ରିକେଟରର ଇତିହାସରେ ଅନେକ ଖେଳାଳି ବହୁତ ଲମ୍ବା ସମୟ ଧରି କ୍ରିକେଟ୍ ଖେଳିଛନ୍ତି ଆଉ ନିଜ ପାଇଁ ଏବଂ ନିଜ ଦେଶ ପାଇଁ ରେକର୍ଡ ପରେ ରେକର୍ଡ କରିଛନ୍ତି। ଦେଶକୁ ସ୍ମରଣୀୟ ବିଜୟ ବି ଭେଟି ଦେଇଛନ୍ତି। ଆହୁରି ଅନେକ ଏମିତି ଖେଳାଳି ଅଛନ୍ତି ଯେଉଁମାନେ ଖୁବ୍ କମ ସମୟ ପାଇଁ ଅନ୍ତର୍ଜାତୀୟ ଦୃଶ୍ୟପଟ୍ଟରେ ରହିଛନ୍ତି। ଛୋଟ ଛୋଟ ଇନିଂସ୍ ଖେଳିଛନ୍ତି। ସେମାନଙ୍କର ପ୍ରଦର୍ଶନ ହୁଏତ ଦମଦାର ନ ହୋଇପାରେ କିମ୍ବା ରେକର୍ଡବୁକ୍‌ରେ ଦେଖାଇଲା ପରି ସେମିତି କିଛି ଖାସ୍ ସଂଖ୍ୟା ନଥାଇପାରେ ତଥାପି ସେମାନଙ୍କର ସେହି ଛୋଟିଆ ଅବଦାନ ପାଇଁ ଦର୍ଶକ କିନ୍ତୁ ସେମାନଙ୍କୁ ସାରା ଜୀବନ ମନେ ରଖିଛନ୍ତି।

ଏହି କ୍ରମରେ ଆମେ ପୂର୍ବତନ ଭାରତୀୟ ଅଲରାଉଣ୍ଡର ହୃଷିକେଶ କାନିତକରଙ୍କ ବିଷୟରେ ଆଲୋଚନା କରିବା। ଆମ ମାନଙ୍କ ଭିତରୁ ଯେଉଁମାନେ ୧୯୯୦ରୁ ୨୦୦୦ ମସିହା ପର୍ଯ୍ୟନ୍ତ କ୍ରିକେଟ୍ ଖେଳ ଦେଖିଛନ୍ତି ସେମାନେ ନିଶ୍ଚୟ ହୃଷିକେଶ କାନିତକରଙ୍କୁ ମନେ ରଖିଥିବେ। ତାହା ପୁଣି କେବଳ ଗୋଟିଏ ଚୌକା ପାଇଁ। ଅବଶ୍ୟ ଏ ଚୌକା ଏମିତି ସେମିତି ନଥିଲା। ତାହା ଆସିଥିଲା ଗୋଟିଏ ଫାଇନାଲରେ। ତାହା ପୁଣି ଭାରତର ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନ ବିପକ୍ଷରେ। ଏହି ଚୌକା ଯେ କେବଳ ଭାରତକୁ ଗୋଟିଏ ଟ୍ରଫିରେ ଚାମ୍ପିୟନ କରାଇଥିଲା ତାହା ନୁହେଁ ବରଂ କଠିନ ପ୍ରତିଦ୍ୱନ୍ଦିତାମୂଳକ ମ୍ୟାଚରେ ପାକିସ୍ତାନ ପରି ବଡ଼ ଦେଶକୁ ଯେ ହରାଇ ହେବ ତାହା ପ୍ରମାଣିତ କରିଥିଲା।

