ସଙ୍କଟ ସମୟରେ ସେଣ୍ଟ୍ରାଲ ଭିସ୍‌ଟା ପ୍ରକଳ୍ପ କେତେ ଠିକ୍‌

ସରଳ କୁମାର ଦାସ ଦେଶବାସୀଙ୍କ ଧ୍ୟାନ କରୋନା ମହାମାରୀ ଉପରେ କେନ୍ଦ୍ରିତ ଥିଲା ବେଳେ ଏହି ବିପତ୍ତି ସମୟରେ ଦିଲ୍ଲୀରେ ପ୍ରସ୍ତାବିତ ସେଣ୍ଟ୍ରାଲ ଭିସ୍‌ଟା ପ୍ରକଳ୍ପକୁ ଆଗେଇ ନେବା ପାଇଁ ସମ୍ପୃକ୍ତ ଅଞ୍ଚଳରେ ଜମି ବ୍ୟବହାରର କିସମ ପରିବର୍ତନ ପାଇଁ ବିଜ୍ଞପ୍ତି ଜାରି କରିବା ଲାଗି କେନ୍ଦ୍ର ସରକାରଙ୍କ ଦ୍ୱାରା ଯେଉଁ ତତ୍ପରତା ପ୍ରଦର୍ଶିତ ହେଲା, ତାହା ଅନେକଙ୍କୁ ବିସ୍ମିତ କଲା । ଦେଶ ଏକ ଅର୍ଥନୈତିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ବେଳେ ଏ […]

saral-das-vista-Project

saral-das-vista-Project

Subrat Kumar Nayak
  • Published: Friday, 01 May 2020
  • Updated: 01 May 2020, 03:00 PM IST

Sports

Latest News

ସରଳ କୁମାର ଦାସ
ଦେଶବାସୀଙ୍କ ଧ୍ୟାନ କରୋନା ମହାମାରୀ ଉପରେ କେନ୍ଦ୍ରିତ ଥିଲା ବେଳେ ଏହି ବିପତ୍ତି ସମୟରେ ଦିଲ୍ଲୀରେ ପ୍ରସ୍ତାବିତ ସେଣ୍ଟ୍ରାଲ ଭିସ୍‌ଟା ପ୍ରକଳ୍ପକୁ ଆଗେଇ ନେବା ପାଇଁ ସମ୍ପୃକ୍ତ ଅଞ୍ଚଳରେ ଜମି ବ୍ୟବହାରର କିସମ ପରିବର୍ତନ ପାଇଁ ବିଜ୍ଞପ୍ତି ଜାରି କରିବା ଲାଗି କେନ୍ଦ୍ର ସରକାରଙ୍କ ଦ୍ୱାରା ଯେଉଁ ତତ୍ପରତା ପ୍ରଦର୍ଶିତ ହେଲା, ତାହା ଅନେକଙ୍କୁ ବିସ୍ମିତ କଲା । ଦେଶ ଏକ ଅର୍ଥନୈତିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ବେଳେ ଏ ଭଳି ଏକ ବ୍ୟୟବହୁଳ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାର ଔଚିତ୍ୟକୁ ନେଇ ବିରୋଧୀ ଦଳ ସମେତ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଥିବାରୁ ଏହି ପ୍ରସ୍ତାବିତ ପ୍ରକଳ୍ପର ବିଭିନ୍ନ ଦିଗ ସମ୍ପର୍କରେ ଜାଣିବା ଆବଶ୍ୟକ ।

ନୂଆଦିଲ୍ଲୀର ପ୍ରସିଦ୍ଧ ରାଜପଥ ସଂଲଗ୍ନ ଉଭୟ ପାଶ୍ୱର୍ ତଥା ଆଖପାଖ ଅଞ୍ଚଳରେ ପ୍ରସ୍ତାବିତ ସେଣ୍ଟ୍ରାଲ ଭିସ୍‌ଟା ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି । ଏହି ମହତ୍ୱାକାଂକ୍ଷୀ ପ୍ରକଳ୍ପ ଅଧୀନରେ ଯେଉଁ ସବୁ ନିର୍ମାଣ କାର୍ଯ୍ୟର ପରିକଳ୍ପନା କରାଯାଇଛି ସେଗୁଡିକ ମଧ୍ୟରେ ପ୍ରମୁଖ ହେଉଛି ଏବର ସଂସଦ ଭବନକୁ ଲାଗି ଏକ ନୂଆ ତିନିକୋଣିଆ ସଂସଦ ଭବନର ନିର୍ମାଣ । ଏଥିରେ ଲୋକସଭା ପାଇଁ ୯୦୦ରୁ ୧୦୦୦ ସଦସ୍ୟ ବସି ପାରିବା ଭଳି ଏକ କକ୍ଷ ନିର୍ମାଣ ହେବ । ଆବଶ୍ୟକ ସ୍ଥଳେ ଲୋକସଭା ଓ ରାଜ୍ୟସଭାର ଯୌଥ ଅଧିବେଶନ ଏହି କକ୍ଷରେ ଆୟୋଜନ କରାଯାଇ ପାରିବ, ଯାହା ବର୍ତମାନ ସଂସଦର ସେଣ୍ଟ୍ରାଲ ହଲରେ ଅନୁଷ୍ଠିତ ହେଉଛି । ଏଥିରେ ପ୍ରତ୍ୟେକ ସାଂସଦଙ୍କ ପାଇଁ ସ୍ୱତନ୍ତ୍ର କକ୍ଷର ବ୍ୟବସ୍ଥା ରହିବ, ଯେଉଁଠାରେ ତାଙ୍କର ସହାୟକ ଓ ଗବେଷଣା କର୍ମୀ ମଧ୍ୟ ସୁରୁଖୁରୁରେ କାମ କରିପାରିବେ । ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ୨୦୨୨ରେ ସଂସଦର ଅଧିବେଶନ ଏହି ନୂତନ ସଂସଦ ଭବନରୁ ଆରମ୍ଭ ହେବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ସଂସଦ ଭବନର ବିପରୀତ ପାର୍ଶ୍ୱରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଏକ ନୂଆ ନିବାସ ତଥା କାର୍ଯ୍ୟାଳୟ ନିର୍ମାଣ ହେବ । ଶୁଣାଯାଏ, ପ୍ରାଥମିକ ପର୍ଯ୍ୟାୟରେ ଏହି ପ୍ରକଳ୍ପରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ନୂଆ ବାସଭବନର ପରିକଳ୍ପନା ନ ଥିଲା, ଯାହା ପରେ ଯୋଡ଼ାଗଲା । ସେହିପରି ପ୍ରକଳ୍ପର ଗୋଟିଏ ପାର୍ଶ୍ୱରେ ଉପ ରାଷ୍ଟ୍ରପତିଙ୍କ ଲାଗି ଏକ ନୂଆ ନିବାସ ନିର୍ମାଣ ହେବ । ରାଜପଥର ଉଭୟ ପାଶ୍ୱର୍ରେ ୮-୧୦ଟି ସାତ ତାଲା ବିଶିଷ୍ଟ ସୌଧ ନିର୍ମାଣ କରାଯିବ ଯେଉଁଠାରେ ଏକ ଏକୀକୃତ କେନ୍ଦ୍ର ସଚିବାଳୟ କାର୍ଯ୍ୟ କରିବ । ଫଳରେ ଏବେ ଦିଲ୍ଲୀର ଅଲଗା ଅଲଗା ସ୍ଥାନରେ ବେସରକାରୀ ପରିସରରେ କାର୍ଯ୍ୟ କରୁଥିବା କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ ଗୋଟିଏ ସ୍ଥାନରୁ କାମ କରି ପାରିବେ । ପ୍ରସିଦ୍ଧ ‘ଇଣ୍ଡିଆ ଗେଟ୍‌’ର ଐତିହାସିକ ଗୁରୁତ୍ୱ ଓ ମର୍ଯ୍ୟାଦାକୁ ଦୃଷ୍ଟିରେ ରଖି ସୌଧଗୁଡିକର ଉଚ୍ଚତା ତାଠାରୁ କମ ରଖିବାକୁ ସ୍ଥିର ହୋଇଛି । ଏହି ସୌଧଗୁଡିକ ମଧ୍ୟରେ ଉତ୍ତମ ସଂଯୋଗ ରକ୍ଷା କରିବା ପାଇଁ ରାଜପଥରେ ଏକ ଭୂତଳ ମେଟ୍ରା ଚଳାଚଳ ତଥା ପଦଚାରୀଙ୍କ ପାଇଁ ଏକ ପାଦଚଲା ସବ୍‌ୱେ ନିର୍ମାଣ କରିବା ସହ ସମଗ୍ର ରାଜପଥର ସୌନ୍ଦର୍ଯ୍ୟୀକରଣ କରାଯିବ । ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଯେଉଁ ୧୦ଟି ସୌଧକୁ ସମ୍ପୂର୍ଣ୍ଣ ଧରାଶାୟୀ କରିବାକୁ ହେଉଛି ତନ୍ମଧ୍ୟରେ ରହିଛି ଶାସ୍ତ୍ରୀ ଭବନ, ଉଦ୍ୟୋଗ ଭବନ, କୃଷି ଭବନ, ବିଜ୍ଞାନ ଭବନ, ଲୋକନାୟକ ଭବନ ଓ ଉପରାଷ୍ଟ୍ରପତିଙ୍କ ନିବାସ । ତେବେ ୨୦୧୧ରେ ନିର୍ମାଣ ହୋଇ ସେଠାରେ ବିଦେଶ ମନ୍ତ୍ରାଳୟ କାର୍ଯ୍ୟ କରୁଥବା ଜବାହରଲାଲ ନେହରୁ ଭବନଟିକୁ ଭାଙ୍ଗିବା ନିଷ୍ପତି ଏବେ ବିବାଦ ଘେରରେ ରହିଛି । ସେହିପରି ଜାତୀୟ ମ୍ୟୁଜିୟମ ଏକ ଐତିହ୍ୟ ମାନ୍ୟତାପ୍ରାପ୍ତ ସୌଧ ହୋଇଥିବାରୁ ତାହା ଭଙ୍ଗାଯିବାର ମଧ୍ୟ ବିରୋଧ ହେଉଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସାଉଥ ବ୍ଲକ ଓ ରାଷ୍ଟ୍ରପତି ଭବନ ପରିସର ସଂଲଗ୍ନ ଅଞ୍ଚଳରେ ନିର୍ମିତ ସମସ୍ତ ଅସ୍ଥାୟୀ ଗୃହକୁ ହଟାଇ ତା ସ୍ଥାନରେ ଏକ ଜୈବ-ବିବିଧ ଉଦ୍ୟାନ ପ୍ରତିଷ୍ଠା କରାଯିବ । କେବଳ ସେତିକି ନୁହେଁ, ଏବର ନର୍ଥ ବ୍ଲକ ଓ ସାଉଥ ବ୍ଲକରେ ଚାଲୁଥିବା ସମସ୍ତ କାର୍ଯ୍ୟାଳୟକୁ ସେଠାରୁ ନୂତନ ସୌଧଗୁଡିକୁ ସ୍ଥାନାନ୍ତରିତ କରି ଖାଲି ହୋଇଥିବା ବ୍ଲକ୍‌ ଦୁଇଟିକୁ ଜାତୀୟ ମ୍ୟୁଜିୟମରେ ପରିବର୍ତିତ କରାଯିବାର ଯୋଜନା ରହିଛି । ଏହି ମହତ୍ୱାକାଂକ୍ଷୀ ପ୍ରକଳ୍ପଟିକୁ ୨୦୨୪ ସୁଦ୍ଧା ଶେଷ କରିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଏଥିପାଇଁ ୨୦ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ।

