Advertisment

ନିଜ ଶରୀର ସହ କ’ଣ କରିବେ ତାହା ମହିଳାଙ୍କ ନିଜସ୍ୱ ଅଧିକାର: କମଳା ହାରିସ୍‌

ଟ୍ରମ୍ପ ରାଷ୍ଟ୍ରପତି ହେଲେ ଦେଶରେ ପୁଣି ଥରେ ଗର୍ଭପାତ ନିୟମ ଉପରେ ରୋକ୍‌ ଲଗାଇଦେବେ ବୋଲି ଚେତାଇ ଦେଇଛନ୍ତି ହାରିସ୍‌। ଏହାଦ୍ୱାରା ମହିଳାମାନେ ନିଜ ଶରୀର ସହ କ’ଣ କରିବେ ତା’ ଉପରୁ ସ୍ୱାଧୀନତା ହରାଇ ବସିବେ।

author-image
Niharika Rout
ଅଦ୍ୟତନ ହୋଇଛି
Harish & trump

Harish & trump

ଗର୍ଭପାତ ନୀତିକୁ ନେଇ ଆମେରିକାରେ ଦୁଇ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ମଧ୍ୟରେ ହୋଇଛି ଜୋରଦାର ବିତର୍କ। ଗର୍ଭପାତ ନୀତିକୁ ନେଇ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରାଟିକ୍ ପ୍ରାର୍ଥୀ କମଲା ହାରିସଙ୍କ ମଧ୍ୟରେ ଉପୁଜିଛି ମୁହାଁମୁହିଁ ସ୍ଥିତି।

Advertisment

ଟ୍ରମ୍ପ ରାଷ୍ଟ୍ରପତି ହେଲେ ଦେଶରେ ପୁଣି ଥରେ ଗର୍ଭପାତ ନିୟମ ଉପରେ ରୋକ୍‌ ଲଗାଇଦେବେ ବୋଲି ଚେତାଇ ଦେଇଛନ୍ତି ହାରିସ୍‌। ଏହାଦ୍ୱାରା ମହିଳାମାନେ ନିଜ ଶରୀର ସହ କ’ଣ କରିବେ ତା’ ଉପରୁ ସ୍ୱାଧୀନତା ହରାଇ ବସିବେ। ମାତ୍ର ଏହା ଭିତ୍ତିହୀନ ବୋଲି କହିଛନ୍ତି ଟ୍ରମ୍ପ ।

ବିତର୍କ ବେଳେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଗର୍ଭପାତ ନୀତି ଉପରେ ଆଲୋଚନା କରି ୬ ସପ୍ତାହ ପରେ ଗର୍ଭପାତ ବ୍ୟାନ ନିୟମକୁ ସମର୍ଥନ କରିଥିଲେ । ଟ୍ରମ୍ପ କହିଛନ୍ତି, ଏହି ପ୍ରସଙ୍ଗରେ ଡେମୋକ୍ରାଟିକ୍ ପାର୍ଟିର ନିୟମ ପୁରୁଣା ହୋଇଗଲାଣି ।

Advertisment

ମାତ୍ର ଏହାକୁ କାଉଣ୍ଟର କରି ହାରିସ କହିଛନ୍ତି, ମହିଳାମାନେ ନିଜ ଶରୀର ସହ କ’ଣ କରିବେ ତାହା ଟ୍ରମ୍ପ କହିବା ଦରକାର ନାହିଁ। ତେଣୁ ସେ ପୁଣି ଥରେ ଶାସନକୁ ଫେରିଲେ ସମ୍ପୂର୍ଣ୍ଣ ଦେଶରେ ଗର୍ଭପାତ ଉପରେ ବ୍ୟାନ୍‌ ଲଗାଇବାକୁ ଉଦ୍ଦିଷ୍ଟ ବିଲ୍‌ରେ ସାଇନ୍‌ କରିଦେବେ ବୋଲି କହିଛନ୍ତି ହାରିସ ।

