ଲକ୍ଷ୍ନୌ: କଂସବଧ ଦେଖିବାକୁ ଆସିଥିଲେ କିନ୍ତୁ ଯେଉଁ ଅସ୍ତ୍ରରେ କଂସ ପ୍ରତିକୃତିର ଜୀବନ ଯିବାର ଥିଲା, ତାହା ନେଇଛି ୧୪ ବର୍ଷର ଜଣେ ପିଲାର ଜୀବନ। ଉତ୍ତରପ୍ରଦେଶର ଏହି ଘଟଣାରେ ଏହି ପିଲାଟି ‘ଭଗୱତ୍ କଥା’ ଶୁଣିବାପାଇଁ ଆସିଥିଲା କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା।
ପୁଲିସ୍ ସୂଚନା ଅନୁଯାୟୀ ପ୍ରତିଥର ପରି ଏଥର ମଧ୍ୟ କଂସ ପ୍ରତିକୃତି ଏକ ଗଛରେ ଝୁଲୁଥିଲା। ଏହାକୁ ହତ୍ୟା କରିବାର ପ୍ରଥା ପାଳନ ପୂର୍ବକ କଂସ ଉପରେ ଗୁଳି ଚାଳନା କରାଯାଇଥିଲା। କିନ୍ତୁ ଗୁଳି କଂସର କିଛି ମଧ୍ୟ କ୍ଷତି ନକରି ପାଖରେ ଛିଡ଼ା ହୋଇ ଏହି କାର୍ଯ୍ୟକ୍ରମ ଦେଖୁଥିବା ୧୪ ବର୍ଷର ପିଲା ପ୍ରଦୀପର ଛାତିରେ ବାଜିଥିଲା ଏବଂ ସେ ଘଟଣା ସ୍ଥଳରେ ହିଁ ଟଳିପଡ଼ିଥିଲା।
ତାକୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଏହା ପୂର୍ବରୁ ତାଙ୍କର ଜୀବନ ଚାଲିଯାଇଛି ବୋଲି ଡାକ୍ତର ଘୋଷଣା କରିଥିଲେ। ଉତ୍ତରପ୍ରଦେଶରେ ବାହାଘର ଏବଂ ବିଭିନ୍ନ ପର୍ବପର୍ବାଣୀରେ ଏପରି ଗୁଳିଚାଳନାର ପ୍ରଥାକୁ ପ୍ରଶାସନ ନିଷିଦ୍ଧ ଘୋଷଣା କରିଥିଲେ ହେଁ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇପାରିନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ବିଚ୍ ରାସ୍ତାରେ ଜଳିଗଲା କାର୍, ଚାଳକ ଜୀବନ୍ତ ଦଗ୍ଧ
ସେ ନିଆଁ ସମ୍ପର୍କରେ ଜାଣି ଗାଡ଼ି ରଖିବା ପୂର୍ବରୁ ଏହା ବ୍ୟାପି ସାରିଥିଲା। ଫଳରେ ସେ ବାହାରକୁ ବାହାରି ପାରି ନଥିଲେ।
National
ମହିଳା ମନ୍ତ୍ରୀଙ୍କୁ ଦୁର୍ବ୍ୟବହାର ମାମଲା: ବିଜେପି ଏମଏଲସି ସି.ଟି ରବିଙ୍କୁ ଅନ୍ତରୀଣ ଜାମିନ
କର୍ଣ୍ଣାଟକ ମନ୍ତ୍ରୀ ଲକ୍ଷ୍ମୀ ହେବ୍ବଲକରଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେଇଥିବା ଅଭିଯୋଗରେ ବିଜେପି ଏମଏଲସି ସିଟି ରବିଙ୍କୁ ଗିରଫ କରିଥିଲା ପୁଲିସ। ହାଇକୋର୍ଟରୁ ମିଳିଲା ଅନ୍ତରୀଣ ଜାମିନ।
Politics
ସଂସଦରେ ଧକ୍କା କାଣ୍ଡ: ରାହୁଲ ଗାନ୍ଧିଙ୍କ କେସ୍ର ତଦନ୍ତ କରିବ କ୍ରାଇମବ୍ରାଞ୍ଚ
ବିଜେପିର ଅଭିଯୋଗକ୍ରମେ ଦିଲ୍ଲୀ ପୁଲିସ୍ ରାହୁଲ ଗାନ୍ଧିଙ୍କ ନାଁରେ ଉଦ୍ଦେଶ୍ୟମୂଳକ ଭାବେ ଗଭୀର ଆଘାତ ଦେବା, ଅନ୍ୟର ଜୀବନ ପ୍ରତି ତଥା ବ୍ୟକ୍ତିଗତ ସୁରକ୍ଷାରେ ବିପଦ ସୃଷ୍ଟି କରିବା, ଅପରାଧିକ କାର୍ଯ୍ୟକଳାପ ଦ୍ଵାରା ଅନ୍ୟକୁ ଭୟଭୀତ କରାଇବା ଭଳି ଗମ୍ଭୀର ଦଫା ଲଗାଇ ମାମଲା କରିଥିଲା।
National
ବାଂଲାଦେଶ ଓ ପାକିସ୍ତାନରେ ବଢ଼ି ଚାଲିଛି ହିନ୍ଦୁ ବିରୋଧୀ ହିଂସା, ତଥ୍ୟ ଦେଲେ ସରକାର
୨୦୨୪ ବର୍ଷରେ ବାଂଲାଦେଶରେ ହିନ୍ଦୁ ବିରୋଧୀ ହିଂସାର ସଂଖ୍ୟା ୨୨୦୦ ରହିଛି। ବିଶେଷ କରି ଶେଖ ହସିନାଙ୍କ ଆବାମୀ ଲିଗ ସରକାର ଭୁଶୁଡ଼ିବା ପରେ ହିନ୍ଦୁଙ୍କ ବିରୋଧରେ ଅତ୍ୟାଚାର ବଢ଼ିଛି।
Miscellaneous
ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ହେଲାନି ସହମତି; ଛୁଆର ନାଁ ଦେଲେ କୋର୍ଟ
ଛୁଆର ନାଁ ଦେବାକୁ ନେଇ ବିବାଦ ପରେ ଛାଡ଼ପତ୍ର ପାଇଁ କୋର୍ଟ ଯାଏଁ ଗଲେ ଦମ୍ପତ୍ତି। ଶେଷରେ ୩ ବର୍ଷର ଶିଶୁର ନାମକରଣ କରି ବିବାଦ ସମାଧାନ କଲେ କୋର୍ଟ।