ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଆଜି ଆମେ ଆପଣଙ୍କୁ କାକୁଡ଼ି ଓ ପନିର୍କୁ ନେଇ ପ୍ରସ୍ତୁତ ନିଆରା ସ୍ୱାଦର 'ଷ୍ଟଫ୍ଡ୍ କୁକୁମ୍ବର୍'ର ପ୍ରସ୍ତୁତି ସମ୍ପର୍କରେ କହିବୁ।
ଆବଶ୍ୟକ ସାମଗ୍ରୀ: କାକୁଡ଼ି, ପନିର୍, ଟମାଟୋ, ସୂର୍ଯ୍ୟମୁଖୀ ମଞ୍ଜି, ତୁଳସୀ ପତ୍ର, ଗୋଲମରିଚ ଗୁଣ୍ଡ, ସ୍ୱାଦାନୁସାରେ ଲୁଣ ଓ ଦହି।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କାକୁଡ଼ିକୁ ଲମ୍ବା ଲମ୍ବା କରି କାଟି ଦିଅନ୍ତୁ। ଏକ ଚାମଚରେ ଏହାର ମଞ୍ଜି ବାହାର କରି ଦିଅନ୍ତୁ। ଏବେ ଏକ ପାତ୍ରରେ ପନିର୍, ଟମାଟୋ ଓ ସୂର୍ଯ୍ୟମୁଖୀ ମଞ୍ଜି ପକାଇ ମିଶାନ୍ତୁ। ଏଥିରେ ସ୍ୱାଦ ଅନୁସାରେ ଲୁଣ ଓ ଗୋଲମରିଚ ଗୁଣ୍ଡ ପକାଇ ଭଲ ଭାବେ ମିଶାନ୍ତୁ। ଏହି ମିଶ୍ରଣକୁ କାକୁଡ଼ି ଭିତରେ ଭରନ୍ତୁ। ଏହାକୁ ତୁଳସୀ ପତ୍ରରେ ସଜାନ୍ତୁ। ଆପଣ ଚାହିଁଲେ,ଏଥିରେ ପନିର୍ ସ୍ଥାନରେ ଫ୍ଲେବର୍ଡ ଦହି ମଧ୍ୟ ବ୍ୟବହାର କରିପାରିବେ। ଏହାବ୍ୟତୀତ ଆପଣ କାକୁଡ଼ିକୁ ନିଜ ମନ ପସନ୍ଦ ଆକାର ମଧ୍ୟ ଦେଇପାରିବେ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ 'ଷ୍ଟଫ୍ଡ୍ କୁକୁମ୍ବର୍'। ଏହାକୁ ଟମାଟୋ ସସ୍ ସହ ପରଷନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Food
ବଡ଼ ଦିନରେ ଘରେ ପ୍ରସ୍ତୁତ କରନ୍ତୁ ଚିକେନର ଏହି ସୁନ୍ଦର ରେସିପି
ଏହାକୁ ଗରମାଗରମ ରୁଟି, ନାନ କିମ୍ବା ଭାତ ସହ ଖାଇପାରିବେ।
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...