/odisha-reporter/media/post_attachments/uploadimage/library/16_9/16_9_0/IMAGE_1687225597.jpeg)
Ratha Jatra 2023
ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ପ୍ରତିବର୍ଷ ଯେବେ ଆଷାଢ ଦ୍ୱିତୀୟା ତିଥି ଶୁକ୍ଳପକ୍ଷ ପଡ଼େ ସେହିଦିନ ଶ୍ରୀଜିଉଙ୍କ ହୋଇଥାଏ ଏହି ପତିତପାବନ ଲୀଳା...। କାଳିଆର ଏହି ଅପୂର୍ବ ଯାତ୍ରାକୁ ଅବଲୋକନ କରିବାକୁ ଦେଶବିଦେଶରୁ ଛୁଟି ଆସନ୍ତି ଅଗଣିତ ଭକ୍ତ। ଏହି ଅନନ୍ୟ ଯାତ୍ରାକୁ ନେଇ ରହିଛି ଅନେକ କଥା...ଅନେକ କାହାଣୀ। କୋଟି ଓଡ଼ିଆଙ୍କର ଏହା ଏକ ବିରାଟ ପର୍ବ । ଏହି ଦିନ ରତ୍ନବେଦୀ ଛାଡ଼ି ରଥରେ ମାଉସୀ ଘରକୁ ବାହାରନ୍ତି ମଉଡ଼ମଣି କାଳିଆ ସାଆନ୍ତ । ରଥ ଉପରେ କାଳିଆ ସାଆନ୍ତଙ୍କୁ ଦର୍ଶନ କରି ଚର୍ମଚକ୍ଷୁ ପବିତ୍ର କରନ୍ତି ଭକ୍ତ। ଏହି ରଥଯାତ୍ରାକୁ ଘୋଷଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଉତ୍ତରାଭିମୁଖୀ ଯାତ୍ରା, ନବଦିନାତ୍ମକ ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ମଧ୍ୟ କୁହାଯାଏ । ଅନେକଙ୍କ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି । ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ସେହି ବିଧି ଗୁଡ଼ିକ ହେଉଛି, ସ୍ନାନ ଉତ୍ସବ, ଅନବସର, ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ, ଶ୍ରୀଗୁଣ୍ଡିଚା, ହେରାପଞ୍ଚମୀ, ଆଡ଼ପ ପର୍ବ, ବାହୁଡ଼ା ଯାତ୍ରା ଓ ନୀଳାଦ୍ରି ବିଜେ।
- Jun 23, 2023 08:06 IST
ଆଜି ବାହାରିବ ଆଡ଼ପ ଅବଢ଼ା
ଆଜି ବାହାରିବ ଆଡ଼ପ ଅବଢ଼ା। ଏହି ଆଡ଼ପ ଅବଢ଼ାକୁ ସମସ୍ତେ ଅପେକ୍ଷା କରିଛନ୍ତି। କୁହାଯାଏ ଏଇ ଆଡ଼ପ ଅବଢ଼ାରୁ କାଣିଚିଏ ପ୍ରାପ୍ତି ହେଲେ କୋଟି ଜନ୍ମର ପୂଣ୍ୟଫଳ ମିଳିଥାଏ। ଏଥିପାଇଁ ଭକ୍ତଙ୍କ ସୁରକ୍ଷା ନିମନ୍ତେ ଶ୍ରୀଗୁଣ୍ଡିଚା ମନ୍ଦିରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।... ଅଧିକ ପଢ଼ନ୍ତୁ।
- Jun 22, 2023 08:08 IST
ଆଜି ଆଡପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
ଆଜି ଆଡପ ମଣ୍ଡପ ବିଜେ କରିବେ ତିନି ଠାକୁର। ସକାଳୁ ସକାଳୁ ଶରଧାବାଲିରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରୁଛନ୍ତି ଭକ୍ତ। ଆଜି ସନ୍ଧ୍ୟା ଯାଏଁ ରଥ ଉପରେ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେବେ। ଏହାପରେ ଆରମ୍ଭ ହେବ ଆଡପ ମଣ୍ଡପ ବିଜେ।... ଅଧିକ ପଢ଼ନ୍ତୁ
- Jun 21, 2023 16:48 IST
ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥାରୁଢ଼ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ
ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥାରୁଢ଼ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ #Odisha#RathYatra2023#JagannathRathYatra#Puripic.twitter.com/6YJeHl1lkq
