ଯେଉଁ ଘରୁ ପଥର ମାଡ଼ ହେଉଥିଲା, ସେହି ଘରକୁ ଭାଙ୍ଗିଲା ପ୍ରଶାସନ

ଭୋପାଲ: ଯେଉଁ ଘରୁ ଲୋକଙ୍କ ଉପରକୁ ଇଟା, ପଥର ମାଡ଼ ହେଉଥିଲା ସେହି ଘରକୁ ଭାଙ୍ଗି ଦେଇଛି ପ୍ରଶାସନ। ମଧ୍ୟପ୍ରଦେଶର ଉଜ୍ଜୈନର ବେଗମବାଗ ଅଞ୍ଚଳରେ ଏହି ଘର ଥିଲା। ପ୍ରଶାସନର ଏଭଳି ପଦକ୍ଷେପକୁ ନେଇ ମିଶ୍ର ପ୍ରତିକ୍ରିୟା ଆସିଛି। ଏଥିସହିତ ପଥର ମାଡ଼ ଅଭିଯୋଗରେ ପୁଲିସ ଦୁଇ ମହିଳା ସମେତ ଛଅ ଜଣଙ୍କୁ ଗିରଫ କରିଛି। ତେବେ ପ୍ରଶାସନ କାହିଁକି ଭାଙ୍ଗିଛି ସେହି ଘରକୁ ? ଶୁକ୍ରବାର ବଜରଙ୍ଗ ଦଳ ଏବଂ ବିଶ୍ୱ ହିନ୍ଦୁ ପରିଷଦ ସମେତ […]

ujjain-building

ujjain-building

Subhransu Sekhar
  • Published: Sunday, 27 December 2020
  • Updated: 27 December 2020, 05:47 PM IST

Sports

Latest News

ଭୋପାଲ: ଯେଉଁ ଘରୁ ଲୋକଙ୍କ ଉପରକୁ ଇଟା, ପଥର ମାଡ଼ ହେଉଥିଲା ସେହି ଘରକୁ ଭାଙ୍ଗି ଦେଇଛି ପ୍ରଶାସନ। ମଧ୍ୟପ୍ରଦେଶର ଉଜ୍ଜୈନର ବେଗମବାଗ ଅଞ୍ଚଳରେ ଏହି ଘର ଥିଲା। ପ୍ରଶାସନର ଏଭଳି ପଦକ୍ଷେପକୁ ନେଇ ମିଶ୍ର ପ୍ରତିକ୍ରିୟା ଆସିଛି। ଏଥିସହିତ ପଥର ମାଡ଼ ଅଭିଯୋଗରେ ପୁଲିସ ଦୁଇ ମହିଳା ସମେତ ଛଅ ଜଣଙ୍କୁ ଗିରଫ କରିଛି। ତେବେ ପ୍ରଶାସନ କାହିଁକି ଭାଙ୍ଗିଛି ସେହି ଘରକୁ ?

ଶୁକ୍ରବାର ବଜରଙ୍ଗ ଦଳ ଏବଂ ବିଶ୍ୱ ହିନ୍ଦୁ ପରିଷଦ ସମେତ ଆଉ କେତେକ ହିନ୍ଦୁ ସଂଗଠନର ସଦସ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଏକ ରାଲି କରିଥିଲେ। ଏହି ରାଲି ଜରିଆରେ ଏହି ହିନ୍ଦୁ ସଂଗଠନ ପାଣ୍ଠି ସଂଗ୍ରହ କରୁଥିଲେ। ବେଗମବାଗ ଅଞ୍ଚଳ ଦେଇ ରାଲି ଅତିକ୍ରମ କରୁଥିବା ବେଳେ ଗୋଟିଏ ଘରୁ ହଠାତ୍ ଇଟା, ପଥର ମାଡ଼ ହୋଇଥିଲା। ଯାହାର ସିସିଟିଭି ଫୁଟେଜ ଆସିଛି। ଦୁଇ ମହିଳା ଏହି ଘରେ ଭଡ଼ାରେ ଥିଲେ। ଆଉ ଏଇଠୁ ଆଉ କିଛି ଲୋକଙ୍କ ସହ ମିଶି ପଥର, ଇଟା ଫିଙ୍ଗିଥିବା ଅଭିଯୋଗ ହୋଇଛି।

ରାଲି ଉପରକୁ ପଥର ମାଡ଼ ହେବା ପରେ ଅନେକ ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ପୁଲିସ ଠିକଣା ସମୟରେ କିନ୍ତୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲା। ଏହାପରେ ଶନିବାର ଉଜ୍ଜୈନ ପୁଲିସ ଏବଂ ପୌର ଅଧିକାରୀ ସେହି ଘର ଚିହ୍ନଟ କରିଥିଲେ ଯେଉଁଠାରୁ ପଥର ଫିଙ୍ଗି ଦିଆଯାଇଥିଲା। ଯାହାକି ବେଆଇନ୍ ବୋଲି ଜଣାପଡ଼ିଥିଲା। ପରେ ସ୍ଥାନୀୟ ଲୋକଙ୍କ ବିରୋଧ ସତ୍ତ୍ୱେ ଏହି ବେଆଇନ ଘରକୁ ପ୍ରଶାସନ ଭାଙ୍ଗି ଦେଇଥିଲା। ପ୍ରଶାସନ ଘର ଭାଙ୍ଗିବା ବେଳେ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ପୁଲିସ ମଧ୍ୟ ଗୋଟିଏ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରିଥିଲା।

ପୁଲିସ ବେଆଇନ ଘର ନିର୍ମାଣ ଅଭିଯୋଗରେ ଟିକରାମ ଏବଂ ହମିଦ ନାମକ ବ୍ୟକ୍ତିଙ୍କୁ ପ୍ରଥମେ ନୋଟିସ ଦେଇଥିଲା। ପରେ ବେଆଇନ ଦଖଲକୁ ହଟାଇବା ପାଇଁ ଘର ଭାଙ୍ଗି ଦେଇଛି ପ୍ରଶାସନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos