୨୪ କଲେଜ ଛାତ୍ରୀଙ୍କୁ ନେତା ଓ ବାବୁଙ୍କ ପାଖକୁ ପଠେଇଥିଲା ହନିଟ୍ରାପ ଗ୍ୟାଙ୍ଗ

ଭୋପାଳ: ଦେଶର ସବୁଠୁଁ ବଡ଼ ସେକ୍ସ ରାକେଟ୍‌ କୁହାଯାଉଥିବା ମଧ୍ୟପ୍ରଦେଶ ‘ହନିଟ୍ରାପ’ ମାମଲାରେ ରାଜ୍ୟର ୮ ପୂର୍ବତନ ମନ୍ତ୍ରୀ ଏବଂ ୧୨ ଆଇଏଏସଙ୍କ ଅଡ଼ୁଆ ଧୀରେ ଧୀରେ ବଢ଼ିବାରେ ଲାଗିଛି। ତଦନ୍ତ କାରୀ ସଂସ୍ଥା ଏସଆଇଟି ଆଗରେ ହନିଟ୍ରାପ ଗ୍ୟାଙ୍ଗର କିଙ୍ଗପିନ୍ ଶ୍ୱେତା ଜୈନ ଅନେକ ଗୁମର ଫିଟାଇଛି। କେଉଁମାନେ ଏହି ଗ୍ୟାଙ୍ଗରେ ସାମିଲ୍ ଥିଲେ କିଭଳି ତାଙ୍କୁ ସାମିଲ୍ କରାଯାଉଥିଲା ଏ ସବୁର ଗୁମର ଫିଟୁଛି। ମୁଖ୍ୟତଃ ମଧ୍ୟବିତ୍ତ ପରିବାରର କଲେଜ ପଢ଼ୁଆ ଝିଅଙ୍କୁ ଆର୍ଥିକ […]

bhopal honeytrap 2

bhopal honeytrap 2

Subhransu Sekhar
  • Published: Friday, 27 September 2019
  • Updated: 27 September 2019, 04:10 PM IST

ଭୋପାଳ: ଦେଶର ସବୁଠୁଁ ବଡ଼ ସେକ୍ସ ରାକେଟ୍‌ କୁହାଯାଉଥିବା ମଧ୍ୟପ୍ରଦେଶ ‘ହନିଟ୍ରାପ’ ମାମଲାରେ ରାଜ୍ୟର ୮ ପୂର୍ବତନ ମନ୍ତ୍ରୀ ଏବଂ ୧୨ ଆଇଏଏସଙ୍କ ଅଡ଼ୁଆ ଧୀରେ ଧୀରେ ବଢ଼ିବାରେ ଲାଗିଛି। ତଦନ୍ତ କାରୀ ସଂସ୍ଥା ଏସଆଇଟି ଆଗରେ ହନିଟ୍ରାପ ଗ୍ୟାଙ୍ଗର କିଙ୍ଗପିନ୍ ଶ୍ୱେତା ଜୈନ ଅନେକ ଗୁମର ଫିଟାଇଛି। କେଉଁମାନେ ଏହି ଗ୍ୟାଙ୍ଗରେ ସାମିଲ୍ ଥିଲେ କିଭଳି ତାଙ୍କୁ ସାମିଲ୍ କରାଯାଉଥିଲା ଏ ସବୁର ଗୁମର ଫିଟୁଛି।

