ବଜେଟ ବ୍ୟାଖ୍ୟାନ- ଗୋଟେ ଖୁସି ଆଉ!

ଦେବେନ୍ଦ୍ର ପୃଷ୍ଟି ୟୁଟ୍ୟୁବର ମିଷ୍ଟର ଗୁଲୁଆଙ୍କର ଏଇ ଡାଏଲଗ୍‌ଟି ହିଁ ଠିକ ଖାପିବ। ବଜେଟ୍‌ ଗୋଟେ ଖୁସି ଆଉ! ବାସ୍‌ ସେତିକି, ଖାଲି ଶବ୍ଦରେ, ବାସ୍ତବରେ ନୁହେଁ। ମିଷ୍ଟର ଗୁଲୁଆଙ୍କର ଖୁସି ଯେମିତି ଅତି ହାଲ୍‌କା ଫୁଲ୍‌କା ସେମିତି ନିର୍ମଳା ସୀତାରମଣଙ୍କର ବଜେଟ, ଖୁସି କେବଳ ଶବ୍ଦର ସମାହାର। ସତରେ କିଏ କେତେ ଖୁସି ତାହା ଛଅ ମାସ ପରେ ନିଶ୍ଚୟ ଜଣାପଡ଼ିବ। ଏବେ ଖାଲି ବିଶ୍ଳେଷଣ, ତୁଚ୍ଛା ଅନୁଶୀଳନ, ପ୍ରଶଂସା ଓ ପ୍ରତିକ୍ରିୟା। ସୀତାରମଣଙ୍କ ୨୦୨୦-୨୧ […]

nirmala

nirmala

Debendra Prusty
  • Published: Saturday, 01 February 2020
  • Updated: 01 February 2020, 08:28 PM IST

Sports

Latest News

ଦେବେନ୍ଦ୍ର ପୃଷ୍ଟି

ୟୁଟ୍ୟୁବର ମିଷ୍ଟର ଗୁଲୁଆଙ୍କର ଏଇ ଡାଏଲଗ୍‌ଟି ହିଁ ଠିକ ଖାପିବ। ବଜେଟ୍‌ ଗୋଟେ ଖୁସି ଆଉ! ବାସ୍‌ ସେତିକି, ଖାଲି ଶବ୍ଦରେ, ବାସ୍ତବରେ ନୁହେଁ। ମିଷ୍ଟର ଗୁଲୁଆଙ୍କର ଖୁସି ଯେମିତି ଅତି ହାଲ୍‌କା ଫୁଲ୍‌କା ସେମିତି ନିର୍ମଳା ସୀତାରମଣଙ୍କର ବଜେଟ, ଖୁସି କେବଳ ଶବ୍ଦର ସମାହାର। ସତରେ କିଏ କେତେ ଖୁସି ତାହା ଛଅ ମାସ ପରେ ନିଶ୍ଚୟ ଜଣାପଡ଼ିବ। ଏବେ ଖାଲି ବିଶ୍ଳେଷଣ, ତୁଚ୍ଛା ଅନୁଶୀଳନ, ପ୍ରଶଂସା ଓ ପ୍ରତିକ୍ରିୟା। ସୀତାରମଣଙ୍କ ୨୦୨୦-୨୧ ବର୍ଷର ବଜେଟକୁ ସ୍ୱାଭାବିକ ଭାବେ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତାଙ୍କ ଭାଷାରେ ଏହି ବଜେଟରେ ଉଭୟ ଦୂରଦୃଷ୍ଟି ଓ କାର୍ଯ୍ୟଧାରା ରହିଛି। ବଜେଟ ଯୋଗୁଁ ନିଯୁକ୍ତି ସୁଯୋଗ ବଢ଼ିବ ଓ ଯୁବ ଗୋଷ୍ଠୀ ସଶକ୍ତ ହେବେ। ନିଜେ ଅର୍ଥମନ୍ତ୍ରୀ ମଧ୍ୟ କହିଛନ୍ତି ଯେ ସେ ଏହି ବଜେଟ ମାଧ୍ୟମରେ ଲୋକଙ୍କ ପକେଟରେ ଅଧିକ ଅର୍ଥ ରଖିବାକୁ ଉଦ୍ୟମ କରିଛନ୍ତି। ଲୋକଙ୍କ ପକେଟରେ ଅଧିକ ଅର୍ଥ ରହିଲେ ସେମାନେ ତାହା ନିଜ ଇଚ୍ଛା ଅନୁସାରେ ଖର୍ଚ୍ଚ କରିବେ ଓ ସେମାନଙ୍କର ଖର୍ଚ୍ଚ ଦେଶର ଆର୍ଥିକ ମାନ୍ଦାବସ୍ଥା ଦୂର କରିବ। କିନ୍ତୁ ବଜେଟ୍‌ ଉପସ୍ଥାପନ ପରେ ବଜାରରେ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ଖୁସିର ପ୍ରତିଫଳନ ଦେଖିବାକୁ ମିଳି ନାହିଁ। ସ୍ୱାଧୀନ ଭାରତର ସବୁଠୁ ଦୀର୍ଘ ବଜେଟ ଭାଷଣ ଦେଇ ଅର୍ଥମନ୍ତ୍ରୀ ଯେମିତି ଲୋକସଭାରେ ଥକି ପଡ଼ିଲେ ଠିକ ସେହିପରି ତାଙ୍କ ବଜେଟ ଭାଷଣ ସହିତ ଷ୍ଟକ୍‌ ବଜାର ମଧ୍ୟ ବସି ପଡ଼ିଲା। ବିଏସଇ ପ୍ରାୟ ୧୦୦୦ ପଏଣ୍ଟ ଓ ନିଫ୍ଟି ୧୧୦୦ ପଏଣ୍ଟ ତଳକୁ ଖସିଲା। ଗୋଟିଏ ଦିନରେ ଖୁଚୁରା ନିବେଶକ ହରାଇଲେ ପ୍ରାୟ ୪ ଲକ୍ଷ କୋଟି ଟଙ୍କା। ଅର୍ଥମନ୍ତ୍ରୀ ସୀତାରମଣ ୨ ଘଣ୍ଟା ୪୧ ମିନିଟ କାଳ ବଜେଟ ଭାଷଣ ପଢ଼ି ପଢ଼ି ଏମିତି କ୍ଲାନ୍ତ ହୋଇଯାଇଥିଲେ ଯେ ଆଉ ଦୁଇ ପୃଷ୍ଠା ପଢ଼ି ନପାରି ରଖି ଦେଇଥିଲେ। ତାଙ୍କ ଅବସ୍ଥା ପରି ବୋଧ ହେଲା ତାଙ୍କ ବଜେଟ।

