ସ୍ୱାଧୀନ ସଂଗୀତ

ତ୍ରିଜୀବ କୁମାର ନନ୍ଦ ଅଗଷ୍ଟ ପନ୍ଦର! ଅଖଣ୍ଡ ଭାରତର ଏକ ଅବିସ୍ମରଣୀୟ ଦିବସ। ଆଜିର ଭାରତର ବିଭିନ୍ନ ଖଣ୍ଡର ଭିନ୍ନ ଭାଷା, ଭିନ୍ନ ବେଶଭୁଷା ଓ ଭିନ୍ନ ବିଚାର ଧାରୀ ସମସ୍ତେ ଗାଇବେ “ସ୍ୱାଧୀନତାର ଗୀତ”। ଧର୍ମ ବିହୀନ ଅନ୍ୟାୟ ପରାୟଣ ରାଜତନ୍ତ୍ରର କୁଶାସନ ବିରୁଦ୍ଧରେ ହୋଇଥିବା ସ୍ୱାଧୀନତାର ସଂଗ୍ରାମ ପୁଣ୍ୟ ଭୂମି ଭାରତର ଗୌରବମୟ ଇତିହାସର ଏକ ଅଭିନବ ଆଧ୍ୟାୟ। ଗର୍ବ ଏବଂ ଅହଙ୍କାରରୁ ଜାତ ଅନ୍ୟାୟ, ଅତ୍ୟାଚାର ବିରୁଦ୍ଧରେ ଭାରତ ଭୂମିରେ ହୋଇଥିବା ଧର୍ମଯୁଦ୍ଧଗୁଡିକର […]

national-flage

national-flage

Debendra Prusty
  • Published: Saturday, 14 August 2021
  • Updated: 14 August 2021, 07:37 PM IST

Sports

Latest News

ତ୍ରିଜୀବ କୁମାର ନନ୍ଦ

ଅଗଷ୍ଟ ପନ୍ଦର! ଅଖଣ୍ଡ ଭାରତର ଏକ ଅବିସ୍ମରଣୀୟ ଦିବସ। ଆଜିର ଭାରତର ବିଭିନ୍ନ ଖଣ୍ଡର ଭିନ୍ନ ଭାଷା, ଭିନ୍ନ ବେଶଭୁଷା ଓ ଭିନ୍ନ ବିଚାର ଧାରୀ ସମସ୍ତେ ଗାଇବେ "ସ୍ୱାଧୀନତାର ଗୀତ"। ଧର୍ମ ବିହୀନ ଅନ୍ୟାୟ ପରାୟଣ ରାଜତନ୍ତ୍ରର କୁଶାସନ ବିରୁଦ୍ଧରେ ହୋଇଥିବା ସ୍ୱାଧୀନତାର ସଂଗ୍ରାମ ପୁଣ୍ୟ ଭୂମି ଭାରତର ଗୌରବମୟ ଇତିହାସର ଏକ ଅଭିନବ ଆଧ୍ୟାୟ। ଗର୍ବ ଏବଂ ଅହଙ୍କାରରୁ ଜାତ ଅନ୍ୟାୟ, ଅତ୍ୟାଚାର ବିରୁଦ୍ଧରେ ଭାରତ ଭୂମିରେ ହୋଇଥିବା ଧର୍ମଯୁଦ୍ଧଗୁଡିକର ବୃତ୍ତାନ୍ତ ସହ ସମସ୍ତେ ଅବଗତ। ସତ୍ୟ ଯୁଗର ଅବସାନ ପରେ ତ୍ରେତୟା ଏବଂ ଦ୍ୱାପରର ଧର୍ମଯୁଦ୍ଧ ଅସ୍ତ୍ରଶସ୍ତ୍ର ସାହାଯ୍ୟରେ ଲଢ଼ାଯାଇଥିବା ବେଳେ ସତ୍ୟ ଯୁଗର ପୁନରାଗମନ ପୂର୍ବରୁ କଳି ଯୁଗର ମହାସଂଗ୍ରାମର ମୁଖ୍ୟ ଅସ୍ତ୍ର ହେଲା ‘ସ୍ୱାଧୀନ ସଂଗୀତ‘।

