ଲକ୍ଷ୍ନୌ: ଉନ୍ନାଓ ପୀଡ଼ିତାଙ୍କ ସମ୍ପର୍କୀୟ ଦାଦାଙ୍କୁ ୫ ଜଣ ଯୁବକ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି। ଏହାପରେ ଉତ୍ତର ପ୍ରଦେଶ ପୁଲିସ ଧମକ ଦେଇଥିବା ଅଭିଯୋଗରେ ୫ ଯୁବକଙ୍କ ନାଁରେ ମାମଲା ରୁଜୁ କରିଛି। ଧମକର ଶିକାର ହୋଇଥିବା ପୀଡ଼ିତାଙ୍କ ସମ୍ପର୍କୀୟ ଦାଦା ହେଉଛନ୍ତି ତାଙ୍କ ଦାଦାଙ୍କ ପ୍ରତିନିଧି। ଯାହାଙ୍କ ବିରୋଧରେ ୬ଟି ମାମଲା ଚାଲିଛି। ଏବେ ସିଏ (ପୀଡ଼ିତାଙ୍କ ଦାଦା) ତିହାର ଜେଲରେ ଅଛନ୍ତି।
ଗତ ଗୁରୁବାର ପୀଡ଼ିତାଙ୍କ ଦାଦାଙ୍କ ପ୍ରତିନିଧି କୋର୍ଟରୁ ଘରକୁ ଫେରୁଥିବା ବେଳେ ପ୍ରଥମେ କିଛି ଯୁବକ ରାସ୍ତାରେ ଅଟକାଇ ଧମକ ଚମକ ଦେଇଥିଲେ। ଏହାପରେ ରାତିରେ ତାଙ୍କୁ ଘରେ ପଶି ମାଡ଼ ପିଟ୍ କରିବା ସହିତ ହତ୍ୟା ଧମକ ଦେଇଥିବା ପୀଡ଼ିତାଙ୍କ ସମ୍ପର୍କୀୟ ଦାଦା ଉନ୍ନାଓ ଜିଲ୍ଲାର ମଖି ଥାନାରେ ଅଭିଯୋଗ କରିଥିଲେ।
ପୁଲିସ ଏବେ ଧମକ ଦେଇଥିବା ତିନି ଜଣ ଦୁର୍ବୃତ୍ତଙ୍କ ନାମ ପ୍ରକାଶ କରିଛି। ସେମାନେ ହେଲେ ବଳେନ୍ଦ୍ର ସିଂହ, ରୋହିତ୍ ସିଂହ ଓ ଧର୍ମେନ୍ଦ୍ର ସିଂହ। ଅନ୍ୟ ଦୁଇ ଜଣଙ୍କ ନାଁ ସୁରକ୍ଷା କାରଣରୁ ପୁଲିସ ଗୁପ୍ତ ରଖିଛି।
ସୂଚନାଯୋଗ୍ୟ, ଜୁଲାଇ ୨୮ରେ ଉନ୍ନାଓ ପୀଡ଼ିତା ତାଙ୍କ ଆଇନଜୀବୀଙ୍କ ସହ ରାଏବରେଲି ଏକ କାରରେ ଯାଉଥିଲେ। ଏହି ସମୟରେ ଆଗ ପଟୁ ଏକ ଟ୍ରକ ଆସି ପୀଡ଼ିତାଙ୍କ କାରକୁ ଧକ୍କା ଦେଇଥିଲା। ଏଥିରେ ପୀଡ଼ିତାଙ୍କ ଖୁଡୀ ଓ ମାଉସୀଙ୍କର ମୃତ୍ୟୁ ଘଟିଥିଲା। ସେ ଓ ତାଙ୍କ ଆଇନଜୀବୀ ଏବେ ଗୁରୁତର ଅବସ୍ଥାରେ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ସୁପ୍ରିମକୋର୍ଟ ଏବେ ଏହି ଦୁର୍ଘଟଣା ମାମଲାର ତଦନ୍ତ ଉପରେ ନଜର ରଖିଛନ୍ତି। ସିବିଆଇ ପୂର୍ବରୁ ଦୁଷ୍କର୍ମ ମାମଲାର ତଦନ୍ତ କରୁଥିବା ବେଳେ ଏବେ ଦୁର୍ଘଟଣା ମାମଲାର ମଧ୍ୟ ତଦନ୍ତ କରୁଛି। ଦୁର୍ଘଟଣା ପଛରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଉନ୍ନାଓ ବିଧାୟକ ବିଧାୟକ କୁଲଦୀପ ସେନଗାର ରହିଥିବା ଅଭିଯୋଗ ହୋଇଛି। ଜେଲରେ ଥିବା ବେଳେ ବିଧାୟକ ତାଙ୍କ ଲୋକଙ୍କ ଦ୍ୱାରା ପ୍ରମାଣ ନଷ୍ଟ କରିବାକୁ ଯାଇ ପୀଡ଼ିତାଙ୍କୁ କାରକୁ ଦୁର୍ଘଟଣା କରାଇଥିବା ଅଭିଯୋଗ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।