ବାଲେଶ୍ୱର ଓ ତିର୍ତ୍ତୋଲ ନିର୍ବାଚନ ଫଳାଫଳ

ରବି ଦାସ ବାଲେଶ୍ୱର ଓ ତିର୍ତ୍ତୋଲରେ ୩ ତାରିଖ ଦିନ ହେବାକୁ ଥିବା ଉପନିର୍ବାଚନ ଭୋଟଗ୍ରହଣ ପରେ ୧୦ ତାରିଖ ଦିନ ଯେଉଁ ଫଳାଫଳ ପ୍ରକାଶ ପାଇବ ସେଥିରେ ରାଜ୍ୟ ରାଜନୀତିରେ ଏକ ବଡ଼ ପରିବର୍ତନ ଘଟିବାର ସମ୍ଭାବନା ନାହିଁ। ତଥାପି ଏହି ଉପନିର୍ବାଚନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ପୂରା ଦମ୍‌ରେ ପ୍ରଚାର କାର୍ଯ୍ୟ କରୁଛନ୍ତି। ବାଲେଶ୍ୱର ଆସନରେ ଗତ ନିର୍ବାଚନରେ ବିଜୟୀ ବିଜେପି ବିଧାୟକଙ୍କ ପୁଅ ମାନସ ଦତ୍ତ ପ୍ରାର୍ଥୀ ହୋଇଥିବା ସମୟରେ […]

party

party

Debendra Prusty
  • Published: Saturday, 31 October 2020
  • Updated: 31 October 2020, 05:22 PM IST

Sports

Latest News

  • ରବି ଦାସ

ବାଲେଶ୍ୱର ଓ ତିର୍ତ୍ତୋଲରେ ୩ ତାରିଖ ଦିନ ହେବାକୁ ଥିବା ଉପନିର୍ବାଚନ ଭୋଟଗ୍ରହଣ ପରେ ୧୦ ତାରିଖ ଦିନ ଯେଉଁ ଫଳାଫଳ ପ୍ରକାଶ ପାଇବ ସେଥିରେ ରାଜ୍ୟ ରାଜନୀତିରେ ଏକ ବଡ଼ ପରିବର୍ତନ ଘଟିବାର ସମ୍ଭାବନା ନାହିଁ। ତଥାପି ଏହି ଉପନିର୍ବାଚନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ପୂରା ଦମ୍‌ରେ ପ୍ରଚାର କାର୍ଯ୍ୟ କରୁଛନ୍ତି। ବାଲେଶ୍ୱର ଆସନରେ ଗତ ନିର୍ବାଚନରେ ବିଜୟୀ ବିଜେପି ବିଧାୟକଙ୍କ ପୁଅ ମାନସ ଦତ୍ତ ପ୍ରାର୍ଥୀ ହୋଇଥିବା ସମୟରେ ତିର୍ତ୍ତୋଲରେ ଗତ ନିର୍ବାଚନରେ ବିଜୟୀ ବିଜେଡିର ବିଧାୟକ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସ ପ୍ରାର୍ଥୀ ହୋଇଛନ୍ତି। ଉଭୟ ସ୍ଥାନରେ ପ୍ରାର୍ଥୀମାନେ ଯୁବକ ଓ ପିତାଙ୍କ ଅନୁକମ୍ପା ଉପରେ ବିଶେଷ ଭାବରେ ନିର୍ଭରଶୀଳ।

