ଅଭିନେତା ଟମ୍ ଅଲଟର୍ଙ୍କ ପରଲୋକ
ନୂଆଦିଲ୍ଲୀ: ବଲିଉଡ୍ର ଜଣାଣୁଣା ଅଭିନେତା ଟମ୍ ଅଲଟର୍ଙ୍କ ଗତକାଲି ରାତିରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ଦୀର୍ଘ ଦିନ ହେବ ସେ ଚର୍ମ କର୍କଟ ରୋଗରେ ପୀଡ଼ିତ ଥିଲେ। ଟମ୍ ତିନି ଶହରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। ଏହାସହିତ ସେ କିଛି ଟିଭି ଶୋ’ରେ ମଧ୍ୟ କାମ କରିଛନ୍ତି। ଅଭିନୟ ସହିତ ସେ ଲେଖାଲେଖି କରିବାକୁ ମଧ୍ୟ ଭଲ ପାଉଥିଲେ। ବଳିଷ୍ଠ ଅଭିନୟ ପାଇଁ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ […]
ନୂଆଦିଲ୍ଲୀ: ବଲିଉଡ୍ର ଜଣାଣୁଣା ଅଭିନେତା ଟମ୍ ଅଲଟର୍ଙ୍କ ଗତକାଲି ରାତିରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ଦୀର୍ଘ ଦିନ ହେବ ସେ ଚର୍ମ କର୍କଟ ରୋଗରେ ପୀଡ଼ିତ ଥିଲେ।
ଟମ୍ ତିନି ଶହରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। ଏହାସହିତ ସେ କିଛି ଟିଭି ଶୋ’ରେ ମଧ୍ୟ କାମ କରିଛନ୍ତି। ଅଭିନୟ ସହିତ ସେ ଲେଖାଲେଖି କରିବାକୁ ମଧ୍ୟ ଭଲ ପାଉଥିଲେ। ବଳିଷ୍ଠ ଅଭିନୟ ପାଇଁ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ମଧ୍ୟ ସମ୍ମାନିତ କରିଥିଲେ।
୧୯୫୦ ମସିହାରେ ଟମ୍ ଜନ୍ମ ଗ୍ରହଣ କରିଥିଲେ। ମସୁରୀରେ ସ୍କୁଲ ପଢ଼ା ସରିବା ପରେ ସେ ଥୋୟେଲ ୟୁନିଭସିର୍ଟିରେ ପଢିଥିଲେ। ଏହାପରେ୧୯୭୨ ମସିହାରେ ପୁଣେର ପ୍ରତିଷ୍ଠିତ ‘ଫିଲ୍ମ ଆଣ୍ଡ୍ ଟେଲିଭିଜନ୍ ଇନ୍ଷ୍ଟିଚ୍ୟୁଟ୍’ରେ ଆଡମିସନ୍ କରିଥିଲେ। ଅଶି ଓ ନବେ ଦଶକରେ ସେ ଖେଳ ସାମ୍ୱାଦିକ ଭାବେ କାର୍ଯ୍ୟ ମଧ୍ୟ କରିଥିଲେ।