ଭାରତରେ କମ୍ୟୁନିଷ୍ଟ ପାର୍ଟି ନିଶ୍ଚିହ୍ନ ହେଉଛି କାହିଁକି?

ସୂର୍ଯ୍ୟମଣି ମିଶ୍ର ଭାରତରେ କମ୍ୟୁନିଷ୍ଟ ପାର୍ଟିର ପ୍ରତିଷ୍ଠା କେବେ ହୋଇଥିଲା, ଏହାକୁ ନେଇ ଭିନ୍ନ ମତ ରହିଛି। ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟିର ଦାବି ହେଉଛି ୧୯୨୦, ୧୭ ଅକ୍ଟୋବରରେ। ମାନବେନ୍ଦ୍ର ନାଥ ରାୟ (ଏମଏନ ରାୟ) ଏବଂ ଅବନୀ ମୁଖାର୍ଜୀଙ୍କ ଭଳି କିଛି କମ୍ୟୁନିଷ୍ଟ ଏକାଠି ହୋଇ କୋମିନ୍‍ଟର୍ନର ଦ୍ୱିତୀୟ କଂଗ୍ରେସ ପରେ ତାସକେଣ୍ଟରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପ୍ରତିଷ୍ଠା କରିଥିଲେ। କିନ୍ତୁ ଆନୁଷ୍ଠାନିକ ଭାବରେ ଏହାର ପ୍ରତିଷ୍ଠା ୨୬ ଡିସେମ୍ବର ୧୯୨୫ରେ ଉତ୍ସବ ପୂର୍ବକ ଉତ୍ତର […]

communist party

communist party

Debendra Prusty
  • Published: Friday, 26 February 2021
  • Updated: 26 February 2021, 01:45 PM IST

Sports

Latest News

  • ସୂର୍ଯ୍ୟମଣି ମିଶ୍ର

ଭାରତରେ କମ୍ୟୁନିଷ୍ଟ ପାର୍ଟିର ପ୍ରତିଷ୍ଠା କେବେ ହୋଇଥିଲା, ଏହାକୁ ନେଇ ଭିନ୍ନ ମତ ରହିଛି। ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟିର ଦାବି ହେଉଛି ୧୯୨୦, ୧୭ ଅକ୍ଟୋବରରେ। ମାନବେନ୍ଦ୍ର ନାଥ ରାୟ (ଏମଏନ ରାୟ) ଏବଂ ଅବନୀ ମୁଖାର୍ଜୀଙ୍କ ଭଳି କିଛି କମ୍ୟୁନିଷ୍ଟ ଏକାଠି ହୋଇ କୋମିନ୍‍ଟର୍ନର ଦ୍ୱିତୀୟ କଂଗ୍ରେସ ପରେ ତାସକେଣ୍ଟରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପ୍ରତିଷ୍ଠା କରିଥିଲେ। କିନ୍ତୁ ଆନୁଷ୍ଠାନିକ ଭାବରେ ଏହାର ପ୍ରତିଷ୍ଠା ୨୬ ଡିସେମ୍ବର ୧୯୨୫ରେ ଉତ୍ସବ ପୂର୍ବକ ଉତ୍ତର ପ୍ରଦେଶର କାନପୁରରେ ହୋଇଥିଲା। ଏହିବର୍ଷ ମହାରାଷ୍ଟ୍ରର ନାଗପୁରରେ କିଛି ହିନ୍ଦୁତ୍ୱବାଦୀ ବ୍ୟକ୍ତିତ୍ୱ ଏକାଠି ହୋଇ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଅର୍ଥାତ୍‍ ଆର୍‍ଏସ୍‍ଏସ୍‍ ପ୍ରତିଷ୍ଠା କରିଥିଲେ।

ବୈଚାରିକ ଭାବରେ କମ୍ୟୁନିଷ୍ଟ ପାର୍ଟି ଏବଂ ଆର୍‍ଏସ୍‍ଏସ୍‍ ଉଭୟ ପରସ୍ପର ବିରୋଧୀ। କମ୍ୟୁନିଷ୍ଟଙ୍କ ଲକ୍ଷ୍ୟ ଥିଲା ସୋଭିଏଟ୍‌ ରୁଷର ବଲ୍‍ସେଭିକ୍‍ କ୍ରାନ୍ତିକୁ ଭାରତରେ ପ୍ରତିଷ୍ଠା କରିବା। ଅନ୍ୟପକ୍ଷରେ ଆର୍‍ଏସ୍‍ଏସ୍‍ର ହିନ୍ଦୁ ରାଷ୍ଟ୍ର ପ୍ରତିଷ୍ଠା ପାଇଁ ଶହେ ବର୍ଷ ଲକ୍ଷ୍ୟ ରଖାଯାଇଥିଲା। ଭାରତୀୟ ରାଜନୈତିକ-ସାମାଜିକ ଜୀବନ ପାଇଁ ଏହି ଉଭୟ ସଂଗଠନ ପୃଥକ ପୃଥକ କାରଣକୁ ନେଇ ସର୍ବସାଧାରଣରେ ଶୀଘ୍ର ଚର୍ଚ୍ଚିତ ହୋଇଥିଲେ।

ରୁଷର ବଲ୍‍ସେଭିକ୍‍-କ୍ରାନ୍ତି ଭାରତର ରାଜନୀତି ଉପରେ ଅସଂଦିଗ୍ଧ ରୂପରେ ପ୍ରଭାବ ପକାଇଥିଲା। କମ୍ୟୁନିଷ୍ଟ ପାର୍ଟି ପ୍ରତିଷ୍ଠା ହେଲା। ଆର୍‍ଏସ୍‍ଏସ୍‍ ମଧ୍ୟ ଗଠନ ହେଲା। ବଲ୍‍ସେଭିକ୍‍ କ୍ରାନ୍ତିର ସାମାଜିକ ସ୍ଥିତିକୁ ନେଇ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଲା। ଭୟ ସୃଷ୍ଟି କରାଗଲା, ଏହା ମଧ୍ୟରେ କଂଗ୍ରେସ ଦଳ ଭିତରେ ଉତ୍ସାହୀ ସମାଜବାଦୀ ଚେତନାର କିଛି ଯୁବବର୍ଗ ୧୯୩୪ରେ କଂଗ୍ରେସ ସୋସାଲିଷ୍ଟ ନାମକ ଏକ ମଂଚ ଗଠନ କଲେ। ଯେଉଁଥିରେ ଆଚାର୍ଯ୍ୟ ନରେନ୍ଦ୍ର ଦେବ, ଜୟପ୍ରକାଶ ନାରାୟଣଙ୍କ ଭଳି ବ୍ୟକ୍ତିତ୍ୱ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଜବାହାର ଲାଲ ନେହେରୁ, ସୁଭାଷ ବୋଷ, ଭଗତ ସିଂହଙ୍କ ଭଳି ବ୍ୟକ୍ତିତ୍ୱ ବାମପନ୍ଥୀ ବିଚାର ଦ୍ୱାରା ପ୍ରଭାବିତ ହେଲେ। ଏହି ସମୟରେ କମ୍ୟୁନିଷ୍ଟ ପାର୍ଟି-ଆର୍‍ଏସ୍‍ଏସ୍‍ ମଧ୍ୟରେ ସମାଜବାଦ ଏବଂ ରାଷ୍ଟ୍ରବାଦକୁ ନେଇ ନିଜ ନିଜ କର୍ମୀ-ସଂଗଠନକୁ ଆଗକୁ ବଢ଼େଇବା ପାଇଁ ଉଦ୍ୟମ ଚାଲିଥିଲା ।

