ବଢ଼ୁଛି ମାନବିକ ଓ ଗଣତାନ୍ତ୍ରିକ ଅଧିକାର ଉଲ୍ଲଙ୍ଘନ ମାମଲା

ସୂର୍ଯ୍ୟମଣି ମିଶ୍ର ଜାତୀୟ ମାନବିକ ଅଧିକାର କମିଶନ ପକ୍ଷରୁ ଜାନୁଆରୀ ୫,୨୦୨୧ରେ ପ୍ରକାଶିତ ମାସିକ ରିପୋର୍ଟ ଉପରେ ଆଖି ପକାଇଲେ ଯେଉଁ ତଥ୍ୟଟି ଦେଖିବାକୁ ମିଳେ ତାହା ହେଲା ପୁଲିସ ହାଜତରେ ମୃତ୍ୟୁ ଘଟଣାକୁ ନେଇ ୩୧୪ଟି ମାମଲା ବିଚାର ପାଇଁ ପଡ଼ି ରହିଥିବାବେଳେ ବିଚାର ବିଭାଗୀୟ ହାଜତରେ ମୃତ୍ୟୁ ଘଟଣାକୁ ନେଇ ୩୦୮୩ଟି ମାମଲା, ପୁଲିସ ଏନ୍‍କାଉଣ୍ଟରରେ ମୃତ୍ୟୁ ଘଟଣାକୁ ନେଇ ୨୨ଟି ମାମଲା, ଗୋତି ଶ୍ରମିକକୁ ନେଇ ୫୮୬ଟି ମାମଲା, ଶିଶୁ ଅଧିକାର ସଂପର୍କିତ […]

ghgh

ghgh

Debendra Prusty
  • Published: Thursday, 18 February 2021
  • Updated: 18 February 2021, 01:11 PM IST

Sports

Latest News

ସୂର୍ଯ୍ୟମଣି ମିଶ୍ର

ଜାତୀୟ ମାନବିକ ଅଧିକାର କମିଶନ ପକ୍ଷରୁ ଜାନୁଆରୀ ୫,୨୦୨୧ରେ ପ୍ରକାଶିତ ମାସିକ ରିପୋର୍ଟ ଉପରେ ଆଖି ପକାଇଲେ ଯେଉଁ ତଥ୍ୟଟି ଦେଖିବାକୁ ମିଳେ ତାହା ହେଲା ପୁଲିସ ହାଜତରେ ମୃତ୍ୟୁ ଘଟଣାକୁ ନେଇ ୩୧୪ଟି ମାମଲା ବିଚାର ପାଇଁ ପଡ଼ି ରହିଥିବାବେଳେ ବିଚାର ବିଭାଗୀୟ ହାଜତରେ ମୃତ୍ୟୁ ଘଟଣାକୁ ନେଇ ୩୦୮୩ଟି ମାମଲା, ପୁଲିସ ଏନ୍‍କାଉଣ୍ଟରରେ ମୃତ୍ୟୁ ଘଟଣାକୁ ନେଇ ୨୨ଟି ମାମଲା, ଗୋତି ଶ୍ରମିକକୁ ନେଇ ୫୮୬ଟି ମାମଲା, ଶିଶୁ ଅଧିକାର ସଂପର୍କିତ ୫୦୧, ମହିଳା ଅଧିକାର ସଂପର୍କିତ ୨୨୬୦, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପଛୁଆବର୍ଗ ଅଧିକାର ଉଲ୍ଲଙ୍ଘନକୁ ନେଇ ୫୮୭ ଏବଂ ଅନ୍ୟାନ୍ୟ ଅଧିକାର ସଂପର୍କିତକୁ ନେଇ ୧୦,୭୮୪ଟି ମାମଲା- ଏହିପରି ମୋଟ ୧୮,୬୩୭ଟି ମାମଲା କମିଶନରେ ବିଚାର ପାଇଁ ପଡ଼ିରହିଛି।

