କେତେ ଜମିବ କପିଲ ସିବଲ ‘ସୋ’?

ସୂର୍ଯ୍ୟମଣି ମିଶ୍ର ଭାରତୀୟ ରାଜନୀତିରେ ବୈଚାରିକ ଏବଂ ସାସ୍କୃତିକ ପତନର ଦୃଶ୍ୟ ଜଳ ଜଳ କରି ଦେଖିବାକୁ ମିଳୁଛି। ରାଜନୀତିର ଅପରାଧିକରଣ ଏବଂ ଅପରାଧ ପୃଷ୍ଠଭୂମି ଥିବା ନେତାଙ୍କର ଅବଦାନ ଏଥିରେ କମ୍‌ ନୁହେଁ। ଏବେ ଏପରି ଏକ ସମୟ ଆସିଛି ଯେଉଁ ସମୟରେ କେନ୍ଦ୍ରରେ ସରକାର ଥିବା ବିଜେପି ଦଳକୁ ସାଂପ୍ରଦାୟିକ ପ୍ରତିକ୍ରିୟାବାଦୀ ଏବଂ ଫାସିବାଦୀ କହୁଥିବା ଦଳ ଏବଂ ଦଳର ନେତାଙ୍କ ସଂଖ୍ୟା ମଧ୍ୟ କମ୍‌ ନୁହେଁ। ନିଜର ମାନସିକ ସଂକୀର୍ଣ୍ଣତା, କ୍ଷୁଦ୍ରସ୍ୱାର୍ଥ, ବିଚାରହୀନତା […]

Kapil Sibal

Kapil Sibal

Debendra Prusty
  • Published: Tuesday, 17 August 2021
  • Updated: 17 August 2021, 01:54 PM IST
  • ସୂର୍ଯ୍ୟମଣି ମିଶ୍ର

ଭାରତୀୟ ରାଜନୀତିରେ ବୈଚାରିକ ଏବଂ ସାସ୍କୃତିକ ପତନର ଦୃଶ୍ୟ ଜଳ ଜଳ କରି ଦେଖିବାକୁ ମିଳୁଛି। ରାଜନୀତିର ଅପରାଧିକରଣ ଏବଂ ଅପରାଧ ପୃଷ୍ଠଭୂମି ଥିବା ନେତାଙ୍କର ଅବଦାନ ଏଥିରେ କମ୍‌ ନୁହେଁ। ଏବେ ଏପରି ଏକ ସମୟ ଆସିଛି ଯେଉଁ ସମୟରେ କେନ୍ଦ୍ରରେ ସରକାର ଥିବା ବିଜେପି ଦଳକୁ ସାଂପ୍ରଦାୟିକ ପ୍ରତିକ୍ରିୟାବାଦୀ ଏବଂ ଫାସିବାଦୀ କହୁଥିବା ଦଳ ଏବଂ ଦଳର ନେତାଙ୍କ ସଂଖ୍ୟା ମଧ୍ୟ କମ୍‌ ନୁହେଁ। ନିଜର ମାନସିକ ସଂକୀର୍ଣ୍ଣତା, କ୍ଷୁଦ୍ରସ୍ୱାର୍ଥ, ବିଚାରହୀନତା ରଜନୈତିକ ସୁବିଧାବାଦୀ ସହ ନିଜକୁ ଯୋଡ଼ିଥିବା ନେତା ମଞ୍ଚରେ ବିଜେପି ଉପରେ ବର୍ଷୁଛନ୍ତି। ଆଉ ବିଜେପିର ବିକଳ୍ପ ହେବା ପାଇଁ ମେଣ୍ଟ ଗଠନର ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଯେଉଁ ନେତାମାନେ ନିଜ ରାଜନୈତିକ ଜୀବନରେ କେବେ ବି ଥରେ ରାଜନୈତିକ ସଂଘର୍ଷ କରିନାହାନ୍ତି, ସେହି ନେତାମାନେ ଏବେ ଏକାଠି ହେବାରେ ଲାଗିଛନ୍ତି। ଘଟଣାର ପ୍ରବାହ ଉପରେ ଆଖି ପକାଇଲେ ଯେଉଁ ରୋଚକ ଦୃଶ୍ୟଟି ଦେଖିବାକୁ ମିଳିଛି, ତାହା ହେଲା ଅସନ୍ତୁଷ୍ଟ କଂଗ୍ରେସ ନେତାଙ୍କ ଦ୍ୱାରା କପିଲ ସିବଲ୍‌ ‘ସୋ’।