୧୯୩୫ରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ସାଂଗଠନିକ ଢାଞ୍ଚା ଠିଆ ହେଲା। କମ୍ୟୁନିଷ୍ଟ ପାର୍ଟି ୧୯୪୨ର ଅଗଷ୍ଟ କ୍ରାନ୍ତି ବା ବିପ୍ଳବକୁ ସମର୍ଥନ କରି ନଥିଲା। କିନ୍ତୁ ୧୯୪୫ରେ ବଙ୍ଗଳାରେ ତେଭାଗା, ହାଇଦ୍ରାବାଦର ନିଜାମ ରାଜ, ତେଲେଙ୍ଗାନାରେ କୃଷକ ମୁକ୍ତି ଆନ୍ଦୋଳନ ଆରମ୍ଭ କରିଥିଲା।

ତେଭାଗାରେ ଦଳକୁ ସଫଳତା ମିଳିନଥିଲା; ମାତ୍ର ତେଲେଙ୍ଗାନାରେ କୃଷକ ଆନ୍ଦୋଳନକୁ ସଶକ୍ତ କରିବାରେ ସଫଳ ହୋଇଥିଲା କମ୍ୟୁନିଷ୍ଟ ପାର୍ଟି। କିନ୍ତୁ ଭାରତ ସରକାରଙ୍କ ଦ୍ୱାରା ଏହି ଆନ୍ଦୋଳନକୁ ଭାଙ୍ଗି ଦିଆଯାଇଥିଲା। ଶେଷରେ ୧୯୫୧ରେ କମ୍ୟୁନିଷ୍ଟ ପାର୍ଟି ତେଲେଙ୍ଗାନା ଆନ୍ଦୋଳନରୁ ଓହରି ଥିଲା। ଏହା ପୂର୍ବରୁ ୩୦ ଜାନୁଆରୀ ୧୯୪୮ରେ ଗାନ୍ଧିଜୀଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ଆର୍‍ଏସ୍‍ଏସ୍‍କୁ ଜଡ଼ିତ ବୋଲି ଦେଖାଗଲା। ଏହାକୁ ନେଇ ଆର୍‍ଏସ୍‍ଏସ୍‍ ଉପରେ ପ୍ରତିବନ୍ଧକ ଲଗାଗଲା।

ସ୍ୱାଧୀନତା ପରେ କମ୍ୟୁନିଷ୍ଟ ପାର୍ଟି ସଂସଦୀୟ ରାଜନୀତିରେ ଅଂଶ ଗ୍ରହଣ କରିବାକୁ ନିଷ୍ପତ୍ତି ନେଲା। ଆର୍‍ଏସ୍‍ଏସ୍‍ ସହ ଜଡ଼ିତ ବ୍ୟକ୍ତି ୧୯୫୧ରେ ଭାରତୀୟ ଜନସଂଘ ନାମକ ନୂଆ ରାଜନୈତିକ ଦଳ ଗଠନ କଲେ। ୧୯୫୨ ସାଧାରଣ ନିର୍ବାଚନରେ କମ୍ୟୁନିଷ୍ଟ ପାର୍ଟି ଏବଂ ଜନସଂଘ ଏହି ଦୁଇଦଳ ଅଂଶଗ୍ରହଣ କଲେ। କମ୍ୟୁନିଷ୍ଟ ପାର୍ଟି ୩.୨୯ ପ୍ରତିଶତ ଭୋଟ ପାଇ ୧୯ଟି ଆସନରେ ବିଜୟୀ ହେଲା। ଜନସଂଘ ୩ ପ୍ରତିଶତ ଭୋଟ ପାଇ ୩ଟି ଆସନରେ ବିଜୟୀ ହେଲା। ଏହି ନିର୍ବାଚନରେ ଏକ ପ୍ରତିଶତ (୦.୯୫୬%)ରୁ କମ ଭୋଟ ପାଇଥିଲା ଅଖିଳ ଭାରତୀୟ ହିନ୍ଦୁ ମହାସଭା। ବିଜୟୀ ହୋଇଥିଲା ୪ଟି ଆସନରେ।