କମିଶନ ପକ୍ଷରୁ ଗତ ସୋମବାର ଦିନ ୩୨ ହଜାର ୮୭୬ଟି ମାନବିକ ଅଧିକାର ଉଲ୍ଲଙ୍ଘନ ମାମଲା ରୁଜ୍ଜୁ ହୋଇଥିବା ସୂଚନା ଦିଆଯାଇଛି। ଏହି ମାମଲା ୨୦୨୦ ଏପ୍ରିଲରୁ ୨୦୨୦ସେପ୍ଟେମ୍ବର ମଧ୍ୟରେ ରୁଜ୍ଜୁ ହୋଇଛି। କରୋନା ମହାମାରୀ ସମୟରେ ବଢ଼ିଛି ମାନବିକ ଅଧିକାର ଉଲ୍ଲଙ୍ଘନ ମାମଲା। କମିଶନର ଅଧ୍ୟକ୍ଷ ଜଷ୍ଟିସ (ଅବସରପ୍ରାପ୍ତ) ଏଚ୍‍. ଏଲ୍‍. ଦତ୍ତୁ କମିଶନର ୨୭ଶ ବାର୍ଷିକ ପ୍ରତିଷ୍ଠା ଦିବସ ଅବସରରେ ଏହି ସୂଚନା ଦେଇଛନ୍ତି। ଅକ୍ଟୋବର ୧, ୨୦୧୯ରୁ ସେପ୍ଟେମ୍ବର ୩୦, ୨୦୨୦ ମଧ୍ୟରେ ମାନବିକ ଅଧିକାର ଉଲ୍ଲଙ୍ଘନ ମାମଲା ସଂଖ୍ୟା ୭୩ ହଜାର ୭୨୯ ବୋଲି ସୂଚନା ଦେଇଛନ୍ତି। କମିଶନ ପକ୍ଷରୁ  ସେପ୍ଟେମ୍ବର, ୨୦୨୦ର ରିପୋର୍ଟ ଉପରେ ଆଖି ପକାଇଲେ ଯେଉଁ ସୂଚନା ମିଳିଛି ତାହା ଚିନ୍ତାର ବିଷୟ। ସୂଚନା ଅନୁଯାୟୀ ଏହି ମାସରେ ଦେଶର ୧୨ଟି ପୁଲିସ ହାଜତ ମୃତ୍ୟୁ ମାମଲା ରୁଜ୍ଜୁ ହୋଇଥିବାବେଳେ ୧୩୦ଟି ବିଚାର ବିଭାଗୀୟ ହାଜତ ମୃତ୍ୟୁ ଘଟଣା ଘଟିଛି। ପୁଲିସ ଏନକାଉଣ୍ଟରେ ମାମଲା ସଂଖ୍ୟା ୭ ହୋଇଥିବାବେଳେ ୨୦ଟି ଗୋତି ଶ୍ରମିକ ମାମଲା ରୁଜ୍ଜୁ ହୋଇଛି। ଏହିପରି ଶିଶୁ ଅଧିକାର ଉଲ୍ଲଙ୍ଘନ ସଂପର୍କିତ ୪୩ଟି ମାମଲା ରୁଜ୍ଜୁ ହୋଇଥିବାବେଳେ ୩୩୦ଟି ମହିଳା ଅଧିକାର ସଂପର୍କୀୟ ମାମଲା ଏବଂ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପଛୁଆବର୍ଗ ଅଧିକାର ଉଲ୍ଲଙ୍ଘନ ସଂପର୍କିତ ୫ ହଜାର ୩୨୨ଟି ମାମଲା ରୁଜ୍ଜୁ ହୋଇଛି। ଏ ସଂପର୍କରେ କମିଶନଙ୍କ ପକ୍ଷରୁ ବିଭିନ୍ନ ରାଜ୍ୟର ସରକାରଙ୍କୁ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦେବା ପାଇଁ ୪,୪୫୦,୦୦୦ ଟଙ୍କା ସୁପାରିଶ କରାଯାଇଛି।

