କରୋନା ଟିକା ନେବାକୁ ଅମଙ୍ଗ ହେଉଛନ୍ତି ୬୯% ଭାରତୀୟ!

ନୂଆଦିଲ୍ଲୀ: ଭାରତରେ ଦୁଇଟି କରୋନା ଟିକାକୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି। ସରକାର ମଧ୍ୟ ଟିକାକରଣ ପାଇଁ ପ୍ରକ୍ରିୟା ଆରମ୍ଭ କରି ସାରିଛନ୍ତି। କିନ୍ତୁ ଭାରତରେ ଟିକା ଉପଲବ୍ଧ ହେବାକୁ ଥିଲେ ହେଁ ଏହାକୁ ନେବାକୁ ଦେଶବାସୀ କୁନ୍ଥକୁନ୍ଥ ହେବା ଆରମ୍ଭ କରିଛନ୍ତି। ଭାରତକୁ ଟିକା ଆସିଲେ ଏହାକୁ ନେବା ପାଇଁ କେତେ ଲୋକ ଆଗ୍ରହୀ ଅଛନ୍ତି, ସେକଥା ଜାଣିବା ସକାଶେ ଲୋକାଲ ସର୍କଲ ନାମକ ଗୋଟିଏ ଅନଲାଇନ ପ୍ଲାଟଫର୍ମ ସର୍ଭେ କରିଥିଲା। ସର୍ଭେରୁ […]

v

v

Hemant Lenka
  • Published: Wednesday, 06 January 2021
  • Updated: 06 January 2021, 07:17 PM IST

Sports

Latest News

ନୂଆଦିଲ୍ଲୀ: ଭାରତରେ ଦୁଇଟି କରୋନା ଟିକାକୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି। ସରକାର ମଧ୍ୟ ଟିକାକରଣ ପାଇଁ ପ୍ରକ୍ରିୟା ଆରମ୍ଭ କରି ସାରିଛନ୍ତି। କିନ୍ତୁ ଭାରତରେ ଟିକା ଉପଲବ୍ଧ ହେବାକୁ ଥିଲେ ହେଁ ଏହାକୁ ନେବାକୁ ଦେଶବାସୀ କୁନ୍ଥକୁନ୍ଥ ହେବା ଆରମ୍ଭ କରିଛନ୍ତି।

ଭାରତକୁ ଟିକା ଆସିଲେ ଏହାକୁ ନେବା ପାଇଁ କେତେ ଲୋକ ଆଗ୍ରହୀ ଅଛନ୍ତି, ସେକଥା ଜାଣିବା ସକାଶେ ଲୋକାଲ ସର୍କଲ ନାମକ ଗୋଟିଏ ଅନଲାଇନ ପ୍ଲାଟଫର୍ମ ସର୍ଭେ କରିଥିଲା। ସର୍ଭେରୁ ଜଣାପଡ଼ିଛି ଯେ ୬୯% ଲୋକ ଟିକା ନେବା ସପକ୍ଷରେ ନାହାନ୍ତି। ସେହିପରି ମାତ୍ର ୨୬ ପ୍ରତିଶତ ଲୋକ ଟିକା ନେବାକୁ ସପକ୍ଷରେ ରହିଛନ୍ତି।

୫% ଲୋକ ନିଜକୁ ସ୍ୱାସ୍ଥ୍ୟକର୍ମୀ ବା ସମ୍ମୁଖ ଭାଗ ଯୋଦ୍ଧା ଭାବେ ପରିଚୟ ଦେଇ ସରକାରଙ୍କ ନିର୍ଦ୍ଦେଶକ୍ରମେ ଟିକା ନେବେ ବୋଲି କହିଛନ୍ତି। ସର୍ଭେରେ ମୋଟ ୮,୭୨୩ ଜଣ ସାମିଲ ହୋଇଥିଲେ। ସେମାନଙ୍କ ମତାମତକୁ ଉଦ୍ଧାର କରି ଲୋକାଲ ସର୍କଲ ରିପୋର୍ଟ ପ୍ରକାଶ କରିଛି।

ଲୋକାଲ ସର୍କଲ ପକ୍ଷରୁ ୨୦୨୦ ମସିହା ଅକ୍ଟୋବର ମାସରୁ ପର୍ଯ୍ୟାୟକ୍ରମେ ଟିକାକରଣ ପାଇଁ ଲୋକେ କେତେ ଇଚ୍ଛୁକ, ସେକଥା ଜାଣିବା ପାଇଁ ସର୍ଭେ କରାଯାଉଛି। ଅକ୍ଟୋବରରେ ହୋଇଥିବା ସର୍ଭେ ବେଳେ ୬୧% ଲୋକ ଟିକା ନେବାକୁ ଅମଙ୍ଗ ହେଉଥିଲେ। ସେହିପରି ନଭେମ୍ବର ମାସରେ ଏହା ୫୯% ହୋଇଯାଇଥିଲା। କାରଣ ଏହି ସମୟରେ ମଡର୍ଣ୍ଣା ଓ ଫାଇଜରର ଟ୍ରାଏଲ ରିପୋର୍ଟ ସାମ୍ନାକୁ ଆସିଥିଲା। ଦୁଇଟି ଯାକ ଟିକା ସୁରକ୍ଷିତ ବୋଲି କମ୍ପାନୀ ଦାବି କରିବାକୁ ଟିକା ନେବାକୁ ଆଗ୍ରହୀ ଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା।

