ଶ୍ରମିକଙ୍କ ପେଟରେ ରାଜ୍ୟ ସରକାରଙ୍କ ଲାତ: ସଂଶୋଧନ ହେଉନି ସର୍ବନିମ୍ନ ମଜୁରୀ, ୫ ବର୍ଷରେ ବଢ଼ିଛି ମାତ୍ର ୬୫ଟଙ୍କା

ଆଜି ରାଜ୍ୟ ଶ୍ରମ କମିଶନରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଶ୍ରମିକମାନଙ୍କ ଦୈନିକ ମଜୁରୀରେ ପରିବର୍ତ୍ତନଶୀଳ ମହଙ୍ଗା ଭତ୍ତା(ଭିଡିଏ)ରେ ୭ଟଙ୍କା ବୃଦ୍ଧି ହୋଇଛି ।

Wages

Representative Images

Ordigital Desk
  • Published: Wednesday, 04 October 2023
  • Updated: 04 October 2023, 08:33 PM IST

Sports

Latest News

ଦରଦାମ ଆକାଶଛୁଆ ବୃଦ୍ଧି ପାଉଛି, କିନ୍ତୁ ଶ୍ରମିକଙ୍କ ମଜୁରୀ ବଢ଼ୁନି । ଧର୍ମକୁ ଆଖିଠାର ମାରିବା ଭଳି ୬ମାସରେ ଥରେ ୫-୭ଟଙ୍କା ଭତ୍ତା ବଢ଼ାଇ ଦେଇ ମଜୁରୀ ବଢ଼ିଲା ବୋଲି ସରକାର ଚତୁରତାର ସହ ଗଣମାଧ୍ୟମରେ ପ୍ରଚାର କରାଇ ନେଉଛନ୍ତି । ଶେଷଥର ପାଇଁ ୨୦୧୮ ଅକ୍ଟୋବର ମାସରେ ରାଜ୍ୟରେ ସର୍ବନିମ୍ନ ମଜୁରୀରେ ସଂଶୋଧନ ହୋଇଥିଲା । ଆଉ ଏହି ବିଗତ ୫ବର୍ଷ ମଧ୍ୟରେ ଖାଉଟି ସାମଗ୍ରୀଠୁ ଆରମ୍ଭ କରି ଦୈନନ୍ଦିନ ସାମଗ୍ରୀର ଦର ପ୍ରାୟ ଦ୍ୱିଗୁଣ ବଢ଼ିଥିଲେ ବି ରାଜ୍ୟର ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରୀକୁ ସଂଶୋଧନ କରିବା ଦିଗରେ ନବୀନ ପଟ୍ଟନାୟକ ସରକାର ଆଗ୍ରହ ଦେଖାଇ ନାହାନ୍ତି । ଯଦିଓ ରାଜ୍ୟରେ ବିଭିନ୍ନ ବର୍ଗର ପ୍ରାୟ ଦେଢ଼ କୋଟିରୁ ଅଧିକ ଶ୍ରମିକ ଅଛନ୍ତି ଓ ୫ବର୍ଷ ମଧ୍ୟରେ ମହଙ୍ଗା ଭତ୍ତା ଭାବେ ମୋଟ୍ ମାତ୍ର ୬୫ଟଙ୍କାରୁ ୭୨ଟଙ୍କା ବୃଦ୍ଧି ପାଇଛି ।