ଏଥିରୁ କ’ଣ ସୂଚନା ମିଳୁଛି କି କଂଗ୍ରେସ ଦଳ ପୁଣି ଥରେ ଭାଙ୍ଗିଯିବାର ଦ୍ୱାର ଦେଶରେ ପହଂଚିଛି! କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ବାହାରେ ଏବଂ ଭିତରେ ସୁଚିନ୍ତିତ ଭାବରେ-ସୁନିୟୋଜିତ ତରିକାରେ ଆରମ୍ଭ ହୋଇଛି ଅସନ୍ତୋଷର ସ୍ୱର। ସଂକେତ ତ ମିଳିଛି, ଆଶଙ୍କା ମଧ୍ୟ ଉପୁଜିଛି। ନରେନ୍ଦ୍ର ମୋଦିଙ୍କ ବିଜେପି ନେତୃତ୍ୱାଧୀନ ସରକାରଙ୍କୁ ୨୦୨୪ ନିର୍ବାଚନରେ ଗାଦିଚ୍ୟୁତ କରିବା ପାଇଁ ଏକାଠି ହେବାର ସଂକଳ୍ପ ପର୍ବର ଆୟୋଜନ ଗୋଟିଏ ପଟେ ଚାଲୁଥିବା ବେଳେ ଅନ୍ୟ ପଟରେ ରାହୁଲ ଗାନ୍ଧି ଏବଂ ସୋନିଆ ଗାନ୍ଧିଙ୍କୁ ଦଳର ନେତୃତ୍ୱରୁ ହଟାଇ ଦେବା ପାଇଁ ଅସନ୍ତୁଷ୍ଟ କଂଗ୍ରେସ ନେତାମାନେ ସଜବାଜ ହେଉଛନ୍ତି ।

ରାହୁଲ ଗାନ୍ଧିଙ୍କର ଟ୍ୱିଟର ଆକାଉଣ୍ଟକୁ ତାଙ୍କର ଏକ ଟ୍ୱିଟ୍‌କୁ ନେଇ ଅସ୍ଥାୟୀ ଭାବରେ ବନ୍ଦ କରିଦିଆଗଲା। ରାହୁଳ ଗାନ୍ଧି କହିଛନ୍ତି ଏହା ଗଣତନ୍ତ୍ର ପାଇଁ ବିପଦ। କିନ୍ତୁ ଅସନ୍ତୁଷ୍ଟ କଂଗ୍ରେସ ନେତା ଏନେଇ ନିରବ। ରାହୁଲଙ୍କ ୬ ଅଗଷ୍ଟ ଟୁଇଟ୍‌ରେ ଲେଖାଥିଲାଏ ‘ମାଟିର ଚୁଲା, ଗାଡ଼ିଆର ମାଟି, ବଳଦ, ହଳ, କୂଅ ଆମ ସଭ୍ୟତାର ଅଂଶ। କ୍ଷେତ, ବାଡ଼ି ମଧ୍ୟ ଆମ ସଭ୍ୟତାର ଅଂଶ।’ ଏଥିରେ ସେ କହିଥିଲେ ‘ପି.ଏମ୍‌.’ ହମାରେ ଦୋ ...... କୀ, ଫିର୍‌ କିସାନ୍‌ କା କ୍ୟା? କିସାନ୍‌ କେ ଲିଏ ହମ୍‌ ହୈ। ଏହି ଟ୍ୱିଟ୍‌ ବିବାଦୀୟ ବୋଲି କୁହାଗଲା ଓ ଗ୍ରହଣ କରାଗଲା ।

ଦ୍ୱିତୀୟ ଖବର ହେଉଛି, ରାହୁଲ ଗାନ୍ଧି ଦୁଇଦିନିଆ କାଶ୍ମୀର୍‌ ଯାତ୍ରାରେ ଯାଇଥିବା ବେଳେ ନୂଆଦିଲ୍ଲୀରେ ପାର୍ଟିର କପିଲ ସିବଲଙ୍କ ଭଳି ବରିଷ୍ଠ କଂଗ୍ରେସ ନେତା ୯ ଅଗଷ୍ଟରେ ନିଜର ୭୪ତମ ଜନ୍ମଦିନ ପାଳନ କରିଥିଲେ। ତାଙ୍କର ଜନ୍ମଦିନ ହେଉଛି ୮ ଅଗଷ୍ଟ। କିନ୍ତୁ ଜନ୍ମଦିନ ଭୋଜି ଦେଲେ ୯ ଅଗଷ୍ଟରେ। ଆୟୋଜିତ ଏହି ଜନ୍ମ ଦିବସ ଅବସରରେ ବିଏସ୍‌ପି ଦଳକୁ ଛାଡ଼ି ଅଧିକାଂଶ ବିରୋଧୀ ଦଳର ନେତା ବା ତାଙ୍କର ପ୍ରତିନିଧି ଉପସ୍ଥିତ ଥିଲେ। ବିଜେପି ବିରୋଧରେ ବିରୋଧି ଏକତା ଆବଶ୍ୟକ ବୋଲି ଏହି ଚର୍ଚ୍ଚିତ ଜନ୍ମଦିନ ଉତ୍ସବରେ ଆଲୋଚନା ହୋଇଥିଲା। କଂଗ୍ରେସକୁ ଗାନ୍ଧି ପରିବାର (ସୋନିଆ-ରାହୁଲ) ଆଧିପତ୍ୟରୁ ମୁକ୍ତ କରାଯିବାର ଆବଶ୍ୟକତା ଉପରେ ଏଠାରେ ଉପସ୍ଥିତ ବରିଷ୍ଠ କଂଗ୍ରେସ ନେତାମାନେ ଆଲୋଚନା କରିଥିଲେ! ସିବଲ୍‌ଙ୍କ ସହ ଯେଉଁ ୨୩ କଂଗ୍ରେସ ନେତା ଏହି ଜନ୍ମଦିବସ ଉତ୍ସବରେ ଯୋଗଦେଇଥିଲେ, ସେମାନେ ପୂର୍ବରୁ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖି ପାର୍ଟି ନେତୃତ୍ୱର ପରିବର୍ତ୍ତନ ପାଇଁ ଦାବି ଜଣାଇଥିଲେ। ଉପସ୍ଥିତ ବରିଷ୍ଠ କଂଗ୍ରେସ ନେତାଙ୍କ ମଧ୍ୟରେ ଗୁଲାମନବୀ ଆଜାଦ୍‌, ପି. ଚିଦାମ୍ବରମ୍‌ ଓ ତାଙ୍କ ପୁଅ, ଆନନ୍ଦ ଶର୍ମା, ଶଶୀ ଥରୁର୍‌, ମନିଷ ତିୱାରୀ, ପୃଥିରାଜ ଚୌହାନ୍‌, ମୁକୁଲ୍‌ ୱାସ୍‌ମିକ୍‌, ରାଜ ବବର, ବିବେକ ନକିଆ ପ୍ରମୁଖ। ହଁ ଅନ୍ୟତମ ବରିଷ୍ଠ କଂଗ୍ରେସ ନେତା ସଲ୍‌ମାନ୍‌ ଖୁର୍ସିଦ ମଧ୍ୟ ଉପସ୍ଥିତ ଥିଲେ।

ସଲମାନ୍‌ ଖୁର୍ସିଦ୍‌ ପୂର୍ବରୁ ଗୋଟିଏ ଇଂରାଜୀ ଖବରକାଗଜରେ ଆଲେଖ୍ୟ ଲେଖି କପିଲ୍‌ ସିବଲ୍‌ଙ୍କୁ ସାର୍ବଜନିକ ଭାବରେ ସମାଲୋଚନା କରିଥିଲେ। କାରଣ ସିବଲ୍‌ ଗୋଟିଏ ସାକ୍ଷାତ୍‌କାରରେ ଏହାପୂର୍ବରୁ କହିଥିଲେ ଯେ, ସମସ୍ତ ପ୍ରକାର ସଂପ୍ରଦାୟିକ ଖରାପ ବା ବିପଦ। ସେ ବହୁସଂଖ୍ୟକ ହେଉ  ଅବା ଅଳ୍ପ ସଂଖ୍ୟକ। ସଲ୍‌ମାନ୍‌ ନିଜ ଲେଖାରେ ଉଲ୍ଲେଖ କରିଥିଲେ ଯେ ୧୯୫୮ରେ ଅଖିଳ ଭାରତ କଂଗ୍ରେସ କମିଟିର ଖୋଲା ଅଧିବେଶନରେ ପଣ୍ଡିତ ଜବାହାର ଲାଲ ନେହେରୁ ଉଦ୍‌ବୋଧନ ଦେଇ କହିଥିଲେ ସଂଖ୍ୟାଲଘୁଙ୍କ ତୁଳନାରେ ବହୁସଂଖ୍ୟକ ସାଂପ୍ରଦାୟିକ  ଅଧିକ ବିପଦପୂର୍ଣ୍ଣ। ଏହି ସାଂପ୍ରଦାୟିକତା ରାଷ୍ଟ୍ରବାଦ ଆଡ଼କୁ ନେଇଥାଏ। ଯାହା ଗଣତନ୍ତ୍ର ପାଇଁ ବିପଦ ଆଣିବ। ସଲମାନ୍‌ କଂଗ୍ରେସର ତଦନ୍ତ କମିଟିର ସଦସ୍ୟ ଥିଲେ। ଶେଷ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ସଂପର୍କରେ ସମୀକ୍ଷା କରିଥିଲେ।  ଉତ୍ତରପ୍ରଦେଶ ଏବଂ ଅନ୍ୟ ରାଜ୍ୟରେ ହେବାକୁ ଯାଉଥିବା ନିର୍ବାଚନ ସନ୍ଦର୍ଭରେ ତାଙ୍କର ଉକ୍ତି (ସାଂପ୍ରଦାୟିକତା ସଂପର୍କରେ) ଗୁରୁତ୍ୱପୂର୍ଣ୍ଣ। ସିୱଲ୍‌ଙ୍କ କହିବା କଥା ଗତ ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟର କାରଣ ହେଉଛି ମୁସ୍‌ଲିମ୍‌ ଦଳ ସହ ମେଣ୍ଟ! ବିଜେପି ସପକ୍ଷରେ ବହୁ ସଂଖ୍ୟକ ସଂପ୍ରଦାୟ ରହିଛନ୍ତି। ତେଣୁ ଆମକୁ ସଂଖ୍ୟାଲଘୁ ସଂପ୍ରଦାୟିକତା ବିରୋଧରେ ଏବଂ ବହୁ ସଂଖ୍ୟକ ସାଂପ୍ରଦାୟିକତା ବିରୋଧରେ ମତ ରଖିବାକୁ ହେବ। କିନ୍ତୁ ସଲ୍‌ମାନ ଏ ନେଇ ସହମତ ନଥିଲେ। କିନ୍ତୁ କଂଗ୍ରେସ ନେତୃତ୍ୱରୁ ରାହୁଲ, ସୋନିଆଙ୍କୁ ହଟାଇବା ସପକ୍ଷରେ ଉଭୟ ଏକମତ ଥିଲେ। ଏହି ଜନ୍ମଦିନ ଉତ୍ସବରେ ସଲମାନ୍‌ ଓ କପିଲ୍‌ ସିବଲ ନିଜର ପୂର୍ବ ବିତର୍କକୁ ନେଇ ଆଲୋଚନା କରିଥିଲେ ଯେ କଂଗ୍ରେସର ବର୍ତ୍ତମାନର ନୀତିକୁ ପୂର୍ବର ନେହେରୁଙ୍କ ନୀତି ଅନୁଯାୟୀ କାର୍ଯ୍ୟକାରୀ କରିବାକୁ ପଡ଼ିବ। ଅର୍ଥାତ୍‌ ଆମକୁ ସେହି ନୀତିର ପରିବର୍ତ୍ତନ କରିବା ଉଚିତ ନୁହଁ ବୋଲି ସଲ୍‌ମାନ ଯୁକ୍ତି କରିଥିଲେ। ଯାହା ଜାତୀୟ ଆନେ୍ଦାଳନ ସମୟରେ ଏହାର ଅଂଶ ଥିଲା। ସଲ୍‌ମାନ ଏହା ମଧ୍ୟ କହିଥିଲେ ଯେ ପାର୍ଟି ଭିତରେ ଯେଉଁ ପ୍ରସଙ୍ଗ ଉଠିଛି, ତାହା ସାର୍ବଜନୀନ ହେବା ଉଚିତ। ଗୋଟିଏ କଥାକୁ ଥରକୁ ଥର କହିଲେ ନିରବ ସମର୍ଥନ ମିଳିବ ଓ ଲାଭ ମଧ୍ୟ।

ଉତ୍ତର ପ୍ରଦେଶରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପୂର୍ବରୁ ବହୁସଂଖ୍ୟକ ସାଂପ୍ରଦାୟିକତା ପ୍ରସଙ୍ଗକୁ ନେଇ ଦେଖାଦେଇଛି କଂଗ୍ରେସ ଭିତରେ ମତଭେଦ। କପିଲ୍‌ ସିବଲ୍‌ ଶ୍ରୀମତୀ ସୋନିଆ ଗାନ୍ଧିଙ୍କୁ ଦି’ ବର୍ଷ ହେଲା ସାକ୍ଷାତ୍‌ କରିନାହାନ୍ତି। ନିଜର ଜନ୍ମଦିନ ପାଳନ ଉତ୍ସବକୁ ମଧ୍ୟ ଶ୍ରୀମତୀ ଗାନ୍ଧିଙ୍କୁ, ରାହୁଲ ଏବଂ ପ୍ରିୟଙ୍କାଙ୍କୁ ମଧ୍ୟ ଆମନ୍ତ୍ରଣ ଜଣାଇନଥିଲେ। ଏ ନେଇ ଗାନ୍ଧି ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ୧୬ ଜୁଲାଇ ୨୦୨୧ରେ ରାହୁଲ ଗାନ୍ଧି ପାର୍ଟିର ସୋସିଆଲ୍‌ ମିଡିଆ ଟିମ୍‌ ସହ କଥାହେଲାବେଳେ କହିଥିଲେ ଯେ, କଂଗ୍ରେସରୁ ଭୟାଳୁ ଲୋକଙ୍କୁ ବାହାର କରିଦେବା ଉଚିତ। ଯାଅ ଭାଇ ଯାଅ, ଆର୍‌ଏସ୍‌ଏସ୍‌ ଆଡ଼କୁ ପଳାଇ ଯାଅ। ପାର୍ଟି ଆପଣଙ୍କର ଆବଶ୍ୟକତା କରୁନାହିଁ।

