ମୋଦି ୨-୦କୁ ପୂରିଲା ୧୦୦ ଦିନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ସରକାରକୁ ଆଜି ୧୦୦ ଦିନ ପୂରଣ ହୋଇଛି। ଏହି ୧୦୦ ଦିନ ମଧ୍ୟରେ ମୋଦିଙ୍କ ଦ୍ୱିତୀୟ ସରକାର ପ୍ରତିଶ୍ରୁତିବଦ୍ଧ ସରକାର ବୋଲି ପ୍ରମାଣ କରିଛି। ଅନ୍ୟପଟେ ଆର୍ଥିକ ମାନ୍ଦାବସ୍ଥାକୁ ନେଇ ସରକାର ମଧ୍ୟ କାଠଗଡ଼ାରେ ଠିଆ ହୋଇଛନ୍ତି। ସଂସଦର ଉଭୟ ସଦନରେ ଯେତେବେଳେ ମୋଦି ସରକାର ତାଙ୍କ ପ୍ରଥମ ଅଧିବେଶନରେ ଟ୍ରିପିଲ୍ ତଲାକ୍ ବିଲ୍ ପାସ୍ କରିଥିଲେ ସେତେବେଳେ ଜଣାପଡ଼ିଥିଲା ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ‘ନ୍ୟୁ ଇଣ୍ଡିଆ ସ୍ୱପ୍ନ’କୁ ଶୀଘ୍ର […]

modi

modi

Subhransu Sekhar
  • Published: Saturday, 07 September 2019
  • Updated: 07 September 2019, 05:06 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ସରକାରକୁ ଆଜି ୧୦୦ ଦିନ ପୂରଣ ହୋଇଛି। ଏହି ୧୦୦ ଦିନ ମଧ୍ୟରେ ମୋଦିଙ୍କ ଦ୍ୱିତୀୟ ସରକାର ପ୍ରତିଶ୍ରୁତିବଦ୍ଧ ସରକାର ବୋଲି ପ୍ରମାଣ କରିଛି। ଅନ୍ୟପଟେ ଆର୍ଥିକ ମାନ୍ଦାବସ୍ଥାକୁ ନେଇ ସରକାର ମଧ୍ୟ କାଠଗଡ଼ାରେ ଠିଆ ହୋଇଛନ୍ତି।

ସଂସଦର ଉଭୟ ସଦନରେ ଯେତେବେଳେ ମୋଦି ସରକାର ତାଙ୍କ ପ୍ରଥମ ଅଧିବେଶନରେ ଟ୍ରିପିଲ୍ ତଲାକ୍ ବିଲ୍ ପାସ୍ କରିଥିଲେ ସେତେବେଳେ ଜଣାପଡ଼ିଥିଲା ପ୍ରଧାନମନ୍ତ୍ରୀ ମୋଦି ତାଙ୍କ 'ନ୍ୟୁ ଇଣ୍ଡିଆ ସ୍ୱପ୍ନ'କୁ ଶୀଘ୍ର ଆଗକୁ ନେବାକୁ ଯାଉଛନ୍ତି। କାରଣ ରାଜ୍ୟସଭାରେ ଶାସକ ଦଳର ସଂଖ୍ୟା ଏତେ ନଥିଲା। ହେଲେ ୟୁପିଏ ଓ ଏନଡିଏ ମେଣ୍ଟରେ ନଥିବା ଦଳର ସାଂସଦ ଗୃହରେ ବିଲ୍ ପାଇଁ ଭୋଟିଂ ବେଳେ କକ୍ଷତ୍ୟାଗ କରିବା ମୋଦି ସରକାରଙ୍କ ପାଇଁ ବିଲ୍ ପାସ୍ କରିବାକୁ ସହଜ କରିଦେଇଥିଲା। କୌଣସି ଦଳ ମଧ୍ୟ ଆକଳନ କରିନଥିଲା ମୋଦି ସରକାର ତାଙ୍କ ପ୍ରଥମ ଅଧିବେଶନରେ ଟ୍ରିପିଲ୍ ତଲାକ୍ ବିଲ୍ ସଂସଦରେ ଉପସ୍ଥାପନ କରିବେ। ହେଲେ ଉଭୟ ସଦନରେ ବିଲ୍ ପାସ କରାଇ ସମସ୍ତ ବିରୋଧୀଙ୍କୁ ଚମକାଇ ଦେଇଥିଲେ। ଏଥିସହିତ ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ୧୦୦ ଦିନ ମଧ୍ୟରେ କରି ଦେଖାଇଥିଲେ।

