ଓଡ଼ିଶାରେ ବିବେକର ସ୍ୱର ଶୁଣାଯାଉନି

ରବି ଦାସ ଜୁଲାଇ ୨୮ ତାରିଖ ବାଙ୍କବିହାରୀ ଦାସଙ୍କର ଶ୍ରାଦ୍ଧଦିବସ। ସେ ଦେହତ୍ୟାଗ କରିବାର ୨୦ ବର୍ଷ ଅତିକ୍ରାନ୍ତ ହୋଇଛି। ବାଙ୍କବିହାରୀ ଦାସଙ୍କର ଦୀର୍ଘ ରାଜନୈତିକ ଜୀବନ ଭିତରେ ଶେଷ ୧୨ ବର୍ଷ କାଳ ସେ କୌଣସି ରାଜନୈତିକ ଦଳରେ ପ୍ରତ୍ୟକ୍ଷ ଭାବରେ ସାମିଲ ନହୋଇ ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ସମ୍ମୁଖୀନ ହେଉଥିବା ପ୍ରସଙ୍ଗଗୁଡ଼ିକ ଉପରେ ଯେପରି ଭାବରେ ମତପ୍ରକାଶ କରୁଥିଲେ ତାହାକୁ ଅନେକ ଓଡ଼ିଶାର ବିବେକର ସ୍ୱର ଭାବରେ ବିଚାର କରୁଥିଲେ। ଓଡ଼ିଶାରେ ପରିବେଶ ଆନ୍ଦୋଳନର […]

7jl

7jl

Debendra Prusty
  • Published: Wednesday, 28 July 2021
  • Updated: 28 July 2021, 04:22 PM IST

Sports

Latest News

ରବି ଦାସ

ଜୁଲାଇ ୨୮ ତାରିଖ ବାଙ୍କବିହାରୀ ଦାସଙ୍କର ଶ୍ରାଦ୍ଧଦିବସ। ସେ ଦେହତ୍ୟାଗ କରିବାର ୨୦ ବର୍ଷ ଅତିକ୍ରାନ୍ତ ହୋଇଛି। ବାଙ୍କବିହାରୀ ଦାସଙ୍କର ଦୀର୍ଘ ରାଜନୈତିକ ଜୀବନ ଭିତରେ ଶେଷ ୧୨ ବର୍ଷ କାଳ ସେ କୌଣସି ରାଜନୈତିକ ଦଳରେ ପ୍ରତ୍ୟକ୍ଷ ଭାବରେ ସାମିଲ ନହୋଇ ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ସମ୍ମୁଖୀନ ହେଉଥିବା ପ୍ରସଙ୍ଗଗୁଡ଼ିକ ଉପରେ ଯେପରି ଭାବରେ ମତପ୍ରକାଶ କରୁଥିଲେ ତାହାକୁ ଅନେକ ଓଡ଼ିଶାର ବିବେକର ସ୍ୱର ଭାବରେ ବିଚାର କରୁଥିଲେ। ଓଡ଼ିଶାରେ ପରିବେଶ ଆନ୍ଦୋଳନର ତାଙ୍କୁ ଜନକ ଭାବରେ ଅନେକ ବିଚାର କରନ୍ତି। ବାସ୍ତବରେ ଚିଲିକା ହ୍ରଦର ସୁରକ୍ଷା ସହିତ ମତ୍ସ୍ୟଜୀବୀମାନଙ୍କର ଜୀବିକା ରକ୍ଷା ପାଇଁ ସେ ଯେଉଁ ପରିବେଶ ଆନ୍ଦୋଳନ କରିଥିଲେ ତାହା ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା। ଯେଉଁଥିପାଇଁ ଚିଲିକାକୁ ନେଇ ବିଜୁ ପଟ୍ଟନାୟକଙ୍କ ସରକାର ଚିଙ୍ଗୁଡ଼ି ଚାଷକୁ କର୍ପୋରେଟ ସାମ୍ରାଜ୍ୟ ହାତକୁ ଠେଲିଦେଉଥିଲେ ତାହାକୁ ରୋକିବା ପାଇଁ ଓଡ଼ିଶାରେ ପ୍ରଥମ ପରିବେଶ ଆନ୍ଦୋଳନ ଆରମ୍ଭ ହୋଇଥିଲା। ବାଙ୍କବିହାରୀ ଦାସ ଏ କ୍ଷେତ୍ରରେ ନେତୃତ୍ୱ ନେଇ ଚିଲିକାର ଆନ୍ତର୍ଜାତିକ ଗୁରୁତ୍ୱ ଓ ପରିବେଶ ଉପରେ ଏହାର ସୁଦୁର ପ୍ରସାରୀ ପ୍ରଭାବ ସଂକ୍ରାନ୍ତରେ ରାଜ୍ୟବାସୀଙ୍କୁ ଓ ସରକାରଙ୍କୁ ଅବଗତ କରାଇଥିଲେ। ଏଥିରେ ବିଜୁ ପଟ୍ଟନାୟକ କ୍ଷୁବ୍ଧ ହୋଇଯାଇଥିଲେ ମଧ୍ୟ ଚିଲିକା ସଂକ୍ରାନ୍ତରେ ଆନ୍ତର୍ଜାତିକ ଚୁକ୍ତିନାମା ଓ ରାଜୀବ ଗାନ୍ଧୀଙ୍କ ସରକାର ୧୯୮୫ରେ କରିଥିବା ପରିବେଶ ଆଇନ ସହିତ ସମ୍ବିଧାନରେ ନାଗରିକ ଦାୟିତ୍ୱ ସଂପର୍କରେ ଥିବା ଦଫାଗୁଡ଼ିକୁ ଠିକ୍ ଭାବରେ ବାଙ୍କିବିହାରୀ ଦାସ ଉପସ୍ଥାପିତ କରିବା ଫଳରେ କେନ୍ଦ୍ର ସରକାର ଟାଟା-ଚିଲିକା ପ୍ରକଳ୍ପରେ ରାଜି ହୋଇନଥିଲେ ଓ ଟାଟା ମଧ୍ୟ ପରିସ୍ଥିତିର ଗୁରୁତ୍ୱକୁ ବିଚାର କରି ଏହି ପ୍ରକଳ୍ପରୁ ଓହରିଯିବାକୁ ବାଧ୍ୟ ହୋଇଥିଲା।