ଏହିପରି ଅକ୍ଟୋବର ୧୨, ୨୦୨୦ରେ କମିଶନଙ୍କ ପକ୍ଷରୁ ୱେବ୍‍ସାଇଟରେ ପ୍ରଦତ୍ତ ତଥ୍ୟ ଅନୁଯାୟୀ ୪ଟି ପୁଲିସ ହାଜତରେ ମୃତ୍ୟୁ ଘଟଣା ୨୦୬ଟି ବିଚାର ବିଭାଗୀୟ ହାଜତରେ ମୃତ୍ୟୁ ଘଟଣା, ପୁଲିସ ଏନକାଉଣ୍ଟରରେ ୫ଟି ମୃତ୍ୟୁ ଘଟଣା, ୨୦ଟି ଗୋତି ଶ୍ରମିକ ମାମଲା, ୫୨ ଶିଶୁ ଅଧିକାର ଉଲ୍ଲଙ୍ଘନ ମାମଲା, ୪୫୦ ମହିଳା ଅଧିକାର ଉଲ୍ଲଙ୍ଘନ ମାମଲା, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପଛୁଆବର୍ଗଙ୍କ ଅଧିକାର ଉଲ୍ଲଙ୍ଘନ ସଂପର୍କିତ ୧୨୪ଟି ମାମଲା ସହ ଅନ୍ୟ ୬୧୬୩ ମାନବିକ ଅଧିକାର ଉଲ୍ଲଙ୍ଘନ ସଂପର୍କିତ ମାମଲା ରୁଜ୍ଜୁ ହୋଇଥିବା ସୂଚନା ଦିଆଯାଇଛି। ଏ ସଂପର୍କରେ ୨୪ଟି ମାମଲାରେ କମିଶନଙ୍କ ପକ୍ଷରୁ ଆର୍ଥିକ ସହାୟତା ଦେବା ପାଇଁ ୪,୫୨୫,୦୦୦ ଟଙ୍କା ସୁପାରିଶ କରାଯାଇଛି। ଏହି ତଥ୍ୟ ସୂଚାଇ ଦେଉଛି ଦେଶରେ ନାଗରିକଙ୍କ ମାନବିକ ଅଧିକାର ସୁରକ୍ଷା କିପରି ବିପନ୍ନ ହେବାରେ ଲାଗିଛି।

ଓଡ଼ିଶା ପରିପ୍ରେକ୍ଷୀରେ ମାନବିକ ଅଧିକାର ମଧ୍ୟ ଉଲ୍ଲଙ୍ଘନ ହେବା ଘଟଣା ବୃଦ୍ଧି ପାଉଛି। ନଭେମ୍ବର ୨୦୨୦ ସୁଦ୍ଧା ଓଡ଼ିଶା ମାନବ ଅଧିକାର ଆୟୋଗରେ ମାନବିକ ଅଧିକାର ଉଲ୍ଲଙ୍ଘନ ସଂପର୍କିତ ୧୫,୧୭୫ଟି ମାମଲା ବିଚାର ପାଇଁ ପଡ଼ିରହିଥିବା କମିଶନଙ୍କ ୱେବ୍‍ସାଇଟରୁ ପ୍ରାପ୍ତ ତଥ୍ୟରୁ ଜଣାଯାଇଛି। ଅଗଷ୍ଟ, ୨୦୧୯ରେ ଓଡ଼ିଶା ମାନବ ଅଧିକାର ଆୟୋଗରେ ୧୩,୩୯୮ଟି ମାମଲା ସେପ୍ଟେମ୍ବର ୨୦୧୯ରେ ୧୩,୩୯୨, ଅକ୍ଟୋବର ୨୦୧୯ରେ ୧୩,୪୭୭,  ନଭେମ୍ବର ୨୦୧୯ରେ ୧୩,୫୫୯, ଡିସେମ୍ବର ୨୦୧୯ରେ ୧୩,୬୬୬, ଜାନୁଆରୀ ୨୦୨୦ରେ ୧୩,୭୩୮, ଫେବୃଆରୀ ୨୦୨୦ରେ ୧୩,୭୫୨, ମାର୍ଚ୍ଚ ୨୦୨୦ରେ ୧୩,୭୪୫, ଏପ୍ରିଲ ୨୦୨୦ରେ ୧୩,୮୧୧ ଏହିପରି ନଭେମ୍ବର ୨୦୨୦ରେ ୧୫,୧୭୫ଟି ମାନବିକ ଅଧିକାର ଉଲ୍ଲଙ୍ଘନ ସଂପର୍କିତ ମାମଲା ବିଚାର ପାଇଁ ପଡ଼ିରହିଛି।