ବାଲେଶ୍ୱରରେ ଗତ ନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜେଡି ପ୍ରାର୍ଥୀ ଜୀବନ ପ୍ରଦୀପ ଦାଶଙ୍କଠାରୁ ୧୩ ହଜାରରୁ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ। ଏଥର ବିଜେଡି ସେଠାରେ ଜଣେ ନବାଗତ ଅବଶ୍ୟ ଦଳର ସଦସ୍ୟ ଥିବା ସ୍ୱରୂପ ଦାସଙ୍କୁ ପ୍ରାର୍ଥୀ କରିଛନ୍ତି। କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ କଂଗ୍ରେସ ଦଳ ପାଇଁ ସଂପୂର୍ଣ୍ଣ ନୂଆ। ବାଲେଶ୍ୱର ପାଇଁ ମଧ୍ୟ ସେ ବିଶେଷ ପରିଚିତ ନୁହଁନ୍ତି। ସେଠାରେ କଂଗ୍ରେସ ପ୍ରାର୍ଥୀ ଗତ ନିର୍ବାଚନରେ ପ୍ରାୟ ୨୦ ହଜାର ଭୋଟ ପାଇଥିଲେ। ଏହା ହିଁ ମମତା କୁଣ୍ଡୁଙ୍କର ଏକମାତ୍ର ସମ୍ବଳ। ବାଲେଶ୍ୱରରେ ଗତ କିଛିବର୍ଷ ଭିତରେ ବିଜେପିର ସାଂଗଠନିକ ଶକ୍ତି ଓ ବିଶେଷ ଭାବରେ ବାଲେଶ୍ୱର ସହରରେ ଯେପରି ବୃଦ୍ଧି ଘଟିଛି ଓ ତା’ ସହିତ ବାଲେଶ୍ୱର ନିର୍ବାଚିତ ଲୋକସଭା ସଦସ୍ୟ ପ୍ରତାପ ଷଡ଼ଙ୍ଗୀ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି ତାହା ବିଜେପି ପାଇଁ ସବୁଠାରୁ ବଡ଼ ଶକ୍ତି। ତା’ଛଡ଼ା ବିଜେପିର ସମ୍ବଳର ଅଭାବ ନାହିଁ। କେନ୍ଦ୍ରରେ  ଥିବା ବିଜେପି ସରକାରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜନସାଧାରଣଙ୍କ ଉପରେ ଏକ ସ୍ୱତନ୍ତ୍ର ପ୍ରଭାବ ରହିଛି। ତେଣୁ ମୋଦିଙ୍କ ନେତୃତ୍ୱ ଓ ବିଜେପିର ସଂଗଠନ ସହିତ ସ୍ୱର୍ଗତ ବିଧାୟକ ମଦନମୋହନ ଦତ୍ତଙ୍କ ପାଇଁ ଥିବା ଅନୁକମ୍ପା ମାନସ ଦତ୍ତଙ୍କ ପାଇଁ ବଡ଼ ସମ୍ବଳ ଭାବରେ ରହିଛି। କିନ୍ତୁ ବିଜେଡି ଜଣେ ନୂଆ ପ୍ରାର୍ଥୀଙ୍କୁ ଦେଇଥିଲେ ମଧ୍ୟ ବିଜେଡିର ରାଜ୍ୟ ନେତାମାନେ ଯେପରି ଭାବରେ ବାଲେଶ୍ୱରରେ ରହି ବିଜେଡି ପ୍ରାର୍ଥୀଙ୍କ ପାଇଁ କାମ କରୁଛନ୍ତି ସେହି ଅନୁସାରେ ବିଜେଡିର ସ୍ଥାନୀୟ ନେତାମାନେ ସେହି ଆନ୍ତରିକତା ସହିତ କାମ କରୁଛନ୍ତି ନା ନାହିଁ ତାହା ଉପରେ ଦଳର ନିର୍ବାଚନ ଫଳାଫଳ ନିର୍ଭର କରିବ। ବିଜେଡି ପ୍ରାର୍ଥୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଓ ତାଙ୍କ ସରକାର ଗତ ୨୦ ବର୍ଷ ଭିତରେ ରାଜ୍ୟରେ କ’ଣ ସବୁ କରିଛି ତାହାରି ଉପରେ ବିଜେଡିର ପ୍ରଚାର ଅଭିଯାନ ଚାଲିଛି।