ଭାରତୀୟ ଗଣତନ୍ତ୍ରର ପ୍ରଥମ ଲୋକସଭା ନିର୍ବାଚନରେ କଂଗ୍ରେସ ପରେ ଦ୍ୱିତୀୟ ସ୍ଥାନରେ ଥିଲା କମ୍ୟୁନିଷ୍ଟ ପାର୍ଟି। ସଂସଦୀୟ ରାଜନୀତିରେ କମ୍ୟୁନିଷ୍ଟ ପାର୍ଟି ଆଗକୁ ବଢ଼ୁଥିଲା। ସଂଖ୍ୟା ଓ ସମର୍ଥନ ବଢ଼ିଲା। ଦ୍ୱିତୀୟ ଲୋକସଭା ନିର୍ବାଚନ ୧୯୫୭ରେ ପାର୍ଟିର ସଦସ୍ୟ ସଂଖ୍ୟା ସଂସଦରେ ୨୭ ହେଲା। ୧୯୬୨ରେ କମ୍ୟୁନିଷ୍ଟ ସାଂସଦ ସଂଖ୍ୟା ଥିଲା ୨୯। ଏହିବର୍ଷ ଭାରତ-ଚୀନ ମଧ୍ୟରେ ବିବାଦ ହେଲା। ଏହାକୁ ନେଇ କମ୍ୟୁନିଷ୍ଟ ପାର୍ଟି ମଧ୍ୟରେ ମତଭେଦ ଦେଖାଦେଲା। ୧୯୬୪ରେ ଦଳ ଦୁଇ ଭାଗରେ ବିଭକ୍ତ ହେଲା। ସିପିଆଇରୁ ଜନ୍ମନେଲା ସିପିଆଇଏମ୍‍।

୧୯୬୭ ଲୋକସଭା ନିର୍ବାଚନରେ ସିପିଆଇକୁ ୨୩ ଏବଂ ସିପିଆଇଏମ୍‍କୁ ୧୯ଟି ଆସନ ମିଳିଲା। ଉଭୟ କମ୍ୟୁନିଷ୍ଟ ପାର୍ଟିର ସାଂସଦଙ୍କୁ ମିଶାଇଲେ ଏହି ସଂଖ୍ୟା ୪୨ ହେଲା। ୧୯୬୯ରେ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟିରେ ପଶ୍ଚିମବଙ୍ଗର ନକ୍ସଲବାଡ଼ି କୃଷକ ଆନ୍ଦୋଳନକୁ ନେଇ ବିଭାଜନ ହେଲା। ତୃତୀୟ କମ୍ୟୁନିଷ୍ଟ ପାର୍ଟି ଜନ୍ମନେଲା ଯାହାକୁ ମାର୍କ୍ସବାଦୀ ଲେନିନ୍‍ବାଦୀ କମ୍ୟୁନିଷ୍ଟ ପାର୍ଟି କୁହାଗଲା। ପରେ ଏହା ନକ୍ସଲବାଦୀ କମ୍ୟୁନିଷ୍ଟ ପାର୍ଟି ଭାବେ ପରିଚିତ ହେଲା। ଏହା ପରଠାରୁ ମୂଳ କମ୍ୟୁନିଷ୍ଟ ପାର୍ଟିରୁ ବାହାରି ଜଣେ ପରେ ଜଣେ ପାର୍ଟି ନେତା ଗୋଟିଏ ଗୋଟିଏ କମ୍ୟୁନିଷ୍ଟ ପାର୍ଟି ଗଠନ କଲେ। ନିଜ ପାର୍ଟିକୁ ସଚ୍ଚା ଦଳ କହିବା ସହ ଅନ୍ୟ କମ୍ୟୁନିଷ୍ଟ ପାର୍ଟିକୁ ସଂଶୋଧନବାଦୀ-ସୁବିଧାବାଦୀ, ବୁର୍ଜୁଆ ଦଳ ସହ ମେଣ୍ଟ କରୁଥିବା ଦଳ ବୋଲି କହିଲେ।