ଓଡ଼ିଶାରୁ ଦିଲ୍ଲୀ ସବୁଠି ନାଗରିକଙ୍କ ଅଧିକାରର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାହିଁକି ବଢିଚାଲିଛି ଏପରି ନାଗରିକଙ୍କ ଅଧିକାର ଉପରେ ଆକ୍ରମଣ? ସବୁଠୁ ଅଧିକ ଭାବେ ଅଧିକାର ହରାଇ ବସିଛନ୍ତି ମହିଳା, ଶିଶୁ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପଛୁଆବର୍ଗର ନାଗରିକ। ବଢିଚାଲିଛି ପୁଲିସ ଦ୍ୱାରା ନିର୍ଯାତନା। ବଢିଛି ପୁଲିସ ଏନ୍‍କାଉଣ୍ଟର ଏବଂ ବିଚାର ବିଭାଗୀୟ ହାଜତ ମୃତ୍ୟୁ। ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରରେ ନାଗରିକଙ୍କ ସୁରକ୍ଷା ଦାୟିତ୍ୱ ରାଷ୍ଟ୍ର ଉପରେ ନ୍ୟସ୍ତ ଥିବାବେଳେ ରାଷ୍ଟ୍ର ନିଜର ସାମ୍ବିଧାନିକ ଦାୟିତ୍ୱ ପାଳନ କରିବାରେ ବିଫଳ ହେଉଥିବା କମିଶନଙ୍କ ରିପୋର୍ଟରୁ ସୂଚନା ମିଳେ।

ଜାନୁଆରୀ ୨୬ ତାରିଖରେ ଆମେ ଗଣତନ୍ତ୍ର ଦିବସ ପାଳନ କଲେ। ଏହି ଦିନ ଆମ ଦେଶରେ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା। ଏହି ଦିନ ଦେଶର ସୈନ୍ୟ ଶକ୍ତି ଏବଂ ଅସ୍ତ୍ର ଶକ୍ତିର ପ୍ରଦର୍ଶନ ହୋଇଥାଏ । ଏହା ସହ ଦେଶର ନାଗରିକଙ୍କ ଦ୍ୱାରା ନିର୍ମିତ ବିଭିନ୍ନ କଳା କୌଶଳ ମଧ୍ୟ ପ୍ରଦର୍ଶିତ ହୋଇଥାଏ । ତେବେ ଗଣତନ୍ତ୍ର ଦିବସ ପାଳନ କରିବାରେ ଯେଉଁ ଗୁରୁତ୍ୱ ଏବଂ ମହାନତା ରହିଛି ତା ହେଲା ଜନଗଣଙ୍କ ଅଧିକାର ସଂପର୍କରେ ଏହି ଦିନ ବିଧିବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିଲା। ତେବେ ଗଣତନ୍ତ୍ର ବୋଲି ଯେଉଁ ବ୍ୟବସ୍ଥାକୁ ଆମେ ଦେଖି ଚାଲିଛନ୍ତି ତାହା ହେଲା ବହୁମତ ପାଇଥିବା ଦଳର ପ୍ରତିନିଧିଙ୍କ ମାଧ୍ୟମରେ ସରକାର ଚାଲେ। ଏହି ପ୍ରତିନିଧିଙ୍କୁ ନିର୍ବାଚିତ କରିଥିବା ଭୋଟର ବା ମତଦାତା ଗଣତନ୍ତ୍ରର ଗୋଟିଏ ବଡ଼ ଅଂଶ। ନାଗରିକଙ୍କୁ ସେମାନଙ୍କର ମୌଳିକ ଅଧିକାର ପ୍ରଦାନ କରିବା ସ୍ୱାଧୀନ ଭାବେ ସମ୍ମାନର ସହ ବଂଚିବା ପାଇଁ ରାଷ୍ଟ୍ର ନିଜର ଦାୟିତ୍ୱ ପାଳନ କରିବା କଥା। କିନ୍ତୁ ଦେଖିବାକୁ ମିଳୁଛି ସମ୍ବିଧାନ ପ୍ରଣୟନର ବା ଦେଶରେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା କାର୍ଯ୍ୟକାରୀ ହେବାର ୫ ଦଶନ୍ଧି ପରେ ବି ନାଗରିକଙ୍କୁ ସେମାନଙ୍କର ସାମ୍ବିଧାନିକ-ଗଣତାନ୍ତ୍ରିକ ଅଧିକାର ମିଳିପାରିନାହିଁ। ଦେଶରେ ନିର୍ବାଚନ ହୁଏ, ନିର୍ବାଚନରେ ଅଂଶଗ୍ରହଣ କରନ୍ତି ବୟସ୍କ ଲୋକ ଆଉ ନିର୍ବାଚିତ କରନ୍ତି ନିଜର ପ୍ରତିନିଧିଙ୍କୁ। ଏହା ପୁଣି ପ୍ରଭାବିତ ମାଧ୍ୟମ ଦେଇ। ନିରପେକ୍ଷ ନିର୍ବାଚନ କେବଳ ଘୋଷଣାରେ ରହିଛି। ଦେଖିବାକୁ ମିଳୁଛି ଅଧିକାର ଲୋକଙ୍କ ପାଖରେ ନାହିଁ। ସମସ୍ତ ଅଧିକାର ସରକାର ଏବଂ ଏହାକୁ ଚଳାଉଥିବା ବ୍ୟକ୍ତିଙ୍କ ପାଖରେ ରହିଛି। ଉଦାହରଣ ହେଉଛି ଭାରତୀୟଙ୍କୁ ଶାନ୍ତିପୂର୍ଣ୍ଣ ଭାବରେ ସଭା କରିବାର ଅଧିକାର ରହିଛି। ତେବେ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ ପ୍ରଦର୍ଶନ ପାଇଁ ପୁଲିସ ଏବଂ ଅଧିକାରୀଙ୍କଠାରୁ ଅନୁମତି ଆଣିବାକୁ ହେବ। ଅନୁମତି ନମିଳିବ ତ ତେବେ ଶାନ୍ତିପୂର୍ଣ୍ଣ ଭାବେ ସଭା ବା ବିରୋଧ ପ୍ରଦର୍ଶନ ମାଧ୍ୟମରେ ନିଜର ଅଧିକାର ପାଇବାର କଥା କହିହେବନାହିଁ।

