‘ରାଷ୍ଟ୍ରପତିଙ୍କୁ ରାହୁଲ୍ ଦେଇଥିବା ୨ କୋଟି ଦସ୍ତଖତ ସମ୍ୱଳିତ ସ୍ମାରକ ପତ୍ର ନକଲି’

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା କେରଳ ଓ୍ୱାଏନାଡ ସାଂସଦ ରାହୁଲ ଗାନ୍ଧୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି କୃଷି ଆଇନ ବିରୋଧରେ ଦଳ ସଂଗ୍ରହ କରିଥିବା ୨ କୋଟି ଲୋକଙ୍କ ସ୍ୱାକ୍ଷର ଥିବା ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଏହି ସ୍ମାରକ ପତ୍ରକୁ ନକଲି ବୋଲି କହିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର। ରାହୁଲ ଯାହା କହୁଛନ୍ତି ତାକୁ ତାଙ୍କ ଦଳ ବି ଗମ୍ଭୀରତାର ସହ ବିଚାର କରୁନି। ଯଦି ରାହୁଲ୍ ଗାନ୍ଧୀ ଚାଷୀଙ୍କ ପାଇଁ […]

rahul-gandhi

rahul-gandhi

Subhransu Sekhar
  • Published: Thursday, 24 December 2020
  • Updated: 24 December 2020, 06:21 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା କେରଳ ଓ୍ୱାଏନାଡ ସାଂସଦ ରାହୁଲ ଗାନ୍ଧୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି କୃଷି ଆଇନ ବିରୋଧରେ ଦଳ ସଂଗ୍ରହ କରିଥିବା ୨ କୋଟି ଲୋକଙ୍କ ସ୍ୱାକ୍ଷର ଥିବା ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଏହି ସ୍ମାରକ ପତ୍ରକୁ ନକଲି ବୋଲି କହିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର। ରାହୁଲ ଯାହା କହୁଛନ୍ତି ତାକୁ ତାଙ୍କ ଦଳ ବି ଗମ୍ଭୀରତାର ସହ ବିଚାର କରୁନି। ଯଦି ରାହୁଲ୍ ଗାନ୍ଧୀ ଚାଷୀଙ୍କ ପାଇଁ ଚିନ୍ତିତ ଥିଲେ ତାହେଲେ ତାଙ୍କ ଦଳ ସରକାରରେ ଥିବା ବେଳେ ଅନେକ କିଛି କରିପାରନ୍ତା। କଂଗ୍ରେସର ଚରିତ୍ର ସବୁବେଳେ ଚାଷୀ ବିରୋଧୀ। ଏକ ଜାତୀୟ ଟିଭି ଚ୍ୟାନେଲର ରିପୋର୍ଟ ଅନୁଯାୟୀ ରାହୁଲ୍ ଦେଇଥିବା ସ୍ମାରକପତ୍ରରେ ଚାଷୀଙ୍କ ଯୋଗାଯୋଗ ଠିକଣା ନାହିଁ।

ସୂଚନାଯୋଗ୍ୟ, ବାଗପତରୁ ୬୦ ଜଣିଆ ଚାଷୀ ନେତା କୃଷିମନ୍ତ୍ରୀଙ୍କୁ ଭେଟିଥିଲେ। କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନକୁ ସମର୍ଥନ କରି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ଚାଷୀ ସଂଘ। କୃଷି ଆଇନ ସଂଶୋଧନ କରିବା ନେଇ ସରକାର ଚାପର ଶିକାର ନହେବା ଦରକାର ବୋଲି ସଂଘ କହିଛି।

ଅନ୍ୟପଟେ କେନ୍ଦ୍ର ସରକାର ଆଲୋଚନା ପାଇଁ ଆନ୍ଦୋଳନରତ ଚାଷୀଙ୍କୁ ଚିଠି ଲେଖିଛନ୍ତି। ଯେଉଁଥିରେ କୁହାଯାଇଛି ସରକାର କୃଷି ଆଇନ ନେଇ ଆନ୍ଦୋଳନରତ ଚାଷୀଙ୍କ ସହିତ ଆଲୋଚନା କରିବା ପାଇଁ ରାଜି। ସମସ୍ତ ତର୍କକୁ ଖୋଲା ମନରେ ଆଲୋଚନା କରିବା ପାଇଁ ସରକାର ରାଜି। ଆନ୍ଦୋଳନକାରୀ ଆଲୋଚନା ପାଇଁ ତାରିଖ, ସମୟ ସ୍ଥିର କରିବା ଦରକାର ବୋଲି ଚାଷୀଙ୍କୁ ସରକାର ଲେଖିଥିବା ଚିଠିରେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos