ଚେନ୍ନାଇ: ଦିନକୁ ଦିନ ମହାମାରୀ କରୋନା ଭାଇରସ ତାମିଲନାଡୁରେ କାୟା ବିସ୍ତାର କରିବାରେ ଲାଗିଛି। ଆଜି ଗୋଟିଏ ଦିନରେ ତାମିଲନାଡୁରେ ୧୨୧ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୫୮ରେ ପହଞ୍ଚି ଯାଇଛି।
ଆକ୍ରାନ୍ତ ୨୦୫୮ ଜଣଙ୍କ ମଧ୍ୟରେ ୧୨୧ ଦିନ ଛୋଟ ପିଲା ରହିଛନ୍ତି। ଏମାନଙ୍କ ବୟସ ୧୨ ବର୍ଷରୁ କମ ବୋଲି ତାମିଲନାଡୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ବିଭାଗର ସୂଚନା ଅନୁଯାୟୀ, ଏଯାଏ ରାଜ୍ୟରେ ୧୩୯୧ ପୁରୁଷ ଓ ୬୬୬ ଜଣ ମହିଳା କରୋନାରେ ଆକ୍ରାନ୍ତ ହୋଇଛନ୍ତି।
୨୪ ଘଣ୍ଟା ମଧ୍ୟରେ ଚେନ୍ନାଇରେ ସର୍ବାଧିକ ୧୦୩ ଜଣ କରୋନା ରୋଗୀ ଠାବ ହୋଇଛନ୍ତି। ଫଳରେ ଚେନ୍ନାଇରେ ଆକ୍ରାନ୍ତଙ୍କ ସଂଖ୍ୟା ୬୭୩ରେ ପହଞ୍ଚି ଯାଇଛି। ଅନ୍ୟପକ୍ଷରେ ଏ ଯାଏ ୧୧୨୮ ଜଣ କରୋନା ରୋଗରୁ ମୁକ୍ତି ପାଇଥିବା ବେଳେ ୨୫ ଜଣ ପ୍ରାଣ ହରାଇଛନ୍ତି।
ଆଜିର ତାରିଖ ମଧ୍ୟରେ ୧,୦୧,୮୭୪ ଜଣଙ୍କର କରୋନା ଟେଷ୍ଟ ହୋଇଛି। ୩୦ଟି ସରକାରୀ ଓ ୧୧ଟି ଘରୋଇ ଲ୍ୟାବରେ ଏହି ପରୀକ୍ଷା ଗୁଡ଼ିକ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଆସିଲା ସାଂଘାତିକ ତଥ୍ୟ: ଗୋଟିଏ ସିଗାରେଟ ନେଉଛି ୨୦ ମିନିଟ ଆୟୁଷ
ଗୋଟିଏ ସିଗାରେଟ ଟାଣିବା ଦ୍ୱାରା ମହିଳାଙ୍କ ଆୟୁଷ ୨୨ ମିନିଟ ଓ ପୁରୁଷମାନେ ୧୭ ମିନିଟ ଆୟୁଷ ହରାଉଛନ୍ତି।
Health
ଭଲ ଖବର: ଫେବ୍ରୁଆରୀରୁ ଓଡ଼ିଶାରେ ଆୟୁଷ୍ମାନ ଭାରତ
ବଡ଼ କଥା ହେଲା ଆୟୁଷ୍ମାନ ଭାରତ ଯୋଜନାରେ ଜଣେ ହିତାଧିକାରୀ ସାରା ଦେଶରେ ୨୯ ହଜାର ୬୪୮ ମେଡିକାଲରୁ ମାଗଣା ଚିକିତ୍ସା ସୁବିଧା ପାଇପାରିବେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାତ୍ର ୯୫୭ ହସ୍ପିଟାଲରେ ସ୍ୱାସ୍ଥ୍ୟସେବା ମିଳୁଥିଲା।
Health
ରାସ୍ତାରେ ଯାଉଥିବା ବେଳେ ଛିଣ୍ଡିଗଲା ତାର, ଜୀବନ୍ତ ଜଳି ଗଲେ ବାପା, ଝିଅ ଓ ଭାଣିଜୀ
ହଠାତ୍ ମୁଣ୍ଡ ଉପରେ ଦେଇ ଯାଇଥିବା ହାଇଭୋଲଟେଜର ତାର ରାସ୍ତାରେ ଛିଣ୍ତି ପଡ଼ିଥିଲା। ଏହା ସଂସ୍ପର୍ଶରେ ଆସି ବାଇକରେ ଯାଉଥିବା ବାପା, ଝିଅ ଓ ଭାଣିଜୀ ମାତ୍ର କିଛି ସେକେଣ୍ତ ମଧ୍ୟରେ ଜୀବନ୍ତ ଜଳି ପାଉଁଶ ହୋଇଯାଇଛନ୍ତି।
Health
ଭାରତରେ ବହୁମାତ୍ରାରେ ବିକ୍ରି ହେଉଛି ଏହି ଔଷଧ, ଆମେରିକାରେ ହୋଇଛି ବ୍ୟାନ
'ରେନିଟିଡାଇନ'ରେ କର୍କଟ ରୋଗ ସୃଷ୍ଟିକାରୀ ପଦାର୍ଥ ଥିବା ଦର୍ଶାଇ ବ୍ୟାନ୍ କରିଛି ଆମେରିକା। ଭାରତରେ ବିନା ପ୍ରେସକ୍ରିପସନରେ ମିଳି ଯାଉଛି।
Health
ରାତ୍ର ଭୋଜନ ପରେ ମିଠା ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ
ରାତ୍ର ଭୋଜନ ପରେ ମିଠାଖାଇବା ଦ୍ୱାରା ହୃଦଘାତ ହେବାର ସମ୍ଭାବନା ରହିଛି।