ଏହି ମହାସଂଗ୍ରାମର ଶଙ୍ଖନାଦ ହୋଇଥିଲା ଭାରତ ଭୂଖଣ୍ଡରେ ବ୍ରିଟିଶ ସାମ୍ରାଜ୍ୟର ସ୍ଥାପନର ଠିକ ପୂର୍ବରୁ। ଏହି ସଂଗ୍ରାମ ଆରମ୍ଭ ହୋଇଥିଲା ଗର୍ବ ଏବଂ ଅହଙ୍କାର ବିରୁଦ୍ଧରେ। କଳି ଯୁଗର ଏହି ମହାସଂଗ୍ରାମରେ ପଞ୍ଚଗୁଣ ଯୁକ୍ତ ଭଗବାନଙ୍କ ଅବତରଣ ହୋଇନଥିଲେ ହେଁ, ବିଭିନ୍ନତାର ଭିନ୍ନତାକୁ ଭୁଲି ସମସ୍ତ ଭାରତବାସୀ ଏକ ସ୍ୱରରେ ଗାଈ ଉଠିଲେ ସ୍ୱାଧୀନ ସଙ୍ଗୀତ। ଲୋଭ, ମୋହ ଏବଂ ମାୟାରେ ମୋହିତ ଧର୍ମହୀନ ରାଜତନ୍ତ୍ରର କୁଶାସନ ଏବଂ ଅନ୍ୟାୟ ବିରୁଦ୍ଧରେ ସ୍ୱାଧୀନ ସଙ୍ଗୀତର ସ୍ୱରରେ ଉଦାରତାର ପୁନଃ ଉଦଘାଟନ ହେଲା ପୁଣ୍ୟଭୂମି ଅଖଣ୍ଡ ଭାରତରେ। ଅହିଂସାକୁ ଅସ୍ତ୍ର କରି ଲଢ଼ିଥିବା ଏହି ଧର୍ମଯୁଦ୍ଧରେ ଉଦାରତା ସହ ବ୍ରିଟିଶ ସାମ୍ରାଜ୍ୟର କୁଶାସନ ତଥା ପରାଧୀନ ଦେଶୀୟ ଶାସକଙ୍କ ନ୍ୟାୟ ବିହୀନ ନୀତିକୁ ଏକାଧାରରେ ବିରୋଧ କରିଥିଲେ ଭାରତବାସୀ। ବନ୍ଧୁକ ଓ ଆଧୁନିକ ମାରଣାସ୍ତ୍ର ବଳରେ ଦମନକାରୀ ଶାସନ ଚଳାଉଥିବା ବ୍ରିଟିଶ ସାମ୍ରାଜ୍ୟ ବିରୁଦ୍ଧରେ ଅହିଂସାକୁ ଅସ୍ତ୍ର କରି ଶାନ୍ତିପୂର୍ଣ୍ଣ  ଅସହଯୋଗ ଆନ୍ଦାଳନ କରି ପୁଣ୍ୟଭୂମି ଭାରତର ଉପଯୁକ୍ତ ଉତ୍ତରାଧିକାରୀର ପରିଚୟ ଦେଇଥିଲେ ସ୍ୱାଧୀନ ସେନାନୀ।