କପିଲ୍‌ ସିବଲ୍‌ଙ୍କ ଦ୍ୱାରା ଆୟୋଜିତ ଜନ୍ମଦିନ  ଅବସରରେ ରାଜନୈତିକ ବୈଠକକୁ ନେଇ ତିନୋଟି ପ୍ରଶ୍ନ ଉଠିଛି। ଜନ୍ମଦିନର ଆୟୋଜକ ନିଜକୁ ନିଜେ ଅସଲୀ ବା ପ୍ରକୃତ କଂଗ୍ରେସୀ ବୋଲି କହନ୍ତି। ଏଥିରୁ ଆଭାସ ମିଳୁଛି ଯେ କଂଗ୍ରେସ ଅନୌପଚାରିକ ଭାବେ ବିଭାଜିତ ହେବାକୁ ଯାଉଛି! ଏହି ବୈଠକରୁ କ’ଣ ସଂକେତ ମିଳୁଛି କି ଯେପରି ଶରତ ପାୱାର୍‌ କଂଗ୍ରେସ ଛାଡ଼ି ଜାତୀୟତାବାଦୀ କଂଗ୍ରେସ ଦଳ ଗଠନ କରିଥିଲେ, ଯେପରି ସୁଶ୍ରୀ ମମତା ବାନାର୍ଜୀ କଂଗ୍ରେସ ଛାଡ଼ି ତୃଣମୂଳ କଂଗ୍ରେସ ଦଳ ଗଠନ କରିଥିଲେ ସେହିପରି କପିଲ୍‌ ସିବଲ୍‌ ଓ ଅନ୍ୟ ୨୩ ଅସନ୍ତୁଷ୍ଟ ବା ବିଦ୍ରୋହୀ ନେତା ମିଶି ଆଉ ଏକ ଦଳ ଗଠନ କରିପାରନ୍ତି। ନା କଂଗ୍ରେସ ଭିତରେ ରହି ଶ୍ରୀମତୀ ଗାନ୍ଧି ଓ ରାହୁଲଙ୍କୁ ନେତୃତ୍ୱରୁ ହଟାଇ ନିଜେ ନେତୃତ୍ୱ ନେବେ? ଏହା କ’ଣ କଂଗ୍ରେସ ଦଳରେ ସମ୍ଭବ? ବହୁସଂଖ୍ୟକ କଂଗ୍ରେସ ଦଳର ନେତା ରାହୁଲ ଗାନ୍ଧିଙ୍କ ସପକ୍ଷରେ ଅଛନ୍ତି। ଦ୍ୱିତୀୟରେ ରାହୁଲ ଗାନ୍ଧି ଆଗକୁ ବିରୋଧୀ ଏକତା ପାଇଁ ବୈଠକ ଡାକିବେ ନଚେତ୍‌ ମା’ ସୋନିଆ ଗାନ୍ଧିଙ୍କ ଉପରେ ଦାୟିତ୍ୱ ଛାଡ଼ିଦେବେ। ନିଜେ (ରାହୁଲ ଗାନ୍ଧି) ସ୍ଥିର ହୋଇ ବସିନାହାନ୍ତି। ମୋଦିଙ୍କ ବିରୋଧରେ, ମୋଦିଙ୍କୁ କ୍ଷମତାରୁ ହଟାଇବା ପାଇଁ ସଂକଳ୍ପବଧ ଉଦ୍ୟମ ଚଳାଇଛନ୍ତି। କେତେବେଳେ ସାଇକେଲ୍‌ରେ ତ କେତେବେଳେ ଟ୍ରାକ୍ଟରରେ ଆନ୍ଦୋଳନ ରାସ୍ତାକୁ ଆପଣାଉଛନ୍ତି। ରାହୁଲ କେବଳ କାଶ୍ମୀରରୁ ଫେରି ନିରବ ରହିନାହାନ୍ତି। କେନ୍ଦ୍ରର ବିଜେପି ସରକାର ବିରୋଧରେ ବିରୋଧୀ ଦଳକୁ ଏକାଠି କରିବା ପାଇଁ ଅଭିଯାନ ଚଳାଇଛନ୍ତି। ୨୦ ଅଗଷ୍ଟରେ ଶ୍ରୀମତୀ ସୋନିଆ ଗାନ୍ଧି ବିରୋଧୀ ନେତାଙ୍କ ସହ କଥାବାର୍ତ୍ତା ପାଇଁ ସ୍ଥିର କରିଥିବା ସୂଚନା ମିଳିଛି। ଏଯାଏ ଅକାଳି ଦଳ କଂଗ୍ରେସ ସପକ୍ଷରେ ନାହିଁ। ତେବେ ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ବିହାର, ତାମିଲନାଡ଼ୁ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ଗୁଜୁରାଟ, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ ଏବଂ ଓଡ଼ିଶା ଭଳି ୧୧ଟି ରାଜ୍ୟର ଲୋକସଭା ଆସନକୁ ନେଇ ଶ୍ରୀମତୀ ସୋନିଆ ଗାନ୍ଧି ଏବଂ ରାହୁଲ ଗାନ୍ଧି ୨୦୨୪ରେ କଂଗ୍ରେସ ନେତୃତ୍ୱରେ ସରକାର ଗଠନ ହେବ ବୋଲି ଆଶା ବାନ୍ଧିଛନ୍ତି। ଏହି ସମୟରେ ଅସନ୍ତୁଷ୍ଟ ବା ବିଦ୍ରୋହୀ କଂଗ୍ରେସ ନେତାଙ୍କ କପିଲ୍‌ ସିବଲ୍‌ ‘ସୋ’ କେଉଁଆଡ଼କୁ ମୋଡ଼ ନେଉଛି, ତାହା ଜଣାପଡ଼ିବ।

ବରିଷ୍ଠ ସାମ୍ବାଦିକ, ଭୁବନେଶ୍ୱର

ଫୋନ୍‌ : ୯୪୩୮୦୦୬୨୧୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story