ବାପାମା’ଙ୍କ ନିବେଦନ ସତ୍ତ୍ୱେ ଆତ୍ମସମର୍ପଣ କଲେନି, ୨ ଆତଙ୍କୀ ନିହତ

କୁଲଗାମ: ଜମ୍ମୁ-କଶ୍ମୀରର କୁଲଗାମ ଜିଲ୍ଲାରେ ଆଜି ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। କୁଲଗାମର ୱାମପୋରାରେ ଏହି ଦୁଇ ଆତଙ୍କବାଦୀ ଲୁଚିଥିଲେ। ସେମାନଙ୍କୁ ଧରିବା ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ କର୍ଡନ କରାଯାଇଥିଲା। ସେମାନଙ୍କୁ ପ୍ରଥମେ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲା। ତେବେ ସେମାନେ ଶୁଣି ନଥିଲେ। ପରେ ସେମାନଙ୍କୁ ଚିହ୍ନଟ କରାଯାଇ ଦୁଇ ଆତଙ୍କବାଦୀଙ୍କ ବାପାମା’ଙ୍କୁ ଘଟଣାସ୍ଥଳକୁ ଅଣାଯାଇଥିଲେ। ପରିବାର ଲୋକ ଆତଙ୍କୀ ଦ୍ୱୟଙ୍କୁ ଆତ୍ମସମର୍ପଣ କରିବାକୁ ବୁଝାଇଥିଲେ। ତଥାପି […]

,money

Hemant Lenka
  • Published: Saturday, 30 May 2020
  • , Updated: 30 May 2020, 11:12 AM IST

କୁଲଗାମ: ଜମ୍ମୁ-କଶ୍ମୀରର କୁଲଗାମ ଜିଲ୍ଲାରେ ଆଜି ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। କୁଲଗାମର ୱାମପୋରାରେ ଏହି ଦୁଇ ଆତଙ୍କବାଦୀ ଲୁଚିଥିଲେ। ସେମାନଙ୍କୁ ଧରିବା ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ କର୍ଡନ କରାଯାଇଥିଲା।

ସେମାନଙ୍କୁ ପ୍ରଥମେ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲା। ତେବେ ସେମାନେ ଶୁଣି ନଥିଲେ। ପରେ ସେମାନଙ୍କୁ ଚିହ୍ନଟ କରାଯାଇ ଦୁଇ ଆତଙ୍କବାଦୀଙ୍କ ବାପାମା’ଙ୍କୁ ଘଟଣାସ୍ଥଳକୁ ଅଣାଯାଇଥିଲେ। ପରିବାର ଲୋକ ଆତଙ୍କୀ ଦ୍ୱୟଙ୍କୁ ଆତ୍ମସମର୍ପଣ କରିବାକୁ ବୁଝାଇଥିଲେ।

ତଥାପି ସେମାନେ ବୁଝି ନଥିଲେ। ବରଂ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଶେଷରେ ସୁରକ୍ଷାକର୍ମୀମାନେ ଉଭୟଙ୍କୁ ଗୁଳି କରିବାକୁ ବାଧ୍ୟ ହୋଇଥିଲେ।

ପ୍ରଥମେ ସେମାନେ ଲସ୍କରର ସହଯୋଗୀ ବୋଲି କୁହାଯାଇଥିଲା। ହେଲେ ସେନା ପକ୍ଷରେ ଏହି ଆତଙ୍କୀ ଦ୍ୱୟ ହିଜବୁଲ ମୁଜାହିଦ୍ଦିନର ସଦସ୍ୟ ବୋଲି କୁହାଯାଇଛି।

ଏହାପୂର୍ବରୁ ସୋମବାର କୁଲଗାମର ଦମହାଲ ହାଞ୍ଜିପୋରାରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା।

Related story