କଲମ୍ୱୋ: ଶ୍ରୀଲଙ୍କାର ରାଜଧାନୀ କଲମ୍ୱୋର ଆଜି ଛଅଟି ସ୍ଥାନରେ ବିସ୍ଫୋରଣ ହୋଇଛି। ଏଥିରେ ମୃତ୍ୟୁ ସଂଖ୍ୟା ୧୫୬ ପହଞ୍ଚିଥିବା ବେଳେ ୪୦୦ରୁ ଅଧିକ ଆହତ ହୋଇଛନ୍ତି। ୯ ଜଣ ବିଦେଶୀ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି। ଖବର ସରବରାହ ସଂସ୍ଥା ଏଏଫପିକୁ ଶ୍ରୀଲଙ୍କା ପୁଲିସ ଏହି ସୂଚନା ଦେଇଛି।
#BREAKING Toll in Sri Lanka blasts rises to 129: hospital sources pic.twitter.com/8HKs6OsllW
— AFP news agency (@AFP) 21 April 2019
ତିନୋଟି ଚର୍ଚ୍ଚ ଓ ତିନୋଟି ହୋଟେଲରେ ଏହି ବିସ୍ଫୋରଣ ହୋଇଛି। ସହର ଭିତରେ ଥିବା ଗୋଟିଏ ଚର୍ଚ୍ଚ ଓ ତିନୋଟି ହୋଟେଲ୍ ସହିତ ସହର ବାହାରେ ଥିବା ଦୁଇଟି ଚର୍ଚ୍ଚରେ ଏହି ବିସ୍ଫୋରଣ ହୋଇଛି।
ଚର୍ଚ୍ଚଗୁଡ଼ିକରେ ଇଷ୍ଟର ପର୍ବ ପାଳନ କରାଯାଉଥିବାବେଳେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବା ବେଳେ ବିସ୍ଫୋରଣ ହୋଇଥିଲା।
ତେବେ ଏହି ବିସ୍ଫୋରଣ ପଛରେ ଆତଙ୍କବାଦୀଙ୍କ ହାତ ରହିଛି ନା ଆଉ କିଏ ରହିଛି, ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।
ଅନ୍ୟପକ୍ଷରେ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଏନେଇ ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତୀୟ ହାଇକମିଶନରଙ୍କ ସହିତ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ଘଟଣାର ଦୁଃଖ ପ୍ରକାଶ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।