୧୯୯୭-୯୮ର କଥା। ବାଂଲାଦେଶ ନିଜ ସ୍ୱାଧୀନତା ଦିବସର ସିଲଭର ଜୁବୁଲୀ ପାଳନ କରୁଥାଏ। ଏହି ବର୍ଷକୁ ଅଧିକ ସ୍ମରଣୀୟ କରିବା ପାଇଁ ବାଂଲାଦେଶ ଆୟୋଜନ କରୁଥାଏ ଏକ ତ୍ରିରାଷ୍ଟ୍ରୀୟ ପ୍ରତିଯୋଗିତା। ଏଥିରେ ଆୟୋଜକ ବାଲାଂଦେଶ ବ୍ୟତୀତ ଭାରତ ଏବଂ ପାକିସ୍ତାନ ମଧ୍ୟ ଭାଗ ନେଇ ଥାଆନ୍ତି। ରାଉଣ୍ଡ ରବିନ ମ୍ୟାଚ୍ ଶେଷରେ ଉଭୟ ଭାରତ ଏବଂ ପାକିସ୍ତାନ ଏକ ତିନି ଥାକିଆ ଫାଇନାଲ ଖେଳିବା ପାଇଁ ଯୋଗ୍ୟ ବିବେଚିତ ହୋଇଥାଆନ୍ତି। ଭାରତ ପ୍ରଥମ ଫାଇନାଲରେ ପାକିସ୍ତାନକୁ ଏବଂ ପାକିସ୍ତାନ ଦ୍ୱିତୀୟ ଫାଇନାଲରେ ଭାରତକୁ ସହଜରେ ହରାଇ ୧-୧ରେ ବରାବର ସ୍ଥିତିରେ ରହିଥାଆନ୍ତି।

ଜାନୁୟାରୀ ୧୮, ୧୯୯୮ରେ ଢାକାର ବଂଗବନ୍ଧୁ ଷ୍ଟାଡିୟମରେ ଭାରତ ପାକିସ୍ତାନ ବିପକ୍ଷରେ ନିର୍ଣ୍ଣାୟକ ଫାଇନାଲ ଖେଳିବାକୁ ଓହ୍ଲାଇଲା। ଭାରତ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ପକ୍ଷରୁ ବୋଲିଂ ସେଦିନ ଭଲ ରହିନଥିଲା। ଚିରାଚରିତ ଭାବେ ଭାରତ ବିପକ୍ଷରେ ଭଲ ବ୍ୟାଟିଂ କରୁଥିବା ସଇଦ୍ ଅନୱର ଆଉ ଗୋଟିଏ ବଡ଼ ଶତକ ହାସଲ କଲେ। ତାଙ୍କର ୧୩୨ ବଲରେ ୧୪୦ ରନର ଇନିଂସକୁ ପାଥେୟ କରି ପାକିସ୍ତାନ ଠିଆ କଲା ୩୧୪ରନ୍‌ର ଏକ ବିଶାଳ ସ୍କୋର। ଖରାପ ଆଲୁଅ ଯୋଗୁଁ ଏହି ମ୍ୟାଚ୍‌କୁ ୪୮ ଓଭର ବିଶିଷ୍ଟ କରିଦିଆଯାଇଥିଲା। ଭାରତକୁ ମ୍ୟାଚ୍ ଜିତିବା ପାଇଁ ଏହି ଅସମ୍ଭବ ପ୍ରକାରର ଲକ୍ଷ୍ୟର ପିଛା କରିବାକୁ ଥିଲା। କାରଣ ସେତେବେଳ ଯାଏ କୌଣସି ଟିମ୍ ୩୧୪ ରନର ପିଛା କରି ବିଜୟ ହାସଲ କରିପାରିନଥିଲେ। ଭାରତ ଏପରି କରିପାରିଲେ ବିଶ୍ୱ ରେକର୍ଡ ସହ ଇଣ୍ଡିପେଣ୍ଡେନ୍ସ କପ ହାତେଇବ।

ଭାରତ ନିଜ ବ୍ୟାଟିଂ ବେଳେ ଖୁବ୍ ଆକ୍ରମଣାତ୍ମକ ଆରମ୍ଭ କଲା। ଲିଟଲ୍ ମାଷ୍ଟର ସଚିନ୍ ୨୬ ବଲରୁ ୪୧ ରନ କଲେ। ବ୍ୟାଟିଂ ଅର୍ଡରରେ ପ୍ରମୋସନ ପାଇ ଆଗୁଆ ବ୍ୟାଟିଂ କରିବାକୁ ଆସିଥିବା ଅଲରାଉଣ୍ଡର ରବିନ୍ ସିଂହ ୮୩ ବଲରେ ୮୨ ରନ କରି ଆଉଟ୍ ହେଲାବେଳକୁ ଭାରତ ପାକିସ୍ତାନ ସହିତ ଟକ୍କର ଦେବା ସ୍ଥିତିରେ ଥାଏ। ଅଧିନାୟକ ଭାବେ ସୌରଭ ଗାଙ୍ଗୁଲୀ ମଧ୍ୟ ୧୨୪ ରନ୍‌ର ଏକ ପାଳି ଖେଳିଲେ। ତେବେ ତାହା ପରେ ଭାରତୀୟ ବ୍ୟାଟିଂ ମେରୁଦଣ୍ଡ ଭୁଶୁଡି ପଡ଼ିଲା। ଗାଙ୍ଗୁଲୀଙ୍କ ସହ ଆଗପଛ ହୋଇ ସିଦ୍ଧୁ, ଆଝାରୁଦ୍ଦିନ୍ ଏବଂ ଅଜୟ ଜାଡେଜାଙ୍କ ସହ ନୟନ ମୋଙ୍ଗିଆ ଆଉଟ୍ ହୋଇଗଲେ। ବ୍ୟାଟିଂ ପାଇଁ କ୍ରିଜ୍‌ରେ ହୃଷିକେଶ କାନିତକର ଏବଂ ଜଭଗଲ ଶ୍ରୀନାଥ ଉପସ୍ଥିତ ଥାଆନ୍ତି।