— Odisha Reporter (@OdishaReporter) June 21, 2023
- Jun 21, 2023 16:24 IST
ପୁଲିସ ଦାୟିତ୍ୱହୀନତା: ସକାଳୁ ଖାଡ଼ା ଉପାସ ରହିଛନ୍ତି ମହାପ୍ରଭୁ
ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ରଥା ରୁଢ଼ ଠାକୁରଙ୍କ ନୀତି କରିବାରେ ଚାଲିଛି ମନମାନି। ସକାଳୁ ଏଯାଏଁ ଖାଡ଼ା ଉପାସ ଚତୁର୍ଦ୍ଧାମୂର୍ତ୍ତି। ପୁଲିସ ବିଭାଗ ଓ ଏହାର ଅଧିକାରୀଙ୍କ ମନମାନି ଯୋଗୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ସକାଳ ୯ଟାରୁ ୧୧ଟା ଭିତରେ ସକାଳ ଭୋଗ ବା ବଲ୍ଲଭ ଭୋଗ ଠାକୁରଙ୍କ ପାଖରେ ହେବା କଥା। ହେଲେ ତାହା ହୋଇପାରିନି...ଅଧିକ ପଢ଼ନ୍ତୁ
- Jun 21, 2023 14:32 IST
ନୀତିରେ ବିଳମ୍ବ ଯୋଗୁଁ ଭୋକରେ ମହାପ୍ରଭୁ
ପୁରୀ: ନୀତିରେ ବିଳମ୍ବ ଯୋଗୁଁ ଭୋକରେ ମହାପ୍ରଭୁ,ଏଯାଏ ହୋଇପାରିନି ଗୋପାଳ ବଲ୍ଲଭ ନୀତି,ଅବକାଶ ନୀତି ସରିଥିଲେ ବି ହୋଇପାରିନି ଗୋପାଳ ବଲ୍ଲଭ, କେଉଁ କାରଣ ପାଇଁ ନୀତି ବିଳମ୍ବ ହେଉଛି, ସ୍ପଷ୍ଟ କରିନି ପ୍ରଶାସନ #Odishapic.twitter.com/OSMqKW5peL
— Odisha Reporter (@OdishaReporter) June 21, 2023
- Jun 21, 2023 12:07 IST
ଶରଧାବାଲିରେ ଚତୁର୍ଦ୍ଧା ମୂର୍ତ୍ତି, କାଲି ଆଡପ ବିଜେ
ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଲା ତିନି ରଥ। ଅଧାରେ ଅଟକିଥିବା ଦର୍ପଦଳନ ଓ ନନ୍ଦିଘୋଷ ରଥକୁ ଶ୍ରଦ୍ଧାଳୁମାନେ ଟାଣି ନେଇ ଆଜି ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲଗାଛନ୍ତି। ଗତକାଲି ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଥିଲା ... ଅଧିକ ପଢ଼ନ୍ତୁ
- Jun 21, 2023 12:06 IST
ପୁରୀ ବଡ଼ଦାଣ୍ଡରେ ପୁଣି ଗଡ଼ିଲା ରଥ
ଶ୍ରୀକ୍ଷେତ୍ରରେ ଆଜି ପୁଣି ହେଉଛି ରଥ ଟଣା। ଅଧା ବାଟରେ ଅଟକି ରହିଥିବା କାଳିଆର ନନ୍ଦିଘୋଷ ଓ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥଟଣା ହେଉଛି। ଦୁଇ ରଥକୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଉଛନ୍ତି ଶ୍ରଦ୍ଧାଳୁ।... ଅଧିକ ପଢ଼ନ୍ତୁ
- Jun 21, 2023 12:04 IST
ଆଜି ବି ପୁରୀରେ ହେବ ରଥ ଟଣା,ବାଟରେ ଅଟକିଛି ଦେବଦଳନ ଓ ନନ୍ଦିଘୋଷ
ପୁରୀରେ ଆଜି ମଧ୍ୟ ରଥ ଟଣା ହେବ। କାରଣ ଗତକାଲି ଅଧା ବାଟରେ ଅଟକି ରହିଥିଲା ଦେବଦଳନ ଏବଂ ନନ୍ଦିଘୋଷ ରଥ। କେବଳ ବଡ଼ଭାଇ ବଳଭଦ୍ରଙ୍କ ରଥ ତାଳଧ୍ୱଜ ଶରଧାବାଲିରେ ଲାଗିଥିଲା।... ଅଧିକ ପଢ଼ନ୍ତୁ
- Jun 20, 2023 22:50 IST
କାଲି ସକାଳ ୯ଟାରୁ ରଥ ଭିଡ଼ା, ସଂସ୍କୃତି ଗବେଷକ କହିଲେ- ଶାସ୍ତ୍ରୀୟ ମତକୁ ପାଳନ କରୁନି ପ୍ରଶାସନ