ଏହା ପରଠାରୁ କମ୍ୟୁନିଷ୍ଟ ପାର୍ଟିର ପତନ ଆରମ୍ଭ ହେଲା। ୨୦୦୪ ନିର୍ବାଚନରେ ୪୩ ସଂସଦୀୟ ଆସନରେ କମ୍ୟୁନିଷ୍ଟ ପ୍ରାର୍ଥୀ ବିଜୟୀ ହୋଇଥିଲେ। ୨୦୦୯ ନିର୍ବାଚନରେ ବାମ ମୋର୍ଚ୍ଚା ୧୬ ଆସନରେ ସୀମିତ ରହିଲା। ପଶ୍ଚିମବଙ୍ଗ, ତ୍ରିପୁରାରେ ବାମ ମୋର୍ଚ୍ଚା ହାତରୁ କ୍ଷମତା ଗଲା।

କମ୍ୟୁନିଷ୍ଟ ପାର୍ଟି ନିଜର ହୃତଗୌରବକୁ ଫେରି ପାଇବ, ପୁଣି ଥରେ ଦୁର୍ଗ ତିଆରି କରିପାରିବ, ତାହା ନିକଟ ଭବିଷ୍ୟତରେ ସମ୍ଭବ ବୋଲି ଜଣାପଡ଼ୁନାହିଁ। କାରଣ ଆର୍ଥିକ ଉଦାରୀକରଣ ପାଇଁ ବାମପନ୍ଥର କ୍ଷୟ ହୋଇଛି, ଏହାକୁ ବୁଝିବାକୁ ହେବ।

୧୯୯୧ରେ ସିପିଆଇଏମ୍‍ର ଭୋଟ ହାର ୬.୧୪ ପ୍ରତିଶତ ଥିବାବେଳେ, ୧୯୯୬ରେ ୬.୧୨ ପ୍ରତିଶତ, ୧୯୯୮ରେ ୫.୧୬, ୧୯୯୯ରେ ୫.୪ ପ୍ରତିଶତ, ୨୦୦୪ରେ ୫.୬୬, ୨୦୦୯ରେ ୫.୩୩, ୨୦୧୪ରେ ୫.୨୪, ୨୦୧୯ରେ ୧.୭୫ ପ୍ରତିଶତ ଭୋଟ ହାର ଥିଲା।

ଏହିପରି ସିପିଆଇର ଭୋଟ ହାର ୧୯୯୧ରେ ୨.୮୮ ପ୍ରତିଶତ ଥିଲା, ୧୯୯୬ରେ ୧.୯୭, ୧୯୯୮ରେ ୧.୭୫, ୧୯୯୯ରେ ୧.୪୩, ୨୦୦୪ରେ ୧.୪୧, ୨୦୦୯ରେ ୧.୪୧, ୨୦୦୪ରେ ୦.୭୮ ଏବଂ ୨୦୧୯ରେ ସିପିଆର ସର୍ବଭାରତୀୟ ଭୋଟ ହାର ଥିଲା ୦.୫୮ ପ୍ରତିଶତ।

ସିପିଆଇ + ସିପିଆଇଏମ୍‍ର ୧୯୯୧, ୧୯୯୬, ୧୯୯୮, ୧୯୯୯, ୨୦୦୪, ୨୦୦୯, ୨୦୧୪ ଏବଂ ୨୦୧୯ ସାଧାରଣ ନିର୍ବାଚନରେ ଭୋଟ ହାର ଥିଲା ଯଥାକ୍ରମେ ୮.୬୨, ୮.୦୯, ୬.୯୧, ୬.୮୮, ୭.୦୭, ୬.୭୬, ୪.୦୩ ଏବଂ ୨.୩୩ ପ୍ରତିଶତ।