ଏହା ବୋଧେ ଓଡ଼ିଶାରେ ପ୍ରଥମ ଉପନିର୍ବାଚନ ହେବ ଯେଉଁଠାରେ ନବୀନ ପଟ୍ଟନାୟକ ଥରଟିଏ ନିର୍ବାଚନ ପ୍ରଚାରକୁ ଯାଇନାହାନ୍ତି। ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲ ପାଇଁ ନବୀନଙ୍କର ଭର୍ଚୁଆଲ ନିର୍ବାଚନ ପ୍ରଚାର କେତେ ଫଳପ୍ରଦ ହେବ ତାହା ଉପରେ ଲୋକମାନଙ୍କର ମତାମତ ନିର୍ଭର କରିବ। ଓଡ଼ିଶାର ସବୁ ଉପନିର୍ବାଚନରେ ଶାସକ ଦଳ ବିଜୟୀ ହେବା ପଛରେ ଦଳର ଉପନିର୍ବାଚନ ମେସିନାରୀ ସହିତ ନବୀନଙ୍କ ପ୍ରଚାର ମୁଖ୍ୟ ଭୂମିକା ଗ୍ରହଣ କରିଆସିଛି। ଏଣୁ ନବୀନ ପଟ୍ଟନାୟକ କରୋନା ଯୋଗୁ ନିର୍ବାଚନ ପ୍ରଚାରରେ ନିଜେ ନଯିବା ଓ କରୋନା ପରେ ଲୋକମାନଙ୍କୁ ଭେଟିବେ ବୋଲି ଦେଇଥିବା ପ୍ରତିଶ୍ରୁତି କେତେ କାର୍ଯ୍ୟକାରୀ ହେବ ତାହାକୁ ସମସ୍ତେ ଲକ୍ଷ୍ୟ ରଖିଛନ୍ତି। ଅପରପକ୍ଷରେ ବିଜେପି ପକ୍ଷରୁ ପ୍ରତାପ ଷଡ଼ଙ୍ଗୀଙ୍କ ବ୍ୟତୀତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶେଷ ଭାବରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କରୁଥିବା ପ୍ରଚାର ବିଜେଡି ମେସିନାରୀକୁ ଅଟକାଇପାରିବ ବୋଲି ବିଜେପି ସମର୍ଥକମାନଙ୍କର ଆଶା ରହିଛି। କିନ୍ତୁ ସେଠାରେ ଥିବା କଂଗ୍ରେସ ପ୍ରାର୍ଥୀ ସଂପୂର୍ଣ୍ଣ ନୂଆ ଥିଲେ ମଧ୍ୟ ସେ ଯଦି ଗତ ନିର୍ବାଚନରେ କଂଗ୍ରେସ ସମର୍ଥନକୁ ରକ୍ଷା କରିପାରିବେ ତେବେ ବିଜେପିର ବିଜୟ ସମ୍ଭାବନା ବଢ଼ିଯିବ। କାରଣ କଂଗ୍ରେସର ଅଧିକାଂଶ ସମର୍ଥକଙ୍କ ଭିତରୁ ସଂଖ୍ୟାଲଘୁ ଓ ବାମପନ୍ଥୀମାନଙ୍କ ସମର୍ଥନ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା। ଯଦି କଂଗ୍ରେସ ପ୍ରାର୍ଥୀ ବିଜୟୀ ହେବାର ସମ୍ଭାବନା ମଉଳିଯିବ ତେବେ ସଂଖ୍ୟାଲଘୁ ଓ ବାମପନ୍ଥୀ ସମର୍ଥକମାନେ ବିଜେପିକୁ ପରାସ୍ତ କରିବା ପାଇଁ ବିଜେଡିକୁ ଭୋଟ ଦେବାର ଅଧିକ ସମ୍ଭାବନା ରହିଛି। ଯଦିଓ ନାଗରିକ ଆଇନ ସଂଶୋଧନ ବା ସିଏଏ କ୍ଷେତ୍ରରେ ନବୀନ ଆଭିମୁଖ୍ୟ ପ୍ରତି ସଂଖ୍ୟାଲଘୁ ସନ୍ତୁଷ୍ଟ ନାହାନ୍ତି।