ଶରଧାବାଲିରେ ଲାଗିଛି ତାଳଧ୍ୱଜ। ବାଟରେ ଅକଟି ରହିଛି ଦେବଦଳନ ଓ ନନ୍ଦିଘୋଷ। ଆଜି ସଂଧ୍ୟା ସୁଦ୍ଧା ଶରଧାବାଲିରେ ଲାଗି ପାରିନି ଏହି ୨ ରଥ। ସୁଭଦ୍ରାଙ୍କ ଦେବଦଳନ ରଥ ବଡ଼ଶଂଖ ନିକଟରେ ଲାଗିଥିବା ବେଳେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମାଉସୀ ମାଆ ଛକରେ ରହିଛି। ଏ ଦୁଇ ରଥ ଶରଧାବାଲିରେ ପହଞ୍ଚି ନଥିବାରୁ ଆସନ୍ତାକାଲି ପୁଣି ହେବ ରଥଟଣା। ଠାକୁରଙ୍କ ଅବକାଶ ପର୍ଯ୍ୟନ୍ତ ଦୈନ ଦିନ ନୀତି ସରିବା ପରେ କାଲି ସକାଳ ୯ଟାରୁ ପୁଣି ରଥ ଟଣା ହେବ। ଏନେଇ ସୂଚନା ଦେଇଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର। ଏଥିସହ ସେ କହିଛନ୍ତି କାଲି ପହଣ୍ଡି ହୋଇପାରିବନି। ରଥରେ ମହାପ୍ରଭୁ ଦର୍ଶନ ଦେବେ।... ଅଧିକ ପଢ଼ନ୍ତୁ
- Jun 20, 2023 21:34 IST
ମାଉସୀ ମା’ ମନ୍ଦିର ପାଖରେ ଅଟକିଲା ନନ୍ଦିଘୋଷ, ଆସନ୍ତାକାଲି ମିଳିବ ରଥଟଣାର ସୁଯୋଗ
ଶରଧାବାଲିରେ ଲାଗିଲା ତାଳଧ୍ୱଜ। ବାଟରେ ଅକଟି ରହିଲେ ଦେବଦଳନ ଓ ନନ୍ଦିଘୋଷ। ଜନ୍ମବେଦୀ ଅଭିମୁଖେ ନବ ଦିନାତ୍ମକ ଘୋଷଯାତ୍ରାରେ ବାହାରି ଥିବା ଶ୍ରୀଜିଉଙ୍କ ୩ଟି ଯାକ ରଥ ଆଜି ସଂଧ୍ୟା ସୁଦ୍ଧା ଶରଧାବାଲିରେ ଲାଗି ପାରିନି। କେବଳ ବଳଭଦ୍ରଙ୍କ ତାଳଧ୍ୱଜ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚି ପାରିଛି।... ଅଧିକ ପଢ଼ନ୍ତୁ
- Jun 20, 2023 19:12 IST
ବଡ଼ଦାଣ୍ଡରୁ ବିଶ୍ୱ ସୁରକ୍ଷା ବାର୍ତ୍ତା
ବଡ଼ଦାଣ୍ଡରୁ ବିଶ୍ୱ ସୁରକ୍ଷା ବାର୍ତ୍ତା। #Odisha#RathaYatra2023#RathaJatra2023#Puri#Jagannathhttps://t.co/wWiThKARYl
— Odisha Reporter (@OdishaReporter) June 20, 2023
- Jun 20, 2023 18:33 IST
ରଥ ଉପରେ କ’ଣ ଖାଆନ୍ତି ମହାପ୍ରଭୁ ? ଜାଣନ୍ତୁ ବିଧିବ୍ୟବସ୍ଥା
ଶ୍ରୀଗୁଣ୍ଡିଚା ଯାତ୍ରାର ଅନ୍ୟ ଏକ ଆକର୍ଷଣ ହେଲା ରଥ ଉପରେ ଶ୍ରୀବିଗ୍ରହମାନଙ୍କୁ ହେଉଥିବା ସ୍ୱତନ୍ତ୍ର ଭୋଗ। ଏଥିପାଇଁ ପୂର୍ବରୁ ହେଉଥିବା ରଥ ଭୋଗ ଓ ଏବେ ହେଉଥିବା ରଥ ଭୋଗ ବିଷୟରେ ଜାଣିବାକୁ ପଡ଼ିବ।... ଅଧିକ ପଢ଼ନ୍ତୁ
- Jun 20, 2023 18:12 IST
ଲୋକାରଣ୍ୟ ବଡ଼ଦାଣ୍ଡ
#ମହାପ୍ରଭୁଙ୍କ_ପ୍ରେମରେ_ଭାବବିହ୍ୱଳ_ଭକ୍ତ
ରତ୍ନବେଦୀରୁ ଜନ୍ମବେଦୀ ଅଭିମୁଖେ ତିନି ରଥ। ଲୋକାରଣ୍ୟ ବଡ଼ଦାଣ୍ଡ । ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ । #Odisha#RathaYatra2023#RathaJatra2023#Puri#Jagannathpic.twitter.com/NgNrNNax4X— Odisha Reporter (@OdishaReporter) June 20, 2023
- Jun 20, 2023 17:50 IST
ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ
#ମହାପ୍ରଭୁଙ୍କୁ_ଦର୍ଶନ_କଲେ_ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାପ୍ରଭୁଙ୍କ ଦର୍ଶନ କରିବା ସହ ରଥ ଦଉଡି ଟାଣିଛନ୍ତି। #Odisha#Puri#JayJagannath#RathaJatra#RathaJatra2023#NaveenPatnaikpic.twitter.com/FEbSTVEeMY— Odisha Reporter (@OdishaReporter) June 20, 2023
- Jun 20, 2023 17:32 IST
'ନବକଳେବର ବେଳେ ଆସିଥିଲି, ରଥଯାତ୍ରାରେ ମଧ୍ୟ ଆସିଛି'
'ନବକଳେବର ବେଳେ ଆସିଥିଲି, ରଥଯାତ୍ରାରେ ମଧ୍ୟ ଆସିଛି' #Odisha#RathaYatra2023#RathaJatra2023#Puri#Jagannath#UnitedStates#ForeignDevoteehttps://t.co/jqjPHgAdQb