ଅନ୍ୟ ପକ୍ଷରେ ଆର୍‍ଏସ୍‍ଏସ୍‍ର ଛାୟା ପାର୍ଟି ଭାବେ ପରିଚିତ ବିଜେପି ଦଳ ୧୯୯୧ରେ ୨୦.୦୭ ପ୍ରତିଶତ, ୧୯୯୬ରେ ୨୦.୩, ୧୯୯୮ରେ ୨୫.୫୯, ୧୯୯୯ରେ ୨୩.୭୫, ୨୦୦୪ରେ ୨୨.୧୬ ପ୍ରତିଶତ, ୨୦୦୯ରେ ୧୮.୮, ୨୦୧୪ରେ ୩୧ ପ୍ରତିଶତ ଭୋଟ ପାଇଥିଲା। ଏହି ଦଳ ୨୦୧୯ରେ ୩୭.୩୬ ପ୍ରତିଶତ ଭୋଟ ପାଇଥିଲା।

ଏବେ ସମଗ୍ର ଉତ୍ତର ଭାରତରେ ବାମଦଳର ସ୍ଥିତି ଦୋହଲି ଯାଇଛି। ପଶ୍ଚିମବଙ୍ଗ ୩ ଦଶନ୍ଧି ଧରି କମ୍ୟୁନିଷ୍ଟ ପାର୍ଟିର ଦୁର୍ଗ ଥିଲା। ସେଠାରେ ପାର୍ଟିର ଭବିଷ୍ୟତ ଅନିଶ୍ଚିତ। ବୈଚାରିକ ରୂପରେ ବାମ ତ ବାମ, ସିକ୍ୟୁଲାର ବୈଚାରିକ ରାଜନୀତିକୁ ଧ୍ୱଂସ କରିଦେଇଛି କି?

ଏବେ ଆର୍‍ଏସ୍‍ଏସ୍‍ର ଛାୟାଦଳ ବିଜେପି ଦଳର ସାଂସଦ ସଂଖ୍ୟା ୩୦୩। ଆର୍‍ଏସ୍‍ଏସ୍‍ ୨୦୨୫ରେ ଶତବାର୍ଷିକୀ ପାଳନ କରିବ। ନିର୍ଦ୍ଧାରିତ ସମୟର ୧୧ ବର୍ଷ ପୂର୍ବରୁ ନିଜର ଲକ୍ଷ୍ୟ ହାସଲ ପଥରେ ଆଗକୁ ବଢ଼ିଚାଲିଛି। ବାମ ଏବଂ ଦକ୍ଷିଣ ଲଢ଼େଇ, କାହାର ଲାଭ - କାହାର କ୍ଷତି, ଏହାର ସମୀକ୍ଷା ଏବଂ ମିମାଂସା ତ ଆଗକୁ ଜଣାପଡ଼ିବ, ତେବେ କମ୍ୟୁନିଷ୍ଟ ଦଳର ବିଭାଜନ- ଗୋଟିଏ ପାର୍ଟି ଆଉ ଗୋଟିଏ କମ୍ୟୁନିଷ୍ଟ ପାର୍ଟିକୁ ବିରୋଧ କରିବା ଫଳରେ କମ୍ୟୁନିଷ୍ଟ ପାର୍ଟି ସଂଖ୍ୟା ଦେଶରେ ୪୦ରୁ ଅଧିକ ହେବ। ପାର୍ଟି-ପାର୍ଟି ମଧ୍ୟରେ ଏକତା ନଥିବା, ଏହା ସହ ରୁଷ ଏବଂ ଚୀନ୍‍ କମ୍ୟୁନିଷ୍ଟ ପାର୍ଟିର ମଡେଲକୁ ଭାରତରେ ପ୍ରତିଷ୍ଠା ପାଇଁ ସଂକଳ୍ପ ନେବା, ପୁଞ୍ଜିବାଦୀ ଦଳ ସହ ନିର୍ବାଚନୀ ମେଣ୍ଟ କରିବା ପାର୍ଟିକୁ ଦୁର୍ବଳ କରିଛି।

