ନୂଆଦିଲ୍ଲୀ: ପାକିସ୍ତାନର ଯୁଦ୍ଧ ବିମାନର କଡ଼ା ମୁକାବିଲା କରିବା ସମୟରେ ସୀମା ସେପଟେ ଖସିପଡ଼ି ଗିରଫ ହୋଇଥିବା ଏବଂ ପରେ ବୀରତ୍ୱର ସହିତ ଭାରତ ଫେରିଆସିଥିବା ପାଇଲଟ ଅଭିନନ୍ଦନ ବର୍ତ୍ତମାନଙ୍କ ନାଁକୁ ନେଇ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଦିଲ୍ଲୀଠାରେ ସେ କହିଥିଲେ, “ବିଶ୍ୱ ବର୍ତ୍ତମାନ ଭାରତ ଉପରେ ନଜର ରଖିଛି। ଡିକ୍ସିନାରୀର ଶବ୍ଦମାନଙ୍କର ଅର୍ଥ ବଦଳାଇବା ପାଇଁ ଭାରତ ସମର୍ଥ। ପୂର୍ବରୁ ଅଭିନନ୍ଦନର ଅର୍ଥ ସ୍ୱାଗତ ବୋଲି ବୁଝାଯାଉଥିଲା, ଏବେ ଏହାର ଅର୍ଥ ବଦଳିବ।”
ଗତକାଲି ମଧ୍ୟ ପ୍ରଧାନମନ୍ତ୍ରୀ ଅଭିନନ୍ଦନଙ୍କୁ ସ୍ୱାଗତ କରି ଟ୍ୱିଟ୍ କରିଥିଲେ, “ୱିଙ୍ଗ କମାଣ୍ଡରଙ୍କ ଅଭିନନ୍ଦନଙ୍କୁ ସ୍ୱଦେଶରେ ସ୍ୱାଗତ। ତୁମ ଅଦମ୍ୟ ସାହାସ ପାଇଁ ଏ ଦେଶ ଆଜି ଗର୍ବିତ। ଆମ ସେନା ବାହିନୀ ୧୩୦ କୋଟି ଭାରତୀୟଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ବନ୍ଦେ ମାତରମ୍।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
'ଗୋଟିଏ ଦେଶ, ଗୋଟିଏ ନିର୍ବାଚନ' ପାଇଁ ଜେପିସି କମିଟିରେ ୩୯ ସଦସ୍ୟ, ଓଡ଼ିଶାରୁ ୪ ସାଂସଦ
ଶାସକ ଏନଡିଏରୁ ୨୭ ଓ ବିଭିନ୍ନ ବିରୋଧୀ ଦଳରୁ ୧୨ ସାସଂଦଙ୍କୁ ଜେପିସିରେ ମିଳିଲା ସ୍ଥାନ। ଓଡ଼ିଶାରୁ ବୈଜୟନ୍ତ, ଭର୍ତ୍ତୃହରି, ସମ୍ବିତଙ୍କ ସମେତ ମାନସ ମଙ୍ଗରାଜ କମିଟିରେ ସାମିଲ।
National
ନିୟମରେ ହେଲା ବଡ଼ ପରିବର୍ତ୍ତନ: ଭିଡିଓ ରେକର୍ଡିଂ ଦେଖାଇବେନି ନିର୍ବାଚନ କମିଶନ
ଗୋଟିଏ କୋର୍ଟ କେସ୍ ଯୋଗୁ ହିଁ ସରକାର ଏହି ନିୟମରେ ସଂଶୋଧନ କରାଯାଇଥିବା ଅଭିଯୋଗ ହୋଇଛି।
Accident
ବାଇକ ଚାଳକଙ୍କୁ ଧକ୍କା ଦେଇ ୩୦କିମି ଯାଏଁ ଘୋଷାଡ଼ି ନେଲା ତହସିଲଦାରଙ୍କ ଗାଡ଼ି
ଉତ୍ତରପ୍ରଦେଶର ବହରାଇଚରେ ଏଭଳି ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଜଣେ ୩୫ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଗାଡ଼ି ଭିତରେ ଥିବା ତହସିଲଦାର ନିଲମ୍ବିତ, ଡ୍ରାଇଭର ଗିରଫ।
National
ବଡ଼ ଦାବି କଲେ ଓୱେସୀଙ୍କ ଭାଇ: ଦଳାଚକଟା ପରେ ଫିଲ୍ମ ହିଟ୍ ହେବ ବୋଲି କହିଥିଲେ ଅଲ୍ଲୁ ଅର୍ଜୁନ
ବିଧାନସଭାରେ ଓୱେସୀ ଅଭିଯୋଗ କରିଛନ୍ତି ଯେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲେ ହେଁ ଅଲ୍ଲୁ ଅର୍ଜୁନ ହଲରେ ସିନେମା ଦେଖିଥିଲେ ଓ ସେଠାରୁ ବାହାରିବା ପରେ ବେଶ ହସଖୁସିରେ ହାତ ହଲାଇ ଚାଲି ଯାଇଥିଲେ।
Crime
କୋଟାରେ ପୁଣି ଜୀବନ ହାରିଲେ ଛାତ୍ର; ଏ ବର୍ଷ ଗଲାଣି ୧୭ ଜୀବନ
ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ନାବାଳକ ଛାତ୍ରଙ୍କ ମୃତଦେହ ଉଦ୍ଧାର। ୧୬ ବର୍ଷୀୟ ଛାତ୍ର ଆଇଆଇଟି-ଜେଇଇ ପାଇଁ କରୁଥିଲେ ପ୍ରସ୍ତୁତି।