ଦିଲ୍ଲୀର ପ୍ରଖ୍ୟାତ ରାଇସିନା ହିଲରେ ରାଜପଥର ଉଭୟ ପାଶ୍ୱର୍ରେ ଅବସ୍ଥିତ ଓ ଦେଶର କ୍ଷମତା ଅଳିନ୍ଦ (ପାଓାର କରିଡର) ଭାବେ ବିଦିତ ନର୍ଥ ବ୍ଲକ ଓ ସାଉଥ ବ୍ଲକରେ ବିଭିନ୍ନ ମନ୍ତ୍ରାଳୟର କାର୍ଯ୍ୟାଳୟମାନ ଦଶନ୍ଧି ଦଶନ୍ଧି ଧରି କାର୍ଯ୍ୟ କରି ଆସୁଛି । ତେବେ ସ୍ଥାନାଭାବ ଯୋଗୁ ଏବେ ଅନେକ କେନ୍ଦ୍ରୀୟ କାର୍ଯ୍ୟାଳୟ ଦିଲ୍ଲୀର ବିଭିନ୍ନ ସ୍ଥାନରେ ବେସରକାରୀ ପରିସରରେ ଚାଲିଛି ଓ ଏଥିପାଇଁ ବାର୍ଷିକ ପ୍ରାୟ ଏକ ହଜାର କୋଟି ଟଙ୍କା ଭଡା ଆକାରରେ ଦେବାକୁ ହେଉଛି । ଏହା ଛଡା ଗୋଟିଏ କାର୍ଯ୍ୟାଳୟରୁ ଅନ୍ୟ କାର୍ଯ୍ୟାଳୟକୁ ଯିବା ଆସିବା କରିବା ପାଇଁ ସମୟ ନଷ୍ଟ ସହ ଅଯଥା ଖର୍ଚ୍ଚାନ୍ତ ହେବାକୁ ହେଉଛି ଓ ଟ୍ରାଫିକ ଭିଡ ତଥା ପ୍ରଦୂଷଣ ସମସ୍ୟାମାନ ମଧ୍ୟ ଦେଖା ଦେଉଛି । ଉପରୋକ୍ତ ବ୍ଲକ ଦୁଇଟି ପୁରୁଣା ହୋଇଯାଇଥିବାରୁ ଏବର ପରିବର୍ତିତ ଆବଶ୍ୟକତାକୁ ତାହା ପୂରଣ କରିବାକୁ ଅସମର୍ଥ ହେଉଛି ବୋଲି କେତେକଙ୍କ ମତ । ଅବଶ୍ୟ ଏହି ବ୍ଲକ୍‌ରେ କାର୍ଯ୍ୟ କରିଥିବା ଅନ୍ୟ କେତେକ ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀଙ୍କ ମତରେ ଏହାର ଅଭ୍ୟନ୍ତର (ଇଂଟିରିଅର)ରେ ପରିବର୍ତନ କରି ବ୍ଲକ ଦୁଇଟିକୁ ଆହୁରି ଅନେକ ଦିନ ଯାଏଁ ଉପଯୋଗୀ କରି ରଖାଯାଇ ପାରିବ । ଏ ସବୁକୁ ଦୃଷ୍ଟିରେ ରଖି ଗୋଟିଏ ଜାଗାରେ ଏକ ଏକୀକୃତ କେନ୍ଦ୍ରୀୟ ସଚିବାଳୟ ପ୍ରତିଷ୍ଠାର ଆବଶ୍ୟକତା ଦୀର୍ଘ ଦିନ ଧରି ଅନୁଭୂତ ହେଉଥିଲା ଓ ଏ ସମ୍ପର୍କରେ ଆଲୋଚନା ହେଉଥିଲା ମଧ୍ୟ ।