ମୁଖ୍ୟତଃ ମଧ୍ୟବିତ୍ତ ପରିବାରର କଲେଜ ପଢ଼ୁଆ ଝିଅଙ୍କୁ ଆର୍ଥିକ ଲୋଭ ଦେଖାଇ ଏହି ଗ୍ୟାଙ୍ଗ୍ ଟ୍ରାପ୍ କରୁଥିବା ଜଣାପଡ଼ିଛି। ଏହି ଝିଅଙ୍କୁ ବଡ଼ ବଡ଼ିଆଙ୍କ ନିକଟକୁ ଶ୍ୱେତା ପଠାଉଥିଲା। ବଦଳରେ ଏହି ଝିଅମାନଙ୍କୁ ଅଡି କାର୍‌, ବିଳାସପୂର୍ଣ୍ଣ ଘର ଏବଂ ପଇସା ଦେଉଥିଲା ଶ୍ୱେତା। ବଡ଼ବଡ଼ିଆ ନେତା, ଆଇଏଏସ ଅଫିସର ଯୁବତୀମାନଙ୍କର ବାପା ବୟସର ଥିଲେ। ୨୪ ଜଣ କଲେଜ ପଢ଼ୁଆ ଝିଅ ଏହି ହନିଟ୍ରାପ ଗ୍ୟାଙ୍ଗରେ ସାମିଲ୍ ଥିଲେ ବୋଲି ଜଣାପଡ଼ିଛି। ଏହାବ୍ୟତୀତ ବଲିଉଡର ଅନେକ ଅଭିନେତ୍ରୀ ମଧ୍ୟ ଏହି ଗ୍ୟାଙ୍ଗ ସହ ସାମିଲ୍ ଥିଲେ ବୋଲି ଜଣାପଡ଼ିଛି।

ଏହିପରି ହନିଟ୍ରାପ ଜରିଆରେ ଶ୍ୱେତା ଶହଶହ କୋଟି ଟଙ୍କାର ଠିକା କାମ ଆଦାୟ କରୁଥିଲା। ବଡ଼ବଡ଼ିଆଙ୍କୁ ସେକ୍ସ କେଳେଙ୍କାରୀରେ ଫଶେଇ ଶ୍ୱେତା ସେମାନଙ୍କଠାରୁ ବିଭିନ୍ନ ବଡ଼ବଡ଼ କମ୍ପାନୀ ପାଇଁ କାମ ଆଦାୟ କରୁଥିଲା ଓ ସେବାବଦରେ ଭଲ କମିଶନ ପାଉଥିଲା। ଶ୍ୱେତା ଏସଆଇଟି ଆଗରେ ଏହା ସ୍ୱୀକାର କରିଛି। ଏହା ବ୍ୟତୀତ ଆଇଏଏସ, ଆଇପିଏସ ନିଯୁକ୍ତି ଓ ବଦଳିରେ ମଧ୍ୟ ଶ୍ୱେତା ସାମିଲ୍ ଥିଲା ବୋଲି ଜଣାପଡ଼ିଛି। ଏହି ଗ୍ୟାଙ୍ଗରେ ମୋଟ୍ ୫ ଜଣ ଝିଅ ଏବଂ ଜଣେ ପୁଅ ଥିଲା। ଏବେ ସମସ୍ତେ ଗିରଫ ହୋଇ ସାରିଛନ୍ତି।

ଜଣେ ଏସଆଇଟି ଅଧିକାରୀ ପ୍ରତିକ୍ରିୟାରେ କହିଛନ୍ତି ଗିରଫ ହୋଇଥିବା ମୋନିକା ଯାଦବ (୧୮) ପ୍ରଥମେ ଶ୍ୱେତା କଥାରେ ରାଜି ନହୋଇ ଘରକୁ ଫେରିଯାଇଥିଲା। ଏହାପରେ ଶ୍ୱେତାର ଅନ୍ୟତମ ସହଯୋଗୀ ଆରତୀ ଦୟାଲ (୨୯) ମୋନିକାର ଘରକୁ ଯାଇ ତାର ବାପାଙ୍କୁ ମନେଇଥିଲା। ଆର୍ଥିକ ଅବସ୍ଥା ଭଲ ନଥିବାରୁ ଆରତୀ କଥାରେ ମୋନିକା ବାପା ରାଜି ହୋଇଯାଇଥିଲେ। ସେ କିନ୍ତୁ ଜାଣିଥିଲେ ଆରତୀଙ୍କର ଏକ ଏନଜିଓ ରହିଛି। ତାଙ୍କ ଝିଅର ପାଠ ପଢ଼ା ଖର୍ଚ୍ଚ ଏହି ଏନଜିଓ ବୁଝିବ।

