ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିବାରେ କୁଣ୍ଠା କାହିଁକି?

ଡକ୍ଟର ଗୋଲକ ବିହାରୀ ନାଥ, ଦେବ ରଞ୍ଜନ ୨୦୨୨ ଡିସେମ୍ବର ମାସରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ଦର ବାରେଲ ପିଛା ୭୬ ଡଲାରରୁ କମ ରହିଛି। ତୈଳଦର ହ୍ରାସରେ ସାଧାରଣ ଲୋକ ଏହାର ସୁଫଳ ଭୋଗ କରିବା କଥା। କିନ୍ତୁ ସରକାରଙ୍କ ଗରିବମାରଣ ଓ କର୍ପୋରେଟତାରଣ ନୀତି ଯୋଗୁଁ ଜନସାଧାରଣ ଆନ୍ତର୍ଜାତିକ ବଜାରରେ ତୈଳଦର ହ୍ରାସର ଲାଭ ପାଇପାରୁନାହାନ୍ତି। ୨୦୧୪ ମସିହାରେ ମନମୋହନ ସିଂହଙ୍କଠାରୁ କ୍ଷମତା ପରିବର୍ତ୍ତନ ସମୟରେ ଅଶୋଧିତ ତୈଳଦର ବାରେଲ ପିଛା ୧୦୮ […]

petrol

petrol

Debendra Prusty
  • Published: Monday, 26 December 2022
  • Updated: 26 December 2022, 05:55 PM IST

Sports

Latest News

  • ଡକ୍ଟର ଗୋଲକ ବିହାରୀ ନାଥ, ଦେବ ରଞ୍ଜନ

୨୦୨୨ ଡିସେମ୍ବର ମାସରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ଦର ବାରେଲ ପିଛା ୭୬ ଡଲାରରୁ କମ ରହିଛି। ତୈଳଦର ହ୍ରାସରେ ସାଧାରଣ ଲୋକ ଏହାର ସୁଫଳ ଭୋଗ କରିବା କଥା। କିନ୍ତୁ ସରକାରଙ୍କ ଗରିବମାରଣ ଓ କର୍ପୋରେଟତାରଣ ନୀତି ଯୋଗୁଁ ଜନସାଧାରଣ ଆନ୍ତର୍ଜାତିକ ବଜାରରେ ତୈଳଦର ହ୍ରାସର ଲାଭ ପାଇପାରୁନାହାନ୍ତି।

୨୦୧୪ ମସିହାରେ ମନମୋହନ ସିଂହଙ୍କଠାରୁ କ୍ଷମତା ପରିବର୍ତ୍ତନ ସମୟରେ ଅଶୋଧିତ ତୈଳଦର ବାରେଲ ପିଛା ୧୦୮ ଡଲାର ଥିବା ସତ୍ତ୍ୱେ ପେଟ୍ରୋଲ ଲିଟର ପିଛା ୭୧ ଟଙ୍କା ୪୧ ପଇସା  ଓ ଡିଜେଲ ଦର ୫୫ ଟଙ୍କା ୬୦ ପଇସା ଥିଲା। ଏବେ ଅଶୋଧିତ ତୈଳଦର ଆନ୍ତର୍ଜାତିକ ବଜାରରେ ୧୦୮ ଡଲାରରୁ ଖସି ୭୬ ଡଲାରକୁ ପହଞ୍ଚିଥିଲା ବେଳେ ଭୁବନେଶ୍ୱର ସମେତ ଭାରତର ବହୁ ସ୍ଥାନରେ ପେଟ୍ରୋଲ ଲିଟର ପିଛା ୧୦୩ ଟଙ୍କାରୁ ଉର୍ଦ୍ଧ୍ୱ ଓ ଡିଜେଲ ଦର ୯୪ ଟଙ୍କା ଉପରେ ରହିଛି।

ଏଥିରୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ତୈଳ କର୍ପୋରେସନ (ଇଣ୍ଡିଆନ ଅଏଲ, ହିନ୍ଦୁସ୍ତାନ ପେଟ୍ରୋଲିୟମ, ଭାରତ ପେଟ୍ରୋଲିୟମ) ଓ ପ୍ରାଇଭେଟ କମ୍ପାନୀ ଯଥା ରିଲାଏନ୍ସ ଓ ଏସାର  କମ୍ପାନୀ ଅଧିକ ଲାଭ ଉଠାଉଛନ୍ତି। ଏତଦ ବ୍ୟତୀତ, ତୈଳ ଦର ଉଚ୍ଚ ରହିବା ଦ୍ଵାରା ଉଭୟ କେନ୍ଦ୍ର ଓ ସମସ୍ତ ରାଜ୍ୟ ସରକାର ଅଧିକ ପରିମାଣର ଟିକସ ଅତି ସହଜରେ ଓ ଶୀଘ୍ର ପାଉଛନ୍ତି। ସରକାର ନିଜ ବ୍ୟୟର ଭରଣା କରିବା ଲାଗି ଉଚ୍ଚ ତୈଳଦରକୁ ନିଜର ଅତି ସହଜ ମାଧ୍ୟମ କରିଦେଇଛନ୍ତି। ଏହା ପଛରେ ସମସ୍ତ ସରକାର ଓ ବୃହତ କର୍ପୋରେଟମାନଙ୍କ  ଚକ୍ରାନ୍ତ ରହିଛି।

ତୈଳଦର ହ୍ରାସର ସୁଫଳ ଜନସାଧାରଣଙ୍କୁ ନମିଳିବା ଗୋଟିଏ ସରକାରଙ୍କ ଦ୍ଵାରା ଲୋକଙ୍କ ପକେଟମାର କରିବା ସହିତ ସମାନ। କାରଣ ପେଟ୍ରୋଲ /ଡିଜେଲ ଉପରେ ଲାଗୁ ହେଉଥିବା ଟିକସ ଏକ ପରୋକ୍ଷ ଟିକସ। ଏହି ପ୍ରକାରର ଟିକସ ଯଦିଓ ଧନୀ ଓ ଗରିବ ଲୋକେ ସମାନ ପରିମାଣରେ ଦେଇଥାନ୍ତି କିନ୍ତୁ ଲୋକଙ୍କ ସମଗ୍ର ଆୟକୁ ନେଇ ହିସାବ କଲେ ଏହା ଗରିବଲୋକଙ୍କ ଉପରେ ଅଧିକ ବୋଝ ହୋଇଥାଏ। ତେଣୁ ଏକ ଜନମଙ୍ଗଳକାରୀ ରାଷ୍ଟ୍ର ସାମାଜିକ ନ୍ୟାୟ ଦୃଷ୍ଟିରୁ ପ୍ରତ୍ୟକ୍ଷ କର ଯଥା: ଆୟକର, ସମ୍ପତ୍ତିକର, କର୍ପୋରେଟ/ବୃହତ କମ୍ପାନୀମାନଙ୍କ ଉପରେ କର ବସାଇ ସମ୍ବଳ ସଂଗ୍ରହ କରିଥାନ୍ତି। ଫଳରେ ଟିକସର ବୋଝ ଧନୀମାନଙ୍କ ଉପରେ ପଡ଼ିଥାଏ ଓ ସମାଜରେ ଧନୀ-ଦରିଦ୍ର ବ୍ୟବଧାନ କମ ହୋଇଥାଏ।