— Odisha Reporter (@OdishaReporter) June 20, 2023
- Jun 20, 2023 17:05 IST
ଗଡ଼ିଲା ନନ୍ଦିଘୋଷ ରଥ
- ବିଶ୍ୱପ୍ରସିଦ୍ଧ ରଥଯାତ୍ରା: ୪ଟା ୪୦ରେ ଗଡ଼ିଲା ନନ୍ଦିଘୋଷ ରଥ
- ତାଳଧ୍ୱଜ ଓ ଦର୍ପଦଳନ ପରେ ନନ୍ଦିଘୋଷକୁ ଟାଣିଲେ ଭକ୍ତ #Odisha#Puri#PuriRathYatra#JagannathRathYatrapic.twitter.com/cwlRLN9pa5— Odisha Reporter (@OdishaReporter) June 20, 2023
- Jun 20, 2023 16:53 IST
ତାଳଧ୍ୱଜ ରଥଟଣା ବେଳେ ଠେଲାପେଲା
#ରଥଟଣା_ବେଳେ_ଠେଲାପେଲା
ତାଳଧ୍ୱଜ ରଥଟଣା ବେଳେ ମରିଚିକୋଟ ଛକରେ ଠେଲାପେଲା ହୋଇଛି । ଅଧିକ ଭିଡ଼ ଯୋଗୁଁ ଏପରି ସ୍ଥିତି ଉପୁଜିଛି । ଏଥିରେ ଏକାଧିକ ଆହତ ହୋଇଥିବା ବେଳେ ଆହତ ମାନଙ୍କୁ ତୁରନ୍ତ ପୁରୀ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। #Odisha#RathaYatra2023#RathaJatra2023#Puri#Jagannathpic.twitter.com/16XbPoRIte— Odisha Reporter (@OdishaReporter) June 20, 2023
- Jun 20, 2023 16:23 IST
ତାଳଧ୍ୱଜ ରଥ ଟଣା ବେଳେ ଠେଲାପେଲା
ପୁରୀରେ ତାଳଧ୍ୱଜ ରଥ ଟଣା ବେଳେ ଠେଲାପେଲା। ପ୍ରାୟ ୨୫ ଜଣ ଲୋକ ଠେଲା ପେଲାରେ ପଡ଼ି ଯିବା ପରେ ସେମାନଙ୍କ ଉପରେ ଚଢ଼ିଗଲେ ଲୋକେ। ଲୋକେ ଦଳି ଦେବାରୁ ବହୁ ଲୋକ ଆହତ ହୋଇ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମରିଚିକୋଟ ଛକରେ ଏହି ଅଘଟଣ ଘଟିଛି। ଅଧିକ ପଢ଼ନ୍ତୁ
- Jun 20, 2023 16:12 IST
ପୁରୀ ବଡ଼ଦାଣ୍ଡରେ ଭାବପ୍ରବଣ ହେଲେ ଭକ୍ତ
#ବିଶ୍ୱପ୍ରସିଦ୍ଧ_ଘୋଷଯାତ୍ରା
ପୁରୀ ବଡ଼ଦାଣ୍ଡରେ ଭାବପ୍ରବଣ ହେଲେ ଭକ୍ତ। ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଅବସରରେ ଭକ୍ତମୟ ହୋଇଛି ପୁରୀ। ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ। #Odisha#RathaYatra2023#RathaJatra2023#Puri#Jagannathpic.twitter.com/spCKVeEfCm— Odisha Reporter (@OdishaReporter) June 20, 2023
- Jun 20, 2023 15:59 IST
ରଥ ଟଣା ଆରମ୍ଭ
ବଡ଼ଦାଣ୍ଡରେ ଗଡ଼ିଲା ତାଳଧ୍ୱଜ। ୩ଟା ୪ ମିନିଟରେ ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣା ଆରମ୍ଭ ହୋଇଛି। ଲକ୍ଷାଧିକ ଭକ୍ତ ରଥଟଣା ହୋଇଛି।... ଅଧିକ ପଢ଼ନ୍ତୁ
- Jun 20, 2023 14:28 IST
ରଥରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ କଲେ ପୁରୀ ଶଙ୍କରାଚାର୍ଯ୍ୟ
#ଘୋଷଯାତ୍ରା
ରଥରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ କଲେ ପୁରୀ ଶଙ୍କରାଚାର୍ଯ୍ୟ #Odisha#RathaYatra2023#RathaJatra2023#RathaYatrapic.twitter.com/ZmcACaLPXB— Odisha Reporter (@OdishaReporter) June 20, 2023
- Jun 20, 2023 14:27 IST
ସୁବର୍ଣ୍ଣ ଖଡ଼ିକା ଧରି ରଥରେ ଛେରା ପହଁରା କରୁଛନ୍ତି ଗଜପତି ମହାରାଜା
