ଶ୍ରୀନଗର: ଜମ୍ମୁକଶ୍ମୀର ସୋପିଆନ୍ ଜିଲ୍ଲାରେ ଯବାନ ଏବଂ ଆତଙ୍କୀଙ୍କ ମଧ୍ୟରେ ସଂଘଟିତ ଗୁଳି ବିନିମୟରେ ୪ ଜଣ ଆତଙ୍କବାଦୀ ନିହତ ହୋଇଥିବାବେଳେ ଜଣେ ଭାରତୀୟ ଯବାନ ସହିଦ ହୋଇଛନ୍ତି। ଏଥିରେ ୩ ଜଣ ଯବାନ ଆହତ ମଧ୍ୟ ହୋଇଛନ୍ତି।
ସେନା, ସ୍ଥାନୀୟ ପୁଲିସ୍ ଏବଂ ସିଆରପିଏଫ୍ ଯବାନଙ୍କ ମିଳିତ ପ୍ରୟାସରେ ଶ୍ରୀନଗରଠାରୁ ୬୦ କିଲୋମିଟର ଦୂର ନଦୀଗାମ୍ ଗାଁରେ ତନଖି କରାଯାଉଥିବା ସମୟରେ ଏହି ଘଟଣା ଘଟିଥିଲା। ଏହା ପୂର୍ବରୁ ହିଁ ଆତଙ୍କୀ ଲୁଚିଥିବା ସମ୍ପର୍କରେ ଯବାନମାନେ ଗୁଇନ୍ଦା ବିଭାଗରୁ ସୂଚନା ପାଇଥିଲେ। ସକାଳ ହେବା ଆଗରୁ ହିଁ ଏହି ସର୍ଚ୍ଚ ଅପରେସନ୍ ଚାଲିଥିଲା।
ଦୁଇଦିନ ପୂର୍ବରୁ ହିଁ ଅଲ୍-ବଦର୍ ଗୋଷ୍ଠୀର ୨ ଆତଙ୍କୀ ପ୍ରାଣ ହରାଥିଲେ ଏବଂ ସେହି ସମାନ ଦିନରେ ଆତଙ୍କବାଦୀମାନେ ପୁଲ୍ୱାମାଠାରେ ଏକ ସିଆରପିଏଫ୍ କ୍ୟାମ୍ପସ୍ ଉପରେ ଆକ୍ରମଣ କରିବାରୁ ଏଥିରେ ଜଣେ ଯବାନ ସହିଦ ହୋଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମହିଳା ମନ୍ତ୍ରୀଙ୍କୁ ଦୁର୍ବ୍ୟବହାର ମାମଲା: ବିଜେପି ଏମଏଲସି ସି.ଟି ରବିଙ୍କୁ ଅନ୍ତରୀଣ ଜାମିନ
କର୍ଣ୍ଣାଟକ ମନ୍ତ୍ରୀ ଲକ୍ଷ୍ମୀ ହେବ୍ବଲକରଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେଇଥିବା ଅଭିଯୋଗରେ ବିଜେପି ଏମଏଲସି ସିଟି ରବିଙ୍କୁ ଗିରଫ କରିଥିଲା ପୁଲିସ। ହାଇକୋର୍ଟରୁ ମିଳିଲା ଅନ୍ତରୀଣ ଜାମିନ।
Politics
ସଂସଦରେ ଧକ୍କା କାଣ୍ଡ: ରାହୁଲ ଗାନ୍ଧିଙ୍କ କେସ୍ର ତଦନ୍ତ କରିବ କ୍ରାଇମବ୍ରାଞ୍ଚ
ବିଜେପିର ଅଭିଯୋଗକ୍ରମେ ଦିଲ୍ଲୀ ପୁଲିସ୍ ରାହୁଲ ଗାନ୍ଧିଙ୍କ ନାଁରେ ଉଦ୍ଦେଶ୍ୟମୂଳକ ଭାବେ ଗଭୀର ଆଘାତ ଦେବା, ଅନ୍ୟର ଜୀବନ ପ୍ରତି ତଥା ବ୍ୟକ୍ତିଗତ ସୁରକ୍ଷାରେ ବିପଦ ସୃଷ୍ଟି କରିବା, ଅପରାଧିକ କାର୍ଯ୍ୟକଳାପ ଦ୍ଵାରା ଅନ୍ୟକୁ ଭୟଭୀତ କରାଇବା ଭଳି ଗମ୍ଭୀର ଦଫା ଲଗାଇ ମାମଲା କରିଥିଲା।
National
ବାଂଲାଦେଶ ଓ ପାକିସ୍ତାନରେ ବଢ଼ି ଚାଲିଛି ହିନ୍ଦୁ ବିରୋଧୀ ହିଂସା, ତଥ୍ୟ ଦେଲେ ସରକାର
୨୦୨୪ ବର୍ଷରେ ବାଂଲାଦେଶରେ ହିନ୍ଦୁ ବିରୋଧୀ ହିଂସାର ସଂଖ୍ୟା ୨୨୦୦ ରହିଛି। ବିଶେଷ କରି ଶେଖ ହସିନାଙ୍କ ଆବାମୀ ଲିଗ ସରକାର ଭୁଶୁଡ଼ିବା ପରେ ହିନ୍ଦୁଙ୍କ ବିରୋଧରେ ଅତ୍ୟାଚାର ବଢ଼ିଛି।
Miscellaneous
ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ହେଲାନି ସହମତି; ଛୁଆର ନାଁ ଦେଲେ କୋର୍ଟ
ଛୁଆର ନାଁ ଦେବାକୁ ନେଇ ବିବାଦ ପରେ ଛାଡ଼ପତ୍ର ପାଇଁ କୋର୍ଟ ଯାଏଁ ଗଲେ ଦମ୍ପତ୍ତି। ଶେଷରେ ୩ ବର୍ଷର ଶିଶୁର ନାମକରଣ କରି ବିବାଦ ସମାଧାନ କଲେ କୋର୍ଟ।
National
ଶୀତ ଅଧିବେଶନ ଶେଷ: ହଟ୍ଟଗୋଳ ଯୋଗୁ ଲୋକସଭାର ୬୫ ଘଣ୍ଟା ନଷ୍ଟ
ଡିସେମ୍ବର ୧୯ରେ ସଂସଦ ପରିସରରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ମାରପିଟ ହୋଇଥିଲା। ଏହାକୁ ନେଇ ଆଜି ଉଭୟ ପକ୍ଷ ବିକ୍ଷୋଭ ପ୍ରଦର୍ଶନ କରିବାରୁ ଲୋକସଭାକୁ ଅନିର୍ଦ୍ଦିଷ୍ଟ କାଳ ଯାଏ ମୁଲତବୀ ଘୋଷଣା କରାଯାଇଛି।