ଆଉ ଏକ ଉଦାହରଣ ହେଉଛି ସମ୍ବିଧାନ ପ୍ରଦତ୍ତ ଧର୍ମୀୟ ଅଧିକାର। ଏବେ ନିକଟରେ ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶ ଭଳି ରାଜ୍ୟରେ ଧର୍ମର ଅଧିକାରକୁ ସଂକୁଚିତ କରାଯାଇଛି। ଅଭିବ୍ୟକ୍ତିର ଅଧିକାର ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ରାଷ୍ଟ୍ରଦ୍ରୋହ ବା ଦେଶଦ୍ରୋହ, ଅବମାନନା ଏବଂ ମାନହାନି ଭଳି ଆଇନକୁ ବ୍ୟବହାର କରୁଛନ୍ତି। ଏହା ସ୍ପଷ୍ଟ କରୁଛି ଯେ, ନାଗରିକଙ୍କ ପାଖରେ ଅଧିକାର ରହିବା ପରିବର୍ତ୍ତେ ସରକାରଙ୍କ ପାଖରେ ରହିଛି ସମସ୍ତଙ୍କୁ ନିୟନ୍ତ୍ରଣ କରିବାର ଅଧିକାର। ଦେଶର ସୁରକ୍ଷା ବିଦେଶୀଙ୍କ ସହ ସଂପର୍କ, ଆଇନ ବ୍ୟବସ୍ଥା, ଶିଷ୍ଟାଚାର ବା ନୈତିକତା, ଅଦାଲତ ଅବମାନନା, ମାନହାନୀ ବା ଅପରାଧ ପାଇଁ ଉସୁକାଇବା ଭଳି ଆଇନ ମାଧ୍ୟମ ଦେଇ ନାଗରିକଙ୍କ କହିବାର ଅଧିକାରକୁ ଛଡ଼ାଇ ନିଆଯାଉଛି। ପ୍ରଶ୍ନ ହେଉଛି ସଭା କରିବା ପାଇଁ ନାଗରିକଙ୍କୁ ଅନୁମତି ନଦେବା ବା ନିଷେଧାଜ୍ଞା ଜାରି କରିବା କେତେ ତର୍କ ସଂଗତ। ଯଦି ସରକାରଙ୍କ ଅନୁମତି ନମିଳିଲା, ଯଦି ନାଗରିକ ନିଜର ଅଭାବ ସମସ୍ୟା ସମ୍ପର୍କରେ ସରକାରଙ୍କ ନୀତି ବିରୋଧରେ ମୁହଁ ଖୋଲିଲେ ତେବେ ସରକାର ନାଗରିକଙ୍କୁ ଜେଲକୁ ପଠାଇଦେଉଛନ୍ତି ଏବଂ ଦେଶଦ୍ରୋହ ମାମଲାରେ ଛନ୍ଦି ଦେଉଛନ୍ତି। ଏହା  ପରେ ସରକାର ଏବଂ ଇଂରେଜ ଶାସନ ମଧ୍ୟରେ ପାର୍ଥକ୍ୟ କ’ଣ ତାହା ନାଗରିକ ଜାଣିପାରୁନାହାନ୍ତି।