ପୁରୀ: ସୁବର୍ଣ୍ଣ ଖଡ଼ିକା ଧରି ରଥରେ ଛେରା ପହଁରା କରୁଛନ୍ତି ଗଜପତି ମହାରାଜା #Odisha#RathaYatra2023#RathaJatra2023#Puri
— Odisha Reporter (@OdishaReporter) June 20, 2023
- Jun 20, 2023 14:15 IST
ମହାପ୍ରଭୁଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ
#ମହାପ୍ରଭୁଙ୍କୁ_ଦର୍ଶନ_କଲେ_କେନ୍ଦ୍ରମନ୍ତ୍ରୀ
ମହାପ୍ରଭୁଙ୍କ ଦର୍ଶନ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା। କହିଲେ, ଭାଗ୍ୟରେ ଥିଲେ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୌଭାଗ୍ୟ ମିଳେ। #Odisha#RathaYatra2023#RathaJatra2023#Puri#Jagannathpic.twitter.com/PBRCyp15aB— Odisha Reporter (@OdishaReporter) June 20, 2023
- Jun 20, 2023 13:59 IST
ସୁବର୍ଣ୍ଣ ଖଡ଼ିକା ଧରି ଛେରା ପହଁରା କରୁଛନ୍ତି ଗଜପତି ମହାରାଜା, ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥରେ ଚାଲିଛି ଛେରା ପହଁରା
ପୁରୀ: ସୁବର୍ଣ୍ଣ ଖଡ଼ିକା ଧରି ଛେରା ପହଁରା କରୁଛନ୍ତି ଗଜପତି ମହାରାଜା, ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜରେ ଚାଲିଛି ଛେରା ପହଁରା #Odisha#RathaYatra2023#RathaJatra2023#Puripic.twitter.com/UMK8R0usLa
— Odisha Reporter (@OdishaReporter) June 20, 2023
- Jun 20, 2023 13:49 IST
ତିନି ରଥରେ ଛେରା ପହଁରା କରିବା ପାଇଁ ଆସିଲେ ଗଜପତି ମହାରାଜ
ପୁରୀ: ତିନି ରଥରେ ଛେରା ପହଁରା କରିବା ପାଇଁ ଆସିଲେ ଗଜପତି ମହାରାଜ #Odisha#RathaYatra2023#RathaJatra2023#Puripic.twitter.com/5LMINX4fMp
— Odisha Reporter (@OdishaReporter) June 20, 2023
- Jun 20, 2023 13:21 IST
ଜଗା ପ୍ରେମରେ ବିଦେଶିନୀ
#ଜଗା_ପ୍ରେମରେ_ବିଦେଶିନୀ
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରେମରେ ବିଦେଶୀ ଶ୍ରଦ୍ଧାଳୁ। ସୁଦୁର କଲମ୍ବିଆରୁ ଆସି ପୁରୀ ଠାରେ ପହଞ୍ଚିଛନ୍ତି ଶ୍ରଦ୍ଧାଳୁ। ତେବେ ଶୁଣନ୍ତୁ କଣ କହୁଛନ୍ତି। #Odisha#RathaYatra2023#RathaJatra2023#Puri#Jagannath#Colombiapic.twitter.com/uFiOz9dVNs— Odisha Reporter (@OdishaReporter) June 20, 2023
- Jun 20, 2023 12:14 IST
ପହଣ୍ଡି ଶେଷ, ଚତୁର୍ଦ୍ଧା ମୂର୍ତ୍ତି ରଥାରୁଢ଼
ଶେଷ ହୋଇଛି ପହଣ୍ଡି। ରଥାରୁଢ଼ ହୋଇଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ରଥ ଉପରେ ଅନ୍ୟାନ୍ୟ ନୀତିକାନ୍ତି ଶେଷ ହେବା ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଆସି ଛେରା ପହଁରା କରିବେ। ତା’ପରେ ଆରମ୍ଭ ହେବ ରଥ ଟଣା.... ଅଧିକ ପଢ଼ନ୍ତୁ
- Jun 20, 2023 11:56 IST
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରେମରେ ବିଦେଶୀ ଶ୍ରଦ୍ଧାଳୁ
#ବିଶ୍ୱପ୍ରସିଦ୍ଧ_ଘୋଷଯାତ୍ରା
