Advertisment

କିପରି ବନାଇବେ ଆମ୍ବ ମିଠା ?

ଘରେ ତିଆରି କରନ୍ତୁ ଆମ୍ବ ମିଠା।

author-image
Tapaswini Nayak
ଅଦ୍ୟତନ ହୋଇଛି
sweet

sweet

 ଆବଶ୍ୟକ ସାମଗ୍ରୀ:  ଆମ୍ବ ରସ , ଖୁଆ, ଚିନି, ଘିଅ, ଗୁଜୁରାତି ପାଉଡର, ହଳଦିଆ ରଙ୍ଗର କଲର ପାଉଡର,ପିସ୍ତା ବାଦାମ

Advertisment

ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ଅଳ୍ପ ଆଞ୍ଚରେ ପ୍ୟାନକୁ ବସାନ୍ତୁ। ଏଥିରେ ଖୁଆ ପକେଇ ମଝିରେ ମଝିରେ ଘାଣ୍ଟି ଘାଣ୍ଟି ଏହାକୁ ଭାଜନ୍ତୁ। ଧ୍ୟାନଦିଅନ୍ତୁ ଯେ ଖୁଆ ଯେପରି ତଳେ ଲାଗି ନ ଯାଏ। କିଛି ସମୟ ପରେ ସେଥିରେ ଆମ୍ବ ରସ ପକାନ୍ତୁ, ଖୁଆରେ ମିଶ୍ରଣ କରି ଏହାକୁ ଭଲ ଭାବରେ ଭାଜନ୍ତୁ। ଏଥିରେ ଗୁଜୁରାତି ପାଉଡର ଓ ଖାଇବା ରଙ୍ଗ ପକେଇ ଭଲ ଭାବରେ ମିଶାନ୍ତୁ।  ପରେ ଗ୍ୟାସକୁ ବନ୍ଦ କରି ଦିଅନ୍ତୁ। 

ଏବେ ଗ୍ୟାସରେ ଆଉ ଏକ ପ୍ୟାନ ବସାନ୍ତୁ। ଏଥିରେ ଏକ କପ୍ ପାଣି ଓ ଚିନି ମିଶାଇ ସିରା ପ୍ରସ୍ତୁତ କରନ୍ତୁ। ସିରା ହୋଇଗଲାପରେ ଏଥିରେ ପୂର୍ବରୁ ପ୍ରସ୍ତୁତ ଥିବା ଖୁଆ ଓ ଆମ୍ବ ମିଶ୍ରଣ ପକେଇ ଏହାକୁ ଭଲଭାବେ ଘାଣ୍ଟନ୍ତୁ। ଏହାପରେ ଗ୍ୟାସକୁ ବନ୍ଦ କରି ଦିଅନ୍ତୁ।

Advertisment

ପରେ ଏକ ବଡ ଥାଳିରେ ଘିଅ ମାରିକି ରଖନ୍ତୁ। ଏଥିରେ ଆମ୍ବ ମିଶ୍ରଣକୁ ପକେଇ ଏହାକୁ କିଛି ସମୟ ଛାଡିଦିଅନ୍ତୁ। ଏହା ଭଲଭାବରେ ବସିଯିବ ପରେ ଏହାକୁ ମିଠାର ସେପ ଦେଇ କାଟନ୍ତୁ।  ତା’ ଉପରେ ପିସ୍ତା ଓ ବାଦାମ ପକାଇ ସଜାଇ ଦିଅନ୍ତୁ।  ପ୍ରସ୍ତୁତ ହୋଇଗଲା ଆମ୍ବ ମିଠା। 

Odia Food Recipe