ସେହିପରି ସଂସଦର ପ୍ରଥମ ଅଧିବେଶନ ଶେଷ ହୋଇ ଆସୁଥିବାବେଳେ ଜମ୍ମୁ କଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେଉଥିବା ଧାରା ୩୭୦ ଓ ୩୫(ଏ)କୁ ହଟାଇ ବିରୋଧୀଙ୍କୁ ଚକମା ଦେଇଥିଲେ। ପ୍ରଥମେ ରାଜ୍ୟସଭାରେ ଅଗଷ୍ଟ ୫ରେ ଏହି ବିଲ୍ ସରକାର ଆଣିଥିଲେ ମଧ୍ୟ ଭୋଟିଂ ବେଳେ ଶାସକ ଦଳର ବିଜୟ ହୋଇଥିଲା। ଏହାପରେ ଲୋକସଭାରେ ଅଗଷ୍ଟ ୯ରେ ଏହି ବିଲ୍ ପାସ୍ ହୋଇଥିଲା। ଦେଶ ସ୍ୱାଧୀନ ହେବା ପରଠୁଁ ଜମ୍ମୁ କଶ୍ମୀର ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିଲା। ହେଲେ ଏହି ଆଇନକୁ କେହି ଉଚ୍ଛେଦ କରି ପାରୁନଥିଲେ। କିନ୍ତୁ ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତିକୁ ଆଧାର କରି ମୋଦି ସରକାର ନିଜ ଦୃଢ଼ ପ୍ରତିବଦ୍ଧତାର ପରିଚୟ ଦେଇଥିଲେ।

ସେହିପରି ବ୍ୟକ୍ତି ବିଶେଷଙ୍କୁ ଆତଙ୍କବାଦୀ ଘୋଷଣା କରିବା ପାଇଁ ୟଏପିଏ ବିଲ୍ ମଧ୍ୟ ସଂସଦରେ ଗୃହୀତ ହୋଇ ଏହା ଏକ ମଜବୁତ୍ ସରକାର ବୋଲି ପ୍ରମାଣିତ କରିଛି। କିନ୍ତୁ ସୂଚନା ଅଧିକାର ଆଇନ ବା ଆରଟିଆଇରେ ସଂଶୋଧନକୁ ଅନେକ ଲୋକ ଠିକରେ ଗ୍ରହଣ କରିନାହାନ୍ତି। ଏହି ସଂଶୋଧନ ସୂଚନା କମିଶନ ଓ ଲୋକଙ୍କ ଏ ସଂପର୍କୀତ ଅଧିକାରକୁ ଦୁର୍ବଳ କରିବା ପାଇଁ ଉଦ୍ଦିଷ୍ଟ ବୋଲି ସମାଲୋଚନା କରାଯାଉଛି।