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରେମରେ ବିଦେଶୀ ଶ୍ରଦ୍ଧାଳୁ। #Odisha#RathaYatra2023#RathaJatra2023#Puri#Jagannathpic.twitter.com/47YzdEH4td— Odisha Reporter (@OdishaReporter) June 20, 2023
- Jun 20, 2023 11:38 IST
ଏଠି ପୂଜା ପାଏ ସୁଭଦ୍ରାଙ୍କ ବ୍ରହ୍ମ
ଏଠି ପୂଜା ପାଏ ସୁଭଦ୍ରାଙ୍କ ବ୍ରହ୍ମ। #Odisha#RathaYatra2023#RathaJatra2023#Puri#Subhadrahttps://t.co/954Rj7DxPM
— Odisha Reporter (@OdishaReporter) June 20, 2023
- Jun 20, 2023 11:28 IST
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁନା ସେବାୟତ
ଦଇତାପତି ଏବଂ ସେବାୟତଙ୍କ ପାଖରେ ଏତେ ସୁନା କେଉଁଠୁ ଆସିଲା ? #Odisha#RathaYatra2023#RathaJatra2023#Puri#Sevayatshttps://t.co/Df0W8ADPv6
— Odisha Reporter (@OdishaReporter) June 20, 2023
- Jun 20, 2023 11:05 IST
ଚାଲିଛି ଜଗତର ନାଥ ଜଗନ୍ନାଥଙ୍କ ପହଣ୍ଡି
ପୁରୀ: ଚାଲିଛି ଜଗତର ନାଥ ଜଗନ୍ନାଥଙ୍କ ପହଣ୍ଡି, ହୁଳହୁଳି, ହରିବୋଲ ଡାକରେ ସିଂହଦ୍ୱାର ଅଞ୍ଚଳ ପ୍ରକମ୍ପିତ #Odisha#RathaYatra2023#RathaJatra2023#Puripic.twitter.com/U3N6nn0Ooa
— Odisha Reporter (@OdishaReporter) June 20, 2023
- Jun 20, 2023 10:54 IST
ବଡ଼ଠାକୁର ବଳଭଦ୍ରଙ୍କ ପହଣ୍ଡି ବେଳର ଦୃଶ୍ୟ
ପୁରୀ: ବଡ଼ଠାକୁର ବଳଭଦ୍ରଙ୍କ ପହଣ୍ଡି ବେଳର ଦୃଶ୍ୟ #Odisha#Puri#RathaYatra2023#RathaJatra2023#RathaYatrapic.twitter.com/p3s3ewik9q
— Odisha Reporter (@OdishaReporter) June 20, 2023
- Jun 20, 2023 10:16 IST
ଶ୍ରୀବଳଭଦ୍ରଙ୍କ ପହଣ୍ଡି
#ବଡଦେଉଳରୁ_ବାହାରିଲେଣି_ବଡଠାକୁର_ବଳଭଦ୍ର
ପୁରୀ: ଶ୍ରୀବଳଭଦ୍ରଙ୍କ ପହଣ୍ଡି ବେଳର ଦୃଶ୍ୟ #Odisha#RathaYatra2023#RathaJatra2023#Puripic.twitter.com/nabfXUEG5S— Odisha Reporter (@OdishaReporter) June 20, 2023
- Jun 20, 2023 09:56 IST
ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।
'#ମହାପ୍ରଭୁ_ସମସ୍ତଙ୍କୁ_ଖୁସିରେ_ରଖନ୍ତୁ’
ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। କହିଲେ, ମହାପ୍ରଭୁ ବିଶ୍ୱକୁ ଶାନ୍ତି ଦିଅନ୍ତୁ। ଅନ୍ୟପଟେ ଅଶ୍ୱିନୀଙ୍କ ସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗ ଦେଇଛନ୍ତି। #Odisha#Puri#RathYatra2023pic.twitter.com/NvUOUScZ4O— Odisha Reporter (@OdishaReporter) June 20, 2023
- Jun 20, 2023 09:55 IST
ଲୋକରଣ୍ୟ ପୁରୀ ବଡ଼ଦାଣ୍ଡ, ଦେଖନ୍ତୁ କିଛି ଫଟୋ
ଲୋକରଣ୍ୟ ପୁରୀ ବଡ଼ଦାଣ୍ଡ, ଦେଖନ୍ତୁ କିଛି ଫଟୋ #Odisha#RathaYatra2023#RathaJatra2023#Purihttps://t.co/mkFl2KQZ4I
— Odisha Reporter (@OdishaReporter) June 20, 2023