ଶେଷ ଓଭରରେ ଭାରତକୁ ଜିତିବା ପାଇଁ ୧୦ ରନ ଆବଶ୍ୟକ ହେଉଥାଏ ଏବଂ ବୋଲିଂ କରୁଥାଆନ୍ତି ପାକିସ୍ତାନ ତଥା ବିଶ୍ୱର ତତ୍କାଳୀନ ଏକ ନମ୍ବର ଅଫ ସ୍ପିନର ସାକଲେନ ମୁସ୍ତାକ। ସାକଲେନ୍ ସେତେବେଳେ ଜଣେ ଚତୁର ଅଫ ସ୍ୱିନର ଥାଆନ୍ତି ଯାହାଙ୍କୁ ଖେଳିବା ପାଇଁ ଆପଣଙ୍କ ପାଖରେ ବିଶେଷ ଦକ୍ଷତା ଥିବା ଆବଶ୍ୟକ। ପୁଣି ସେତେବେଳକୁ ପଡ଼ିଆରେ ସୂର୍ଯ୍ୟାଲୋକ କମି କମି ଆସିବା କାରଣରୁ ମ୍ୟାଚ୍ ବାଧାପ୍ରାପ୍ତ ହୋଇଥାଏ। ପାକିସ୍ତାନ ଦଳ ପଡ଼ିଆରେ ବଲ ଦେଖାଯାଉ ନଥିବାର ଅଭିଯୋଗ କଲାବେଳେ ଫର୍ମରେ ଥିବା ଗାଙ୍ଗୁଲୀ କିନ୍ତୁ ମ୍ୟାଚ୍ ଜାରୀ ରହୁ ବୋଲି ବାରମ୍ବାର ଅମ୍ପାୟାରଙ୍କ ପାଖରେ ଅନୁରୋଧ କରୁଥାଆନ୍ତି। ତେବେ ଗାଙ୍ଗୁଲୀ ଆଉଟ୍ ହେଲା ପରେ ପରେ ଏବଂ ଏକାଧିକ ୱିକେଟ୍ ପଡ଼ିଲାରୁ ଭାରତର ସ୍ଥିତି ଖରାପ ହୋଇଗଲା। କାରଣ ନୂଆ ବ୍ୟାଟ୍ସମ୍ୟାନଙ୍କ ପାଇଁ ଆହ୍ୱାନ ଦୁଇ ପ୍ରକାର ଥିଲା। ପ୍ରଥମତଃ କମ୍ ଆଲୁଅରେ ଚାପରେ ବ୍ୟାଟିଂ କରିବା ଏବଂ ଦ୍ୱିତୀୟରେ ସାକଲେନଙ୍କ ପରି ବୋଲରଙ୍କୁ ଆକ୍ରମଣାତ୍ମକ ଭାବେ ଖେଳିବା।

ତେବେ ଶ୍ରୀନାଥଙ୍କ ଛୋଟିଆ ପାଂଚ ରନର ଇନିଂସ୍ ଏବଂ ହୃଷିକେଶ କାନିତକରଙ୍କର ୧୨ ବଲରେ ୧୧ ରନର ଇନିଂସ୍ ବଳରେ ଭାରତ ଏହି ଅସମ୍ଭବ ଲାଗୁଥିବା ଲକ୍ଷ୍ୟକୁ ବି ହାସଲ କରିନେଇଥିଲା। ଇନିଂସ୍‌ର ଶେଷ ଦୁଇଟି ବଲରେ ତିନି ରନ ଆବଶ୍ୟକ କରୁଥିଲାବେଳେ କାନିତକର ସାକଲେନଙ୍କ ପଂଚମ ବଲକୁ ମିଡ୍ ୱିକେଟ୍ ଉପରକୁ ମାରି ଚୌକା ହାସଲ କରିଥିଲେ। ଭାରତ ଦୀର୍ଘ ଦିନର ବ୍ୟବଧାନ ପରେ ପାକିସ୍ତାନକୁ ଏକ ଫାଇନାଲରେ ହରାଇ ବିଜେତା ହୋଇଥିଲା।