ଆଜି ରାଜ୍ୟ ଶ୍ରମ କମିଶନରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଶ୍ରମିକମାନଙ୍କ ଦୈନିକ ମଜୁରୀରେ ପରିବର୍ତ୍ତନଶୀଳ ମହଙ୍ଗା ଭତ୍ତା(ଭିଡିଏ)ରେ ୭ଟଙ୍କା ବୃଦ୍ଧି ହୋଇଛି । ଏହି ବର୍ଦ୍ଧିତ ଭିଡିଏ ଯୋଗୁ ଅଣକୁଶଳୀ ଶ୍ରମିକଙ୍କ ଦୈନିକ ସର୍ବନିମ୍ନ ମଜୁରୀ ୩୪୫ରୁ ୩୫୨ଟଙ୍କା, ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ ୩୮୫ରୁ ୩୯୨ଟଙ୍କା, କୁଶଳୀ ଶ୍ରମିକଙ୍କ ମଜୁରୀରେ ୪୩୫ରୁ ୪୪୨ଟଙ୍କା ଓ ଉଚ୍ଚକୁଶଳୀ ଶ୍ରମିକଙ୍କ ଦୈନିକ ସର୍ବନିମ୍ନ ମଜୁରୀ ପରିମାଣ ୪୯୫ଟଙ୍କାରୁ ୫୦୨ଟଙ୍କାକୁ ବୃଦ୍ଧି ପାଇଛି । ଏହି ବର୍ଦ୍ଧିତ ଭିଡିଏ ପିଛିଲା ଭାବେ ଚଳିତମାସ ପହିଲାରୁ କାର୍ଯ୍ୟକାରୀ ହେବ । ଶେଷଥର ଚଳିତବର୍ଷ ଏପ୍ରିଲ ୫ତାରିଖରେ ୧୨ଟଙ୍କା ଭିଡିଏ ବୃଦ୍ଧି ପାଇଥିଲା । ଶ୍ରମିକଙ୍କ ସ୍ୱାର୍ଥରେ ରାଜ୍ୟ ସରକାର ପ୍ରତି ୬ମାସରେ ରାଜ୍ୟ ସର୍ବନିମ୍ନ ମଜୁରୀ ପରାମର୍ଶଦାତା ବୋର୍ଡର ପରାମର୍ଶରେ ଶ୍ରମିକଙ୍କ ପରିବର୍ତ୍ତନୀୟ ମହଙ୍ଗା ଭତ୍ତାକୁ ସଂଶୋଧନ କରିଥାନ୍ତି । ଏହି ମଜୁରୀ ଉପରେ ଭିଡିଏ ବୃଦ୍ଧିରୁ ୮୯ଟି କ୍ଷେତ୍ରର ଶ୍ରମିକମାନେ ଉପକୃତ ହେବେ ।

ତେବେ ରାଜ୍ୟରେ ବିଭିନ୍ନ ବର୍ଗର ପ୍ରାୟ ଦେଢ଼କୋଟିରୁ ଅଧିକ ଶ୍ରମିକ ଥିବାବେଳେ  ରାଜ୍ୟ ସରକାର ଗତ ୫ବର୍ଷ ଧରି ସର୍ବନିମ୍ନ ମଜୁରୀରେ ସଂଶୋଧନ ନକରି ପରୋକ୍ଷରେ ସେମାନଙ୍କ ପେଟରେ ଲାତ ମାରିବାକୁ ପଛାଇ ନାହାନ୍ତି । ଦରଦାମ ଆକାଶଛୁଆଁ ବୃଦ୍ଧି ପାଉଥିଲେ ମଧ୍ୟ ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରୀରେ ସଂଶୋଧନ ହେଉନି । ଯଦିଓ ଶାସକ ବିଜେଡି ନିଜସ୍ୱ ଶ୍ରମିକ ସାମ୍ମୁଖ୍ୟ ଗଠନ କରି ଶ୍ରମିକମାନଙ୍କ ସ୍ୱାର୍ଥ ପାଇଁ କାମ କରୁଛି ବୋଲି ଡିଣ୍ଡିମ ପିଟୁଛି, ତଥାପି ରାଜ୍ୟର କ୍ଷମତାସୀନ ବିଜେଡି ସରକାର ୫ବର୍ଷ ବିତିଯାଇଥିଲେ ମଧ୍ୟ ଶ୍ରମିକ ସର୍ବନିମ୍ନ ମଜୁରୀରେ ସଂଶୋଧନ କରିବାକୁ ଆଗ୍ରହ ଦେଖାଇନାହାନ୍ତି । ୨୦୧୮ ଅକ୍ଟୋବର ମାସରେ ରାଜ୍ୟରେ ସବୁବର୍ଗର ଶ୍ରମିକଙ୍କ ସର୍ବନିମ୍ନ ମଜୁରୀରେ ସଂଶୋଧନ ହୋଇଥିଲା । ଅଲଇଣ୍ଡିଆ କଞ୍ଜୁମର ପ୍ରାଇସ୍ ଇଣ୍ଡେକ୍ସ ନମ୍ବର ଫର ଇଣ୍ଡଷ୍ଟ୍ରିଆଲ ୱାର୍କସ(ମୂଳ ଆଧାର ୨୦୦୧=୧୦୦) ଅନୁସାରେ ୨୦୧୮ ମସିହାରେ ରାଜ୍ୟ ସରକାର ସର୍ବନିମ୍ନ ମଜୁରୀ ସଂଶୋଧନ କରିଥିଲେ । ଇତିମଧ୍ୟରେ ଅଲଇଣ୍ଡିଆ କଞ୍ଜୁମର ପ୍ରାଇସ୍ ଇଣ୍ଡେକ୍ସ ନମ୍ବର ଫର ଇଣ୍ଡଷ୍ଟ୍ରିଆଲ ୱାକର୍ସ (ମୂଳ ଆଧାର ୨୦୧୬=୧୦୦) ଆଧାରରେ ଅନେକ ରାଜ୍ୟରେ ସର୍ବନିମ୍ନ ମଜୁରୀରେ ସଂଶୋଧନ ହୋଇସାରିଥିଲେ ମଧ୍ୟ ଓଡ଼ିଶା ସରକାର ଆନ୍ତରିକତା ଦେଖାଇନାହାନ୍ତି ।