ଓଡ଼ିଶାରେ ଏହି ଘଟଣା ପରଠାରୁ ବହୁଗୁଡ଼ିଏ ପରିବେଶ ଆନ୍ଦୋଳନ ଓ ପ୍ରସଙ୍ଗ ସବୁ ଆସିଛି। ବେଦାନ୍ତ ବିରୋଧରେ ନିୟମଗିରି ଡଙ୍ଗରିଆମାନଙ୍କର ଜଙ୍ଗଲ ଅଧିକାର ଆଇନ ବଳରେ ଆନ୍ଦୋଳନର ସଫଳତା ରହିଥିଲେ ମଧ୍ୟ ଓଡ଼ିଶାରେ ବିବାଦୀୟ ପ୍ରସଙ୍ଗଗୁଡ଼ିକ ଉପରେ ନାଗରିକ ସମାଜରୁ ବା ସିଧାସଳଖ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ରାଜନୀତି କରୁନଥିବା ବରିଷ୍ଠ ବା ବୟସ୍କ ନେତାମାନଙ୍କଠାରୁ ବିବେକର ସ୍ୱର ଓଡ଼ିଶାରେ ଶୁଣାଯାଉନାହିଁ। ଯେଉଁ ପ୍ରସଙ୍ଗଗୁଡ଼ିକ ଉପରେ ଗଣମାଧ୍ୟମରେ ବା ଟେଲିଭିଜନରେ ବିତର୍କ ହେଉଛି ସେଗୁଡ଼ିକ ରାଜନୈତିକ ଦୃଷ୍ଟିଭଙ୍ଗୀରେ ଦେଖି ବିଭିନ୍ନ ପକ୍ଷ ମତ ରଖୁଥିବାରୁ ଲୋକମାନଙ୍କୁ ପ୍ରଭାବିତ କରିପାରୁନାହିଁ। ଏପରି ଏକ ଅବସ୍ଥା ସରକାରଙ୍କୁ ବେଶ ସୁହାଉଛି। ପ୍ରତ୍ୟେକ ସମାଜରେ ଏପରି କିଛି ବ୍ୟକ୍ତି ଆବଶ୍ୟକ ଯେଉଁମାନେ ବ୍ୟକ୍ତିଗତ ଲାଭକ୍ଷତିରେ ପରିସ୍ଥିତିକୁ ବା ପ୍ରସଙ୍ଗକୁ ବିଚାର ନକରି ସମାଜର ବା ରାଜ୍ୟର ସାମୂହିକ ମଙ୍ଗଳ ବା ଭବିଷ୍ୟତ ପାଇଁ ମତ ଦେଇପାରିବେ। ଭୁବନେଶ୍ୱରରେ ଯେପରି ଭାବରେ ଭୂତଳ ଜଳବ୍ୟବସ୍ଥାର ସୁରକ୍ଷା ନକରି ଏବଂ ସହରରେ ଥିବା ଜଳାଶ୍ରୟଗୁଡ଼ିକୁ ଧ୍ୱଂସ କରି ବହୁତାଲା ବିଶିଷ୍ଟ ପ୍ରାସାଦଗୁଡ଼ିକ ବ୍ୟବସାୟୀକ ସ୍ୱାର୍ଥରେ କରାଗଲା ତାହା ଉପରେ ବାଙ୍କବିହାରୀ ଦାସ ଯେଉଁ ପ୍ରସଙ୍ଗଗୁଡ଼ିକ ଉଠାଇଥିଲେ ସେଗୁଡ଼ିକ ଏବେବି ପ୍ରାସଙ୍ଗିକ ହୋଇରହିଛି।

