ବୈଜୟନ୍ତ ପଣ୍ଡାଙ୍କ ସହ ଆଲୋଚନା କଲେ ଅଷ୍ଟ୍ରେଲିଆ ସିନେଟ ସଭାପତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଶ୍ୱ ମାନଚିତ୍ରରେ ଭାରତର ଲୋକପ୍ରିୟତା ଓ ଅଭିବୃଦ୍ଧି ଏବଂ ପୃଥିବୀର ସର୍ବବୃହତ ରାଜନୈତିକ ଦଳ ବିଜେପିର ଲୋକପ୍ରିୟତା ସେମାନଙ୍କୁ ଆକୃଷ୍ଟ କରିଥିବା ମତ ପ୍ରକାଶ କରିଛନ୍ତି।

BJP

ଅଷ୍ଟ୍ରେଲିଆ ସିନେଟ୍‌ ସଭାପତିଙ୍କ ନେତୃତ୍ୱରେ ଆସିଥିବା ସାଂସଦ ପତିନିଧି ଦଳ ବୈଜୟନ୍ତ ପଣ୍ଡାଙ୍କ ସହ ଆଲୋଚନା କରୁଛନ୍ତି

Manoranjan Sial
  • Published: Wednesday, 11 October 2023
  • , Updated: 12 October 2023, 11:44 AM IST

ଅଷ୍ଟ୍ରେଲିଆ ସିନେଟ୍‌ ସଭାପତି ସୁ.ଲାଇନସ୍‌ ଓ ଅଷ୍ଟ୍ରେଲିଆ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ ବାଚସ୍ପତି ମିଲଟନ୍‌ ଡିକ୍‌ଙ୍କ ନେତୃତ୍ୱରେ ଏକ ୬ ଜଣିଆ ସାଂସଦ ପ୍ରତିନିଧି ଦଳ ଆଜି ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କୁ ତାଙ୍କ ବାସ ଭବନରେ ସାକ୍ଷାତ କରିଛନ୍ତି। ଏହି ସମୟରେ ଭାରତ-ଅଷ୍ଟ୍ରେଲିଆ ସୁସର୍ମ୍ପକ ନେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଶ୍ୱ ମାନଚିତ୍ରରେ ଭାରତର ଲୋକପ୍ରିୟତା ଓ ଅଭିବୃଦ୍ଧି ଏବଂ ପୃଥିବୀର ସର୍ବବୃହତ ରାଜନୈତିକ ଦଳ ବିଜେପିର ଲୋକପ୍ରିୟତା ସେମାନଙ୍କୁ ଆକୃଷ୍ଟ କରିଥିବା ମତ ପ୍ରକାଶ କରିଛନ୍ତି। ଏହି ଆଲୋଚନାରେ ଭାରତ-ଅଷ୍ଟ୍ରେଲିଆର ସୁସର୍ମ୍ପକ ନେଇ ସଫଳ ଆଲୋଚନା ହୋଇଥିବା ଜଣାପଡିଛି। ଅନ୍ୟମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ସାଂସଦ ଲିବି କୋକର, ମୁଖ୍ୟ ସଚେତକ ଯୋଆନି ରିୟାନ, ସିନେଟର ଡିନ୍‌ ସ୍ମିଥ, ସିନେଟର ରାଲିଫ୍‌ ବାବେଟ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଆଲୋଚନା ବେଶ୍‌ ଫଳପ୍ରଦ ହୋଇଥିବା ଶ୍ରୀଯୁକ୍ତ ପଣ୍ଡା କହିଛନ୍ତି।

Related story