୧୧ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ଶାହାବୁଦ୍ଦିନ୍‌

ଭାଗଲପୁର: ଦୀର୍ଘ ୧୧ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ବିହାରର ଆରଜେଡି ନେତା ମହମ୍ମଦ ଶାହାବୁଦ୍ଦିନ୍‌ । ଚର୍ଚ୍ଚିତ ତେଜାବ୍‌ ଘଟଣାରେ ହାଇକୋର୍ଟରୁ ଜାମିନ୍‌ ମିଳିବା ପରେ ଆଜି ସକାଳେ ଭଗଲପୁର ଜେଲରୁ ବାହାରିଛନ୍ତି। ଜେଲ୍‌ରୁ ବାହାରିବା ପରେ ସେ ୧୩୦୦ଟି ଗାଡ଼ିରେ ନିଜ ସମର୍ଥଙ୍କ ସହ ସୀୱାନ୍‌ ଯାଇଛନ୍ତି। ଶାହାବୁଦ୍ଦିନ୍‌ ଜେଲ୍‌ରୁ ବାହାରିବା ପରେ ସୀୱାନ ପ୍ରଶାସନ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି। ଶାହାବୁଦ୍ଦିନ୍‌ ଜେଲ୍‌ରୁ ମୁକୁଳିବା ନେଇ ବିଜେପି ଆପତ୍ତି ଉଠାଇଛି। […]

shahabuddin

shahabuddin

Rakesh Mallick
  • Published: Saturday, 10 September 2016
  • Updated: 10 September 2016, 01:48 PM IST

Sports

Latest News

ଭାଗଲପୁର: ଦୀର୍ଘ ୧୧ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ବିହାରର ଆରଜେଡି ନେତା ମହମ୍ମଦ ଶାହାବୁଦ୍ଦିନ୍‌ । ଚର୍ଚ୍ଚିତ ତେଜାବ୍‌ ଘଟଣାରେ ହାଇକୋର୍ଟରୁ ଜାମିନ୍‌ ମିଳିବା ପରେ ଆଜି ସକାଳେ ଭଗଲପୁର ଜେଲରୁ ବାହାରିଛନ୍ତି। ଜେଲ୍‌ରୁ ବାହାରିବା ପରେ ସେ ୧୩୦୦ଟି ଗାଡ଼ିରେ ନିଜ ସମର୍ଥଙ୍କ ସହ ସୀୱାନ୍‌ ଯାଇଛନ୍ତି।

ଶାହାବୁଦ୍ଦିନ୍‌ ଜେଲ୍‌ରୁ ବାହାରିବା ପରେ ସୀୱାନ ପ୍ରଶାସନ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି। ଶାହାବୁଦ୍ଦିନ୍‌ ଜେଲ୍‌ରୁ ମୁକୁଳିବା ନେଇ ବିଜେପି ଆପତ୍ତି ଉଠାଇଛି। ବିଜେପି କହିଛି,“ଜଙ୍ଗଲରାଜର ପ୍ରତୀକ ଥିବା ଶାହାବୁଦ୍ଦିନ୍‌ ବାହାରକୁ ଆସିବା ପରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି।”

ଜେଲ୍‌ରୁ ବାହାରିବା ପରେ ଶାହାବୁଦ୍ଦିନ୍  ମୁଖ୍ୟମନ୍ତ୍ରୀ ନୀତିଶ୍‌ କୁମାରଙ୍କୁ ଟାଗେର୍ଟ କରି କହିଛନ୍ତି,“ ସେ ମୋର ନେତା ନୁହନ୍ତି, କେବଳ ପରିସ୍ଥିତି କାରଣରୁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଲାଲୁ ପ୍ରସାଦ ଯାଦବ ଆମର ନେତା। ମୋତେ ତାଙ୍କ ଛତ୍ରଛାୟାରେ ରହିବାକୁ ପଡ଼ିବ।”

ସେ କହିଛନ୍ତି,“ମୁଁ ମୋର ଚରିତ୍ର କ’ଣ ପାଇଁ ପରିବର୍ତ୍ତନ କରିବି? ମୁଁ ଯେପରି ଅଛି, ସେମତି ରହିବି। ୨୬ ବର୍ଷ ହେଲା ଲୋକେ ମୋତେ ଗ୍ରହଣ କରିସାରିଛନ୍ତି। ସମସ୍ତେ ଜାଣିଛନ୍ତି ମୋତେ ଫସାଇ ଦିଆଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos