Advertisment

କାହିଁକି ଭିକ ମାଗୁଛନ୍ତି ପିଲା?

ଗୋପାଳ ପାଢ଼ୀ କିଛି ଦିନ ତଳର କଥା, ମୁଁ ବ୍ୟସ୍ତ ଭିତରେ ଗୋଟେ କାମରେ ଯାଉଥାଏ। ହଠାତ୍ ରେଳ ଫାଟକଟି ପଡ଼ିଗଲା, କିଛି ସମୟ ଭିତରେ ରେଳ ଫାଟକର ଦୁଇ ପାର୍ଶ୍ଵରେ ଶହ ଶହ ଗାଡ଼ି ରୁଣ୍ଡ ହୋଇଗଲା। ସେହି ଭିଡ଼ ଭିତରୁ ଦୂରରୁ ଦେଖିଲି ଦୁଇଟି ଛୋଟ ପିଲା, ବୟସ ବୋଧେ ୧୨ କି ୧୩ ବର୍ଷ ହେବ। ପିଲା ଦୁଇଜଣ ଭାଈ ଭଉଣୀ। ପିଲା ଦୁଇଟିକୁ ଦେଖି ମନ ମୋର ଚଞ୍ଚଳ ଓ ବ୍ୟଗ୍ର […]

author-image
Debendra Prusty
କାହିଁକି ଭିକ ମାଗୁଛନ୍ତି ପିଲା?

5bnm

ଗୋପାଳ ପାଢ଼ୀ

କିଛି ଦିନ ତଳର କଥା, ମୁଁ ବ୍ୟସ୍ତ ଭିତରେ ଗୋଟେ କାମରେ ଯାଉଥାଏ। ହଠାତ୍ ରେଳ ଫାଟକଟି ପଡ଼ିଗଲା, କିଛି ସମୟ ଭିତରେ ରେଳ ଫାଟକର ଦୁଇ ପାର୍ଶ୍ଵରେ ଶହ ଶହ ଗାଡ଼ି ରୁଣ୍ଡ ହୋଇଗଲା। ସେହି ଭିଡ଼ ଭିତରୁ ଦୂରରୁ ଦେଖିଲି ଦୁଇଟି ଛୋଟ ପିଲା, ବୟସ ବୋଧେ ୧୨ କି ୧୩ ବର୍ଷ ହେବ। ପିଲା ଦୁଇଜଣ ଭାଈ ଭଉଣୀ। ପିଲା ଦୁଇଟିକୁ ଦେଖି ମନ ମୋର ଚଞ୍ଚଳ ଓ ବ୍ୟଗ୍ର ହୋଇଯାଉଥାଏ। ଦୂରରୁ ପିଲା ଦୁଇଟିକୁ ଦେଖିଲେ ଲାଗୁଥିଲା ଏମିତି ଯେମିତି କିଛି ଖାଇବା ପାଇଁ ସେମାନେ ପଇସା ମାଗୁଛନ୍ତି। ସେହି ସମୟରେ ଟ୍ରେନଟି  ଆସିଲା। ପିଲା ଦୁଇଟି ରହିଗଲେ ରେଳ ଫାଟକର ଅପର ପାର୍ଶ୍ଵରେ ମୁଁ ରହିଗଲି ବିପରୀତ ପାର୍ଶ୍ଵରେ। ଟ୍ରେନଟି ଚାଲିଗଲା ପରେ ପିଲା ଦୁଇଟି ମୁଁ ଯେଉଁ ପଟେ ଛିଡ଼ା ହୋଇଥିଲି ସେପଟକୁ ଆସିଲେ। ମୁଁ ପିଲା ଦୁଇଟିକୁ ଦେଖି ପଚାରିଲି, ‘ଆରେ ତମେମାନେ ଏଠି କ’ଣ କରୁଛ?’ ସେମାନେ କହିଲେ, ‘ବାବୁ ଆମକୁ ବହୁତ ଭୋକ ଲାଗୁଛି, ଆମକୁ କିଛି ପଇସା ଦିଅ ଆମେ କିଣିକି ଖାଇବୁ।’ ମୁଁ ପିଲା ଦୁହିଁଙ୍କୁ କହିଲି, ‘ଆରେ ଚାଲ ତୁମେ ଦୁଇଜଣ କ’ଣ ଖାଇବ ମୁଁ କିଣିଦେବି”

