କୁଲ୍ଲୁ: ହିମାଚଳପ୍ରଦେଶର କୁଲ୍ଲୁ ଜିଲ୍ଲା ଅନ୍ତର୍ଗତ ରାନୀ ନାଲ୍ଲା ଥିବା ପାହଡ଼ ଉପରୁ ଗୋଟିଏ ଯାତ୍ରୀବାହୀ କାର୍ ଖସିପଡ଼ି ୧୧ ଜଣଙ୍କ ଜୀବନ ଯାଇଛି। ପାହାଡ଼ ଉପରୁ ଖସିବା ପରେ କାର୍ଟି ସଂପୂର୍ଣ୍ଣ ଚୂରମାର ହୋଇଯାଇଛି।
ରିପୋର୍ଟ ଅନୁଯାୟୀ,ଏହି କାର୍ରେ କିଛି ପର୍ଯ୍ୟଟକ ଓ ସ୍ଥାନୀୟ ଲୋକ ଥିଲେ। ପ୍ରାଣ ହରାଇଥିବା ୧୧ ଜଣଙ୍କ ମଧ୍ୟରେ ୫ ଜଣ ମହିଳା ଓ ୩ ଜଣ ଶିଶୁ ରହିଛନ୍ତି। ଲଗାଣ ବର୍ଷା ମଧ୍ୟରେ ଘାଟି ରାସ୍ତା ଅତିକ୍ରମ କରୁଥିବା ବେଳେ କାରଟି
ତଳକୁ ଖସିପଡ଼ିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଦୁର୍ଘଟଣାଟି ଗତକାଲି ବିଳମ୍ବିତ ରାତିରେ ଘଟିଥିଲେ ହେଁ ପୁଲିସ୍ ଏ ସମ୍ପର୍କରେ ଆଜି ଖବର ପାଇଥିଲା ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
୭୩୦ ଯବାନ କରିଛନ୍ତି ଆତ୍ମହତ୍ୟା, ୫୫ ହଜାରରୁ ଅଧିକ ଦେଇଛନ୍ତି ଇସ୍ତଫା
ରାଜ୍ୟସଭାରେ ଗୃହ ମନ୍ତ୍ରଣାଳୟ ତଥ୍ୟରୁ ଚାଞ୍ଚଲ୍ୟକର ଖୁଲାସା। ଘରୁ ଛୁଟି ସାରି କାର୍ଯ୍ୟକୁ ଫେରିବା ପରେ ୮୦ ପ୍ରତିଶତ ଯବାନ ଆତ୍ମହତ୍ୟା କରିଛନ୍ତି।
National
ଗୋ’ମାଂସ ଉପରେ ପ୍ରତିବନ୍ଧକ ଲଗାଇଲେ ଆସାମ ସରକାର
ଆସାମରେ ରେଷ୍ଟୁରାଣ୍ଟ, ହୋଟେଲ ଏବଂ ସର୍ବସାଧାରଣ ସ୍ଥାନରେ ଗୋ’ମାଂସ ଉପରେ ସଂପୂର୍ଣ୍ଣ ପ୍ରତିବନ୍ଧକ। ଘୋଷଣା କଲେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା।
Politics
ଗୁଳିକାଣ୍ଡ ପଛରେ 'ଷଡ଼ଯନ୍ତ୍ର' ଥିବା କହିଲେ କେଜ୍ରିୱାଲ, ବର୍ଷିଲା ବିଜେପି
ସୁଖବୀର ସିଂହ ବାଦଲଙ୍କ ଉପରକୁ ଗୁଳିମାଡ଼ ଉଦ୍ୟମକୁ ନେଇ ତେଜିଲା ରାଜନୀତି। ଦିଲ୍ଲୀ ଓ ପଞ୍ଜାବରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ମୁହାଁମୁହିଁ ଆମ୍ ଆଦମୀ ପାର୍ଟି ଓ ବିଜେପି।
National
ଦାଦାଙ୍କୁ ଉଭୟ ସକାଳ ଓ ସନ୍ଧ୍ୟାର ଅନୁଭବ ଅଛି, ଅଜିତଙ୍କୁ କହିଲେ ଏକନାଥ; ସମସ୍ତେ ହସି ହସି ଗଡ଼ିଗଲେ
ଗୁରୁବାର ସନ୍ଧ୍ୟା ସାଢ଼େ ୫ଟାରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜେପି ନେତା ଦେବେନ୍ଦ୍ର ଫଡ଼ନାବିସ।
Politics
ରାହୁଲଙ୍କ ସମ୍ଭଲ ଯାତ୍ରା ଅସଫଳ ହେବା ପରେ ତେଜିଲା ରାଜନୀତି
ବିଜେପି ଓ ଆରଏସଏସ ସମ୍ବିଧାନକୁ ଭାଙ୍ଗିବାରେ ବ୍ୟସ୍ତ ବୋଲି କହିଲେ ଖଡଗେ। ଆରଜି କର ମାମଲାରେ କୋଲକାତା କାହିଁ ଗଲେନି ପଚାରିଲା ବିଜେପି।