- Jun 20, 2023 09:53 IST
ଚାଲିଛି ଦେବୀ ସୁଭଦ୍ରାଙ୍କ ପହଣ୍ଡି
ପୁରୀ: ଚାଲିଛି ଦେବୀ ସୁଭଦ୍ରାଙ୍କ ପହଣ୍ଡି #Odisha#RathaYatra2023#RathaJatra2023#Puripic.twitter.com/hX9Zf1uku2
— Odisha Reporter (@OdishaReporter) June 20, 2023
- Jun 20, 2023 09:17 IST
ଚାଲିଛି ଶ୍ରୀବଳଭଦ୍ରଙ୍କ ପହଣ୍ଡି
ପୁରୀ: ଚାଲିଛି ଶ୍ରୀବଳଭଦ୍ରଙ୍କ ପହଣ୍ଡି #Odisha#RathaYatra2023#RathaJatra2023#Puripic.twitter.com/HFtQeZbnfM
— Odisha Reporter (@OdishaReporter) June 20, 2023
- Jun 20, 2023 09:11 IST
ପୁରୀ: ଶ୍ରୀସୁଦର୍ଶନଙ୍କ ପହଣ୍ଡି ଶେଷ
ପୁରୀ: ଶ୍ରୀସୁଦର୍ଶନଙ୍କ ପହଣ୍ଡି ଶେଷ #Odisha#RathaYatra2023#RathaJatra2023#Puripic.twitter.com/DEljFdsYut
— Odisha Reporter (@OdishaReporter) June 20, 2023
- Jun 20, 2023 08:40 IST
ସଂକୀର୍ତ୍ତନରେ କମ୍ପୁଛି ବଡ଼ଦାଣ୍ଡ
#ସବୁ_ସେହି_ମହାବାହୁଙ୍କ_ପାଇଁ
ପୁରୀ: ସଂକୀର୍ତ୍ତନରେ କମ୍ପୁଛି ବଡ଼ଦାଣ୍ଡ #Odisha#RathaYatra2023#RathaJatra2023#Puripic.twitter.com/GOiTRq53bd— Odisha Reporter (@OdishaReporter) June 20, 2023
- Jun 20, 2023 08:33 IST
ରଥ ସମ୍ମୁଖରେ ନୃତ୍ୟରେ ନିମଗ୍ନ ନୃତ୍ୟଶିଳ୍ପୀ
#ସବୁ_ସେହି_ମହାବାହୁଙ୍କ_ପାଇଁ
ପୁରୀ: ରଥ ସମ୍ମୁଖରେ ନୃତ୍ୟରେ ନିମଗ୍ନ ନୃତ୍ୟଶିଳ୍ପୀ #Odisha#RathaYatra2023#RathaJatra2023#Puripic.twitter.com/ZoHzNaOXBV— Odisha Reporter (@OdishaReporter) June 20, 2023
- Jun 20, 2023 08:29 IST
କଳସ ସ୍ଥାପନା ସହିତ ସଂପନ୍ନ ହୋଇଛି ରଥପ୍ରତିଷ୍ଠା
ପୁରୀ: କଳସ ସ୍ଥାପନା ସହିତ ସଂପନ୍ନ ହୋଇଛି ରଥପ୍ରତିଷ୍ଠା #Odisha#RathaYatra2023#RathaJatra2023#Puripic.twitter.com/ezWzNgfg8Y
— Odisha Reporter (@OdishaReporter) June 20, 2023
- Jun 20, 2023 08:20 IST
ସିଂହଦ୍ୱାରରେ ଛିଡ଼ା ହୋଇଥିବା ରଥ ସମ୍ମୁଖରେ ଶିବ ବେଶରେ ନୃତ୍ୟ କରୁଛନ୍ତି ଜଣେ ବ୍ୟକ୍ତି
#ସବୁ_ସେହି_ମହାବାହୁଙ୍କ_ପାଇଁ
ପୁରୀ: ସିଂହଦ୍ୱାରରେ ଛିଡ଼ା ହୋଇଥିବା ରଥ ସମ୍ମୁଖରେ ଶିବ ବେଶରେ ନୃତ୍ୟ କରୁଛନ୍ତି ଜଣେ ବ୍ୟକ୍ତି #Odisha#RathaYatra2023#RathaJatra2023#Puripic.twitter.com/iggHGJaAKv— Odisha Reporter (@OdishaReporter) June 20, 2023
- Jun 20, 2023 08:13 IST
ଆଜି ଘୋଷଯାତ୍ରା, ବଡ଼ଦାଣ୍ଡ ଲୋକାରଣ୍ୟ
ଆଜି ଘୋଷଯାତ୍ରା, ବଡ଼ଦାଣ୍ଡ ଲୋକାରଣ୍ୟ #Odisha#RathaYatra2023#RathaJatra2023#Puripic.twitter.com/MpWdMMd0lY
— Odisha Reporter (@OdishaReporter) June 20, 2023
- Jun 20, 2023 08:08 IST
ଘୋଷଯାତ୍ରା ପାଇଁ ସକାଳୁ ବଡ଼ଦାଣ୍ଡରେ ଲାଗିଲାଣି ଭିଡ଼
ପୁରୀ: ଘୋଷଯାତ୍ରା ପାଇଁ ସକାଳୁ ବଡ଼ଦାଣ୍ଡରେ ଲାଗିଲାଣି ଭିଡ଼ #Odisha#RathaYatra2023#RathaJatra2023#Puripic.twitter.com/GUPdehlG5k