Advertisment

ହଠାତ୍ ରେଳ ଫାଟକ ଦୁଇଟି ଖୋଲିଗଲା, ସମସ୍ତେ ନିଜ ନିଜର ଗନ୍ତବ୍ୟ ସ୍ଥଳକୁ ଯିବାରେ ଲାଗିଲେ। ମୁଁ ମୋ ଗାଡ଼ିର ଷ୍ଟାଣ୍ଡଟିକୁ ମାରି ଦେଇ ପିଲା ଦୁହିଁଙ୍କୁ ଡାକିଲି, ’ଆସ କ’ଣ ଖାଇବ ବୋଲି କହୁଥିଲ ପରା।’ ପିଲା ଦୁଇଟି କୋହଭରା କଣ୍ଠରେ ମୋତେ କହିଲେ, ବାବୁ ଆମକୁ ପଇସା ଦେଇଦିଅ ଆମେ କିଣିକି ଖାଇଦେବୁ।’ ମୋର କିନ୍ତୁ ଗୋଟିଏ ଜିଦ୍ ଥିଲା, ‘ଆସ ମୁଁ କିଣିଦେବି ତମେ ଖାଇବ।’ ସେ ଦୁଇଜଣ କିନ୍ତୁ ମୋତେ ବାରମ୍ବାର କହୁଥିଲେ, ‘ବାବୁ ଆମକୁ ପଇସା ଦେଇଦିଅ ଆମେ ନିଜେ କିଣିକି ଖାଇଦେବୁ।’ ପୁଣି ମୁଁ ସେ ପିଲା ଦୁଇଜଣଙ୍କୁ କହିଲି, ‘ଆରେ ମୁଁ ତ ବାର୍ ବାର୍ କହୁଛି ମୁଁ କିଣିଦେବି ତମେ ମୋତେ ପଇସା କ’ଣ ମାଗୁଛ? ତମର କ’ଣ ହେଇଛି କୁହ, ମୁଁ ଖାଇବାକୁ ଡାକୁଛି ଦେବି ବୋଲି ତୁମେ ଦୁଇଜଣ ମୋତେ ଖାଲି ପଇସା ମାଗୁଛ ଆଉ କହୁଛ ଆମକୁ ପଇସା ଦେଲେ ଆମେ କିଣିକି ଖାଇଦେବୁ!’ ପୁଣି ରେଳ ଫାଟକଟି ପଡ଼ିଗଲା। ପିଲା ଦୁହିଁଙ୍କୁ ପୁଣି ପଚାରିଲି, ‘ଆରେ ତମେ ତ କହିଲ ବାବୁ ଆମକୁ ପଇସା ଦିଅ ଆମେ ଖାଇବୁ, ମୁଁ ଖାଇବାକୁ ଡାକୁଛି ତୁମେ ଦୁଇଜଣ ଆସୁନ କଣ ପାଇଁ?’ ତା' ପରେ ଗୋଟେ ପିଲା କହିଲା, ବାବୁ ଆପଣ ସିନା ଏବେ ଆମକୁ କିଣିକି ଦେଇଦେବେ ଆମେ ଖାଇଦେବୁ କିନ୍ତୁ, ଆମ ଘରେ ଆମ ବାପା ଆଉ ବୋଉ ଅଛନ୍ତି। ସେ ଦୁଇ ଜଣ କ’ଣ ଖାଇବେ?’

ମୁଁ ସ୍ତବ୍ଧ ହୋଇଗଲି! ଆଉ ପଚାରିଲି, ‘ଆରେ ତୁମର ବାପା କିଛି କରନ୍ତିନି! ତମେ ଚଳୁଛ କିପରି?’ ପିଲାଟି କହିଲା, ‘ବାବୁ ମୋ ବାପାଙ୍କୁ ପୋଲିଓ ଆଉ ବୋଉକୁ ଦେଖାଯାଉନାହିଁ, ସେ ଅନ୍ଧୁଣୀ। ଆମେ ଦୁଇଜଣ ମାଗିକରି ଯୋଉ ପଇସା ନେଉଛୁ ସେଥିରେ ମୋ ବାପା ଆଉ ବୋଉକୁ କିଣିକି ଖାଇବାକୁ ଦଉଛୁ।’

Advertisment

ଆପଣମାନେ ଚିନ୍ତା କରନ୍ତୁ ଯେଉଁ କଅଁଳ ବୟସରେ ସେମାନଙ୍କ କାନ୍ଧରେ ବହି ବସ୍ତାନି ରହିବା କଥା ସେ କାନ୍ଧରେ ବୋହୁଛନ୍ତି ପରିବାରର ବୋଝ। ଜନ ପ୍ରତିନିଧିମାନେ କରୁଛନ୍ତି କ’ଣ? ଖାଲି ବଡ଼ ବଡ଼ ଭାଷଣ! କାହା ପାଇଁ ଏତେ ଯୋଜନା, କାହିଁକି ଏମାନେ ଅବହେଳିତ, କାହିଁକି ଓଡ଼ିଶାରୁ ହଟୁନି ଦାରିଦ୍ର୍ୟ? ଓଡ଼ିଶାର ଶାସନ ଭାର ପାଇଥିବା ଲୋକମାନେ କରୁଛନ୍ତି କ’ଣ?

ଆବାହକ

ଯାଜପୁର ବିକାଶ ମଞ୍ଚ