ତିର୍ତ୍ତୋଲ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଜିତିବାରେ କୌଣସି ଅସୁବିଧା ନାହିଁ ବୋଲି ପ୍ରଥମରୁ ଧରିନିଆଯାଇଛି। କାରଣ ଏହି ଅଂଚଳଟି ଗତ କେତେବର୍ଷ ହେଲା ବିଜେଡିର ଦୁର୍ଗରେ ପରିଣତ ହୋଇଛି। ଗତ ନିର୍ବାଚନରେ ଏଠାରୁ ବିଷ୍ଣୁ ଦାସ ପ୍ରାୟ ୪୦ ହଜାରରୁ ଅଧିକ ବ୍ୟବଧାନରେ ବିଜୟୀ ହୋଇଥିଲେ। କିନ୍ତୁ ଏଥର ବିଜେଡି ବିଷ୍ଣୁ ଦାସଙ୍କ ପୁଅକୁ ପ୍ରାର୍ଥୀ କରିଥିଲେ ମଧ୍ୟ ସାଧାରଣ ଲୋକମାନେ ତାଙ୍କ ପ୍ରାର୍ଥିତ୍ୱକୁ ସହଜରେ ଗ୍ରହଣ କରିନାହାନ୍ତି। ବିଷ୍ଣୁ ଦାସଙ୍କର ତିର୍ତ୍ତୋଲ ପାଇଁ ବିଶେଷ ଅବଦାନ ନାହିଁ। ବରଂ ତିର୍ତ୍ତୋଲ ପାଇଁ ସ୍ୱର୍ଗତଃ କଂଗ୍ରେସ ନେତା ବସନ୍ତ ବିଶ୍ୱାଳଙ୍କର ଅବଦାନ ରହିଥିଲା। ସମ୍ଭବତଃ ସେହି କାରଣରୁ ୨୦୧୪ ନିର୍ବାଚନରେ ଏଠାରେ କଂଗ୍ରେସ ପ୍ରାର୍ଥୀ ହୋଇ ପ୍ରାୟ ୫୨ ହଜାରରୁ ଅଧିକ ଭୋଟ ପାଇଥିବା ରାଜକିଶୋର ବେହେରାଙ୍କୁ ଏଥର ବିଜେପି ପ୍ରାର୍ଥୀ କରିଛି। କିନ୍ତୁ ଏହା ଫଳରେ ଗତ ଦୁଇଟି ନିର୍ବାଚନରେ ଏଠାରୁ ବିଜେପି ପ୍ରାର୍ଥୀ ହୋଇଥିବା ଓ ଗତ ନିର୍ବାଚନରେ ଦ୍ୱିତୀୟ ସ୍ଥାନ ଦଖଲ କରିଥିବା ରବୀନ୍ଦ୍ର ନାଥ ଭୋଇ ବିଜେପି ଛାଡ଼ି ବିଜେଡିରେ ଯୋଗଦେଇଛନ୍ତି। ଏଥର ସେଠାରେ କଂଗ୍ରେସ ପ୍ରାର୍ଥୀ ଥିବା ହିମାଂଶୁ ମଲ୍ଲିକ ରାଜନୀତିରେ ପ୍ରଥମ ହେଲେ ମଧ୍ୟ ଅଧିକ ଯୋଗ୍ୟ ପ୍ରାର୍ଥୀ ବୋଲି ଅନେକ ବିବେଚନା କରିଛନ୍ତି। କିନ୍ତୁ ଉପନିର୍ବାଚନରେ ଦଳର ସାଂଗଠନିକ ସ୍ଥିତି, ନେତୃତ୍ୱ ଓ ସମ୍ବଳ ଉପରେ ନିର୍ବାଚନ ଫଳାଫଳ ବହୁ ପରିମାଣରେ ନିର୍ଭରଶୀଳ। ବିଜେପି ଯେପରି ଭାବରେ ନରେନ୍ଦ୍ର ମୋଦି ଓ ବିଜେଡି ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ଆଧାର କରି ପ୍ରଚାର ଅଭିଯାନ ଚଳାଇଛି କଂଗ୍ରେସ ପାଇଁ ଏବେ ସେହି ସୁବିଧା ନାହିଁ। ସ୍ଥାନୀୟ ନେତା ଓ ଦଳର ସଂଗଠନ ସହିତ ବିଜେଡି ୨୦ ବର୍ଷ ଭିତରେ ତିର୍ତ୍ତୋଲ ପାଇଁ କ’ଣ କରିଛି ଓ ତିର୍ତ୍ତୋଲ ସୂତାକଳ କାହିଁକି ବନ୍ଦ ହୋଇଗଲା ତାହାକୁ ଆଧାର କରି କଂଗ୍ରେସ ପ୍ରଚାର ଅଭିଯାନ ଚଳାଇଛି। ବିଜେଡିରେ ଏଠାରେ ଜଗତସିଂହପୁର ଜିଲ୍ଲା ସହିତ ସମଗ୍ର ରାଜ୍ୟରୁ ମନ୍ତ୍ରୀ ଓ ନେତାମାନେ ବିଭିନ୍ନ ଅଂଚଳରେ ରହି  ବିଜେଡିର ଭିତ୍ତିଭୂମି ରକ୍ଷା କରିବା ଅଭିଯାନରେ ଅଛନ୍ତି। ବିଜେପିର ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରଚାର ଦଳକୁ ସକ୍ରିୟ କରିଛି। ବିଶେଷ ଭାବରେ ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲରେ ପ୍ରଚାରକୁ ଦେଖିଲେ ଗୋଟିଏ କଥା ସ୍ପଷ୍ଟ ଯେ ବିଜେପିର ରାଜ୍ୟ ନେତାମାନଙ୍କ ଭିତରୁ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତି ସାଧାରଣରେ ଗ୍ରହଣୀୟତା ବଢ଼ିଛି। ଏହା ରାଜ୍ୟ ବିଜେପିର ଭବିଷ୍ୟତ ପାଇଁ ଏକ ସଂକେତ ପ୍ରଦାନ କରୁଛି। ତିର୍ତ୍ତୋଲରେ କଂଗ୍ରେସ ଦଳ ଭଲ ପ୍ରାର୍ଥୀ ଦେଇଥିବାରୁ ଗତ ନିର୍ବାଚନ ତୁଳନାରେ ଅଧିକ ଭୋଟ ପାଇବ ବୋଲି ଆଶା ରଖିଛି। ସେହିପରି ବିଜେପି ମଧ୍ୟ ଗତ ନିର୍ବାଚନ ତୁଳନାରେ ଅଧିକ ଭୋଟ ପାଇବ ବୋଲି ବିଶ୍ୱାସ କରି କାର୍ଯ୍ୟକରୁଛି। ଏଥିରେ ଗୋଟିଏ କଥା ସ୍ପଷ୍ଟ ଯେ, ବିଜେଡି ତିର୍ତ୍ତଲ ଆସନରେ ବିଜୟୀ ହେଲେ ମଧ୍ୟ ଏହାର ବିଜୟ ବ୍ୟବଧାନ କମିଯିବ।