Also Read

ଉଲ୍ଲେଖଯୋଗ୍ୟ, ୨୦୧୧-୧୨ ଜାତୀୟ ସର୍ଭେ ଅନୁସାରେ ଓଡ଼ିଶାରେ ୧୫ରୁ ୫୯ବର୍ଷ ବୟସର ବିଭିନ୍ନ ବର୍ଗର ଶ୍ରମିକଙ୍କ ମଧ୍ୟରୁ ୨୩.୧୧ ପ୍ରତିଶତ ଶିଳ୍ପ କ୍ଷେତ୍ରରେ, ୨୪.୯୪ ପ୍ରତିଶତ ସେବା କ୍ଷେତ୍ରରେ, ୦.୫୦ ପ୍ରତିଶତ ଖଣି କ୍ଷେତ୍ରରେ ଓ ବାକି କୃଷି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ସେହିପରି ଏମାନଙ୍କ ମଧ୍ୟରେ ଅଣସଂଗଠିତ କ୍ଷେତ୍ରରେ ୮୬.୫୭ ପ୍ରତିଶତ ଶ୍ରମିକ ଓ ସଂଗଠିତ କ୍ଷେତ୍ରରେ ୧୩.୪୩ ପ୍ରତିଶତ ଶ୍ରମିକ କାର୍ଯ୍ୟ କରୁଛନ୍ତି ।

ସୂଚନାଯୋଗ୍ୟ, ୨୦୧୮ ଅକ୍ଟୋବର ମାସରେ ଶେଷଥର ପାଇଁ ରାଜ୍ୟ ସରକାର ସର୍ବନିମ୍ନ ମଜୁରୀର ସଂଶୋଧନ କରି ଅଣକୁଶଳୀଙ୍କ ସର୍ବନିମ୍ନ ମଜୁରୀକୁ ୨୮୦ଟଙ୍କା, ଅର୍ଦ୍ଧକୁଶଳୀଙ୍କ ୩୨୦ଟଙ୍କା, କୁଶଳୀଙ୍କ ମଜୁରୀ ୩୭୦ଟଙ୍କା ଓ ଉଚ୍ଚକୁଶଳୀଙ୍କ ସର୍ବନିମ୍ନ ପାରିଶ୍ରମିକ ୪୩୦ଟଙ୍କାକୁ ବୃଦ୍ଧି କରିଥିଲେ । ଇତିମଧ୍ୟରେ ୫ବର୍ଷ ବିତିଯାଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଏହି ସର୍ବନିମ୍ନ ମଜୁରୀରେ ମାତ୍ର ୬୫ରୁ ୭୨ଟଙ୍କା ବୃଦ୍ଧି ପାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story