ଅନ୍ୟ ପକ୍ଷରେ ଦକ୍ଷିଣପନ୍ଥୀ ଦଳ ବିଜେପିର ଲୋକପ୍ରିୟତା-ଶକ୍ତି ବଢ଼ୁଛି। ବାମଦଳ ଜନସମର୍ଥନ ପାଉନାହିଁ। ଆର୍ଥିକ ଉଦାରୀକରଣର କାରଣ ହିଁ ବାମପନ୍ଥୀ ଦଳର ଶକ୍ତି ହ୍ରାସ କରିଛି। ଆର୍‍ଏସ୍‍ଏସ୍‍ର ହିନ୍ଦୁତ୍ୱବାଦ କମ୍ୟୁନିଷ୍ଟ ଦଳକୁ ଦୁର୍ବଳ କରିନି ବରଂ କଂଗ୍ରେସ ପ୍ରବର୍ତ୍ତିତ ଆର୍ଥିକ ଉଦାରୀକରଣ ନୀତି କମ୍ୟୁନିଷ୍ଟ ପାର୍ଟିକୁ ଦୁର୍ବଳ କରିଛି ବୋଲି ବୁଝିବାକୁ ହେବ। ଉଦାରୀକରଣ ଏବଂ ଆର୍ଥିକ କ୍ଷେତ୍ରରେ ବାମ ବିଚାରର ଅନ୍ତ ଘଟିଛି।

ବର୍ତ୍ତମାନର ସ୍ଥିତି ଯାହା ତାହା ହେଉଛି ତ୍ରିପୁରା ଓ ପଶ୍ଚିମବଙ୍ଗ ଭଳି ରାଜ୍ୟରେ କମ୍ୟୁନିଷ୍ଟ ପ୍ରାର୍ଥୀ ବିଜୟୀ ହେବା ସ୍ଥିତିରେ ନାହାନ୍ତି। ସଂସଦୀୟ ରୂପରେ ସିପିଆଇ, ସିପିଏମ୍‍ ଏବଂ ଆର୍‍ଏସ୍‍ପି ଜୀବିତ ଅଛନ୍ତି ଯାହା।

ଉଲ୍ଲେଖ କରିବା ଉଚିତ୍‍ ହେବ ଯେ, ୧୯୭୧ରେ କଂଗ୍ରେସକୁ ସମର୍ଥନ କରି କଂଗ୍ରେସ ସହ ମିଶି ନିର୍ବାଚନ ଲଢ଼ିଥିବା ସିପିଆଇ ୨୩ ଆସନ ପାଇଥିବା ବେଳେ, ସିପିଆଇଏମ୍‍ର ସାଂସଦ ସଂଖ୍ୟା ଥିଲା ୨୫। ୧୯୭୭ରେ ସିପିଆଇ ୨ ଆସନରେ ବିଜୟୀ ହୋଇଥିବା ବେଳେ ସିପିଏମ୍‍ର ସାଂସଦ ସଂଖ୍ୟା ଥିଲା ୨୨। ୧୯୮୦ରେ ସିପିଆଇ ୧୧, ସିପିଏମ୍‍ ୩୭, ୧୯୮୪ରେ ସିପିଆଇ ୬, ସିପିଏମ୍‍ ୨୨, ୧୯୮୯ରେ ସିପିଆଇ ୧୨, ସିପିଏମ୍‍ ୩୩, ଲୋକସଭାରେ ବାମଦଳର ସାଂସଦ ଥିଲେ ୫୩।

୧୯୯୧ରେ ବାମଦଳର ସାଂସଦ ସଂଖ୍ୟା ଥିଲା ୫୬, ୧୯୯୬ରେ ୫୦, ୧୯୯୮ରେ ୪୬, ୧୯୯୯ରେ ୪୨ ସାଂସଦ ଥିଲେ। ୨୦୦୪ରେ ୪୩, ୨୦୦୯ରେ ୧୬ ଆସନ, ୨୦୧୯ ଲୋକସଭା ନିର୍ବାଚନରେ ୫ ଜଣ କମ୍ୟୁନିଷ୍ଟ ପ୍ରାର୍ଥୀ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। କେରଳରୁ ଜଣେ, ତାମିଲନାଡ଼ୁରୁ ୪ ଜଣ, ଲୋକସଭାରେ ଏବେ ସିପିଏମ୍‍ର ୪ ଏବଂ ସିପିଆଇର ଜଣେ।