କାଶ୍ମୀରୀ କବି ଦୀନନାଥ କାଉଲ ନଦୀମଙ୍କ କବିତା ଉଦ୍ଧାର କରି ଅର୍ଥମନ୍ତ୍ରୀ ବଜେଟ୍‌କୁ ରାଷ୍ଟ୍ରବାଦୀ ରୂପ ଦେବାକୁ ଚେଷ୍ଟା କରିଥିଲେ ବି ବଜାର ତାହା ଗ୍ରହଣ କଲା ନାହିଁ। ଆମ ଦେଶ ଶାଲିମାର ବଗୀଚା, ଡାଲ୍‌ ହ୍ରଦର ପଦ୍ମ, ନବଯୁବକର ଉଷୁମ ଶୋଣିତ- ଉପମା ମନ୍ଦ ନୁହେଁ। ସରକାରୀ ଟିକସକୁ କାଳିଦାସଙ୍କ ରଘୁବଂଶରେ ବର୍ଣ୍ଣିତ ସୂର୍ଯ୍ୟଙ୍କ ଜଳବାଷ୍ଫ ସଂଗ୍ରହ ଓ ମେଘ ଜରିଆରେ ଜଳବୃଷ୍ଟି ସହିତ ତୁଳନା କରିଥିଲେ ନିର୍ମଳା। ମହାଭାରତ, ସିନ୍ଧୁ ଓ ସରସ୍ୱତୀ ସଭ୍ୟତା, ଭାରତର ପ୍ରାଚୀନ ବାଣିଜ୍ୟ, ଜୈବିକ କୃଷି ଆଦି ଅନେକ କଥା କହିଛନ୍ତି ଅର୍ଥମନ୍ତ୍ରୀ। ତଥାପି ବଜେଟରେ ଅର୍ଥନୀତିର କଠୋର ବାସ୍ତବତା ନେଇ କିଛିଟା ଅଭାବ ଥିବା ପରି ବୋଧ କରିଛି ବଜାର। ବଜେଟରେ ରାଷ୍ଟ୍ରବାଦୀ ରାଜନୀତି ରହିଛି, ହେଲେ ରାଷ୍ଟ୍ରବାଦୀ ଅର୍ଥନୀତି ନାହିଁ, ଯେଉଁଥିପାଇଁ ରାଷ୍ଟ୍ରୀୟ ଷ୍ଟକ୍‌ ବଜାର ଏହାକୁ ସ୍ୱାଗତ କରିପାରିନାହିଁ।