ବାଲେଶ୍ୱରରେ କଂଗ୍ରେସ ପ୍ରାର୍ଥୀ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁତ୍ର ତଥା ସେଠାରୁ ଲୋକସଭା ନିର୍ବାଚନ ଲଢ଼ିଥିବା ନବଜ୍ୟୋତି ପଟ୍ଟନାୟକଙ୍କର ମନୋନୀତ ବ୍ୟକ୍ତି। ଠିକ ସେହିପରି ତିର୍ତ୍ତୋଲରେ କଂଗ୍ରେସ ପ୍ରାର୍ଥୀ ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଚିରଞ୍ଜିବ ବିଶ୍ୱାଳଙ୍କ ମନୋନୀତ ପ୍ରାର୍ଥୀ। ଏମାନଙ୍କୁ ପ୍ରାର୍ଥୀ କରାଯିବା ସମୟରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଡା. ଚେଲ୍ଲାକୁମାର ସ୍ପଷ୍ଟ କରିଦେଇଛନ୍ତି ଯେ, ବାଲେଶ୍ୱର ଓ ତିର୍ତ୍ତୋଲ ଆସନର ଫଳାଫଳ ଉପରେ ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କ ଭବିଷ୍ୟତ ନିର୍ଭର କରିବ। ଅର୍ଥାତ ଏମାନଙ୍କୁ ହିଁ ଦଳ ଏହି ଦୁଇ ଆସନରେ ଉତ୍ତରଦାୟିତ୍ୱ ପ୍ରଦାନ କରିବ। ଏଣୁ କଂଗ୍ରେସ ପାଇଁ ନିର୍ବାଚନ ଜିତିବା ଯେତିକି ବଡ଼କଥା ନୁହେଁ, ନିର୍ବାଚନରେ ଦଳ କେତେ ଭୋଟ ପାଇବ ତାହା ଅଧିକ ଗୁରୁତ୍ୱପୂର୍ଣ୍ଣ।

ବରିଷ୍ଠ ସାମ୍ବାଦିକ

ମୋ- ୯୪୩୭୪୦୪୪୫୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story