ବର୍ତ୍ତମାନର ସ୍ଥିତି ଯାହା ତାହା ହେଉଛି ତ୍ରିପୁରା ଓ ପଶ୍ଚିମବଙ୍ଗ ଭଳି ରାଜ୍ୟରେ କମ୍ୟୁନିଷ୍ଟ ପ୍ରାର୍ଥୀ ବିଜୟୀ ହେବା ସ୍ଥିତିରେ ନାହାନ୍ତି। ସଂସଦୀୟ ରୂପରେ ସିପିଆଇ, ସିପିଏମ୍‍ ଏବଂ ଆର୍‍ଏସ୍‍ପି ଜୀବିତ ଅଛନ୍ତି ଯାହା। ବିଚାରର ମୃତ୍ୟୁ ନାହିଁ, ଏହା ନିଶ୍ଚିତ। କିନ୍ତୁ କ୍ଷମତା ଦଖଲ ଓ ସମାଜବାଦ ପ୍ରତିଷ୍ଠାର ସ୍ୱପ୍ନ ସ୍ୱପ୍ନରେ ରହିଯାଇଛି।

କମ୍ୟୁନିଷ୍ଟ ପାର୍ଟି ନିଜର ହୃତଗୌରବକୁ ଫେରି ପାଇବ, ପୁଣି ଥରେ ଦୁର୍ଗ ତିଆରି କରିପାରିବ, ତାହା ନିକଟ ଭବିଷ୍ୟତରେ ସମ୍ଭବ ବୋଲି ଜଣାପଡ଼ୁନାହିଁ। କାରଣ ଆର୍ଥିକ ଉଦାରୀକରଣ ପାଇଁ ବାମପନ୍ଥର କ୍ଷୟ ହୋଇଛି, ଏହାକୁ ବୁଝିବାକୁ ହେବ। ଏହା ମଧ୍ୟ ବୁଝିବାକୁ ହେବ ବିଦେଶୀ ରାଜନୈତିକ ସଂସ୍କୃତିକୁ ଊର୍ଦ୍ଧ୍ୱରେ ଟେକି ଧରିଲେ ଭାରତର ସାଧାରଣ ନାଗରିକ ସମର୍ଥନ ଦେବେନାହିଁ। ଆଚରଣ-ଉଚ୍ଚାରଣରେ ସାମଞ୍ଜସ୍ୟ ରହିବା ଦରକାର।

କମ୍ୟୁନିଷ୍ଟ ପାର୍ଟି ଭିତରେ ଦେଶପ୍ରେମକୁ ଉଜାଗର କରିବାକୁ ହେବ। ଏହାକୁ ବୁଝି ଲୋକଙ୍କ ମତ ଆଧାରରେ କାର୍ଯ୍ୟ କଲେ ହୁଏତ କମ୍ୟୁନିଷ୍ଟ ପାର୍ଟି ଆଗକୁ ବଢ଼ିପାରେ; କିନ୍ତୁ ନରେନ୍ଦ୍ର ମୋଦୀ-ହିନ୍ଦୁତ୍ୱବାଦ, ବିଜେପି-ଆର୍‍ଏସ୍‍ଏସ୍‍କୁ କେବଳ ବିରୋଧ କରିଚାଲିଲେ ତଥା ଏହାକୁ ପ୍ରସଙ୍ଗ କଲେ ଏହା ପ୍ରଭାବୀ ହେବ ନାହିଁ।

ବରିଷ୍ଠ ସାମ୍ବାଦିକ, ଭୁବନେଶ୍ୱର

ଫୋନ୍‍ : ୯୪୩୮୦୦୬୨୧୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story