ମଡର୍ଣ୍ଣା ଓ ଫାଇଜର ପରେ ଅକ୍ସଫୋର୍ଡ ପ୍ରସ୍ତୁତ କରିଥିବା ବିଶ୍ୱ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିଥିଲା। ବିଶେଷ କରି ଏହା ଭାରତରେ ପରୀକ୍ଷା ହୋଇଥିବାରୁ କରୋନା ବିରୋଧରେ ଗେମ ଚେଞ୍ଜର ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ଏହି ସମୟରେ ହୋଇଥିବା ସର୍ଭେ ବେଳେ ଟିକା ନେବାକୁ ୬୯% ଲୋକ ଆଦୌ ଆଗ୍ରହୀ ନଥିବା କହିଛନ୍ତି। ଯାହା ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି।

ଲୋକାଲ ସର୍କଲର ସଦସ୍ୟ ଡା ଅବଦୁଲ ଗଫରୁ ଡିସେମ୍ବର ମାସରେ ଆଉ ଗୋଟିଏ ସର୍ଭେ କରିଥିଲେ। ଏଥିରେ ସେ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖଯୋଦ୍ଧାଙ୍କୁ ଭେଟିଥିଲେ। ସର୍ଭେ ବେଳେ ଜଣାପଡ଼ିଥିଲା ଯେ ୫୫% ସ୍ୱାସ୍ଥ୍ୟକର୍ମୀ ତରବରିଆ ଭାବେ ଟିକା ନେବା ସପକ୍ଷରେ ନାହାନ୍ତି। ସମସ୍ତେ ଟିକାର ପାର୍ଶ୍ୱପ୍ରତିକ୍ରିୟା ଓ ଏହାର ପ୍ରଭାବକୁ ନେଇ ଚିନ୍ତିତ ବୋଲି ମତ ଦେଇଛନ୍ତି। ସର୍ଭେରେ ସାମିଲ ଥିବା ୬୦% ସ୍ୱାସ୍ଥ୍ୟକର୍ମୀ କରୋନା ରୋଗୀଙ୍କ ଚିକିତ୍ସାରେ ସାମିଲ ରହିଛନ୍ତି।

ଅନ୍ୟପକ୍ଷରେ ଟିକାର ପାର୍ଶ୍ୱପ୍ରତିକ୍ରିୟା ସମ୍ପର୍କରେ ଟ୍ରାଏଲ ବେଳେ କ’ଣ ତଥ୍ୟ ମିଳିଛି, ସେକଥା ବିସ୍ତୃତ ଭାବେ ଲୋକଙ୍କ ପାଖରେ ପହଞ୍ଚି ନାହିଁ। ସେହିପରି ଟିକାର ପ୍ରଭାବ କ’ଣ ଓ କେତେ ଦିନ ଯାଏ ଲୋକଙ୍କ ଶରୀରରେ ରହିବ, ତା’ର ତଥ୍ୟ ମଧ୍ୟ ସାର୍ବଜନୀନ ହୋଇନାହିଁ। ତେଣୁ ଅଧିକାଂଶ ଭାରତୀୟ ତରବରିଆ ଭାବେ ଟିକା ନେବା ସପକ୍ଷରେ ନଥିବା ଜଣାପଡ଼ିଛି।

ଏହାବାଦ୍‌ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଉଛି। ସରକାର କଟକଣା ମଧ୍ୟ କୋହଳ କରିଛନ୍ତି। ଏସବୁ ଦେଖି ଲୋକମାନେ ଆଉ କରୋନା ପାଇଁ ଟିକାର ଆବଶ୍ୟକ ନାହିଁ ବୋଲି ଭାବୁଛନ୍ତି। ବିଶେଷଜ୍ଞମାନେ କହିଛନ୍ତି, ଜାନୁଆରୀ ୩ରେ ଡିସିଜିଆଇ କୋଭାକ୍ସିନ ଓ କୋଭିସିଲ୍ଡକୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲା।

ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଡିସିଜିଆଇ ଅଧିକାରୀମାନଙ୍କୁ ଗଣମାଧ୍ୟମର ପ୍ରତିନିଧିମାନେ ପ୍ରଶ୍ନ କରିଥିଲେ। କିନ୍ତୁ ସେମାନେ ଟିକା ସମ୍ପର୍କରେ କୌଣସି ଉତ୍ତର ନ ଦେବାରୁ ଲୋକଙ୍କ ମନରେ ଏହାର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଏହି ସବୁ କାରଣରୁ ଟିକା ନେବାକୁ ୬୯% ଲୋକ କୁଣ୍ଠାବୋଧ ପ୍ରକାଶ କରିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story