କାନିତକରଙ୍କର ଏହି ଚୌକା ତାଙ୍କୁ ରାତାରାତି ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ଆଖି ଆଗରେ ହୀରୋ କରିଦେଇଥିଲା। କାନେତକର ଏହି ଚୌକା ପାଇଁ ସାରା ଭାରତରେ ଅବିସ୍ମରଣୀୟ ହୋଇଗଲେ। ଏହି ଚୌକାର ଚର୍ଚ୍ଚା ଏତେ ଅଧିକ ଥିଲା ଯେ ତାହା ସୌରଭଙ୍କ ଶତକକୁ ମଳିନ କରିଦେଇଥିଲା। ଏହି ଚୌକାର ଚର୍ଚ୍ଚା ଆଜି ବି ହୁଏ। ଯଦିଓ କାନିତକର ନିଜର ଦୁଇ ଦଶନ୍ଧିର କ୍ରିକେଟ୍ ଜୀବନରେ ଖେଳିଥିବା ଘରୋଇ କ୍ରିକେଟ୍‌ରେ ଦଶ ହଜାରରୁ ଅଧିକ ରନ ସଂଗ୍ରହ କରଛନ୍ତି ତଥାପି ଲୋକ ତାଙ୍କୁ ଆଜି ବି ଏହି ଚୌକା ପାଇଁ ହିଁ ମନେ ରଖିଛନ୍ତି।

କାନିତକରଙ୍କ ପିତା ହେମନ୍ତ କାନେତକର ବି ଜଣେ କ୍ରିକେଟର ଥିଲେ। ହୃଷିକେଶ କାନେତକର ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ ଏବଂ ରାଜସ୍ଥାନ ପାଇଁ ରଣଜୀ ଟ୍ରଫି ଖେଳିଛନ୍ତି। ୨୦୧୦-୧୧ରେ ରାଜସ୍ଥାନକୁ ରଣଜୀ ଟ୍ରଫି ଚାମ୍ପିୟନ କରିବାରେ ତାଙ୍କର ଅବଦାନ ଅନେକ ଥିଲା ବୋଲି କୁହାଯାଏ। ପରେ ସେ ତାମିଲନାଡୁ ରଣଜୀ ଦଳର କୋଚ୍ ହିସାବରେ ମଧ୍ୟ କାମ କରୁଥିଲେ।

ତେବେ ଘରୋଇ କ୍ରିକେଟରେ ବେଶ୍ ସଫଳ ହୋଇଥଲେ ମଧ୍ୟ ତାଙ୍କର ଅନ୍ତର୍ଜାତୀୟ କ୍ୟାରିୟର ସେମିତି ଫଳପ୍ରଦ ନଥିଲା। ସେ ଭାରତ ପାଇଁ ମାତ୍ର ୨ଟି ଟେଷ୍ଟ ଏବଂ ୩୪ଟି ଏକଦିବସୀୟ ମ୍ୟାଚ୍ ଖେଳିଥିଲେ। ତେବେ ସେ ପାଖାପାଖି ଦୁଇ ଦଶନ୍ଧି ଧରି ଘରୋଇ କ୍ରିକେଟ୍‌ରେ ବେଶ ସକ୍ରିୟ ଥିଲେ। ପାକିସ୍ତାନ ବିପକ୍ଷ ସେହି ଚୌକା ତାଙ୍କ କ୍ୟାରିୟରକୁ ବିଶେଷ ଲିଫ୍ଟ ଦେଇପାରିନଥିଲା ସତ, ହେଲେ ଭାରତୀୟ ପ୍ରଶଂସକଙ୍କ ହୃଦୟରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ତିଆରି କରି ଦେଇଥିଲା।

ରୁଦ୍ର ପ୍ରସନ୍ନ ରଥ

ଫୋ- ୭୯୭୮୬୭୧୭୭୬

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story