ନୂଆଦିଲ୍ଲୀ: ମୌସୁମୀ ଅଧିବେଶନର ପ୍ରଥମ ଦିନରେ ୧୭ ଜଣ ସାଂସଦ କରୋନା ପିଜିଟିଭି ବୋଲି ଜଣାପଡିଛି। ଅଧିବେଶନ ପୂର୍ବରୁ ସମସ୍ତ ସାଂସଦଙ୍କର କରୋନା ଯାଞ୍ଚ କରାଯାଇଥିଲା। କରୋନା ପରୀକ୍ଷା ପରେ ବିଜେପି ସାଂସଦ ମୀନାକ୍ଷୀ ଲେଖୀ, ଅନନ୍ତ କୁମାର ହେଗଡେ ଏବଂ ପ୍ରଭେଶ ସାହିବ ସିଂ ଭର୍ମାଙ୍କ ସମେତ ୧୭ ଜଣ ସାଂସଦଙ୍କୁ କରୋନା ହୋଇଛି ବୋଲି ଜଣାପଡିଛି।
ଏହା ବ୍ୟତୀତ ଯେଉଁ ସାଂସଦମାନେ ଆକ୍ରାନ୍ତ ହୋଇଛନ୍ତି ସେମାନେ ହେଲେ ସୁଖବୀର ସିଂ, ପ୍ରତାପ ରାଓ ଯାଦବ, ଜନାର୍ଦ୍ଦନ ସିଂ, ହନୁମାନ ବେନିୱାଲ, ଶେଲଭମ ଜୀ, ପ୍ରତାପ ରାଓ ପାଟିଲ, ରାମଶଙ୍କର କ୍ୟାଥେରିଆ, ସତ୍ୟପାଲ ସିଂ ଏବଂ ଅନ୍ୟମାନେ।
ଏହାପୂର୍ବରୁ ରବିବାର ଦିନ କରୋନା ପରୀକ୍ଷାରେ ୫ ଜଣ ସାଂସଦ କରୋନାରେ ଆକ୍ରାନ୍ତ ଥିବା ଜଣା ପଡ଼ିଥିଲା। ଯେଉଁମାନଙ୍କର କରୋନା ରିପୋର୍ଟ ନେଗେଟିଭ ଆସିଛି ସେମାନେ ହିଁ ସଂସଦ ଭିତରକୁ ପ୍ରବେଶ କରିପାରିବେ।
ସାଂସଦ ମାନେ କେଉଁ ଦଳର?
ସାଂସଦ ସୁଖବୀର ସିଂ ଜୋନପୁରିଆ (ବିଜେପି), ହନୁମାନ ବେନିୱାଲ (ଆରଏଲପି), ମୀନାକ୍ଷୀ ଲେଖ (ବିଜେପି), ସୁକାନ୍ତ ମଜୁମଦାର (ବିଜେପି), ଅନନ୍ତ କୁମାର ହେଗଡେ (ବିଜେପି), ଗୋଦ୍ଦେତି ମାଧବୀ (YRSC), ପ୍ରତାପ ରାଓ ଯାଦବ (ଶିବସେନା), ଜନାର୍ଦ୍ଦନ ସିଂ ସିଗ୍ରିଓ୍ୱାଲ (ବିଜେପି), ବିଦ୍ୟୁତ ବରଣ ମହତେ୍ା (ବିଜେପି), ପ୍ରଧାନ ବାରୁଆ (ବିଜେପି), ଏନ ରେଦ୍ଦେପା (YRSC), ସେଲଭମ ଜୀ (ଡିଏମକେ), ପ୍ରତାପ ରାଓ ପାଟିଲ (ବିଜେପି), ରାମଶଙ୍କର କଠେରିଆ (ବିଜେପି), ପ୍ରଭାସ ସାହିବ ସିଂ (ବିଜେପି), ସତ୍ୟପାଲ ସିଂ (ବିଜେପି) ଏବଂ ରୋଡମଲ ନାଗର (ବିଜେପିର)ଙ୍କ ରିପୋର୍ଟ ପଜିଟିଭ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।