କିନ୍ତୁ ସରକାର କ୍ରମାଗତ ଭାବରେ ଧନୀମାନଙ୍କ ଉପରେ ଟିକସର ପରିମାଣ କମ କରିବାରେ ଲାଗିଛନ୍ତି ଓ ଗରିବମାନଙ୍କ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଉପରେ ପରୋକ୍ଷ କର ଯଥା ଜି.ଏସ.ଟି. ବା ଦ୍ରବ୍ୟ ଓ ସେବାକର, ପେଟ୍ରୋଲ-ଡିଜେଲ ଉପରେ କରଭାର ବୃଦ୍ଧି କରିବାରେ ଲାଗିଛନ୍ତି। ୨୦୧୩ ମସିହାରେ ଭାରତୀୟ କମ୍ପାନୀମାନଙ୍କ ନିମନ୍ତେ କର୍ପୋରେଟ ଟିକସ ଶତକଡା ୩୫ ଥିବା ବେଳେ ୨୦୧୪ ମସିହାରେ ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟେଲି ଏହାକୁ ଶତକଡା ୩୦କୁ କମାଇ ଦେଇଥିଲେ।  ୨୦୧୯ ମସିହାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ୨୫ ଭାଗକୁ କମାଇଛନ୍ତି। କର୍ପୋରେଟମାନଙ୍କ ଆୟରେ ଶତକଡ଼ା ୧୦ ଭାଗ ରିହାତି ସେମାନଙ୍କୁ ଅଧିକ ଧନୀ କରିଦେଇଛି। ଏ ପ୍ରକାରର ଆର୍ଥିକ ନୀତି ସମାଜରେ ଆଜି ଧନୀ-ଦରିଦ୍ର ତାରତମ୍ୟକୁ ଆକାଶପାତାଳ କରିଛି। ସରକାର ବାହାସ୍ଫୋଟ ମାରୁଛନ୍ତି ଯେ ଦ୍ରବ୍ୟ ଓ ସେବା କର ବା ଜିଏସଟି ସଂଗ୍ରହ ସନ୍ତୋଷଜନକ ଓ ଏଥିରେ କ୍ରମଶ ବୃଦ୍ଧି ଘଟୁଛି। ଏହା ସତ୍ତ୍ୱେ ସରକାର ପେଟ୍ରୋଲ ଓ ଡିଜେଲ ଉପରେ  ଅତ୍ୟଧିକ କରଭାର ବୃଦ୍ଧି କରିବା ଗରିବଙ୍କୁ ଉପହାସ ସଦୃଶ।

ସରକାର ସବୁବେଳେ ଯୁକ୍ତି କରିଥାନ୍ତି ଯେ ଆନ୍ତର୍ଜାତିକ ବଜାରରେ ପେଟ୍ରୋଲିଅମ ଦ୍ରବ୍ୟର ଦରବୃଦ୍ଧି ହେତୁ ଦେଶରେ ଏହାର ଦରବୃଦ୍ଧି ଘଟୁଛି। ସେଥିଲାଗି କେନ୍ଦ୍ର ସରକାର ପ୍ରତିଦିନ ତୈଳଦରର ସମୀକ୍ଷା କରୁଥିଲେ। କିନ୍ତୁ ଆଜି ଯେତେବେଳେ ଆନ୍ତର୍ଜାତିକ ବଜାରରେ ତୈଳଦର ବାରେଲ ପିଛା ୭୬ ଡଲାରରୁ କମ ଅଛି ଦେଶବାସୀ ଏହାର ଦର ହ୍ରାସ ଆଶା କରିବା କ’ଣ ନ୍ୟାୟସଙ୍ଗତ ନୁହେଁ?

ପ୍ରସଙ୍ଗକ୍ରମେ ଏକଥା ଉଲ୍ଲେଖଯୋଗ୍ୟ ଯେ ପାଶ୍ଚାତ୍ୟ ଦେଶମାନେ ରୁଷ –ୟୁକ୍ରେନ ଯୁଦ୍ଧ ହେତୁ ରୁଷିଆ ସହିତ ତୈଳ କାରବାର ଉପରେ କଠୋର କଟକଣା ଲଗାଇଛନ୍ତି। ୟୂରୋପିଆନ ଯୁନିଅନ ତରଫରୁ ବାରେଲ ପିଛା ତୈଳଦର ୬୦ ଡଲାର ତଳକୁ କୌଣସି ଦେଶ ନବିକିବା ଉପରେ କଟକଣା ରହିଥିବା ସତ୍ତ୍ୱେ ଭାରତକୁ ରୁଷ ତାହାଠାରୁ ବି କମ ଦରରେ ତୈଳ ଯୋଗାଇ ଦେଇଆସୁଛି। ତେଣୁ ବଜାରରେ ତୈଳ ଦର ଆହୁରି ଶସ୍ତା ହେବାକଥା ଓ ସମସ୍ତ ଖାଉଟି ଏହାର ଲାଭ  ପାଇବା କଥା।

ଭାରତ ଶତକଡ଼ା ୮୫ ଭାଗ ତୈଳ ବିଦେଶରୁ ଆମଦାନୀ କରିଥାଏ। ରୁଷରୁ ଭାରତ ପେଟ୍ରୋଲଜାତ ଦ୍ରବ୍ୟର ଏକପଞ୍ଚମାଂଶ ଆଣିଥାଏ। ଅବଶ୍ୟ ଇରାକ, ସାଉଦି ଆରବ ଓ ଆମେରିକା ମଧ୍ୟ ଭାରତକୁ ତୈଳ ରପ୍ତାନୀ କରିଥାନ୍ତି। କିନ୍ତୁ ରିହାତି ଦରରେ କେବଳ ରୁଷରୁ ହିଁ ତୈଳ ମିଳିଥାଏ। କେବଳ ଏତିକି ନୁହେଁ, ରୁଷ ମଧ୍ୟ ଭାରତକୁ ତୈଳ ପରିବହନ ନିମନ୍ତେ ତୈଳବାହୀ ଜାହାଜ ଯୋଗାଇ ଦେଇଥାଏ। ତେଣୁ ପରିବହନ ଖର୍ଚ୍ଚ ମଧ୍ୟ ଭାରତକୁ କମ ପଡ଼ିଥାଏ। ତେଣୁ ଭାରତ ତୈଳଦର ନେଇ ଯେଉଁ ଲାଭଜନକ ସ୍ଥିତିରେ ରହିଛି ତା’ର ଲାଭ କର୍ପୋରେଟ ଜଗତର ତୈଳ କମ୍ପାନୀ (ରିଲାଏନ୍ସ ଓ ଏସାର) ଓ ବିଜେପି ସରକାର ମଧ୍ୟରେ ସୀମିତ ନ ରହି ସର୍ବସାଧାରଣଙ୍କ ପାଖକୁ ଆସିବା ଦରକାର। ରାଷ୍ଟ୍ରଠାରୁ ଜଣେ ନାଗରିକ ଏତିକି ଆଶା କରିବା ଅବାନ୍ତର ନୁହେଁ। ନାଗରିକକୁ ଏଥିରୁ ବଞ୍ଚିତ କରିବା ରାଷ୍ଟ୍ର ଲାଗି ଏକ ଅପରାଧ।

ଉପରୋକ୍ତ ପରିପ୍ରେକ୍ଷୀରେ ‘ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ, ଓଡିଶା’  ସରକାରଙ୍କଠାରୁ ଆଶାକରେ ଯେ ସରକାର ଆନ୍ତର୍ଜାତିକ ପେଟ୍ରୋଲ ଦର ହ୍ରାସଜନିତ ଲାଭ ଓ ରୁଷିଆରୁ ରିହାତି ଦରରେ ପାଉଥିବା ତୈଳର ଲାଭରେ ସର୍ବସାଧାରଣଙ୍କୁ ଭାଗୀଦାର କରନ୍ତୁ, ପ୍ରତ୍ୟକ୍ଷ କର ଯଥା ଆୟକର ଓ କର୍ପୋରେଟ ଟିକସର ପରିସରକୁ ବୃଦ୍ଧିକରନ୍ତୁ ଓ ପେଟ୍ରୋଲ - ଡିଜେଲକୁ ଦ୍ରବ୍ୟ ଓ ସେବା କର ବା ଜିଏସଟି ପରିସରକୁ ଆଣନ୍ତୁ।

ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ, ଓଡ଼ିଶା

ମୋବାଇଲ- ୯୮୬୧୪୦୭୧୩୫, ୮୪୫୬୯୩୧୪୨୩

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story