Advertisment

ପାମ୍ ତେଲ ସ୍ୱାସ୍ଥ୍ୟ ପାଇଁ ହାନିକାରକ ଧାରଣା ଭୁଲ୍!

ପାମ୍ ତେଲକୁ ନେଇ ଆମ ମଧ୍ୟରେ ଭୁଲ୍ ଧାରଣା ଅଛି କି? ସ୍ୱାସ୍ଥ୍ୟ ବିଶେଷଜ୍ଞ କଣ କହନ୍ତି ଜାଣନ୍ତୁ...

author-image
Debibandita Barick
Palm Oil

Palm Oil

5000 ବର୍ଷରୁ ଅଧିକ ସମୟ ଧରି ପାମ୍ ତେଲର ବ୍ୟବହାର ରହିଆସିଛି। ବିଶେଷ କରି ପଶ୍ଚିମ ଆଫ୍ରିକାର ଅନେକ ଅଞ୍ଚଳରେ ଏହି ତେଲକୁ ଶତାବ୍ଦୀ ଧରି ଖାଇବା ତେଲ ଭାବେ ବ୍ୟବହାର କରାଯାଉଥିଲା। କିନ୍ତୁ ପାମ୍ ତେଲ ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି ଅନେକଙ୍କ ଧାରଣା ରହିଛି।

Advertisment

ଏହି ତେଲ ଖାଇବା ଦ୍ୱାରା  LDL(ଖରାପ କୋଲେଷ୍ଟ୍ରଲ) ବୃଦ୍ଧି ପାଏ ଏବଂ ହୃଦୟ ରୋଗ ବିପଦ ବଢିଯାଏ ବୋଲି ଏକ ଧାରଣା ରହିଛି। ପାମ୍ ତେଲକୁ ନେଇ ଏପରି ଧାରଣା ଠିକ୍ ନା ଭୁଲ୍, ଜାଣନ୍ତୁ... 

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ(ICMR) ଏବଂ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁଟ୍ରିସନ୍ ଭାରତୀୟଙ୍କ ପୁଷ୍ଟିକର ଖାଦ୍ୟ ଗ୍ରହଣକୁ ଉନ୍ନତ କରିବା ପାଇଁ ତଥା ଏନସିଡି(ନନକମୁନିକେବଲ ଡିଜିଜ୍), ଯେପରିକି ମଧୁମେହ, ହୃଦରୋଗ, ଷ୍ଟ୍ରୋକ ଏବଂ ଶ୍ୱସନ ସମ୍ବନ୍ଧୀୟ ରୋଗକୁ କମାଇବା ପାଇଁ ଖାଦ୍ୟ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶଦାତା ଜାରି କରିଛି।

Advertisment

ଏହି ଖାଦ୍ୟପେୟ ନିର୍ଦ୍ଦେଶାବଳୀରେ ପାମ୍ ତେଲର ବ୍ୟବହାର ଉପରେ ଉଲ୍ଲେଖ କରାଯାଇଛି, ଯାହା ଖରାପ କୋଲେଷ୍ଟ୍ରେଲ ବୃଦ୍ଧି କରିଥାଏ ବୋଲି କୁହାଯାଏ।

ପାମ୍ ତେଲର ସ୍ୱାସ୍ଥ୍ୟ ଉପକାରିତା
ପାମ୍ ଗଛର ଅଶୋଧିତ ମଞ୍ଜିରୁ ପାମ୍ ତେଲ ମିଳିଥାଏ। ଏଥିରେ ବିଟା-କାରୋଟିନ୍ (ଭିଟାମିନ୍ ଏ) ଭରପୂର ପରିମାଣରେ ଥାଏ। କିନ୍ତୁ ଅଶୋଧିତ ପାମ୍ ତେଲକୁ ବିଶୋଧନ କରିବା ପରେ ଏଥିରୁ କାରୋଟିନଗୁଡିକ ନଷ୍ଟ ହୋଇଯାଏ।

