ଓଡ଼ିଶାର ପ୍ରଧାନ ମହାଲେଖାକାର ଅନନ୍ତ କିଶୋର ବେହେରାଙ୍କ ପରଲୋକ

ମୃତ୍ୟୁ ବେଳକୁ ଅନନ୍ତ କିଶୋର ବେହେରାଙ୍କୁ ୫୨ ବର୍ଷ ହୋଇଥିଲା।

ଅନନ୍ତ କିଶୋର ବେହେରା

  • Published: Sunday, 15 October 2023
  • , Updated: 15 October 2023, 07:25 AM IST

ଭାରତୀୟ ଅଡିଟ ଓ ଏକାଉଣ୍ଟସ ସେବାର ବରିଷ୍ଠ ଅଧିକାରୀ ତଥା ଓଡ଼ିଶାର ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ ) ଅନନ୍ତ କିଶୋର ବେହେରାଙ୍କର ଶନିବାର ରାତିରେ ଭୁବନେଶ୍ୱର ଏମ୍ସରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା। ସେ ଫୁସ୍‌ଫୁସ୍ ଜନିତ ରୋଗରେ ପୀଡ଼ିତ ଥିଲେ।

ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ବଡ଼ ଭାଇ ବିଷ୍ଣୁ ଚରଣ ବେହେରା ଓ ପତ୍ନୀ ଜୟଶ୍ରୀ ପରିଡ଼ା ଉପସ୍ଥିତ ଥିଲେ। ଖବର ପାଇ ପ୍ରଧାନ ମହାଲେଖାକାର (ଅଡିଟ୍‌) ରାଜ କୁମାର, ମହାଲେଖାକାର ବିଶ୍ୱନାଥ ସିଂହ ଜାଦୋନ, ବରିଷ୍ଠ ଉପ-ମହଲେଖାକର ଦୀପକ ରଘୁ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଏମ୍ସରେ ପହଞ୍ଚିଥିଲେ।

ଅନନ୍ତ କିଶୋର ବେହେରା କଟକ ଜିଲ୍ଲା ମାହାଙ୍ଗା ନିକଟବର୍ତ୍ତୀ କୁଆଁପାଳ କୁହୁଣ୍ଡା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ।

Related story