ବାଙ୍କବିହାରୀ ଦାସ ବିଧାନସଭାର ଓ ରାଜ୍ୟସଭାର ସଦସ୍ୟ ହେବା ସହିତ ରାଜ୍ୟ ମନ୍ତ୍ରିମଣ୍ଡଳରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବିଭାଗ ନେଇ କାର୍ଯ୍ୟ କରିଛନ୍ତି। କିନ୍ତୁ ପ୍ରତ୍ୟେକ ସ୍ତରରେ ସେ ଏପରି କିଛି ଅବଦାନ ଛାଡ଼ିଯାଇଛନ୍ତି ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇପାରିବ। ସେଥିପାଇଁ ୧୯୭୭ ପରେ ସେ ବିଧାନସଭାର ବା ପାର୍ଲାମେଂଟର ସଦସ୍ୟ ହୋଇନଥିଲେ ମଧ୍ୟ ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ କେଉଁ ଧାରାରେ ଓ କିପରି ଭାବରେ ଉପସ୍ଥାପିତ ହୋଇପାରିବ ସେ ସଂକ୍ରାନ୍ତରେ ମତାମତ ଓ କୌଶଳ ନିର୍ଦ୍ଧାରଣ ପାଇଁ ଦଳମତ ନିର୍ବିଶେଷରେ ଅଧିକାଂଶ ସଚେତନ ବିଧାୟକ ତାଙ୍କଠାରୁ ପରାମର୍ଶ ନେଉଥିଲେ। ଓଡ଼ିଶାରେ ଅନେକ ବରିଷ୍ଠ ରାଜନେତା ଅଛନ୍ତି ଯେଉଁମାନେ କି ଆଉ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତାରେ ନାହାନ୍ତି। ସେମାନଙ୍କ ଭିତରୁ ଯେଉଁମାନଙ୍କର ଅଭିଜ୍ଞତା ଓ ଜ୍ଞାନ ଭଲ ରହିଛି ସେମାନେ ସାହସର ସହିତ ଲୋକମାନଙ୍କ ସ୍ୱାର୍ଥରେ ବରାବର ମତପ୍ରକାଶ କଲେ ସେମାନଙ୍କ ପ୍ରତି ମଧ୍ୟ ସମ୍ମାନ ବଢ଼ିବ। କିନ୍ତୁ ଦେଖାଯାଉଛି କେବଳ ରାଜନୈତିକ ଫାଇଦା ବ୍ୟତୀତ ଜୀବନର ଶେଷ ପର୍ଯ୍ୟନ୍ତ କୌଣସି ରାଜନେତା ଲୋକଙ୍କ ସ୍ୱାର୍ଥ ପାଇଁ ବା ରାଜ୍ୟର ସ୍ୱାର୍ଥ ପାଇଁ ସ୍ପଷ୍ଟ ମତ ଦେଉନାହାନ୍ତି। କ’ଣ କହିଲେ କିଏ ସନ୍ତୁଷ୍ଟ ହେବ ଓ କ’ଣ କହିଲେ ତାଙ୍କୁ କିଛି ଫାଇଦା ମିଳିବ ସେହି ଲକ୍ଷ୍ୟରେ ରାଜନେତାମାନେ କାର୍ଯ୍ୟ କରୁଛନ୍ତି। ସେହିପରି ଯେଉଁ ଜ୍ଞାନୀ, ପ୍ରଫେସର, ପ୍ରିନ୍ସିପାଲ, ଲେଖକ, ସାହିତ୍ୟିକ ପ୍ରମୁଖଙ୍କ ମତାମତର ଗୁରୁତ୍ୱ ରହିଛି ସେମାନେ ସେହି ଫାଇଦା ଲୋଭରେ ନିରବ ରହୁଛନ୍ତି ବା କ୍ଷମତା ଅଧିକାରୀଙ୍କୁ ସନ୍ତୁଷ୍ଟ କଲାପରି ମତାମତ ଦେଉଛନ୍ତି। ଏହିସବୁ କାରଣରୁ ଓଡ଼ିଶାର ପ୍ରତ୍ୟେକ କ୍ଷେତ୍ରରେ ବିବେକର ସ୍ୱର ଶୁଣିବା କମିଯାଇଛି। ଯେଉଁ ସାହିତ୍ୟିକମାନେ ଜ୍ଞାନପୀଠ, ସରସ୍ୱତୀ ଓ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଭୃତି ପାଇଛନ୍ତି ସେମାନେ ରାଜ୍ୟର ବା ଦେଶର ପରିସ୍ଥିତି ଉପରେ ନିରବତା ଅବଲମ୍ବନ କରୁଛନ୍ତି କାହିଁକି? ସେହିପରି ରାଜ୍ୟର ଆର୍ଥିକ ପ୍ରସଙ୍ଗ, ଖଣି ନୀତି, ଟିକସ ନୀତି, ପୌର ବା ପଂଚାୟତ ପରିଚାଳନା ବ୍ୟବସ୍ଥା ନେଇ ଯେତେବେଳେ ବିବାଦମାନ ଉଠୁଛି ସେତେବେଳେ ରାଜ୍ୟର ପ୍ରତିଷ୍ଠିତ ପ୍ରଫେସର ଓ ବୁଦ୍ଧିଜୀବୀମାନେ କୌଣସି ମତ ନଦେବା ଓ ନିରବତା ଅବଲମ୍ବନ କରିବା ଫଳରେ ଓଡ଼ିଶାରେ ଜନମତର ସ୍ୱର ଦୁର୍ବଳ ହୋଇରହିଛି। କେବଳ ଦଳୀୟ ଭିତ୍ତିରେ ଜନମତକୁ ବିଚାର କରାଯାଉଛି।

