ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ ସିବିଆଇର କେଉଁମାନେ କରିବେ ଜାଣନ୍ତୁ

ମୁମ୍ବାଇ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ଆରମ୍ଭ କରିଛି ସିବିଆଇ। ଏଥିପାଇଁ ସିବିଆଇ ସ୍ୱତନ୍ତ୍ର ତଦନ୍ତକାରୀ ଟିମ ବା ଏସଆଇଟି ଗଠନ କରିଛି। ସିବିଆଇର ଦୁର୍ନୀତି ନିରୋଧ ୟୁନିଟ-Vର ସଦସ୍ୟ ଏହି ଟିମରେ ରହିଛନ୍ତି।

ସୁଶାନ୍ତଙ୍କ ପାଇଁ ଗଠିତ ଟିମ୍‌ର ସଦସ୍ୟମାନେ ପୂର୍ବରୁ ବିଜୟ ମାଲ୍ୟା, କୋଲ ସ୍କାମ ଓ ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ଭଳି ଦୁର୍ନୀତି ଘଟଣାର ତଦନ୍ତ କରିଛନ୍ତି। ଏହି ଟିମ୍‌ ବେଶ ସଫଳତାର ସହ ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ଦୁର୍ନୀତିର ମଧ୍ୟସ୍ଥି କୁହାଯାଉଥିବା କ୍ରିଷ୍ଟିଆନ ମାଇକେଲକୁ ଦୁବାଇରୁ ଭାରତ ଆଣିଥିଲେ।

ତେବେ ଆସନ୍ତୁ ଜାଣିବା ସୁଶାନ୍ତଙ୍କ ଘଟଣାର ତଦନ୍ତ କରୁଥିବା ଟିମରେ କେଉଁମାନେ ଅଛନ୍ତି-

୧-ମନୋଜ ଶଶିଧର(ଯୁଗ୍ମ ନିର୍ଦ୍ଦେଶକ, ସିବିଆଇ)- ୧୯୯୪ ଆଇପିଏସ ବ୍ୟାଚ୍‌ର ଗୁଜରାଟ କ୍ୟାଡର ହେଉଛନ୍ତି ମନୋଜ। ସେ ଭଦୋଦରାର ପୁଲିସ୍‌ କମିଶନର ଭାବେ ମଧ୍ୟ କାର୍ଯ୍ୟ କରି ସାରିଛନ୍ତି। ଏହାବାଦ ଅହମଦାବାଦ କ୍ରାଇମବ୍ରାଞ୍ଚ, ଅହମଦାବାଦର ଯୁଗ୍ମ କମିଶନର ଓ ଗୁଜରାଟର ୫ଟି ଜିଲ୍ଲାର ଏସପି ଭାବେ କାର୍ଯ୍ୟ କରିଛନ୍ତି। ସେ ସିବିଆଇକୁ ଆସିବା ପରେ କୋଇଲା ଦୁର୍ନୀତି, ବିଜୟ ମାଲ୍ୟା ଓ ରାଜନୀତିକ ଦୃଷ୍ଟିକୋଣରୁ ଗୁରୁତ୍ୱ ବହନ କରୁଥିବା ଏକାଧିକ ମାମଲାର ତଦନ୍ତ କରିଛନ୍ତି।

୨-ଗଗନଦୀପ ଗମ୍ଭୀର(ଡିଆଇଜି, ସିବିଆଇ)-ପଞ୍ଜାବ ବିଶ୍ୱବିଦ୍ୟାଳୟର ଟପ୍ପର ଗଗନଦୀପ ୨୦୦୪ ଆଇପିଏସ ବ୍ୟାଚ୍‌ର ଗୁଜରାଟ କ୍ୟାଡର। ସେ ରାଜକୋଟ ସମେତ ଏକାଧିକ ଜିଲ୍ଲାର ଏସପି ଭାବେ କାର୍ଯ୍ୟ କରି ସାରିଛନ୍ତି। ସେ ୨୦୧୬ରେ ସିବିଆଇକୁ ପଦୋନ୍ନତି ପାଇଥିଲେ।