ମାତ୍ର କମଳାଙ୍କ କଥାକୁ ଟ୍ରମ୍ପ ମନଗଢ଼ା କହିବା ସହ ଏପରି କୌଣସି ବିଲ୍‌ ସାଇନ୍‌ କରିବାର ଆବଶ୍ୟକତା ନ ଥିବା କହିଛନ୍ତି। କାରଣ କଂଗ୍ରେସରେ ଏପରି ବିଲ୍‌ ଅନୁମୋଦନ ହାସଲ କରିପାରିବ ନାହିଁ ବୋଲି ସେ କହିଛନ୍ତି ।

ଆମେରିକାର ୨୦ରୁ ଅଧିକ ରାଜ୍ୟରେ ଏବେ ବି ଗର୍ଭପାତ ନିୟମ ଲାଗୁ ହୋଇଛି। ଫଳରେ ଡାକ୍ତରମାନେ ଗର୍ଭପାତ କରିବାକୁ ଭୟ କରୁଛନ୍ତି। କାରଣ ଏପରି କରିବା ଜଣାପଡ଼ିଲେ ଆଜୀବନ କାରାଦଣ୍ଡର ବ୍ୟବସ୍ଥା ରହିଛି। ତେଣୁ ମହିଳାମାନେ ଭୟଭୀତ ହେବା ସହ ଏହାର ସାଂଘାତିକ ପରିଣାମ ଭୋଗୁଛନ୍ତି ବୋଲି କହିଛନ୍ତି ହାରିସ। ଏପରିକି ବଳାତ୍କାରର ଶିକାର ମହିଳାମାନେ ଏହାଦ୍ୱାରା ଖୁବ୍‌ କ୍ଷତିଗ୍ରସ୍ତ ହେଉଛନ୍ତି। କାରଣ ଏହାଦ୍ୱାରା ସେମାନେ ଗର୍ଭବତୀ ହୋଇଯିବେ ତଥାପି ସେମାନଙ୍କୁ ଗର୍ଭପାତର ଅନୁମତି ମିଳୁ ନାହିଁ। ଫଳରେ ସେମାନଙ୍କ ଜୀବନ ଦୁର୍ବିସହ ହୋଇ ପଡ଼ୁଛି ବୋଲି କହିଛନ୍ତି ହାରିସ୍‌।

ଏହି ପ୍ରସଙ୍ଗରେ ଡେମୋକ୍ରାଟିକ୍‌ ଦଳକୁ ଟାର୍ଗେଟ କରି ଟ୍ରମ୍ପ କହିଛନ୍ତି, ସେମାନେ ହେଉଛନ୍ତି କଟ୍ଟରପନ୍ଥୀ, କାରଣ ସେମାନଙ୍କ ଚିନ୍ତାଧାରା ଅତ୍ୟନ୍ତ ଭୟଙ୍କର। ଗର୍ଭବତୀ ହେବାର ୯ ମାସରେ ଗର୍ଭପାତକୁ ବିଲକୁଲ୍‌ ଠିକ୍‌ ବୋଲି ଦର୍ଶାଇବାକୁ ଚେଷ୍ଟା କରୁଛନ୍ତି ଡେମୋକ୍ରାଟିକ୍‌ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ। ଏହା କିପରି ନ୍ୟାୟ ସଙ୍ଗତ ଓ ଯଥାର୍ଥ ବୋଲି ସେ ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ, ୨୦୨୨ ମସିହାରେ ଆମେରିକାର ସୁପ୍ରିମକୋର୍ଟ ନିଜ ୫୦ ବର୍ଷର ନିୟମକୁ ଭାଙ୍ଗି ଗର୍ଭପାତ ନିମନ୍ତେ ଆମେରିକୀୟ ମହିଳାଙ୍କ ସାମ୍ବିଧାନିକ ଅଧିକାରକୁ ହଟାଇ ଦେଇଥିଲେ। ଏହାଦ୍ୱାରା ଆମେରିକୀୟ ମହିଳା ନିଜ ଗର୍ଭପାତର ଅଧିକାରକୁ ହରାଇ ବସିଥିଲେ। ଏହାକୁ ସମଗ୍ର ଦେଶରେ ଜୋରଦାର ବିରୋଧ କରାଯାଇଥିଲା। ଏବେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ବିତର୍କରେ ବି ଏହି ପ୍ରସଙ୍ଗ ସ୍ଥାନ ପାଇଛି। 

USA Donald Trump Kamala Harris