ଗତ କେଇ ମାସ ଧରି ଲାଗି ରହିଥିବା ଆର୍ଥିକ ମାନ୍ଦାବସ୍ଥା ଓ ନିଯୁକ୍ତିହୀନ ବିକାଶର ମୁକାବିଲା କରିବାକୁ ଯାଇଁ ଭାରତୀୟ ଜନତା ପାର୍ଟିର ଦାବି ଅନୁସାରେ ଅର୍ଥମନ୍ତ୍ରୀ ସୀତାରମଣ ‘ଗାଁ, ଗରୀବ ଓ କିଷାନ’ କୈନ୍ଦ୍ରିକ ବଜେଟ ଉପସ୍ଥାପନ କରିବେ ବୋଲ ଆଶା କରାଯାଉଥିଲା। କିନ୍ତୁ ବଜେଟରେ କିଷାନ ଉଡ଼ାନ ଓ କିଷାନ ରେଲ୍‌ ପରି କେଇଟି ଶବ୍ଦ ବ୍ୟତିତ କୃଷକଙ୍କ ପାଇଁ ବିଶେଷ ଅଧିକ କିଛି ନାହିଁ। ୨୦୧୯-୨୦ ବଜେଟରେ କୃଷି ଓ ଆନୁସଙ୍ଗିକ ସେବା କ୍ଷେତ୍ର ପାଇଁ ୧.୨୧ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା ହୋଇଥିଲା। ୨୦୨୦-୨୧ ବର୍ଷ ପାଇଁ ଏହାକୁ ୧.୫୪ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ବୃଦ୍ଧି ନଗଣ୍ୟ। ପୁଣି ବଜେଟରେ ରହିଥିବା ବ୍ୟବସ୍ଥା ଅନୁସାରେ ଏହି ଅର୍ଥର ସିଂହଭାଗ ପାଣି ପମ୍ପ କମ୍ପାନୀ ଓ ଅନ୍ୟାନ୍ୟ କୃଷି ଯନ୍ତ୍ରପାତି ଉତ୍ପାଦନ କରୁଥିବା କମ୍ପାନୀଙ୍କ ଭାଗରେ ପଡ଼ିବ। ଶକ୍ତି ପମ୍ପ, ଜୈନ ଇରିଗେସନ ସିଷ୍ଟମ୍ସ, ଜେକେ ଏଗ୍ରି, କେଏସବି ଲମିଟେଡ଼ ଓ କିର୍ଲୋସ୍କର ବ୍ରଦର୍ସ ପରି କମ୍ପାନୀ କୃଷି ବଜେଟରୁ ଅଧିକ ଫାଇଦା ପାଇବାର ସମ୍ଭାବନା ଅଛି। ଏହି ବଜେଟର କେତେ ଭାଗ ଚାଷୀଙ୍କ ପକେଟକୁ ଯିବ ତାହା ବର୍ଷ ଶେଷକୁ ଜଣାପଡ଼ିବ। ଅନ୍ୟପକ୍ଷରେ ସରକାର ସାର ରିହାତି ବା ସବ୍‌ସିଡ଼ି କମାଇଥିବାରୁ ଚାଷୀଙ୍କ ଉପରେ ତାହାର ପ୍ରତିକୂଳ ପ୍ରଭାବ ପଡ଼ିବ। ସୀତାରମଣଙ୍କ ବଜେଟରେ ସାର ସବ୍‌ସିଡି ପାଇଁ ୭୧ ହଜାର କୋଟି ଟଙ୍କା ଅଟକଳ କରାଯାଇଛି। ପୂର୍ବ ବଜେଟରେ ଏହି ପରିମାଣ ଥିଲା ପ୍ରାୟ ୮୦ ହଜାର କୋଟି। ସବ୍‌ସିଡ଼ି କମିଲେ ଚାଷୀର ଉତ୍ପାଦନ ଖର୍ଚ୍ଚ ବଢ଼ିବ। ସେହି ଅନୁସାରେ ଚାଷୀ ତା’ ଅମଳର ଦର ପାଇବ କି ନାହିଁ ତାହା କହିହେବ ନାହିଁ। କାରଣ ସରକାର କୃଷି ଉତ୍ପାଦନର ଦର ନିର୍ଦ୍ଧାରଣ ନେଇ କୌଣସି ସଂସ୍କାରମୂଳକ ପଦକ୍ଷେପ ଘୋଷଣା କରିନାହାନ୍ତି।

୨୦୧୪ ମସିହାରେ ଏନଡିଏ-୩ ସରକାର ଗଠିତ ହେବା ପରଠୁଁ ରାଷ୍ଟ୍ରର ନିରାପତ୍ତା ଏକ ରାଜନୀତିକ ପ୍ରସଙ୍ଗ ହୋଇଯାଇଛି। ଏନଡିଏ-୪ ସରକାରରେ ଏହି ପ୍ରସଙ୍ଗ ଅଧିକ ଉଗ୍ର ଭାବେ ଉପସ୍ଥାପିତ ହେଉଛି। ଆତଙ୍କବାଦ ବିରୋଧୀ ଲଢ଼େଇ, ପାକିସ୍ତାନ ଓ ଚୀନ ସୀମା ବିବାଦର ସମାଧାନ, କାଶ୍ମୀରର ୩୭୦ ଧାରା ଉଚ୍ଛେଦ ଏବଂ ନାଗରିକତା ଆଇନରେ ସଂଶୋଧନ ଆଦି କାର୍ଯ୍ୟକ୍ରମ ଜରିଆରେ ମୋଦୀ ସରକାର ରାଷ୍ଟ୍ରୀୟ ନିରାପତ୍ତା ଓ ସଂହତିକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ପ୍ରଚାର ଚାଲିଛି। ଏମିତି କି ସୀମାନ୍ତରେ ଉଭୟ ଚୀନ ଓ ପାକିସ୍ତାନ ବିରୋଧରେ ଅତି କମ୍‌ରେ ୪୦ ଦିନର ଯୁଦ୍ଧ ପାଇଁ ଗୋଳାବାରୁଦ ଗଚ୍ଛିତ ରହୁଥିବା ନେଇ ଖବର ଛଡ଼ା ଯାଉଛି। ଅଥଚ, ୨୦୨୦-୨୧ ବର୍ଷ ପାଇଁ ଦେଶର ପ୍ରତିରକ୍ଷା ବଜେଟରେ ସେଭଳି କୌଣସି ଅଭିବୃଦ୍ଧି ଘଟିନାହିଁ। ପୂର୍ବ ବର୍ଷ ପ୍ରତିରକ୍ଷା ବିଭାଗ ପାଇଁ ୩.୧୬ ଲକ୍ଷ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଥିଲା, ଏ ବଜେଟରେ ସେହି ପରିମାଣ ୩.୨୩ ଲକ୍ଷ କୋଟିକୁ ବୃଦ୍ଧି ପାଇଛି। ସୀମାନ୍ତରେ ପାକିସ୍ତାନ ଓ ଚୀନର ଉପଦ୍ରବକୁ ପ୍ରତିହତ କରିବା ପାଇଁ ମାତ୍ର ୬ ହଜାର କୋଟି ଟଙ୍କା ଅଧିକ ବ୍ୟବସ୍ଥା କରିବା ସମୁଦ୍ରକୁ ଶଙ୍ଖେ ଭଳି। ଏଥିରୁ ଅନୁମାନ କରାଯାଇ ପାରେ ସରକାର ପାକିସ୍ତାନ ଓ ଚୀନ ବିରୋଧୀ ପ୍ରଚାର ଜରିଆରେ ଦେଶପ୍ରେମର ଆବେଗ ସୃଷ୍ଟି କରୁଥିଲେ ହେଁ ବାସ୍ତବରେ ସେ ଦୁଇ ଦେଶ ବିରୋଧରେ ଉପଯୁକ୍ତ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି।