ଡାଏଟିସିଆନ୍ ତଥା ସ୍ୱାସ୍ଥ୍ୟ ପରାମର୍ଶଦାତା ନୀଲାଞ୍ଜନ ସିଂହ କହିଛନ୍ତି ଯେ, ଏହି ଉଦ୍ଭିଦ ଭିତ୍ତିକ ତେଲରେ କୋଲେଷ୍ଟ୍ରୋଲ୍ ନଥାଏ, ଦୀର୍ଘଦିନ ଧରି ଏପରି ଭୁଲ୍ ଧାରଣା ରହିଆସିଛି।

ସେ ଆହୁରି କହିଛନ୍ତି, ପାମ୍ ତେଲରେ ପ୍ରଚୁର ପରିମାଣରେ ଭିଟାମିନ୍-ଇ ଟୋକୋଟ୍ରିଏନୋଲ ଥାଏ, ଯାହା କୋଲେଷ୍ଟ୍ରଲ ହ୍ରାସ କରିବାରେ ସହାୟକ ହେଉଥିବା ଆଣ୍ଟିଅକ୍ସିଡାଣ୍ଟ। ଏହାକୁ ବିଶେଷକରି ପ୍ୟାକେଜ୍ଡ ଫୁଡ୍ ପ୍ରସ୍ତୁତିରେ ବ୍ୟବହାର କରାଯାଏ। ଏଥିରେ ମନୋସାଚ୍ୟୁରେଟେଡ ଫ୍ୟାଟି ଏସିଡ (MUFA) ପ୍ରଚୁର ପରିମାଣରେ ଥିବାରୁ ଏହା ହୃଦୟ ସ୍ୱାସ୍ଥ୍ୟ ପାଇଁ ଅନୁକୂଳ। 

ବିଭିନ୍ନ ଅଧ୍ୟୟନରେ ଦର୍ଶାଇଛି ଯେ, ପାମ୍ ତେଲରେ MUFAର ଉପସ୍ଥିତି କାରଣରୁ ଏହା HDL (ଭଲ କୋଲେଷ୍ଟ୍ରଲ)କୁ ବୃଦ୍ଧି କରିବା ସହ LDL (ଖରାପ କୋଲେଷ୍ଟ୍ରଲ)କୁ ନିୟନ୍ତ୍ରଣରେ ରଖି ଏକ ସୁସ୍ଥ କୋଲେଷ୍ଟ୍ରଲ ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରିଥାଏ।

ଏହା ବ୍ୟତୀତ ପାମ୍ ତେଲରେ ନଡ଼ିଆ ତେଲ ଅପେକ୍ଷା ଅଧିକ ଅନୁକୂଳ ଫ୍ୟାଟି ଏସିଡ୍ ରହିଛି, ଯାହା 85%ରୁ ଅଧିକ ସାଚ୍ୟୁରେଟେଡ। ସେହିପରି ପାମ୍ ତେଲ ମେଦବହୁଳତା ଏବଂ ହୃଦରୋଗର ଆଶଙ୍କା ବଢାଇଥାଏ ବୋଲି ଯେଉଁ ଧାରଣା ରହିଛି ତାହା ଭୁଲ୍ ବୋଲି ବୋଲି ସ୍ୱାସ୍ଥ୍ୟ ପରାମର୍ଶଦାତା ନୀଲାଞ୍ଜନ କହିଛନ୍ତି। 

ସେହିପରି ନ୍ୟୁଟ୍ରିସନ ସ୍ପେସାଲିଷ୍ଟ ଡ. ଅରୁଣ କୁମାର କହିଛନ୍ତି, ପାମ୍ ତେଲ ହେଉ କି ଅନ୍ୟ କୌଣସି ତେଲ, ମଧ୍ୟମ ପରିମାଣରେ ଖାଇବା ସ୍ୱାସ୍ଥ୍ୟ ପାଇଁ ଉପକାରୀ।  

Palm Oil Palm Oil Good Or Bad Palm Oil Benefits