ସମ୍ବିଧାନର ୧୩ ଅନୁଚ୍ଛେଦରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ସରକାର ଏପରି କୌଣସି ଆଇନ ପ୍ରଣୟନ କରିପାରିବେ ନାହିଁ ଯାହା ନାଗରିକଙ୍କ ଅଧିକାରକୁ ଛିନ୍ନ କରିବ। ସମାନତାର ଅଧିକାର, ଭେଦଭାବରୁ ମୁକ୍ତି, ଜୀବନର ଅଧିକାର, ସୁରକ୍ଷାର ଅଧିକାର, ଦାସତ୍ୱ, ନିର୍ଯାତନାରୁ ମୁକ୍ତିର ଅଧିକାର, ଆଇନ ଆଗରେ ସମସ୍ତେ ସମାନ, ବିବାହର ଅଧିକାର, ଶାନ୍ତିପୂର୍ଣ୍ଣ ସଭା କରିବାର ଅଧିକାର, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ପାଇବାର ଅଧିକାର ସହ ସମ୍ମାନର ସହ ବଂଚିବାର ଅଧିକାର ତ ଗଣତାନ୍ତ୍ରିକ ଅଧିକାର। ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରରେ ସମସ୍ତ ନାଗରିକଙ୍କର ଏହା ମୌଳିକ ଅଧିକାର। ଅଧିକାର ପ୍ରଦାନର ଉତ୍ତରଦାୟୀ ହେଉଛି ରାଷ୍ଟ୍ର।

ତେବେ ରାଷ୍ଟ୍ର ପରିଚାଳନାରେ ଯେଉଁ ଦଳ ବା ଏହାର ପ୍ରତିନିଧି ନିର୍ବାଚିତ ହୋଇ ସରକାର ଗଠନ କରନ୍ତି ସେ ନିଜର ସାମ୍ବିଧାନିକ ଉତ୍ତରଦାୟିତ୍ୱ ପାଳନ କରୁନାହାନ୍ତି। ଫଳରେ ନାଗରିକଙ୍କୁ ମିଳୁନି ଗଣତାନ୍ତ୍ରିକ ଅଧିକାର। ଆଜି ବି ଆମ ଦେଶ ଓ ରାଜ୍ୟରେ ଲକ୍ଷ ଲକ୍ଷ ସଂଖ୍ୟାର ନାଗରିକ ସମ୍ମାନର ସହ ବଂଚିବାର ଅଧିକାର ପାଇପାରୁନାହାନ୍ତି। ନ୍ୟାୟାଳୟରେ ପଡ଼ିରହିଛି ହଜାର ହଜାର ମାମଲା, ଏହି ମାମଲାର ବିଚାର ନହେବା ଫଳରେ ନାଗରିକଙ୍କୁ ମିଳିପାରୁନି ନ୍ୟାୟ। କିନ୍ତୁ ସରକାର ଯେଭଳି ଭାବେ ନିଜର କ୍ଷମତାକୁ ଜାହିର କରିବାକୁ ଯାଇ ଦମନ ନୀତିକୁ ଆପଣଉଛନ୍ତି ତାହା ଗଣତାନ୍ତ୍ରିକ ନୁହେଁ। ବରଂ ଏହା ସ୍ୱେଚ୍ଛାଚାରୀ ତଥା ଏକଛତ୍ରବାଦୀ ବୋଲି କହିଲେ ଭୁଲ ହେବନାହିଁ । ଗଣତନ୍ତ୍ରରେ ଜନଗଣଙ୍କର ଅଧିକାର ସବୁଠୁ ଉପରେ।

