ସେପଟେ ଚାଲିଥିଲା ବ୍ରେନ୍ ସର୍ଜରୀ, ଏପଟେ ନାବାଳିକା ବଜାଉଥିଲେ ପିଆନୋ

ଭୋପାଳ: କୁହାଯାଏ ଯେ ଡାକ୍ତର ହେଉଛନ୍ତି ଭଗବାନଙ୍କ ଅବତାର। ଅନେକ କ୍ଷେତ୍ରରେ ଏହା ସତ୍ୟ ପ୍ରମାଣିତ ହୋଇଛି। ଯଦି ରୋଗୀ ଜଣକ ମାନସିକ ଭାବେ ମଜଭୁତ୍ ଥିବ, ତାହେଲେ ଡାକ୍ତରଙ୍କ ପାଇଁ କାମ ସହଜ ହୋଇଯାଇଥାଏ। ଠିକ୍ ଏମିତି ଏକ ଅବିଶ୍ୱସନୀୟ ଓ ଅଦ୍ଭୁତ ମାମଲା ଗ୍ୱାଲିୟରରେ ଦେଖିବାକୁ ମିଳିଛି। ଯେଉଁଠାରେ ଜଣେ ୯ ବର୍ଷୀୟା ନାବାଳିକାର ଅପରେସନ୍ ଚାଲିଥିବା ବେଳେ ସେ ହାତରେ ପିଆନୋ ବଜାଇ ସାହସିକତାର ପରିଚୟ ଦେଇଛି। ସେହି ନାବାଳିକାଙ୍କ ନାଁ ହେଉଛି […]

piano

piano

Ranjit Kumar Jena
  • Published: Sunday, 13 December 2020
  • Updated: 13 December 2020, 07:13 PM IST

Sports

Latest News

ଭୋପାଳ: କୁହାଯାଏ ଯେ ଡାକ୍ତର ହେଉଛନ୍ତି ଭଗବାନଙ୍କ ଅବତାର। ଅନେକ କ୍ଷେତ୍ରରେ ଏହା ସତ୍ୟ ପ୍ରମାଣିତ ହୋଇଛି। ଯଦି ରୋଗୀ ଜଣକ ମାନସିକ ଭାବେ ମଜଭୁତ୍ ଥିବ, ତାହେଲେ ଡାକ୍ତରଙ୍କ ପାଇଁ କାମ ସହଜ ହୋଇଯାଇଥାଏ। ଠିକ୍ ଏମିତି ଏକ ଅବିଶ୍ୱସନୀୟ ଓ ଅଦ୍ଭୁତ ମାମଲା ଗ୍ୱାଲିୟରରେ ଦେଖିବାକୁ ମିଳିଛି। ଯେଉଁଠାରେ ଜଣେ ୯ ବର୍ଷୀୟା ନାବାଳିକାର ଅପରେସନ୍ ଚାଲିଥିବା ବେଳେ ସେ ହାତରେ ପିଆନୋ ବଜାଇ ସାହସିକତାର ପରିଚୟ ଦେଇଛି।

ସେହି ନାବାଳିକାଙ୍କ ନାଁ ହେଉଛି ସୌମ୍ୟା। ସୌମ୍ୟା ଗୋଟିଏ ପଟେ ପିଆନୋ ବଜାଉଥିଲେ ଏବଂ ଅନ୍ୟପଟେ ଡାକ୍ତର ତାଙ୍କର ଟ୍ୟୁମର ଅପରେସନ୍ କରୁଥିଲେ। ତେବେ ବଡ଼ କଥା ହେଉଛି ଅପରେସନ୍ ବେଳେ ସୌମ୍ୟାଙ୍କୁ ଅଚେତ୍ କରାଯାଇନଥିଲା ବରଂ ଯେଉଁ ଜାଗାରେ ତାଙ୍କର ଅପରେସନ୍ ହେଉଥିଲା, ସେଠାରେ ଆନାସ୍ତାସିଆ ଦିଆଯାଇଥିଲା।

ମୁରୈନା ଜିଲ୍ଲାରେ ରହୁଥିବା ୯ ବର୍ଷୀୟ ସୌମ୍ୟାର ବ୍ରେନ୍ ଟ୍ୟୁମର୍ ଥିଲା। ଏହି କାରଣରୁ ସେ ୨ ବର୍ଷ ଧରି ଅପସ୍ମାର ରୋଗରେ ଆକ୍ରାନ୍ତ ଥିଲେ। ପରିବାର ଲୋକେ ଯେତେବେଳେ ସୌମ୍ୟାଙ୍କ ଏମଆରଆଇ କରାଇଲେ, ଜଣାପଡ଼ିଲା ଯେ ତାଙ୍କର ବ୍ରେନର ଯେଉଁ ଅଂଶରେ ଟ୍ୟୁମର ଅଛି, ତାହା ବହୁତ ଦୁର୍ବଳ ହୋଇପଡ଼ିଛି। ଫଳରେ ଏହାର ସର୍ଜରୀ କରାଇବାକୁ ଡାକ୍ତର ପରାମର୍ଶ ଦେଇଥିଲେ।

ଯଦି ସର୍ଜରୀ ବେଳେ କିଛି ଗଡ଼ବଡ଼ ହୁଏ, ତାହେଲେ ସୌମ୍ୟାର ଜୀବନ ପ୍ରତି ବିପଦ ଆସିପାରେ। ଓପନ୍ ସର୍ଜରୀ ଫେଲ୍ ହେବା ନେଇ ସୌମ୍ୟାଙ୍କୁ ପାରାଲିସିସ୍ ହୋଇପାରେ ବୋଲି ଡାକ୍ତର କହିଥିଲେ। କିନ୍ତ ପରିବାର ଲୋକେ ସୌମ୍ୟାଙ୍କର ଅପରେସନ୍ କରାଇବାକୁ ଉଚିତ୍ ମଣିଥିଲେ। ଏଥିପାଇଁ ସେମାନେ ସୌମ୍ୟାଙ୍କୁ ଗ୍ୱାଲିୟରର ବିଆଇଏମଆର୍ ହସ୍ପିଟାଲ ନେଇଥିଲେ। ସେଠାରେ ଡାକ୍ତର ନୂଆ ଟେକ୍ନୋଲୋଜି ଜରିଆରେ ସୌମ୍ୟାର ମୁଣ୍ଡରୁ ଟ୍ୟୁମର ବାହାର କରିଥିଲେ। ଅପରେସନ୍ ଚାଲିଥିବା ବେଳେ ସୌମ୍ୟା ପିଆନୋ ବଜାଉଥିଲେ ଏବଂ ଅନ୍ୟପଟେ ଡାକ୍ତର ତାଙ୍କ ସହ କଥା ହୋଇ ମୁଣ୍ଡରୁ ଟ୍ୟୁମର ବାହାର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos