ନୂଆଦିଲ୍ଲୀ: ହିଂସାରେ ହାତ ଥିବା ଅଭିଯୋଗ ଆଣି ଦିଲ୍ଲୀ ପୁଲିସ୍ ଆପ୍ ନେତା ତାହିର୍ ହୁସେନ୍ଙ୍କ ନାମରେ ଏଫ୍ଆଇଆର ରୁଜୁ କରିବା ପରେ ତାଙ୍କ ଦଳ ଆମ୍ ଆଦମୀ ପାର୍ଟି ପ୍ରାଥମିକ ସଦସ୍ୟତାରୁ ନିଲମ୍ବନ କରିଛି। ଦିଲ୍ଲୀ ହିଂସାରେ ତାଙ୍କର ସନ୍ଦେହଜନକ ଭୂମିକା ରହିଥିବା ନେଇ ପୂର୍ବରୁ ବିଭିନ୍ନ ଭିଡିଓ ଆସିଥିଲା।
ଆଜି ପୁଲିସ୍ ଆମ୍ ଆଦମୀ ପାର୍ଟି ନେତା ତାହିର ହୁସେନ୍ଙ୍କୁ କବ୍ଜାକୁ ଆଣିବା ପାଇଁ ତାଙ୍କ ଘର ଉପରେ ଲଗାତାର ଚଢ଼ଉ କରିଥିଲା। ଏହାପରେ ତାଙ୍କ ନାମରେ ହତ୍ୟା, ହିଂସା ଓ ଜଳାପୋଡ଼ା ଆଦି ଦଫା ଲଗାଇ ଏଫ୍ଆଇଆର ରୁଜୁ କରିଥିଲା।
ଏହା ପୂର୍ବରୁ ଉତ୍ତର ପୂର୍ବ ଦିଲ୍ଲୀରେ ହିଂସା ବେଳେ ଆମ୍ ଆଦମୀ ପାର୍ଟି ନେତା ତଥା କାଉନସିଲର ତାହିର ହୁସେନଙ୍କ ଘର ଛାତ ଉପରୁ ପେଟ୍ରୋଲ ବୋମା ଏବଂ ପଥର ମିଳିଥିବା ଅଭିଯୋଗ ହୋଇଥିଲା। ତେଣୁ ତାଙ୍କ ଉପରେ ସନ୍ଦେହ ଘନୀଭୂତ ହେବାରେ ଲାଗିଥିଲା। ତେବେ ତାହିର କହିଛନ୍ତି, ହିଂସାରେ ତାଙ୍କର କିଛି ଭୂମିକା ନାହିଁ। ପୁଲିସ୍ ଖଜୁରୀ ଖାସ୍ଠାରେ ଥିବା ତାହିରଙ୍କର ଏକ ଫ୍ୟାକ୍ଟ୍ରି ସିଲ୍ କରିଦେଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଦୁଇ ଟ୍ରକ୍ ଓ ବସ୍ ମଧ୍ୟରେ ଦୁର୍ଘଟଣା; ଚାଲିଗଲା ୨ ଜୀବନ, ୨୦ ଗୁରୁତର
ଏକ ବସ୍ ଓ ଦୁଇଟି ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ ଉଭୟ ଗାଡ଼ିର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ପ୍ରାୟ ୨୦ ଜଣରୁ ଊର୍ଦ୍ଧ୍ୱ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
National
ଭୋଟ୍ ଦେଉଛି ମହାରାଷ୍ଟ୍ର, ମୈଦାନରେ ୪,୧୩୬ ପ୍ରାର୍ଥୀ
ସେହିପରି ଝାଡ଼ଖଣ୍ଡରେ ଆଜି ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ। ୮୧ ଆସନ ମଧ୍ୟରୁ ବାକି ୩୮ ଆସନ ପାଇଁ ଭୋଟ ଗ୍ରହଣ ହେବ।
National
ଦିଲ୍ଲୀ ଯାଉଥିବା ବିମାନକୁ ଜୟପୁରରେ ଛାଡ଼ି ପଳେଇଲେ ପାଇଲଟ
ଏୟାର ଇଣ୍ଡିଆ ପକ୍ଷରୁ ଏ ସମ୍ପର୍କରେ କିଛି ବି କୁହାଯାଇ ନାହିଁ। କିନ୍ତୁ ଏୟାରଲାଇନ ପକ୍ଷରୁ ଜୟପୁରରେ ଫସି ରହିଥିବା ଲୋକଙ୍କ ପାଇଁ କୌଣସି ବିକଳ୍ପ ବିମାନର ବ୍ୟବସ୍ଥା କରାଯାଇ ନଥିଲା।
National
କରିମଗଞ୍ଜର ନାଁ ବଦଳି ହେଲା ଶ୍ରୀଭୂମି
ନିଜେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏହି ସୂଚନା ଦେବା ସହ ରବୀନ୍ଦ୍ରନାଥ ଟାଗୋରଙ୍କୁ ସମ୍ମାନ ଜଣାଇ ଆସାମ ସରକାର କରିମଗଞ୍ଜର ନାଁ ଶ୍ରୀଭୂମି କରିଥିବା ସେ କହିଛନ୍ତି।