ତେବେ ଏହି ବଜେଟରେ ମାଛ ଚାଷର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। ସେଥିପାଇଁ କୃଷି ଋଣ ପରିମାଣ ୧୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ କହିଛନ୍ତି ଯେ ମାଛ ଚାଷ ଜରିଆରେ ଗ୍ରାମାଞ୍ଚଳର ଅଧିକରୁ ଅଧିକ ଯୁବକ ନିଯୁକ୍ତି ଓ ରୋଜଗାର ସୁଯୋଗ ପାଇବେ। କିନ୍ତୁ ମାଛ ଚାଷ ପାଇଁ ଦିଆଯିବାକୁ ଥିବା ଋଣର ସିଂହଭାଗ ମଧ୍ୟ ଅବନ୍ତୀ ଫିଡ୍‌ସ, ଆପେକ୍ସ ଫ୍ରୋଜନ୍‌ ଫୁଡ୍‌ସ ଓ ୱାଟବେସ୍‌ ପରି କମ୍ପାନୀଙ୍କ ଲାଭରେ ପରିଣତ ହେବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଗ୍ରାମାଞ୍ଚ ବିକାଶ ପାଇଁ ହୋଇଥିବା ବ୍ୟୟ ଅଟକଳ ଗ୍ରାମାଞ୍ଚଳ ଭିତ୍ତିଭୂମି ବିକାଶକୁ ତ୍ୱରାନ୍ୱିତ କରିବ। ଏହି କ୍ଷେତ୍ର ପାଇଁ ୧.୪୪ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ତେବେ ଗ୍ରାମ ବିକାଶ କାର୍ଯ୍ୟକ୍ରମରେ ଅବ୍ୟାହତ ରହିଥିବା ଦୁର୍ନୀତି ଓ କମିଶନରାଜ ଯୋଗୁଁ ଏହି ଅର୍ଥର ୫୦ ଭାଗ ଠିକାଦାର ଓ କୁଜି ନେତାମାନଙ୍କ ପକେଟକୁ ଚାଲିଯିବାର ଆଶଙ୍କା ରହିଛି। ଏହାକୁ ରୋକା ନଗଲେ ଏ ଅର୍ଥ ଲୋକଙ୍କ ପକେଟକୁ ନଯାଇ ଟାଉଟରଙ୍କ ପକେଟକୁ ଯିବ ଏବଂ ତାହା ଗ୍ରାମରେ ନରହି ସହରକୁ ଫେରି ଆସିବ।

ସେହିପରି ସୀତାରମଣଙ୍କ ୨୦୨୦-୨୧ ବର୍ଷର ବଜେଟରେ ବ୍ୟାଙ୍କ, ବୀମା ଓ ରିୟଲ ଇଷ୍ଟେଟ୍‌ କ୍ଷେତ୍ର ମଧ୍ୟ କ୍ଷତିଗ୍ରସ୍ତ ହେବ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରୁଛନ୍ତି। ସରକାର ଜୀବନ ବୀମା ନିଗମର ପୁଞ୍ଜି ପ୍ରତ୍ୟାହାର କରିବାକୁ ପ୍ରସ୍ତାବ ଦେଇଥିବାବେଳେ ବଜେଟରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ଋଣନିବେଶ କ୍ଷମତା ବୃଦ୍ଧି କରିବାକୁ କୌଣସି ପୁଂଜି ବ୍ୟବସ୍ଥା କରିନାହାନ୍ତି। ଏହା ଘରୋଇ ବୀମା ଓ ବ୍ୟାଙ୍କ ପାଇଁ ଫାଇଦାଜନକ ହୋଇପାରେ। କିନ୍ତୁ ଏହି ବଜେଟ ଯୋଗୁଁ ଟେଲିକମ୍‌, ସୂଚନା ପ୍ରଯୁକ୍ତି, ପାଇପ୍‌ ଲାଇନ ଓ ସହର ଗ୍ୟାସ ଯୋଗାଣ, ଇଲେକ୍ଟ୍ରୋନିକ୍ସ ମାନୁଫାକ୍‌ଚରିଂ, ଜଳ ଯୋଗାଣ ଓ ପରିବହନ କ୍ଷେତ୍ର ଅଧିକ ଲାଭବାନ ହେବେ। ଏହିସବୁ କ୍ଷେତ୍ରରେ ଅଧିକ ଉତ୍ପାଦନ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏସବୁ କ୍ଷେତ୍ରର ଲାଭ ଜରିଆରେ ମାନ୍ଦାବସ୍ଥା କେତେ ଦୂର ପ୍ରତିହତ ହେବ ତାହା ଭବିଷ୍ୟତ କହିବ। କିନ୍ତୁ ଶିକ୍ଷା କ୍ଷେତ୍ର ପାଇଁ ବ୍ୟବସ୍ଥା ହୋଇଥିବା ୯୯ ହଜାର କୋଟି ଟଙ୍କା ନିଶ୍ଚୟ ଦେଶର ମାନବ ସମ୍ବଳ ବିକାଶ କ୍ଷେତ୍ରରେ କିଛିଟା ସକାରାତ୍ମକ ପ୍ରଭାବ ପକାଇବ। ଏହି ବ୍ୟୟ ଅଟକଳ ମଧ୍ୟରେ ଯୁବ ପିଢ଼ିର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମଧ୍ୟ ଅନ୍ତର୍ଭୁକ୍ତ। ତାହା ନିଶ୍ଚୟ ସେମାନଙ୍କର ମଙ୍ଗଳ କରିବ ବୋଲି ଆଶା କରାଯାଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story