ଦେଶ ବିକାଶ ପଥରେ ଆଗକୁ ବଢୁଛି, ବୈଜ୍ଞାନିକ ଜ୍ଞାନ କୌଶଳକୁ ଆପଣାଯାଉଛି। କିନ୍ତୁ ଅନ୍ଧବିଶ୍ୱାସ ତଥା କୁପ୍ରଥାର ଶେଷ ହେଉନାହିଁ। ଦାରିଦ୍ର‌୍ୟରୁ ମୁକ୍ତି ପାଉନଥିବା ମଣିଷ କେବଳ ପେଟ ଚାଖଣ୍ଡକ ପାଇଁ  ହାତରେ ମଳ ଉଠାଉଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ଏଭଳି ଅମାନବୀୟ କୁପ୍ରଥା ବଜାୟ ରହିଛି। ଏ ସଂପର୍କରେ ସଦ୍ୟତମ ତଥ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟସଭାରେ ପ୍ରକାଶ କରାଯାଇଛି।

୨୮ ବର୍ଷ ପୂର୍ବେ ହାତରେ ମଳ ଉଠାଇବା ପ୍ରଥା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏହା ସତ୍ତ୍ୱେ ଆଜି ବି ଦେଶରେ ଏହି କୁପ୍ରଥା ରହିଛି। ୧୯୯୩ ରେ ସଫେଇ କର୍ମଚାରୀ ନିୟୋଜନ ଏବଂ ଶୁଷ୍କ ଶୌଚାଳୟ ନିର୍ମାଣ (ପ୍ରତିଷେଧ) ଅଧିନିୟମ, ୧୯୯୩ ଲାଗୁ କରାଯାଇଥିଲା। ଏହି ଅଧିନିୟମ ଦ୍ୱାରା କୁପ୍ରଥା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏହାପରେ ୬ ଡିସେମ୍ବର ୨୦୧୩ରେ ପ୍ରୋହିଭିସନ ଅଫ୍‍ ଏମ୍ପ୍ଲୟମେଣ୍ଟ ଏଜ୍‍ ମେନୁଆଲ୍‍ ସ୍କେବେଂଜର୍ସ ଆଣ୍ଡ୍‍ ଦେୟାର ରିହାବିଲେସନ ଆକ୍ଟ-୨୦୧୩ ଲାଗୁ କରାଗଲା। ଏହାପରେ ହାତରେ ସିଭର ଓ ସେଫ୍‍ଟିକ୍‍ ଟ୍ୟାଙ୍କର ସଫେଇ କାମକୁ ପ୍ରତିବନ୍ଧକ କରିଦିଆଯାଇଥିଲା। ଏହା ସତ୍ତ୍ୱେ ପରିସଂଖ୍ୟାନ କହୁଛି ଦେଶରେ ଆଜି ମଧ୍ୟ ୬୬ ହଜାର ୬୯୨ ଜଣ ସଫେଇ କର୍ମୀ ହାତରେ ମଳ ଉଠାଉଛନ୍ତି। ଓଡ଼ିଶାରେ ଏହି କର୍ମୀଙ୍କ ସଂଖ୍ୟା ୨୩୭। ଏହି ସୂଚନା ରାଜ୍ୟସଭାରେ ଦିନେଶ ତ୍ରିବେଦୀଙ୍କ ଦ୍ୱାରା ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରୁ ଜଣାଯାଇଛି।