— Odisha Reporter (@OdishaReporter) June 20, 2023
- Jun 20, 2023 07:28 IST
ପ୍ରସ୍ତୁତ ହୋଇ ଛିଡ଼ା ହୋଇଛନ୍ତି ତିନି ରଥ
ପ୍ରସ୍ତୁତ ହୋଇ ଛିଡ଼ା ହୋଇଛନ୍ତି ତିନି ରଥ #Odisha#RathaYatra2023#RathaJatra2023#Purihttps://t.co/SYPh4QLp79
— Odisha Reporter (@OdishaReporter) June 20, 2023
- Jun 20, 2023 07:00 IST
ଆଜି ଶ୍ରୀଗୁଣ୍ଡିଚା ଯାତ୍ରା: ରଥ, ପଥ, ଭକ୍ତ ସମସ୍ତେ ଅପେକ୍ଷା କରିଛନ୍ତି ଶ୍ରୀଜିଉଙ୍କୁ
ରଥ ପ୍ରସ୍ତୁତ। ପଥ ପ୍ରସ୍ତୁତ। ସିଂହଦ୍ୱାର ଆଗରେ ଅପେକ୍ଷା କରିଛନ୍ତି ତିନି ରଥ। ଅପେକ୍ଷା କରିଛନ୍ତି ଅଗଣିତ ଭକ୍ତ। କେତେବେଳେ ଭାଇଭଉଣୀଙ୍କୁ ସାଥୀରେ ନେଇ ବିରାଜିବେ କାଳିଆଠାକୁର। କାରଣ ଆଜି ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା।...ଅଧିକ ପଢ଼ନ୍ତୁ
- Jun 19, 2023 15:46 IST
#ଜଗନ୍ନାଥ_ପ୍ରେମରେ_ବିଦେଶୀ_ଶ୍ରଦ୍ଧାଳୁ
#ଜଗନ୍ନାଥ_ପ୍ରେମରେ_ବିଦେଶୀ_ଶ୍ରଦ୍ଧାଳୁ
ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ୟୁକ୍ରେନରୁ ଆସିଛନ୍ତି ଶ୍ରଦ୍ଧାଳୁ। #Odisha#Puri#JaiJagannatha#RathYatra2023pic.twitter.com/iLB0bw9o5Q— Odisha Reporter (@OdishaReporter) June 19, 2023
- Jun 19, 2023 13:53 IST
ପ୍ରତିବର୍ଷ ନୂଆ ରଥ କ’ଣ ନିହାତି ଦରକାର?
କେବଳ ଶ୍ରୀକ୍ଷେତ୍ର ରଥଯାତ୍ରା ପାଇଁ ୧୨ ପ୍ରକାର ବୃକ୍ଷର ୧,୧୦୦ରୁ ଅଧିକ ବଡ଼ ବଡ଼ କାଠଗଣ୍ଡି ଆବଶ୍ୟକ ହୋଇଥାଏ। ପ୍ରତିବର୍ଷ ଫାଶି, ଅସନ ଓ ଧଉରା ପ୍ରଜାତିର ଆଠ ଫୁଟ ଉଚ୍ଚତା ବିଶିଷ୍ଟ ୮୬୫ ଖଣ୍ଡ କାଠଗଣ୍ଡି ଆବଶ୍ୟକ ହୋଇଥାଏ, ଅଧିକ ପଢ଼ନ୍ତୁ...
- Jun 19, 2023 12:33 IST
ରଥଯାତ୍ରାରେ ପୁରୀ ଆସୁଛନ୍ତି କି ? ଜାଣନ୍ତୁ କେଉଁଠି ଗାଡ଼ି ପାର୍କିଂ କରିବେ
ରଥଯାତ୍ରା ପାଇଁ ସିଂହଦ୍ୱାର ଯିବ ରଥ। ନବଯୌବନ ଦର୍ଶନ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଟ୍ରାଫିକ ଆରେଞ୍ଜମେଣ୍ଟକୁ ନେଇ ଏଡିଜି ଅମିତାଭ ଠାକୁରଙ୍କ ପ୍ରେସମିଟ । ପୁରୀର ସାହି ଓ ସେବାୟତ ମାନଙ୍କ ସହ ଆଲୋଚନା ପରେ ପ୍ରସ୍ତୁତ ହୋଇଛି ପ୍ଲାନ। ସ୍ଥାନୀୟ ଲୋକଙ୍କ ଯିବା ଆସିବାରେ ଅସୁବିଧା ନହେବା ପାଇଁ ଚିହ୍ନଟ କରିବାକୁ ରହିବେ ସ୍ଥାନୀୟ ସ୍ବେଛାସେବୀ। ଅଧିକ ପଢ଼ନ୍ତୁ...
- Jun 19, 2023 12:32 IST
ଶ୍ରୀଜଗନ୍ନାଥଙ୍କ ରଥର ନାଁ ‘ନନ୍ଦିଘୋଷ’ କାହିଁକି?
ମହାପ୍ରଭୁ ଶ୍ରୀଜଗନ୍ନାଥ ଯେମିତି ଆମମାନଙ୍କ ପାଇଁ ଅତି ଆପଣାର, ଠିକ୍ ସେମିତି ତାଙ୍କ ସହ ଜଡ଼ିତ ସବୁ କାହାଣୀ ବି ଅତ୍ୟନ୍ତ ରୋଚକ। କେବେ ଭାବିଛନ୍ତି କି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥର ନାଁ ନନ୍ଦିଘୋଷ କ’ଣ ପାଇଁ? ତା’ ହେଲେ ଆସନ୍ତୁ ଜାଣିବା ନନ୍ଦିଘୋଷ ସମ୍ପର୍କରେ କିଛି ଅଜଣା କଥା, ଅଧିକ ପଢ଼ନ୍ତୁ...
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