ବଢ଼ୁଥିବା ସଡ଼କ ଦୁର୍ଘଟଣାକୁ ନିୟନ୍ତ୍ରଣରେ ଆଣିବା ପାଇଁ ମୋଦି ସରକାର ମୋଟର ଭେଇକିଲ୍ ଆକ୍ଟକୁ ସଂଶୋଧନ କରିଛନ୍ତି। ଯେଉଁଥିରେ ଅନେକ ନିୟମ ନୂଆ ରହିଥିବା ବେଳେ ପୂର୍ବ ନିୟମ ଗୁଡ଼ିକରେ ଥିବା ଜୋରିମାନାକୁ ବୃଦ୍ଧି କରିଛନ୍ତି। ସେପ୍ଟେମ୍ୱର ପହିଲାରୁ ଏହି ନିୟମ ସାରା ଦେଶରେ ଲାଗୁ ହୋଇଛି। ହେଲେ ଗୁଜରାଟ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ପଶ୍ଚିମବଙ୍ଗ ସରକାର ଏହି ନୂଆ ନିୟମକୁ ଏଯାବତ୍ କାର୍ଯ୍ୟକାରୀ କରି ନାହାନ୍ତି। କେନ୍ଦ୍ର ସରକାରଙ୍କ ଏହି ନୂଆ ନିଷ୍ପତ୍ତିକୁ ନେଇ କିନ୍ତୁ ଚାରିଆଡ଼େ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ନିୟମ କଡ଼ାକଡ଼ି କରିବାକୁ ଯାଇ ଗାଡ଼ି ଓ କାର ଚାଳକ ଅନେକ ହଇରାଣ ହେଉଥିବା ଦେଖିବାକୁ ମିଳିଥିବାରୁ ମୋଦି ସରକାରଙ୍କ ବିରୋଧରେ ଅସନ୍ତୋଷ ତେଜିଛି।

ଜୀରୋ ଦୁର୍ନୀତିର ନାରା ଦେଇ ୨୦୧୪ରେ ପ୍ରଥମେ କ୍ଷମତାକୁ ଆସିଥିଲା ମୋଦି ସରକାର। ଦ୍ୱିତୀୟ ସରକାରକୁ ଆସିବା ପୂର୍ବରୁ ନିଜର ନିର୍ବାଚନୀ ଇସ୍ତାହାର ଏବଂ  ନିର୍ବାଚନୀ ସଭାରେ ମୋଦି କହିଥିଲେ ପ୍ରଥମ ସରକାର ବେଳେ ଦୁର୍ନୀତି ଖୋର୍ ନେତା ଅଧିକାରୀଙ୍କୁ ଜେଲ୍ ପାଖକୁ ଆଣିଛି। ଦ୍ୱିତୀୟ ଥର କ୍ଷମତାକୁ ଆସିଲେ ଜେଲରେ ପୂରାଇ ଦେବି। ନିକଟରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଚିଦାମ୍ୱରମ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଜେଲ୍ ଯାଇଛନ୍ତି। ସେହିପରି ଦୁର୍ନୀତିକୁ ପ୍ରଶ୍ରୟ ଦେଉଥିବା ଅନକେ ବଡ଼ ବଡ଼ ଅଧିକାରୀଙ୍କୁ ମଧ୍ୟ ସରକାର ଜୋର ଜବରଦସ୍ତି ଅବସର ଦେଇଛନ୍ତି।

ତେବେ ଚଳିତ ମାସ ଦେଶର ଅଭିବୃଦ୍ଧି ହାର ୫ ପ୍ରତିଶତ ହେବା ନେଇ ରିପୋର୍ଟ ଆସିବା ପରେ ସରକାର ତାଙ୍କ ଆର୍ଥିକ ନୀତିକୁ ନେଇ ସମାଲୋଚନାର ଶରବ୍ୟ ହୋଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏପରି ଆର୍ଥିକ ବ୍ୟବସ୍ଥା ମନୁଷ୍ୟକୃତ ବୋଲି କହିଛନ୍ତି। ମୋଦିଙ୍କ ପ୍ରଥମ ସରକାରରେ ନିଆଯାଇଥିବା ନୋଟବନ୍ଦୀ ଏବଂ ଜିଏସଟି ଏଥିପାଇଁ ଦାୟୀ ବୋଲି ମନମୋହନ ସିଂହ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story