Advertisment

ଇ-ଚାଲାଣ କଟିଥିବା ଗାଡ଼ି ମାଲିକଙ୍କୁ ମିଳିପାରେ ଆଶ୍ୱସ୍ତି, ଆସିପାରେ ଓଟିଏସ୍‌ ବ୍ୟବସ୍ଥା

ପରିବହନ ବିଭାଗ ତଥ୍ୟ କହୁଛି ୨୦୨୦ରୁ ଚଳିତ ବର୍ଷ ମେ ମାସ ଭିତରେ ଟ୍ରାଫିକ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ମୋଟ ୫୬ ଲକ୍ଷ ୮୧ ହଜାର ୯୯୩ଟି ଇ-ଚାଲାଣ କଟାଯାଇଥିଲା।

author-image
Jitendra Garnayak
Road Transport

Road Transport

ଟ୍ରାଫିକ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ଇ-ଚାଲାଣ କଟିଥିବା ଗାଡ଼ି ମାଲିକଙ୍କୁ ମିଳିପାରେ ଆଶ୍ୱସ୍ତି। ସରକାର ଆଣିପାରନ୍ତି ୱାନ୍ ଟାଇମ୍ ସେଟେଲମେଣ୍ଟ (OTS) ବ୍ୟବସ୍ଥା। କିନ୍ତୁ ତା’ପରେ କଡ଼ାକଡ଼ି ହେବ ନିୟମ। ଚାଲାଣ ଅର୍ଥ ଆଦାୟ ପାଇଁ କୋର୍ଟରୁ ପଠାଯିବ ସମନ।

Advertisment

ପରିବାହନ ବିଭାଗର ତଥ୍ୟ ଅନୁସାରେ ୨୦୨୦ରୁ ୨୦୨୪ ମଧ୍ୟରେ ରାଜ୍ୟରେ ଇ-ଚାଲାଣ ବାବଦକୁ ଆଦାୟ ହୋଇ ନପାରି ପଡ଼ି ରହିଛି ୧୨ ଶହ ୧୫ କୋଟି ଟଙ୍କା। ୨୯ ଲକ୍ଷ ୭୭ ହଜାର ୭୧୮ଟି ଇ-ଚାଲାଣ ବାବଦକୁ ପରିବହନ ବିଭାଗରେ ଜରିମାନା ଦାଖଲ କରି ନାହାନ୍ତି ଗାଡ଼ି ମାଲିକ। ଏତେ ପରିମାଣର ଅନାଦେୟ ଜରିମାନ ଅର୍ଥ ଆଦାୟ କରିବାକୁ ଏବେ ୱାନ୍ ଟାଇମ୍ ସେଟେଲମେଣ୍ଟ ବା OTS ପରିକଳ୍ପନା କରୁଛନ୍ତି ରାଜ୍ୟ ସରକାର।

ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା କହିଛନ୍ତି, ଗଲା ୪ ବର୍ଷରେ ଇ-ଚାଲାଣ ବାବଦକୁ ଅର୍ଥକୁ OTS ଜରିଆରେ ଆଦାୟ କରାଯିବା ପରେ ନିୟମ କଡ଼ାକଡ଼ି ହେବ। ପରବର୍ତ୍ତୀ ସମୟରେ ଅର୍ଥ ଆଦାୟ ପାଇଁ କୋର୍ଟରୁ ସମନ ମଧ୍ୟ ପହଞ୍ଚିବ।

Advertisment

ପରିବହନ ବିଭାଗ ତଥ୍ୟ କହୁଛି ୨୦୨୦ରୁ ଚଳିତ ବର୍ଷ ମେ ମାସ ଭିତରେ ଟ୍ରାଫିକ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ମୋଟ ୫୬ ଲକ୍ଷ ୮୧ ହଜାର ୯୯୩ଟି ଇ-ଚାଲାଣ କଟାଯାଇଥିଲା। ସେ ଭିତରୁ ଏବେ ବି ୨୯ ଲକ୍ଷ ୭୭ ହଜାର ୭୧୮ଟି ଚାଲାଣ ବାବଦକୁ ଜରିମାନା ଅର୍ଥ ଆଦାୟ ହୋଇପାରିନି, ଯାହା ବିଭାଗ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏତେ ପରିମାଣରେ ଇ-ଚାଲାଣ କେମିତି କଟାଗଲା ଏବଂ ଚାଲାଣ ବାବଦକୁ ଜରିମାନା ଅର୍ଥ କାହିଁକି ଅନାଦେୟ ରହିଲା, ତାର କାରଣ ଦର୍ଶାଇଛନ୍ତି ସଡ଼କ ସୁରକ୍ଷା କର୍ମୀ ରବି ଶତପଥୀ। ତାଙ୍କ ମତରେ ଦୁର୍ଘଟଣା ରୋକିବାକୁ ପରିବହନ ଓ ପୁଲିସ ବିଭାଗ କେବଳ ଗାଡ଼ି ଚାଳକଙ୍କଠାରୁ ଫାଇନ୍ କାଟିବାକୁ ହିଁ ମୁଖ୍ୟ କାମ ଭାବି ନେଇଥିଲେ। ଆଉ ଏ ଭିତରେ ବହୁ ସଂଖ୍ୟାରେ ଫାଇନ ଅନାବଶ୍ୟକ ଭାବେ କଟାଯାଇଛି।