ତେବେ କପିଲ କୋମିରେଡ୍ଡିଙ୍କ ‘ଦି କ୍ରିଟିକ’ ପତ୍ରିକାର ଅପ୍ରେଲ ୨୦୨୦ ସଂଖ୍ୟାରେ ପ୍ରକାଶିତ ଆଲେଖ୍ୟ ଅନୁଯାୟୀ ଏହି ପ୍ରକଳ୍ପର ମୂଳଦୁଆ ପ୍ରାୟ ୧୮ ବର୍ଷ ତଳେ ୨୦୦୨ ମସିହାରେ ପଡି ସାରିଥିଲା, ଯେତେବେଳେ ଏନଡିଏ ସରକାରଙ୍କ ଅମଳରେ ଶିବସେନାର ମନୋହର ଯୋଶୀ ବାଚସ୍ପତି ଆସନ ଅଳଙ୍କୃତ କରୁଥିଲେ । ଏଥି ପୂର୍ବରୁ ସେହି ବର୍ଷ ମାର୍ଚ୍ଚ ମାସ ଲୋକସଭାର ଦ୍ୱାଦଶ ବାଚସ୍ପତି ଜି ଏମ ସି ବାଲାଯୋଗୀଙ୍କର ଏକ ହେଲିକପ୍ଟର ଦୁର୍ଘଟଣାରେ ନିଧନ ହୋଇ ସାରିଥାଏ । ସେହିପରି ତାପରେ ଉପ ରାଷ୍ଟ୍ରପତି କୃଷ୍ଣକାନ୍ତ ଜୁଲାଇ ମାସରେ ପ୍ରାଣ ହରାଇଥାନ୍ତି । ପୂର୍ବରୁ ରାଜେଶ ପାଇଲଟ, ମାଧବ ରାଓ ସିନ୍ଦିଆଙ୍କ ଭଳି ସାଂସଦଙ୍କର ଦୁର୍ଘଟଣାରେ ଅକାଳ ବିୟୋଗ ହୋଇଥାଏ । ୨୦୦୧, ଡିସେମ୍ବର ୧୩ରେ ସଂସଦ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଏକ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି କରିଥାଏ । କ୍ରମାଗତ ଭାବେ ଘଟିଥିବା ଏତେ ସବୁ ଅଘଟଣ ଓ ଦୁର୍ଘଟଣାକୁ ସହଜରେ ଗ୍ରହଣ କରି ପାରି ନ ଥିବା ଯୋଶୀ ଏହାର କାରଣ ଓ ନିରାକରଣ ପାଇଁ ଜଣେ ବାସ୍ତୁଶାସ୍ତ୍ରୀଙ୍କ ସହ ପରାମର୍ଶ କଲେ । ସଂସଦ ଭବନରେ ଥିବା ବାସ୍ତୁଗତ ଦୋଷକୁ ନିରୀକ୍ଷଣ କରି ବାସ୍ତୁଶାସ୍ତ୍ରୀ ଜଣକ ଶେଷରେ ଉପନୀତ ହେଲେ ଯେ ସଂସଦ ଭବନର ସେଂଟ୍ରାଲ ହଲର ବୃତାକାର ଛାତ ହିଁ ସେଠାରେ ନକରାତ୍ମକ ତରଙ୍ଗ ଓ ଶକ୍ତି ପ୍ରବାହର ମୂଳ କାରଣ ଓ ଏହା ଶୂନ୍ୟ ଆକାରର ହୋଇଥିବାରୁ ସବୁ କିଛିର ଶୂନରେ ପରିସମାପ୍ତି ହେବା ସ୍ୱାଭାବିକ । ଏହାର ପ୍ରତିକାର କେବଳ ମାତ୍ର ସଂସଦକୁ ଏକ ନୂତନ ସୌଧକୁ ସ୍ଥାନାନ୍ତର କରିବା ବୋଲି ସେ ପ୍ରସ୍ତାବ ଦେଇଥିଲେ । ଏନଡିଏ ସରକାର ଶାସନରୁ ଯିବା ପରେ ଏହି ପ୍ରସ୍ତାବ ଆଉ କାର୍ଯ୍ୟକାରୀ ହୋଇ ନଥିଲା । ୨୦୧୨ ମସିହାରେ ୟୁପିଏ ଶାସନ କାଳରେ ଏହା ପୁଣି ଥରେ ଆଲୋଚନା ହୋଇଥିଲେ ମଧ୍ୟ କମିଟି ସ୍ତରରେ ହିଁ ପ୍ରସ୍ତାବଟି ଅଗ୍ରାହ୍ୟ ହୋଇ ଯାଇଥିଲା । ୨୦୧୪ରେ ଏନଡିଏ ସରକାର କ୍ଷମତାସୀନ ହେବା ପରେ ପୁଣି ଥରେ ପ୍ରସ୍ତାବଟି ଜୀବନ୍ୟାସ ପାଇଲା, ଅବଶ୍ୟ ଏଥର ତାହା କେବଳ ଏକ ନୂଆ ସଂସଦ ଭବନ ନିର୍ମାଣ ମଧ୍ୟରେ ସୀମିତ ନ ରହି ଏକ ମହତ୍ୱାକାଂକ୍ଷୀ ସେଣ୍ଟ୍ରାଲ ଭିସ୍‌ଟା ପ୍ରକଳ୍ପର ରୂପ ନେଲା ।