ସୂର୍ଯ୍ୟାସ୍ତକୁ ଜୟ କରିଥିବାର ଦାବି କରୁଥିବା ପ୍ରଶସ୍ତ ବ୍ରିଟିଶ ସାମ୍ରାଜ୍ୟର ଗର୍ବ ଓ ଅହଙ୍କାରକୁ ସ୍ୱାଧୀନ ସଂଗୀତ ସାହାଯ୍ୟରେ ଖର୍ବ କରିବା ପାଇଁ ଭାରତବାସୀ ଶହ ଶହ ବର୍ଷ ଧରି ଅନେକ ଶାରୀରିକ ଏବଂ ମାନସିକ ଯନ୍ତ୍ରଣାର କଷ୍ଟକୁ ଜୟକରି ଏହି ଭୂମିର ଅଧିବାସୀଙ୍କ ସହନଶୀଳତାର ଏକ ଅନନ୍ୟ ପରିଚୟ ଦେଇଥିଲେ। ଦୀର୍ଘ ସଂଗ୍ରାମ ପରେ ଅଗଷ୍ଟ ପନ୍ଦର ମଧ୍ୟରାତ୍ରିରେ ଭାରତବାସୀ ସଫଳତାର ପ୍ରଥମ ପାହାଚ ପାର କଲେ। ଭାରତରେ ରାଜତନ୍ତ୍ରର ସୂର୍ଯ୍ୟ ଅସ୍ତ ହେଲା। ବ୍ରିଟିଶ ସାମ୍ରାଜ୍ୟ ସ୍ୱଇଚ୍ଛାରେ ଶାସନରୁ ଓହରିଗଲା ପରେ ଖଣ୍ଡ ବିଖଣ୍ଡିତ ଭାରତ ପୁଣିଥରେ ଏକତ୍ରିତ ହେଲା ଏବଂ ସର୍ବ ସହମତିରେ ଦେଶରେ ଲୋକତନ୍ତ୍ରର ସ୍ଥାପନ ହେଲା।

ଆଜିର ଭାରତର ଜନ୍ମ ଅଖଣ୍ଡ ଭାରତର ବିଭାଜନର ଦାରୁଣ ଦୁଃଖ ମଧ୍ୟରେ ହୋଇଥିଲେ ହେଁ, ବିଭାଜନର ଗ୍ଲାନି କିମ୍ବା ବିଜୟର ଉଲ୍ଲାସରେ ଭାରତବାସୀ ବହି ଯାଇ ନଥିଲେ। ସ୍ୱାଧୀନ ଭାରତବାସୀ ବ୍ରିଟିଶ ସାମ୍ରାଜ୍ୟର ବିଦେଶୀ ସେବକଙ୍କୁ ସମ୍ମାନର ସହ ବିଦାୟ ଦେବା ସହ ଦେଶୀୟ ଶାସକମାନଙ୍କୁ ଲୋକତନ୍ତ୍ରରେ ସାମିଲ କରି କଳି ଯୁଗର ଏହି ମହାସଂଗ୍ରାମର ଉଦ୍ଦେଶ୍ୟକୁ ଅହିଂସାମୟ କରିଥିଲେ।

ପୁଣ୍ୟଭୂମି ଭାରତରେ ସତ୍ୟ ଯୁଗର ଆଗମନ ପୂର୍ବରୁ ଆରମ୍ଭ ହୋଇଥିବା ଏହି ମହାସଂଗ୍ରାମର ଲକ୍ଷ୍ୟ ହେଲା ସ୍ୱାଧୀନତା। ଏହି ସଂଗ୍ରାମ ବିଜୟ ଏବଂ ପରାଜୟର ବନ୍ଧନରୁ ମୁକ୍ତ। ଭାରତ ଇତିହାସର ଏହି ନୂତନ ଅଧ୍ୟାୟର ଏକ ପଦଚିହ୍ନ ହେଲା ଅଗଷ୍ଟ ପନ୍ଦର। ସତ୍ୟର ସନ୍ଧାନୀ ସମସ୍ତ ଭାରତବାସୀଙ୍କ ପାଇଁ ଆଜି ହେଲା ସମୀକ୍ଷାର ଦିବସ। ସ୍ୱାଧୀନ ସଂଗୀତର ସ୍ୱରରେ ହୃଦୟର ଉଦାରତାକୁ ଉଦ୍‌ଘାଟିତ କରି ନିଜ ନିଜ ମଧ୍ୟରେ ଥିବା ଗର୍ବ, ଅହଙ୍କାର ତଥା ଲୋଭ, ମୋହ, ମାୟା ଆଦିକୁ ଚିହ୍ନଟ କରି ଆସନ୍ତୁ ସମସ୍ତେ ସତ୍ୟ ଏବଂ ସଦାଚାର ମାଧ୍ୟମରେ ସ୍ୱାଧୀନ ପଥର ପଥିକ ହେବା ପାଇଁ ପ୍ରତିଜ୍ଞା ନେବା।

ସିଭିଲ କୋର୍ଟ, ବରପାଲି

ମୋ- ୯୩୪୮୫୧୨୩୯୨

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story