ଏହି ପରିପ୍ରେକ୍ଷୀରେ ବାଙ୍କବିହାରୀ ଦାସ ଥିଲେ ଜଣେ ବ୍ୟତିକ୍ରମ। ଓଡ଼ିଶାର ଅଧିକାଂଶ ସାମ୍ବାଦିକ ବିବାଦୀୟ ପ୍ରସଙ୍ଗ ଉପରେ ବୌଦ୍ଧିକ ବିଚାର ପାଇଁ ତାଙ୍କର ମତାମତକୁ ବା ତଥ୍ୟକୁ ଗୁରୁତ୍ୱ ଦେଉଥିଲେ। ଓଡ଼ିଶାରେ ଅତ୍ୟନ୍ତ ସେହିଭଳି ଧରଣର କିଛି ବ୍ୟକ୍ତି ବିଭିନ୍ନ କ୍ଷେତ୍ରରେ ସୃଷ୍ଟିହେବା ଦରକାର ଯେଉଁମାନଙ୍କୁ ଓଡ଼ିଶାର ବିବେକର ସ୍ୱର ବୋଲି ବିଚାର କରାଯାଇପାରିବ। ଏପରି ସ୍ୱରକୁ କୌଣସି ସରକାର ସହଜରେ ଏଡ଼ାଇଯାଇ ପାରିବ ନାହିଁ।

ବରିଷ୍ଠ ସାମ୍ବାଦିକ

ମୋ- ୮୦୧୮୦୯୪୪୫୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story