୩-ଅନୀଲ ଯାଦବ(ଅତିରିକ୍ତ ଏସ୍‌ପି, ସିବିଆଇ)-ଅନୀଲ ଯାଦବ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଦୁର୍ନୀତି, ମଧ୍ୟପ୍ରଦେଶ ବ୍ୟାପମ ସ୍କାମ, ଏମବିବିଏସ ଛାତ୍ର ମୃତ୍ୟୁ, ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ, ସୋପିଆନ ଦୁଷ୍କର୍ମ ଘଟଣା ଓ ବିଜୟ ମାଲ୍ୟା କେସ୍‌ର ଛାନଭିନ କରିଛନ୍ତି। ଅନୀଲଙ୍କ ଘର ମଧ୍ୟପ୍ରଦେଶରେ। ୨୦୧୫ ସ୍ୱାଧୀନତା ଦିବସରେ ତାଙ୍କୁ ପୁଲିସ୍‌ ମେଡାଲ ମିଳିଥିଲା।

୪-ନୂପୁର ପ୍ରସାଦ(ଏସ୍‌ପି, ସିବିଆଇ)-୨୦୦୭ ଆଇପିଏସ ବ୍ୟାଚର AGMUT କ୍ୟାଡର ହେଉଛନ୍ତି ଶ୍ରୀମତୀ ପ୍ରସାଦ। ବିହାର ଅନ୍ତର୍ଗତ ଟିକାରୀ ଗାଁରେ ତାଙ୍କ ଘର। ସେ ଦିଲ୍ଲୀର ଶାହାଦରାର ଏସ୍‌ପି ଭାବେ କାର୍ଯ୍ୟ କରିଛନ୍ତି। ସେ ସୁପରକପ ଭାବେ ବେଶ ପରିଚିତ। ସେ ଏକାଧିକ ହତ୍ୟା ଓ ଅନଲାଇନ ଆର୍ଥିକ ଠକେଇର ତଦନ୍ତ କରିଛନ୍ତି। ଗତବର୍ଷ ସେ ସିବିଆଇ ଏସପି ଭାବେ ପଦୋନ୍ନତି ପାଇଥିଲେ।

ଆହୁରି ପଢ଼ନ୍ତୁ

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କୀ ସଫା, ଯବାନ ଆହତ

ସଞ୍ଜୟ ରାଉତ-ଫଡନାଭିସ ଆଲୋଚନାର ଇଫେକ୍ଟ: ଉଦ୍ଧବ ଓ ଶରଦ ପାୱାରଙ୍କ ରୁଦ୍ଧଦ୍ୱାର ବୈଠକ

କୋଇଲା ଖଣିରେ ଭୟଙ୍କର ଦୁର୍ଘଟଣା: ୧୬ ମୃତ

ନାବାଳିକା ଭଉଣୀକୁ ୮ ବର୍ଷ ଧରି ଦୁଷ୍କର୍ମ କରୁଥିଲା ଭାଇ, ଆଉ ମା’…

ଆତଙ୍କୀ କାର୍ଯ୍ୟକଳାପର କେନ୍ଦ୍ରସ୍ଥଳ ପାଲଟିଛି ବେଙ୍ଗାଲୁରୁ: ବିଜେପି ସାଂସଦ

ପାୟଲଙ୍କ ଚେତାବନୀ: ଅନୁରାଗଙ୍କୁ ଗିରଫ ନ କଲେ…

ଦୁବାଇ ଓ ବ୍ରିଟେନରୁ ଆସିଥିବା ଲୋକଙ୍କ ପାଇଁ ଭାରତରେ ବଢ଼ିଥିଲା କରୋନା!

ନୀତୀଶ କୁମାରଙ୍କ ଦଳରେ ମିଶିଲେ ଗୁପ୍ତେଶ୍ୱର ପାଣ୍ଡେ

ଚୋରା ଚାଲାଣର ପର୍ଦ୍ଦାଫାସ: ୩ କୋଟି ଟଙ୍କାର ହାତ ଘଣ୍ଟା ଜବତ

ରବି କିଶନଙ୍କୁ ମିଳୁଛି ହତ୍ୟା ଧମକ!

ଉମା ଭାରତୀ କରୋନାରେ ଆକ୍ରାନ୍ତ

ଦିନକରେ ୮୮,୬୦୦ ଆକ୍ରାନ୍ତ, ୯୨ ହଜାର ସୁସ୍ଥ