ସରକାର ଦିଲ୍ଲୀର ସମ୍ଭ୍ରାନ୍ତ ରାଇସିନା ହିଲ ଇଲାକାରେ ଯେ କିଛି ବଡ ଧରଣର ନିର୍ମାଣ କାର୍ଯ୍ୟ ଖୁବ ଶୀଘ୍ର ହାତକୁ ନେବାକୁ ଯାଉଛନ୍ତି ସେ ସଂକ୍ରାନ୍ତରେ ୨୦୧୫ ମସିହା ମେ ମାସରେ ପ୍ରଥମେ ଆଭାସ ମିଳିଥିଲା, ଯେତେବେଳେ ଦିଲ୍ଲୀକୁ ୟୁନେସ୍କା ଦ୍ୱାରା ଭାରତର ପ୍ରଥମ ସହର ଭାବେ ‘ହେରିଟେଜ ସିଟି’ର ମାନ୍ୟତା ମିଳିବା ଏକ ପ୍ରକାର ଶେଷ ପର୍ଯ୍ୟାୟରେ ଉପନୀତ ହୋଇଥିବା ବେଳେ ଭାରତ ସରକାର ମନୋନୟନ ପ୍ରକ୍ରିୟାରୁ ଓହରି ଯାଇଥିଲେ । ଉଲ୍ଲେଖଯୋଗ୍ୟ, ସରକାରଙ୍କ ବିଭିନ୍ନ ସଂସ୍ଥାଙ୍କ ଦ୍ୱାରା ବର୍ଷ ବର୍ଷର ଅକ୍ଳାନ୍ତ ପରିଶ୍ରମ ଓ ଯଥେଷ୍ଟ ଅର୍ଥ ବ୍ୟୟ ପରେ ୟୁନେସ୍କା ଦ୍ୱାରା ଦିଲ୍ଲୀ ହେରିଟେଜ୍‌ ସିଟିର ମାନ୍ୟତା ପାଇବା ଏକ ପ୍ରକାର ନିଶ୍ଚିତ ହୋଇ ସାରିଥିବା ବେଳେ ସରକାର ସେଥିରୁ ଓହରି ଯିବା ଅନେକଙ୍କୁ ବିସ୍ମିତ କରିଥିଲା । ତେବେ ହେରିଟେଜ ସିଟିର ମାନ୍ୟତା ପାଇଲା ପରେ ପୁରୁଣା ସୌଧ ଓ ନିର୍ମାଣକୁ ଭାଙ୍ଗି ବା ବଦଳାଇ ଅନ୍ୟ କୌଣସି ନିର୍ମାଣ କାର୍ଯ୍ୟ ହାତକୁ ନେଇ ହେବ ନାହିଁ ବୋଲି ଆଶଙ୍କା କରି ସରକାର ଏ ଭଳି ଏକ ସମ୍ମାନଜନକ ମାନ୍ୟତାକୁ ହାତଛଡା କରିବାକୁ ଅଧିକ ପସନ୍ଦ କଲେ ବୋଲି କୁହାଯାଏ ।

ବ୍ରିଟେନର ସଂସଦ, ଉଭୟ ହାଉସ ଅଫ କମନସ ଓ ହାଉସ ଅଫ ଲର୍ଡସ, ୱେଷ୍ଟମିନଷ୍ଟର ପ୍ୟାଲେସରୁ ଶହ ଶହ ବର୍ଷ ଧରି କାର୍ଯ୍ୟ କରି ଆସୁଛି । ୧୮୩୪ ମସିହାରେ ପୁରୁଣା ସୌଧଟି ନିଆଁରେ ଜଳି ଯିବା ପରେ ସେଠାରେ ଏବେକାର ସୌଧଟି ନିର୍ମାଣ କରା ଯାଇଥିଲା । ୧୮୪୦ ମସିହାରେ ଏହାର ନିର୍ମାଣ କାର୍ଯ୍ୟ ଚାର୍ଲସ ବାରୀ ଓ ଅଗଷ୍ଟସ ପୁଗିନଙ୍କ ତତ୍ୱାବଧାନରେ ଆରମ୍ଭ ହୋଇ ୧୮୭୬ ମସିହାରେ ସରିଥିଲା । ଏଇ ଦୀର୍ଘ ଦିନ ଭିତରେ ଏହି ସୌଧଟି ବ୍ରିଟେନର ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥାର ଏପରି ଏକ ପ୍ରତୀକ ଓ ଅଭିନ୍ନ ଅଙ୍ଗ ହୋଇ ସାରିଛି ଯେ ସେଠାକାର ଶାସନ ବ୍ୟବସ୍ଥା ୱେଷ୍ଟମିନଷ୍ଟର ଶାସନ ବ୍ୟବସ୍ଥା ଭାବେ ମଧ୍ୟ ବିଦିତ । ତେବେ ସୌଧଟି ୧୫୦ ବର୍ଷ ପୁରୁଣା ହୋଇ ସାରିଥିଲେ ମଧ୍ୟ ତା ସ୍ଥାନରେ ସଂସଦର ବୃହତର ଆବଶ୍ୟକତା ପାଇଁ ଏକ ନୂଆ ସୌଧ ନିର୍ମାଣ କଥା ନା କେବେ କାହା ମୁଣ୍ଡକୁ ଆସିଛି ନା କେବେ ସେ ସମ୍ପର୍କରେ ଆଲୋଚନା ହୋଇଛି, କାରଣ ଦେଶ ଶାସନରେ ନିଆ ଯାଇଥିବା ଅନେକ ଐତିହାସିକ ନିଷ୍ପତିର ଇଏ ହେଉଛି ମୂକସାକ୍ଷୀ । ଇତିମଧ୍ୟରେ ୟୁନେସ୍କା ତରଫରୁ ୧୯୮୭ରୁ ଏହି ସୌଧ ଥିବା ଅଞ୍ଚଳଟିକୁ ଐତିହ୍ୟ ଅଞ୍ଚଳ ଭାବେ ସ୍ୱୀକୃତି ମିଳି ସାରିଛି । ସେହିପରି ବ୍ରିଟିଶ ଶାସନ ସମୟରେ ଦେଶର ରାଜଧାନୀ କୋଲକାତାରୁ ଦିଲ୍ଲୀକୁ ସ୍ଥାନାନ୍ତରିତ ହେବା ପରେ ସଂସଦ ଭବନ ନିର୍ମାଣ କାର୍ଯ୍ୟ ୧୯୨୧ରେ ଆରମ୍ଭ ହୋଇ ୧୯୨୭ରେ ସରିଲା, ଯାହାର ସ୍ଥପତି ଥିଲେ ଏଡଓିନ ଲ୍ୟୁଟେନ ଓ ହର୍ବର୍ଟ ବେକର । ହେଲେ କେନ୍ଦ୍ରୀୟ ସଚିବାଳୟ ଭାବେ ବିଦିତ ନର୍ଥ ବ୍ଲକ ଓ ସାଉଥ ବ୍ଲକର କାମ ହର୍ବର୍ଟ ବେକରଙ୍କ ତତ୍ୱାବଧାନରେ ୧୯୧୨ରେ ଆରମ୍ଭ ହୋଇ ୧୯୨୭ରେ ସରିଥିଲା । ଭାରତ ପାଇଁ ସଂସଦ ଭବନ, ନର୍ଥ ବ୍ଲକ ଓ ସାଉଥ ବ୍ଲକ ସୌଧଗୁଡିକ ମଧ୍ୟ ଅନେକ ଗୁରୁତ୍ୱ ବହନ କରେ, କାରଣ ଦେଶ ସ୍ୱାଧୀନତାଠାରୁ ଆରମ୍ଭ କରି, ସମ୍ବିଧାନ ପ୍ରଣୟନ, ନୀତି ନିଷ୍ପତି ନିର୍ଦ୍ଧାରଣର ମୂକସାକ୍ଷୀ ଏମାନେ । ତେଣୁ ଏହି ସୌଧଗୁଡିକୁ ଅଦରକାରୀ ଘୋଷଣା କରିବା ପୂର୍ବରୁ ଏ ନେଇ ବ୍ରିଟେନର ଦୃଷ୍ଟିଭଙ୍ଗୀକୁ ମଧ୍ୟ ବିବେଚନା କରିବା ଉଚିତ ନୁହେଁ କି ?

ସାଧାରଣ ସମୟରେ ‘ଷ୍ଟାଚ୍ୟୁ ଅଫ ୟୁନିଟି’ ପାଇଁ ରାଜକୋଷରୁ ପ୍ରାୟ ୩୦୦୦ କୋଟି ଟଙ୍କା ବ୍ୟୟ ହେବାରେ କିଛି ଲୋକଙ୍କ ଭ୍ରୁକୁଞ୍ଚନ ସତ୍ତ୍ୱେ ଜନତା ହୁଏତ ତାକୁ ଗ୍ରହଣ କରି ନେଇ ପାରିଥାନ୍ତି । ଏବେ ତ ସହଜେ ଦେଶ ଏକ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାରୁ ଅର୍ଥନୀତିକୁ ପୁନରୁଜ୍ଜୀବିତ କରିବା ପାଇଁ ଅତ୍ୟଧିକ ସରକାରୀ ସହାୟତାର ଆବଶ୍ୟକତା ରହିଛି । ଅର୍ଥନୀତିର ବିଭିନ୍ନ କ୍ଷେତ୍ର କରୋନାଜନିତ ସ୍ଥିତିରେ ବିପର୍ଯ୍ୟସ୍ତ ହୋଇ ପଡିଥିବାରୁ ଆର୍ଥିକ ସହାୟତା ମାଧ୍ୟମରେ ସେଗୁଡିକୁ ରାସ୍ତାକୁ ଆଣି ସାଧାରଣ ଲୋକଙ୍କ ଜୀବନ ଜୀବିକାକୁ ବ୍ୟବସ୍ଥିତ କରିବା ସରକାରଙ୍କ ପ୍ରାଥମିକତା ହେବା ଆବଶ୍ୟକ । ଏଥିପାଇଁ ସମ୍ବଳର ଘୋର ଅଭାବ ଥିବାରୁ ଉପଲବ୍ଧ ସମ୍ବଳର ନ୍ୟାୟସଙ୍ଗତ ବିନିଯୋଗ ଯେ କୌଣସି ସରକାରଙ୍କର କର୍ତବ୍ୟ ହେବା ଉଚିତ । ତେଣୁ ଏ ପରି ସମୟରେ ବୁଲେଟ ଟ୍ରେନ ପ୍ରକଳ୍ପ ପାଇଁ ପୁଞ୍ଜି ଆବଣ୍ଟନ କରିବା କଥା ଯେମିତି ଗ୍ରହଣୀୟ ନୁହେଁ, ଠିକ ସେହିପରି ୨୦ ହଜାର କୋଟି ଟଙ୍କା ବ୍ୟୟରେ ସେଣ୍ଟ୍ରାଲ ଭିସ୍‌ଟା ପ୍ରକଳ୍ପ ନିର୍ମାଣର ଔଚିତ୍ୟକୁ ନେଇ ପ୍ରଶ୍ନ ଉଠୁଥିବାରୁ ତାକୁ ମଧ୍ୟ ଗ୍ରହଣ କରି ହେବନାହିଁ । ଏମିତିରେ ସଂସଦ ତ ଏବେକାର ସଂସଦ ଭବନରେ ଚାଲି ପାରୁଛି । ପ୍ରଧାନମନ୍ତ୍ରୀ, ଉପ ରାଷ୍ଟ୍ରପତି ରହୁଥିବା ବାସଭବନ ତ ମର୍ଯ୍ୟାଦାର ସହିତ ଏବେ ବି ଦଣ୍ଡାୟମାନ, ଯେଉଁଠାରୁ ସେମାନଙ୍କୁ କାମ କରିବାକୁ ଖୁବ ବେଶି ଅସୁବିଧା ହେଉଥିବାର ତଥ୍ୟ ଅନ୍ତତଃ ସାଧାରଣରେ ଉପଲବ୍ଧ ନାହିଁ । ତେଣୁ ସେଂଟ୍ରାଲ ଭିସ୍‌ଟା ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ ନ କରି ଏହାକୁ, ସ୍ଥିତି ସାମାନ୍ୟ ହେବା ଯାଏଁ , କିଛି ବର୍ଷ ଲାଗି ଘୁଂଚାଇ ଦିଆ ଯାଇପାରେ । ସମସ୍ତ କେନ୍ଦ୍ରୀୟ କାର୍ଯ୍ୟାଳୟକୁ ଗୋଟିଏ ସ୍ଥାନକୁ ଆଣି ଏକ ଏକୀକୃତ କେନ୍ଦ୍ରୀୟ ସଚିବାଳୟର ନିର୍ମାଣ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ହୋଇଥିଲେ ବି ତାହା ସାମାନ୍ୟ ବିଳମ୍ବ ହେଲେ ସେପରି ବିଶେଷ ଅଧିକ ଅସୁବିଧା ହୋଇ ନ ପାରେ । ଏବର ପରିବର୍ତିତ ଅସାଧାରଣ ପରିସ୍ଥିତି, ଯେତେବେଳେ ସମ୍ବଳ ଅଭାବରୁ ସାଂସଦଙ୍କ ହାତପାଣ୍ଠିକୁ ପ୍ରତ୍ୟାହାର କରିବାକୁ ହେଉଛି ଓ କର୍ମଚାରୀଙ୍କ ମହଙ୍ଗା ଭତ୍ତା ନ ବଢ଼ାଇ ସ୍ଥିର ରଖିବାକୁ ହେଉଛି, ସେତେବେଳେ ୨୦ ହଜାର କୋଟି ଟଙ୍କା ବ୍ୟୟରେ ଏ ଭଳି ଏକ ବ୍ୟୟବହୁଳ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା କେତେ ଦୂର ସମୀଚୀନ ? ଦେଶ ଆଗରେ ଆହୁରି ଅନେକ ବଡ ବଡ ସମସ୍ୟା ଉଭା ହୋଇଥିଲା ବେଳେ ସରକାର ସେଣ୍ଟ୍ରାଲ ଭିସ୍‌ଟା ପ୍ରକଳ୍ପକୁ ପ୍ରାଥମିକତା ଦେଇ କାର୍ଯ୍ୟକାରୀ କରିବା ଉଚିତ ମନେ ହେଉନାହିଁ ଓ ତାହାର ପୁନର୍ବିଚାର କରିବାର ଆବଶ୍ୟକତା ଅନୁଭୂତ ହେଉଛି।

ଭୁବନେଶ୍ୱର – ମୋ-୯୪୩୭୦୩୮୦୧୫
www.saraljatil.com

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story