ପରିସଂଖ୍ୟାନ ରିପୋର୍ଟ ଅନୁସାରେ ଦେଶରେ ସବୁଠୁ ଅଧିକ ହାତରେ ମଳ ଉଠାଉଥିବା କର୍ମୀ ଉତ୍ତର ପ୍ରଦେଶରେ ଅଛନ୍ତି। ଏହି ସଂଖ୍ୟା ୩୭ ହଜାର ୩୭୯। ଏହା ପରେ ମହାରାଷ୍ଟ୍ରରେ ୭ ହଜାର ୩୭୮, ଆନ୍ଧ୍ର ପ୍ରଦେଶରେ ୨୦୬୧, ଆସାମରେ ୪,୨୯୫, ବିହାରରେ ୧୩୭, ଛତିଶଗଡ଼ରେ ୩, ଗୁଜୁରାଟରେ ୧୦୮,  ଝାଡ଼ଖଣ୍ଡରେ ୨୮୧, କର୍ଣ୍ଣାଟକରେ ୩,୨୦୪, କେରଳରେ ୬୦୦, ମଧ୍ୟ ପ୍ରଦେଶରେ ୫୬୦, ଉତ୍ତରାଖଣ୍ଡରେ ୬ ହଜାର ୧୭୦, ଆସାମରେ ୪,୨୯୫, ପଶ୍ଚିମବଙ୍ଗରେ ୭୪୧ ଏବଂ ଓଡ଼ିଶାରେ ୨୩୭ ଜଣ ହାତରେ ମଳ ଉଠାଉଥିବା ସଫେଇ କର୍ମୀ ଅଛନ୍ତି। ସାରା ଭାରତରେ ଏହି କର୍ମୀଙ୍କ ସଂଖ୍ୟା ୬୬ ହଜାର ୬୯୨। ସ୍ୱୟଂସେବକ ସଂସ୍ଥା ସଫେଇ କର୍ମଚାରୀ ଆନ୍ଦୋଳନର ତଥ୍ୟ ଅନୁଯାୟୀ ଏହି କୁପ୍ରଥା ଜାରି ରହିଛି। କାହିଁକି ନା ଦେଶରେ ଏବେବି ହାରାହାରି ୨୬ ଲକ୍ଷ ଶୁଷ୍କ ଶୌଚାଳୟ ରହିଛି। ଯାହାକୁ ସଫେଇ ହାତ ମାଧ୍ୟମରେ କରିବାକୁ ପଡ଼ିଥାଏ। ଆଇନ କହୁଛି ହାତରେ ମଇଳା ଉଠାଇବା ବ୍ୟବସ୍ଥାର ଅନ୍ତ ଘଟାଇବା ପାଇଁ ସମସ୍ତ ସ୍ଥାନୀୟ ପ୍ରଶାସନ ସିଭର ଏବଂ ସେଫ୍‍ଟିକ୍‍ ଟ୍ୟାଙ୍କର ସଫେଇ ପାଇଁ ଆଧୁନିକ କୌଶଳକୁ ଆପଣେଇବାକୁ ହେବ। କିନ୍ତୁ ବିଡ଼ମ୍ବନା ହେଉଛି ଏବେବି ମାନୁଆଲ ଟାଙ୍କି ବା ପାଇଖାନା ରହିଛି।

ମିନିଷ୍ଟ୍ରି ଅଫ୍‍ ସୋସିଆଲ୍‍ ଜଷ୍ଟିସ୍‍ ଆଣ୍ଡ୍‍ ଏମ୍ପାୱାରମେଣ୍ଟ୍‍ ଦ୍ୱାରା ୨୦୦୨-୦୩ରେ ଜାରି ରିପୋର୍ଟ ଅନୁଯାୟୀ ସେହି ସମୟରେ ହାରାହାରି ୬.୭୬ ଲକ୍ଷ ମାନୁଆଲ ପାଇଖାନା ଥିଲା। ସବୁଠାରୁ ଉଦ୍‍ବେଗଜନକ ତଥ୍ୟ ହେଉଛି ୨୦୧୬ରୁ ୨୦୨୦ ମଧ୍ୟରେ ଏହି ପାଇଖାନା ଗ୍ୟାସ ଚାମ୍ବରରେ ୩୪୦ ଜଣଙ୍କର ଜୀବନ ଯାଇଛି। କେବଳ ୨୦୨୦ରେ ୧୯ ଜଣ ସଫେଇ କର୍ମଚାରୀଙ୍କ ଜୀବନ ଯାଇଛି ଏଥିମଧ୍ୟରୁ ୪ ଜଣଙ୍କ ଜୀବନ ଦେଶର ରାଜଧାନୀ ଦିଲ୍ଲୀରେ ଜୀବନ ଯାଇଥିଲା। ଏହି ଗ୍ୟାସ ଚାମ୍ବରରେ ଜୀବନ ଯାଇଥିବା ମୋଟ ୭୬ ଜଣ କର୍ମୀଙ୍କୁ ଏଯାଏ କ୍ଷତିପୂରଣ ମିଳିପାରିନାହିଁ। ଏମାନଙ୍କ ଅଧିକାର ଓ ମର୍ଯ୍ୟାଦା ଦେବ କିଏ? ରାଷ୍ଟ୍ର ନା ପରରାଷ୍ଟ୍ର?

ବରିଷ୍ଠ ସାମ୍ବାଦିକ, ଭୁବନେଶ୍ୱର

ଫୋନ୍‍:୯୪୩୮୦୦୬୨୧୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story