ଆତ୍ମହତ୍ୟା କଲେ ଟିକଟକ୍ ଷ୍ଟାର
ନୂଆଦିଲ୍ଲୀ: ୧୬ ବର୍ଷୀୟ ଟିକଟକ ଷ୍ଟାର ତଥା ଡ୍ୟାନ୍ସର ସିଆ କକ୍କର ଆତ୍ମହତ୍ୟା କରିଛନ୍ତି। ତାଙ୍କ ମ୍ୟାନେଜର ଅର୍ଜୁନ୍ ସରିନ୍ ଏ ନେଇ ସୂଚନା ଦେଇଛନ୍ତି। ଅର୍ଜୁନ୍ କହିଛନ୍ତି, ଆତ୍ମହତ୍ୟାର କାରଣ ବ୍ୟକ୍ତିଗତ ଥାଇପାରେ। କାମରେ କୌଣସି ପ୍ରକାର ଅସୁବିଧା ନଥିଲା। ବୁଧବାର ରାତିରେ ସିଆଙ୍କ ସହିତ ନୂଆ ପ୍ରୋଜେକ୍ଚ ବାବଦରେ ମୁଁ କଥା ହୋଇଥିଲି। ସେତେବେଳେ ସେ ସ୍ୱାଭାବିକ ଥିଲେ। ତାଙ୍କ ପାଖରେ ବହୁତ ଟ୍ୟାଲେଣ୍ଟ ଥିଲା।
ତେବେ ସିଆ ଆତ୍ମହତ୍ୟା କରିବାର ୨୦ ଘଣ୍ଟା ପୂର୍ବରୁ ତାଙ୍କ ଇନଷ୍ଟ୍ରାଗ୍ରାମ ଆକାଉଣ୍ଟରେ ନିଜର ଏକ ଡ୍ୟାନ୍ସ ଭିଡିଓ ମଧ୍ୟ ସେୟାର କରିଥିଲେ। ନିକଟରେ ବଲିଉଡ ସୁପରଷ୍ଟାର ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଥିଲେ। ଏହା ପୂର୍ବରୁ କ୍ରାଇମ ପାଟ୍ରୋଲର ଅଭିନେତ୍ରୀ ପ୍ରୀତି ମେହତା ମଧ୍ୟ ଆତ୍ମହତ୍ୟା କରିଥିଲେ। ଏବେ ସିଆଙ୍କ ଆତ୍ମହତ୍ୟା ଖବର ଏଣ୍ଟେରଟେନମେଣ୍ଟ ଦୁନିଆକୁ ଶକ୍ତ ଧକ୍କା ଦେଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।