ମୋନିକା ଏହାପରେ ଭୋପାଳ ଆସିଥିଲା ଆରତୀ ସହ। ଏହାପରେ ଶ୍ୱେତା ଜୈନ ଓ ଜଣେ ଆଇଏସଏସଙ୍କର ଏକ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ମୋନିକାକୁ ଦେଖାଇଥିଲା ଆରତୀ। ଯଦି ଜଣେ ଆଇଏଏସ ପାଖରେ ପହଞ୍ଚିବାକୁ ଅଛି ତାହେଲେ ଶ୍ୱେତା ଭଳି କାମ କରିବାକୁ ପଡ଼ିବ ବୋଲି ଆରତୀ ମୋନିକାକୁ କହିଥିଲା।

ମୋନିକା ଏସଆଇଟିକୁ ତଦନ୍ତ ବେଳେ କହିଛି ଅଗଷ୍ଟ ୩୦ରେ ଆରତୀ ଏବଂ ଅନ୍ୟଜଣେ ସହଯୋଗୀ ରୁପା ତାଙ୍କୁ ଏକ ଦାମୀ କାର୍‌ରେ ଇନ୍ଦୋରକୁ ଆଣି ଦାମୀ ହୋଟେଲରେ ରଖିଥିଲେ। ତା ପରଦିନ ଇନ୍ଦୋର ନଗରପାଳିକାର ଇଞ୍ଜିନିୟର ହରଭଜନ ସିଂହ (୬୦)ଙ୍କ ସହ ପରିଚୟ କରାଇ ଦେଇଥିଲେ। ଏହାପରେ ଏହି ଇଞ୍ଜିନିୟରଙ୍କ ସହ ଦୈହିକ ସମ୍ପର୍କ ରଖିବାକୁ କୁହାଯାଇଥିଲା। ଯାହାର ଭିଡିଓ ଆରତୀ ରେକର୍ଡିଂ କରିଥିଲା ବୋଲି ମୋନିକା କହିଛି।

ଏହାପରେ ସେହି ଭିଡିଓ ରେକର୍ଡିଂକୁ ଦେଖାଇ ହରଭଜନ ସିଂହଙ୍କ ନିକଟରୁ ୩ କୋଟି ଟଙ୍କା ଦାବି କରିଥିଲା ଶ୍ୱେତା। ଏହାପରେ ଏହି ଇଞ୍ଜିନିୟର ଥାନାରେ ଏତଲା ଦେବା ପରେ ପୁରା ହନିଟ୍ରାପ ଗ୍ୟାଙ୍ଗର ପର୍ଦ୍ଦାଫାସ ହୋଇଥିଲା।

ପରେ ତଦନ୍ତରୁ ଜଣାପଡ଼ିଛି କିଙ୍ଗପିନ୍ ଚାକିରି ଦେବା ନାଁରେ ଏନଜିଓ ଏବଂ ଅନେକ ଓ୍ୱେବସାଇଟ୍ ଖୋଲି ଝିଅମାନଙ୍କୁ ଟ୍ରାପ କରୁଥିଲା। ଏହାପରେ ସେହି ଝିଅଙ୍କୁ ବୁଝାଇସୁଝାଇ ସେକ୍ସ ରାକେଟରେ ସାମିଲ୍ କରାଉଥିଲା।

ହନିଟ୍ରାପ ଗ୍ୟାଙ୍ଗ୍ ଗିରଫ ହେବା ପରେ ସେମାନଙ୍କଠାରୁ ଲାପଟପ୍ ପରି ଅନେକ ଇଲେକ୍ଟ୍ରୋନିକ୍ସ ଯନ୍ତ୍ରାଂଶ, ମୋବାଇଲ୍, ଡାଏରୀ ଆଦି ପୁଲିସ୍ ପାଇଛି। ଏହିସବୁ ଡାଏରୀ ଓ ଲାପ୍‌ଟପ୍‌ରେ ଅନେକ ବଡ଼ବଡ଼ିଆଙ୍କ ଯୌନ କାରବାର ନେଇ ଫଟୋ, ଭିଡ଼ିଓ ଓ ଅନ୍ୟାନ୍ୟ ତଥ୍ୟପ୍ରମାଣ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story